ନିର୍ମଳାବାଳା ମିଶ୍ର
ଦେଖଣା
ନିର୍ମଳାବାଳା ମିଶ୍ର | |
|---|---|
| ଜନ୍ମ | ୧୧ ଜାନୁଆରୀ ୧୯୫୬ |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ଦିଗବାରେଣୀ |
| ବୈବାହିକ-ସାଥୀ | ରବି ଶତପଥି |
| ପିତାମାତା | ବ୍ରଜବନ୍ଧୁ ମିଶ୍ର, ସୀତା ଦେବୀ |
ନିର୍ମଳାବାଳା ମିଶ୍ର ଜଣେ ଦ୍ୱିଭାଷୀ (ଓଡ଼ିଆ ଓ ହିନ୍ଦୀ) ଲେଖିକା । ସେ ନିଜର ସାହିତ୍ୟ ସାଧନା ନିମନ୍ତେ ଅନେକ ରାଜ୍ୟସ୍ତରୀୟ ଓ ଜାତୀୟ ସମ୍ମାନରେ ପୁରସ୍କୃତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ନିର୍ମଳାବାଳା ଏକାଧାରାରେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ଗବେଷିକା, ଶିଶୁ ସାହିତ୍ୟିକା ଓ ସାହିତ୍ୟ ସଂଗଠିକା । ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ବହୁ କବିତା, ପ୍ରବନ୍ଧ ଓ ଆଲୋଚନାମାନ ଲେଖିଛନ୍ତି । କଳାରେ ସ୍ନାତକ ଓ ହିନ୍ଦୀରେ ବି ଏଡ଼୍ ଶିକ୍ଷା ପ୍ରାପ୍ତ ନିର୍ମଳା ୧୯୭୫ରୁ ୨୦୧୪ ପର୍ଯ୍ୟନ୍ତ ଦୀର୍ଘ ୩୮ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଲେଖୁଥିବା ନିର୍ମଳା ନିଜ ସ୍ୱାମୀ ସୁଲେଖକ ରବି ଶତପଥିଙ୍କ ସହ ମିଶି ହିନ୍ଦୀ ଭାଷାରେ ଓଡ଼ିଶା କା ଇତିହାସ ଲେଖିଛନ୍ତି, ଯେଉଁଥିରେ ସେମାନେ ଖ୍ରୀଷ୍ଟପୂର୍ବ ୨୬୧ରୁ ୨୦୧୯ ପର୍ଯ୍ୟନ୍ତ ଇତିହାସକୁ ଧାରାବାହିକ ଭାବେ ଉଲ୍ଲେଖ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଓଡ଼ିଆ
[ସମ୍ପାଦନା]- ତ୍ରିଧାରା ନାମ ଚାଳିଶା ଓ ନାମ ସଂକୀର୍ତ୍ତନ
- କ୍ଷେତ୍ରେଶ୍ୱରୀ ମା'ବିରଜା ଓ ଯାଜପୁର ମାଟି (କାବ୍ୟ)
- ଦୀପାଳି (କବିତା)
- ପୁଷ୍ପାଞ୍ଜଳି (କବିତା)
- କାହାଣୀ ପେଡ଼ି ୧ମ, ୨ୟ ଓ ୩ୟ
- କଥା ରତ୍ନମାଳା
- ସୁରଶ୍ୟାମ (ହିନ୍ଦୀରୁ ଓଡ଼ିଆ ଅନୁବାଦ
- ଅନନ୍ୟା (ଗାଥା କବିତା)
- ବିଦାୟ ବିଦ୍ୟାମନ୍ଦିର (କବିତା)
- କୁନି କଳାକାର (ଶିଶୁ କବିତା)
- ଦିଗ ବାରେଣୀ
ହିନ୍ଦୀ
[ସମ୍ପାଦନା]- ଅଙ୍କୁର (ହିନ୍ଦୀ ଶିକ୍ଷା ପୁସ୍ତକ)
- ଓଡ଼ିଶା କା ଇତିହାସ
- ୱକ୍ତ କୀ ଇଜାଜତ୍ (କବିତା)
- ଓଡ଼ିଶାକେ ମହିମାମୟ ବିରଜାକ୍ଷେତ୍ର ଯାଜପୁର
- ଗୀତାମୃତ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଗୀତାବାଣୀ ପ୍ରଚାର ସମିତି ସମ୍ମାନ ୨୦୧୧
- ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ପାଢ଼ୀ ସ୍ମୃତି ସମ୍ମାନ ୨୦୧୨
- ରାଜ୍ୟସ୍ତରୀୟ ସାଂସ୍କୃତିକ ସଙ୍ଗଠନ 'ଦିଗନ୍ତିକା' ତରଫରୁ କବୟିତ୍ରୀ ସମ୍ମାନ
- ହିନ୍ଦୀ ଶିକ୍ଷା ସଂସ୍ଥାନ, ଯାଜପୁର ପକ୍ଷରୁ 'ହିନ୍ଦୀ ଲେଖିକା' ସମ୍ମାନ ୨୦୧୩
- ଗୀତାବାଣୀ ପ୍ରଚାର ସମିତି ତରଫରୁ 'ଗୀତାରତ୍ନ' ସମ୍ମାନ ୨୦୧୪
- ଅନନ୍ୟା ସାହିତ୍ୟ ସଂସଦ ତରଫରୁ 'ଆଦର୍ଶ ଗୁରୁ' ସମ୍ମାନ ୨୦୧୪
- ହିନ୍ଦୀ ଶିକ୍ଷକ ସଂଘ ତରଫରୁ ଆଦର୍ଶ ଅଧ୍ୟାପିକା, ଲେଖିକା ସମ୍ମାନ ୨୦୧୪
- ରାଜସ୍ଥାନ ଶ୍ରୀନାଥ ଦ୍ୱାରା ସ୍ଥିତ ଅନୁଷ୍ଠାନ 'ସାହିତ୍ୟ ମଣ୍ଡଳ' ତରଫରୁ ଅଣହିନ୍ଦୀଭାଷୀ ଲେଖିକା ରୂପେ 'ସାହିତ୍ୟ ଭୂସଣ ସମ୍ମାନ' ୨୦୧୮
- ସାହିତ୍ୟ ବାର୍ତ୍ତା ପକ୍ଷରୁ ଆଦର୍ଶ ଲେଖିକା ସମ୍ମାନ ୨୦୧୮
- ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ଅନୁବାଦ ସମ୍ମାନ
- ହିମାଳୟ ଔର ହିନ୍ଦୁସ୍ତାନ (ଉତ୍ତରାଖଣ୍ଡ) ଦ୍ୱାରା ସାହିତ୍ୟକାର ସମ୍ମାନ
- ବିରଜା ସାହିତ୍ୟ ସଂସ୍କୃତି ଗବେଷଣା ପରିଷଦ ତରଫରୁ ସାରସ୍ୱତ ସାଧନା ସମ୍ମାନ ୨୦୨୪