ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ
ଦେଖଣା
(ନାରାୟଣ ରେଡ୍ଡୀରୁ ଲେଉଟି ଆସିଛି)
ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ | |
|---|---|
| ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୪ – ୨୦୦୯ | |
| ପୂର୍ବ ଅଧିକାରୀ | ରାମଚନ୍ଦ୍ର ପଣ୍ଡା |
| ପର ଅଧିକାରୀ | ଆଦିକନ୍ଦ ସେଠୀ |
| ନିର୍ବାଚନ ମଣ୍ଡଳୀ | ଛତ୍ରପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଅପ୍ରେଲ ୧୯୫୫ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
| ଜୀବନ ସାଥୀ | ଏନ୍. ଭାନୁ |
| ବାପା/ବୋଉ | ଏନ୍. ପୋଲେୟା ରେଡ୍ଡୀ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ (ଜନ୍ମ: ୧ ଅପ୍ରେଲ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ନାରାୟଣ ରେଡ୍ଡୀ ୧୯୫୫ ମସିହାର ଅପ୍ରେଲ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଏନ୍. ପୋଲେୟା ରେଡ୍ଡୀ ଓ ପତ୍ନୀଙ୍କ ନାମ ଏନ୍. ଭାନୁ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Nagireddi Narayan Reddy". odishaassembly.nic.in. Odisha Assembly. Retrieved 15 December 2020.