Jump to content

ନିରାକାର ଦାସ

ଉଇକିପିଡ଼ିଆ‌ରୁ
ନିରାକାର ଦାସ
ଜନ୍ମ ଓ ଜନ୍ମସ୍ଥାନ (1963-06-06) ୬ ଜୁନ ୧୯୬୩ (ବୟସ ୬୩)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନକେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର – ୨୦୧୧

ନିରାକାର ଦାସ ଜଣେ ଓଡ଼ିଆ କବି । ତାଙ୍କ ରଚିତ କବିତା ଓ ପ୍ରବନ୍ଧ ସମାଲୋଚନା, ଧରିତ୍ରୀ, ରେବତୀ, ସମ୍ବାଦ, ସତୀର୍ଥ, ମଧୁଧାରା ଆଦି ଖବର କାଗଜ ଓ ପତ୍ରିକାରେ ପ୍ରକାଶିତ ହୋଇଛି । ତାଙ୍କ ରଚିତ ପୁସ୍ତକ ଭିନ୍ନ ଇଲାକାର ସ୍ୱର, ମହରଗ ପାଦେ ମାଟିର ସ୍ୱପ୍ନ, ଏ ଯୁଦ୍ଧ ନୁହେଁ ତୁମର, ଅସରନ୍ତି ଯାତ୍ରା, ବିଭିନ୍ନ ବସୁଧା, ମୁଁ ସର୍ବହରା କବି, ସ୍ୱର ସମୟର ଆଦି ପ୍ରକାଶିତ ହୋଇଛି ।[]

ଜୀବନୀ

[ସମ୍ପାଦନା]

ଦାସ ୧୯୬୩ ମସିହାର ଜୁନ ୬ ତାରିଖ, ଦେବସ୍ନାନ ପୂର୍ଣ୍ଣିମା ଦିନ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୯ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ପଢ଼ିଥିଲେ ଓ ପରେ ଇଂରାଜୀରେ ଏମ୍‌.ଏ. କରିଥିଲେ । ସେ ଭାରତୀୟ ରେଳପଥର ଦକ୍ଷିଣ-ପୂର୍ବ ରେଳପଥ ଜୋନାଲ୍‌ ମୁଖ୍ୟ କାର୍ଯ୍ୟାଳୟ କଲିକତାସ୍ଥ ଗାର୍ଡେନ ରିଚ୍‌ରେ ବରିଷ୍ଠ ପ୍ରସାର ନିରୀକ୍ଷକ ଭାବରେ ଚାକିରୀ କରୁଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ଭିନ୍ନ ଇଲାକାର ସ୍ୱର
  • ମହରଗ ପାଦେ ମାଟିର ସ୍ୱପ୍ନ
  • ଏ ଯୁଦ୍ଧ ନୁହେଁ ତୁମର
  • ଅସରନ୍ତି ଯାତ୍ରା
  • ବିଭିନ୍ନ ବସୁଧା
  • ମୁଁ ସର୍ବହରା କବି
  • ସ୍ୱର ସମୟର

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. Dharitri; Pattnaik, Sagarika (2024-12-29). "ବହି କିଣିବା ସହ ବାପାଙ୍କ କରଜ ଶୁଝିଥିଲି: ଲେଖକ ନିରାକାର ଦାସ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2026-04-04.
  2. "ବହି କିଣିବା ସହ ବାପାଙ୍କ କରଜ ଶୁଝିଥିଲି: ଲେଖକ ନିରାକାର ଦାସ". ଧରିତ୍ରୀ (ଛୁଟିଦିନ). 29 December 2024. p. 10. Retrieved 4 April 2026.
  3. ମହାନ୍ତି, କୃଷ୍ଣ କୁମାର, ed. (6 December 2025). ଚିହ୍ନା ଚାଳିଶ (୧ ed.). ଟାଇମ୍‌ପାସ୍. ISBN 9789360730345. Retrieved 2 April 2026.
  4. Service, IW News (2025-04-15). "Eminent Poet Nirakar Das to get Banchanidhi Memorial Award". India Whispers (in ଆମେରିକୀୟ ଇଂରାଜୀ). Retrieved 2026-04-04.

ବାହାର ଲିଙ୍କ୍

[ସମ୍ପାଦନା]