ନିରୁପମା କର
ଦେଖଣା
ନିରୁପମା କର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ବଣ ରାଇଜର କଥା |
ଜୀବନସାଥୀ | ରବିନ୍ଦ୍ର କୁମାର କର |
ପିତାମାତା | କୈଳାଶ ଚନ୍ଦ୍ର ମିଶ୍ର, କନକଲତା ମିଶ୍ର |
ପୁରସ୍କାର | ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୭[୧] |
ନିରୁପମା କର ଜଣେ ଓଡ଼ିଆ-ଭାଷୀ ଲେଖକ । ସେ ବଣ ରାଇଜର କଥା ପାଇଁ ୨୦୧୭ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ନିରୁପମା ୧୭ ଜୁଲାଇ ୧୯୬୫ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାରଙ୍ଗ ଅନ୍ତର୍ଗତ ଖଇରାପଡ଼ା ଠାରେ ଜନ୍ମ ଗ୍ରହଣ କରିଥିଲେ । କଳାରେ ସ୍ନାତକ ଶିକ୍ଷା ପ୍ରାପ୍ତ ନିରୁପମା ଏକାଧାରରେ ଜଣେ ଶିଶୁ ସାହିତ୍ୟିକା, କବୀ, ଗାଳ୍ପିକା ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- କଦମ୍ବରୁ କଳ୍ପବଟ
- ଚିହ୍ନାମାଟିର ବାସ୍ନା
- ମୋହମଗ୍ନା
- ଅସ୍ରା ଅସ୍ରା ବର୍ଷା
ଗଳ୍ପ
[ସମ୍ପାଦନା]- ବରଗଛର ଛାଇ
ଶିଶୁ ସାହିତ୍ୟ
[ସମ୍ପାଦନା]- ବଣ ରାଇଜର କଥା (ଉପନ୍ୟାସ)
- ଚୁନି ଚୁନି ତାରାଫୁଲ (କବିତା)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୭[୧]
- ଓଡ଼ିଶା ଲେଖିକା ସଂସଦ ପକ୍ଷରୁ କୁନ୍ତଳା କୁମାରୀ ସମ୍ମାନ
- ଗୋଦାବରୀଶ ସାହିତ୍ୟ ସଂସଦ କବିତା ସମ୍ମାନ
- ଶ୍ୱେତସଂକେତ କବିତା ସମ୍ମାନ
- ଚିରସମର୍ଥା ଗୀତିକବିତା ସମ୍ମାନ
- ଆରପାଖ ସାହିତ୍ୟ ସମ୍ମାନ
- ବିଭବନା କବିତା ସମ୍ମାନ