ନିଓମାଇସିନ/ପଲିମାଇକ୍ସିନ ବି/ହାଇଡ୍ରୋକୋର୍ଟିଜୋନ
| Combination of | |
|---|---|
| Neomycin | Antibiotic |
| Polymyxin B | Antibiotic |
| Hydrocortisone | Glucocorticoid |
| Clinical data | |
| Trade names | Otosporin, Cortisporin, others |
| AHFS/Drugs.com | FDA Professional Drug Information |
| Pregnancy category |
|
| Routes of administration | Ear drop, ear drop |
| Legal status | |
| Legal status |
|
ନିଓମାଇସିନ/ପଲିମାଇକ୍ସିନ ବି/ହାଇଡ୍ରୋକୋର୍ଟିଜୋନ, ଅନ୍ୟମାନଙ୍କ ମଧ୍ୟରେ ଓଟୋସ୍ପୋରିନ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବହିଃ କର୍ଣ୍ଣ ପ୍ରଦାହ (ସନ୍ତରଣକାରୀଙ୍କ କାନ) ଏବଂ କେତେକ ଚକ୍ଷୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏଥିରେ ଆଣ୍ଟିବାୟୋଟିକ୍ ନିଓମାଇସିନ, ପଲିମିକ୍ସିନ ବି ଏବଂ ଷ୍ଟିରଏଡ ହାଇଡ୍ରୋକୋର୍ଟିଜୋନ ଥାଏ ।[୩] ଏହା କାନ ବୁନ୍ଦା କିମ୍ବା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨] [୩]
ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ଏବଂ ଚର୍ମ ରୋଗ ରାସ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ହାଇଭ୍ସ, ଆନାଫାଇଲକ୍ସିସ୍, ଶ୍ରବଣ ଶକ୍ତି ହ୍ରାସ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] [୪] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୧] ଆଣ୍ଟିବାୟୋଟିକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟାକ୍ଟେରିଆକୁ ମାରିଦିଏ ଓ ଷ୍ଟିରଏଡ ପ୍ରଦାହକୁ ହ୍ରାସ କରିଦିଏ ।[୫]
୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୩] ଯୁକ୍ତରାଜ୍ୟରେ ୨୦୧୯ ସୁଦ୍ଧା ୧୦ ମିଲି ବୋତଲର ମୂଲ୍ୟ ପ୍ରାୟ ୭.୪୫ ପାଉଣ୍ଡ ଥଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା ।[୬] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୩୦୪ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ ରହିଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Hydrocortisone / neomycin / polymyxin b otic Use During Pregnancy". Drugs.com. Archived from the original on 19 April 2019. Retrieved 19 April 2019.
- ↑ ୨.୦ ୨.୧ ୨.୨ ୨.୩ British national formulary : BNF 76 (76 ed.). Pharmaceutical Press. 2018. p. 1164. ISBN 9780857113382.
- ↑ ୩.୦ ୩.୧ ୩.୨ ୩.୩ "Neomycin, Polymyxin B, Hydrocortisone Ophthalmic Suspension - FDA prescribing information, side effects and uses". Drugs.com. Archived from the original on 20 June 2019. Retrieved 19 April 2019.
- ↑ ୪.୦ ୪.୧ "Hydrocortisone/neomycin/polymyxin b otic Side Effects in Detail". Drugs.com. Archived from the original on 19 April 2019. Retrieved 19 April 2019.
- ↑ "DailyMed - neomycin sulfate, polymyxin b sulfate and hydrocortisone solution". dailymed.nlm.nih.gov. Archived from the original on 26 June 2020. Retrieved 19 April 2019.
- ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
- ↑ "Neomycin; Polymyxin B; Hydrocortisone - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.