ନାରାୟଣ ହେମଚନ୍ଦ୍ର
ନାରାୟଣ ହେମଚନ୍ଦ୍ର ଦିବେଚା (୧୮୫୫–୧୯୦୪), ସାଧାରଣତଃ ନାରାୟଣ ହେମଚନ୍ଦ୍ର ନାମରେ ପରିଚିତ, ଜଣେ ଗୁଜରାଟୀ ଲେଖକ, ଅନୁବାଦକ ତଥା ସମାଲୋଚକ ଥିଲେ । ସେ ବ୍ୟାପକ ଭ୍ରମଣ କରିଥିଲେ ଓ ଆତ୍ମକଥା, ଉପନ୍ୟାସ, କାହାଣୀ ଓ ସମାଲୋଚନା ଲେଖିଥିଲେ । ସେ ଏକ ସଫଳ ଅନୁବାଦକ ଥିଲେ । ଗୁଜରାଟରେ ବଙ୍ଗାଳୀ ସାହିତ୍ୟର ପରିଚୟ କରାଇବାରେ ତାଙ୍କର ବହୁ ଅବଦାନ ରହିଛି ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ନାରାୟଣ ହେମଚନ୍ଦ୍ର ଦିବେଚାଙ୍କ ଜନ୍ମ ୧୮୫୫ରେ ଡ଼ିଉରେ ହୋଇଥିଲା ଓ ସେ ତାଙ୍କ ଜୀବନର ଅଧିକାଂଶ ସମୟ ବମ୍ବେ (ଏବେର ମୁମ୍ବାଇ)ରେ ବିତାଇଥିଲେ । ସେ ବେଶି ପାଠ ପଢ଼ି ନ ଥିଲେ, କିନ୍ତୁ ବିଭିନ୍ନ ସ୍ଥାନକୁ ବହୁତ ଭ୍ରମଣ କରିଥିଲେ । ସେ ଚାରିଥର ଇଂଲଣ୍ଡ ଯାଇଥିଲେ । ୧୮୭୫ରେ, ସେ ନବୀନଚନ୍ଦ୍ର ରାୟଙ୍କ ସହିତ ଆଲ୍ଲାହାବାଦକୁ ଯାଇଥିଲେ ଯେଉଁଠି ସେ ଅନୁବାଦ କାମ ଆରମ୍ଭ କରିଥିଲେ । ଏହିପରି ଭାବରେ ଗୁଜରାଟରେ ବଙ୍ଗାଳୀ ସାହିତ୍ୟର ପରିଚୟ କରାଇବାରେ ତାଙ୍କରି ଅନେକ ଅବଦାନ ରହିଛି ।
ସେ ନିଜ ବ୍ୟକ୍ତିତ୍ଵ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଭାବିତ କରିଥିଲେ । ଗାନ୍ଧୀଜୀ ସେ ଇଂଲଣ୍ଡରେ ଦେଖିଥିଲେ ଓ ତାଙ୍କୁ “ଅଜବ ଦେଖାଯାଉଥିବା ଓ ଅଜବ ପୋଷାକ ପିନ୍ଧିଥିବା” ଏକ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ । କିନ୍ତୁ ସେ ତାଙ୍କ ଚାଲି-ଚଳନ, ପୋଷାକ କିମ୍ବା ଦୁର୍ବଳ ଇଂରାଜୀ ପାଇଁ କେବେ ଲଜ୍ଜିତ ହୋଇନଥିଲେ । ଗାନ୍ଧୀଜୀ "ସତ୍ୟନା ପ୍ରୟୋଗ" ବହିରେ ଲେଖିଥିଲେ ଯେ ସେ ବିଦେଶୀ ଭାଷା ଶିଖିବା ପ୍ରତି ତାଙ୍କର ଯେଉଁ ଅତ୍ୟଧିକ ରୁଚି ରହିଥିଲା ତାହା କେବଳ ସେମାନଙ୍କ ସାହିତ୍ୟ ପଢ଼ିବା ପାଇଁ ।
ସହିତ୍ୟିକ କୃତି
[ସମ୍ପାଦନା]ହେମଚନ୍ଦ୍ର ପ୍ରାୟ ୨୦୦ଟି ସାହିତ୍ୟିକ କୃତି ରଚନା କରିପାରିଥିଲେ । ହୁ ପୋତେ (୧୯୦୦) ଗୁଜରାଟୀ ଭାଷାରେ ପ୍ରକାଶିତ ତାଙ୍କର ପ୍ରଥମ ଆତ୍ମକଥା ଥିଲା । ଯଦିଓ ଏହା ପୂର୍ବରୁ ପ୍ରଥମ ଆତ୍ମକଥା ନର୍ମଦ ଲେଖିଥିଲେ (1866ରେ) ଯାହା ୧୯୩୩ରେ ପ୍ରକାଶିତ ହେଲା । ହୁ ପୋତେ ଅଂଶତଃ ଭ୍ରମଣକାହାଣୀ ଓ ତାଙ୍କ ଜୀବନର ପ୍ରଥମ ୩୪ ବର୍ଷର ଅନୁଭବ ଓ ଭ୍ରମଣକୁ ଏକତ୍ର ବଖାଣି ଥିଲା । ଏଥିରେ ସେ ଦେବେନ୍ଦ୍ରନାଥ ଠାକୁର ଓ ଦୟାନନ୍ଦ ସରସ୍ୱତୀ ଙ୍କ ସମ୍ବନ୍ଧରେ ମଧ୍ୟ ଲେଖିଥିଲେ । ତାଙ୍କର ଅନ୍ୟାନ୍ୟ ସାହିତ୍ୟିକ କୃତି ହେଲା:
