ନିତ୍ୟାନନ୍ଦ ପୃଷ୍ଟି
ନିତ୍ୟାନନ୍ଦ ପୃଷ୍ଟି (ଜନ୍ମ ୧୬.୧୦.୧୯୪୬) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନିତ୍ୟାନନ୍ଦ ପୃଷ୍ଟି ଯାଜପୁର ଜିଲ୍ଲାର ମାଳପଡା ଗ୍ରାମରେ ଏକ ଜମିଦାର ପରିବାରରେ ୧୬.୧୦.୧୯୪୬ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସ୍ଵର୍ଗତ ଭଗବାନ ପୃଷ୍ଟି ଜଣେ ସ୍ଵାଧୀନତା ସଂଗ୍ରମୀ ଥିଲେ । ଜଷ୍ଟିସ ପୃଷ୍ଟି ଯାଜପୁରର ଏନ୍ ସି ହାଇ ସ୍କୁଲ୍ରୁ ମ୍ୟାଟ୍ରିକୁଲେସନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସି.ସି.ଏସ୍. କଲେଜ୍, ପୁରୀରୁ ଦର୍ଶନ (ଅନର୍ସ) ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ୧୯୭୧ ମସିହାରେ ଏମ୍.ଏସ୍. ଲ ମହାବିଦ୍ୟାଳୟରୁ ଏଲ୍.ଏଲ୍.ବି. ଡିଗ୍ରୀ ହାସଲ କଲେ । ଜାନୁଆରୀ ୧୯୭୨ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାରରେ ଯୋଗ ଦେଇଥିଲେ । ବରିଷ୍ଠ ଅଧିବକ୍ତା ଶ୍ରୀ ଗଙ୍ଗାଧର ରଥଙ୍କ ନିର୍ଦ୍ଦେଶନରେ ଜଷ୍ଟିସ ପୃଷ୍ଟି କିଛି ସମୟ ପର୍ଯ୍ୟନ୍ତ ଆଇନ ପେସାର ଶିକ୍ଷା ଗ୍ରହଣ କରିଥିଲେ । ପରେ ସେ ଦେଶର ସେହି ସମୟର ଏକ ପ୍ରସିଦ୍ଧ ସିଭିଲ ଏବଂ ସଂବିଧାନ ଆଇନ ବିଶେଷଜ୍ଞ, ପରଲୋକଗତ ବିମଳ କୃଷ୍ଣ ପାଳଙ୍କ ସହିତ ମିଶି ଓକିଲାତି ଅଭ୍ୟାସ କଲେ । ତେବେ ପରେ ଫେବୃଆରୀ ୧୯୮୦ରୁ ସେ ସ୍ୱାଧୀନ ଭାବେ ଓକିଲାତି ପେସା ଆରମ୍ଭ କରିଥିଲେ । ସେ ସିଭିଲ, ଫ଼ୌଜଦାରୀ, ସଂବିଧାନ, ବ୍ୟାଙ୍କିଙ୍ଗ ଏବଂ ବୀମା ଆଇନ ସମ୍ବନ୍ଧିତ ମାମଲା ପରିଚାଳନା କରିଥିଲେ । ମଇ ୧୯୯୫ରେ ସେ ଅତିରିକ୍ତ ସରକାରୀ ଅଧିବକ୍ତା ଭାବେ ନିୟୁକ୍ତ ହେଲେ ଏବଂ ମାର୍ଚ୍ଚ ୧୯୯୫ରେ ସରକାରୀ ଅଧିବକ୍ତା ହେଲେ ଏବଂ ଜୁନ୍ ୨୦୦୦ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କଲେ ।
ଜଷ୍ଟିସ ପୃଷ୍ଟି ମାଙ୍ଗାନିଜ ଓର୍ସ (ଇଣ୍ଡିଆ) ଲିମିଟେଡ୍, ନାସନାଲ୍ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍, ବ୍ୟାଙ୍କ ଅଫ୍ ବରୋଦା, ୟୁକୋ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ ଏବଂ ଓଡ଼ିଶା ହାଣ୍ଡିକ୍ରାଫ୍ଟ ଡେଭେଲପମେଣ୍ଟ କର୍ପୋରେସନରେ ଆଇନ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ ସଂପାଦନ କରିଥିଲେ ।
ଜଷ୍ଟିସ ପୃଷ୍ଟି ୧୯୯୨-୯୩ ଏବଂ ୧୯୯୩-୯୪ ମଧ୍ୟରେ ଓଡ଼ିଶା ହାଇକୋର୍ଟ ବାର ଅସୋସିଏସନର ସଚିବ ଥିଲେ । ସେତେବେଳେ ସେ “କବି ସମ୍ମେଳନ” ଭଳି ଏକ ଅନନ୍ୟ ଆୟୋଜନ କରିଥିଲେ ।
୧୫.୦୫.୨୦୦୧ରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍, ବାଙ୍ଗାଲୋର ବେଞ୍ଚର ସଦସ୍ୟ (ନ୍ୟାୟିକ) ଭାବେ ନିଯୁକ୍ତ ହୋଇଥିଲେ । ୧୪.୦୭.୨୦୦୪ରୁ ୧୫.୧୦.୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ ।[୧]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-26.