- ପଞ୍ଚ ବାର୍ତ୍ତା (1903) ଓ ଫୁଲଦାନୀ ଅନେ ବିଜୀ ବାର୍ତ୍ତାଓ (1903) ଏକ କାହାଣୀ ସଂଗ୍ରହ ।
- ବୈଦ୍ୟକନ୍ୟା (1895), ସ୍ନେହକୁଟୀର (1896), ରୂପନଗରନି ରାଜକୁନ୍ୱାରୀ (1904) ତାଙ୍କ ଉପନ୍ୟାସ ।
- ସେଙ୍କ ସମାଲୋଚନାମୂଳକ କୃତିରେ ଅଛି: ଜୀବନଚରିତ୍ର ବିଷେ ଚର୍ଚ୍ଚା (1895), ସାହିତ୍ୟଚର୍ଚ୍ଚା (1896), କାଳିଦାସ ଅନେ ଶେକ୍ସପିୟର (1900) ।
- ଧାର୍ମିକ ପୁରୁଷୋ (ଜୁନ୍ 1893), ଗୁଜରାଟ ଭର୍ନାକ୍ୟୁଲାର ସୋସାଇଟି ଦ୍ୱାରା ପ୍ରକାଶିତ, ଯେଉଁଥିରେ ଚୈତନ୍ୟ, ନାନକ, କବିର, ରାମକୃଷ୍ଣ ପରି ୧୨ ଜଣ ସନ୍ଥ-ପୈଗମ୍ବରଙ୍କ ଜୀବନଚିତ୍ର ଅଛି ।[୨]
- ସେ ପୈଗମ୍ବର ମହମ୍ମଦଙ୍କ ଜୀବନୀ ମଧ୍ୟ ଲେଖିଥିଲେ ।[୩][୪]
ସେ ଜଣେ ବିଶିଷ୍ଟ ଅନୁବାଦକ ଥିଲେ । ତାଙ୍କ ଉଲ୍ଲେଖନୀୟ ଅନୁବାଦ କୃତି ମଧ୍ୟରେ ଅଛି:
- ଡାକ୍ଟର ସାମୁଏଲ୍ ଜନସନ୍ ନୁ ଜୀବନଚରିତ୍ର (1839)
- ମାଲତୀମାଧବ (1893)
- ପ୍ରିୟଦର୍ଶିକା
- ସନ୍ୟାସୀ
ସେ ରବୀନ୍ଦ୍ରନାଥ ଠାକୁରଙ୍କ ବହୁତ ବଙ୍ଗାଳୀ କୃତିକୁ ଗୁଜରାଟୀରେ ଅନୁବାଦ କରିଥିଲେ । ସେ ସାହିତ୍ୟ, ଶିକ୍ଷା ଓ ସଙ୍ଗୀତ ବିଷୟରେ ମଧ୍ୟ ଲେଖିଥିଲେ ।
- ନର୍ମଦ ୧୮୬୬ରେ ତାଙ୍କ ଆତ୍ମକଥା ଲେଖିଥିଲେ କିନ୍ତୁ ସେହି ଆତ୍ମକଥାକୁ ତାଙ୍କ ଆବର୍ତ୍ତମାନରେ ପ୍ରକାଶ କରିବାକୁ ସେ ଅନୁରୋଧ କରିଥିଲେ । ତାହା ୧୯୩୩ରେ, ତାଙ୍କ ଜନ୍ମଶତବାର୍ଷିକୀରେ ପ୍ରକାଶିତ ହୋଇଥିଲା ।
- ସେଥି ପୂର୍ବରୁ ଦୁଇଟି ଆତ୍ମକଥା ପ୍ରକାଶିତ ହୋଇଥିଲା:
- ହୁ ପୋତେ (1900) – ନାରାୟଣ ହେମଚନ୍ଦ୍ରଙ୍କ
- ସତ୍ୟନା ପ୍ରୟୋଗ (1925–1929) – ମହାତ୍ମା ଗାନ୍ଧୀଙ୍କ ।
ଅଧାର
[ସମ୍ପାଦନା]- ↑ "સવિશેષ પરિચય: નારાયણ દીવેચા, ગુજરાતી સાહિત્ય પરિષદ - Narayan Divecha, Gujarati Sahitya Parishad". gujaratisahityaparishad.com. Retrieved 2025-09-30.
- ↑ Math, Sri Ramakrishna. "Sri Ramakrishna Math : The Vedanta Kesari, March 2006". www.sriramakrishnamath.org. Archived from the original on 2007-09-27. Retrieved 2025-09-30.
- ↑ Sisir Kumar Das (2000). History of Indian Literature. Sahitya Akademi. p. 230. ISBN 978-81-7201-006-5.
- ↑ Gandhi, M.K., LETTER TO JAMNADAS GANDHI (Aug28,1911)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |