ନାରଦ ପୁରାଣ

ନାରଦ ପୁରାଣ କିମ୍ବା "ନାରଦୀୟ ପୁରାଣ" ଅଷ୍ଟାଦଶ ପୁରାଣ ମଧ୍ୟରୁ ଗୋଟିଏ ମହାପୁରାଣ ଅଟେ । ଏହା ନିଜେ ମହର୍ଷି ନାରଦଙ୍କ ମୁଖରୁ କହିଥିବା ଗୋଟିଏ ବୈଷ୍ଣବ ପୁରାଣ ।[୧] ମହର୍ଷି ବ୍ୟାସଙ୍କ ଦ୍ୱାରା ଲିଖିତ ୧୮ ପୁରାଣ ମଧ୍ୟରେ ଏହା ଗୋଟିଏ । ନାରଦ ପୁରାଣରେ ଶିକ୍ଷା, କଳ୍ପ, ବ୍ୟାକରଣ, ଜ୍ୟୋତିଷ (ଏବଂ ଗଣିତ) ଓ ଛନ୍ଦଶାସ୍ତ୍ରର ବିସ୍ତୃତ ବିବରଣା ଥିବା ସହ ଭଗବାନଙ୍କ ଉପାସନାର ଏକ ତଥ୍ୟବହୁଳ ବିବରଣି ମିଳେ। ଏହି ପୁରାଣର ବିଶେଷତା ହେଉଛି—ଏଥିରେ ଅଠରଟି ପୁରାଣଙ୍କ ଅନୁକ୍ରମଣିକା ଦିଆଯାଇଛି ।[୨] ଏହି ପୁରାଣ ସମ୍ବନ୍ଧରେ ଏହା କୁହାଯାଏ ଯେ, ଏହାଙ୍କ ଶ୍ରବଣମାତ୍ରରେ ପାପୀ ମଣିଷ ମଧ୍ୟ ପାପମୁକ୍ତ ହୋଇଯାଆନ୍ତି । ପାପୀଙ୍କ ଉଲ୍ଲେଖ କରି କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ବ୍ରହ୍ମହତ୍ୟାର ଦୋଷୀ, ମଦ୍ୟପାନ କରେ, ମାଂସ ଭକ୍ଷଣ କରେ, ବେଶ୍ୟାଗମନ କରେ,ତାମସିକ ଭୋଜନ କରେ ଏବଂ ଚୋରି କରେ;ସେ ପାପୀ । ଏହି ପୁରାଣର ମୂଳ ବିଷୟ ବିଷ୍ଣୁଭକ୍ତି ।
ସଂରଚନା
[ସମ୍ପାଦନା]ପ୍ରଥମେ ଏହା ୨୫,୦୦୦ ଶ୍ଲୋକର ସଂଗ୍ରହ ଥିଲା, କିନ୍ତୁ ବର୍ତ୍ତମାନର ଲଭ୍ୟ ସଂସ୍କରଣରେ କେବଳ ୨୨,୦୦୦ ଶ୍ଲୋକ ଉପଲବ୍ଧ । ନାରଦ ପୁରାଣ ଦୁଇଟି ଭାଗରେ ବିଭକ୍ତ—ପୂର୍ବ ଭାଗ ଓ ଉତ୍ତର ଭାଗ । ପ୍ରଥମ ଭାଗରେ ସୁତ ଓ ଶୌନକଙ୍କ ସଂବାଦ, ବ୍ରହ୍ମାଣ୍ଡର ସୃଷ୍ଟି ଓ ପ୍ରଳୟ, ଶୁକଦେବଙ୍କ ଜନ୍ମ, ମନ୍ତ୍ରୋଚ୍ଚାର ଶିକ୍ଷା, ପୂଜା ପଦ୍ଧତି, ବିଭିନ୍ନ ମାସର ବ୍ରତ ଓ ସେମାନଙ୍କ ଫଳ ଉଲ୍ଲେଖ ଅଛି । ଦ୍ୱିତୀୟ ଭାଗରେ ଭଗବାନ ବିଷ୍ଣୁଙ୍କ ନାନା ଅବତାରର କଥାମାଳା ଅଛି ।[୨]
ପୂର୍ବ ଭାଗ
[ସମ୍ପାଦନା]ପୂର୍ବ ଭାଗରେ ୧୨୫ ଅଧ୍ୟାୟ ଅଛି। ଏଠି ଜ୍ଞାନର ବିଭିନ୍ନ ଅଧ୍ୟାୟର ସଂପୂର୍ଣ୍ଣ ବର୍ଣ୍ଣନା ମିଳେ। ଐତିହାସିକ କଥାଗୁଡିକ, ଗୁପ୍ତ ଧାର୍ମିକ ଆନୁଷ୍ଠାନ, ଧର୍ମର ସ୍ୱରୂପ, ଭକ୍ତିର ମହତ୍ତ୍ୱ, ବ୍ୟାକରଣ, ନିରୁକ୍ତ, ଜ୍ୟୋତିଷ, ମନ୍ତ୍ରବିଜ୍ଞାନ, ଦ୍ୱାଦଶ ମାସର ବ୍ରତକଥା, ଏକାଦଶୀ ମାହାତ୍ମ୍ୟ, ଗଙ୍ଗାମାହାତ୍ମ୍ୟ, ଏବଂ ବ୍ରହ୍ମାଙ୍କ ମାନସପୁତ୍ର—ସନକ, ସନନ୍ଦନ, ସନାତନ, ସନତ୍କୁମାର ଓ ନାରଦଙ୍କ ସଂବାଦର ବିସ୍ତୃତ ଓ ଅଲୌକିକ ବର୍ଣ୍ଣନା ଅଛି ।[୨] ଅଠରଟି ପୁରାଣର ତାଲିକା ଓ ସେମାନଙ୍କ ମନ୍ତ୍ରସଂଖ୍ୟାର ଉଲ୍ଲେଖ ମଧ୍ୟ ଏଠି ମିଳେ ।[୨]
ଉତ୍ତର ଭାଗ
[ସମ୍ପାଦନା]ଉତ୍ତର ଭାଗରେ ୮୨ ଅଧ୍ୟାୟ ଅଛି। ଏଠି ମହର୍ଷି ବଶିଷ୍ଠ ଓ ଋଷି ମାନ୍ଧାତାଙ୍କ ବିବେଚନା ମିଳେ। ଏଠି ବେଦର ଛଅ ଅଙ୍ଗର ବିଶ୍ଳେଷଣ ହୋଇଛି—ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷ ।
ଶିକ୍ଷା
[ସମ୍ପାଦନା]ଶିକ୍ଷାରେ ସ୍ୱର, ବର୍ଣ୍ଣ ଆଦିର ଉଚ୍ଚାରଣ, ମନ୍ତ୍ରର ରାଗ, ସ୍ୱର, ଗ୍ରାମ, ମୂର୍ଛନା, ମନ୍ତ୍ରର ଋଷି, ଛନ୍ଦ ଓ ଦେବତାଙ୍କ ପରିଚୟ, ଗଣେଶ ପୂଜାର ବିଧି ଇତ୍ୟାଦି ଅଛି।
କଳ୍ପ
[ସମ୍ପାଦନା]କଳ୍ପରେ ହବନ, ଯଜ୍ଞ ଆଦି ଆନୁଷ୍ଠାନର ବିବରଣି ଅଛି । ଏଥି ଅତିରିକ୍ତ ୧୪ ମନ୍ବନ୍ତରକୁ ଚାରି ଲକ୍ଷ ବତିଶ ହଜାର ବର୍ଷର ଏକ କାଳ ଭାବେ ଗଣାଯାଏ, ଯାହା ବ୍ରହ୍ମାଙ୍କ ଗୋଟିଏ ଦିନ ।
ବ୍ୟାକରଣ
[ସମ୍ପାଦନା]ବ୍ୟାକରଣରେ ଶବ୍ଦର ରୂପ, ସିଦ୍ଧି ଆଦିର ସଂପୂର୍ଣ୍ଣ ବିବେଚନା ଏଥିରେ ଅଛି ।
ନିରୁକ୍ତ
[ସମ୍ପାଦନା]ନିରୁକ୍ତରେ ଶବ୍ଦର ଉତ୍ପତ୍ତି, ରୂଢ଼ ଓ ଯୋଗିକ ଅର୍ଥର ବିଶ୍ଳେଷଣ ହୁଏ ।
ଜ୍ୟୋତିଷ
[ସମ୍ପାଦନା]ଜ୍ୟୋତିଷରେ ଗଣିତ (ସିଦ୍ଧାନ୍ତ), ଜାତକ (ହୋରା), ଗ୍ରହନକ୍ଷତ୍ରର ଫଳ, ଗ୍ରହଗତି, ସୂର୍ୟ ସଂକ୍ରାନ୍ତି ଆଦି ବିଷୟ ସମ୍ମିଳିତ ।[୩]
ଛନ୍ଦ
[ସମ୍ପାଦନା]ଛନ୍ଦରେ ବୈଦିକ ଓ ଲୌକିକ ଛନ୍ଦର ଲକ୍ଷଣ, ବିଭାଗ ଆଦି ଅଛି । ବେଦୀୟ ଛନ୍ଦ—ଗାୟତ୍ରୀ, ଶମ୍ବରୀ, ଅତିଶମ୍ବରୀ; ଲୌକିକ ଛନ୍ଦ—ମାତ୍ରିକ ଓ ବାର୍ଣ୍ଣିକ। ଛନ୍ଦ ଛଡ଼ା ବେଦର ସଂଗୀତିକ ପାଠ ସମ୍ଭବ ନୁହେଁ, ତେଣୁ ବେଦକୁ "ଛାନ୍ଦସ" ମଧ୍ୟ କୁହାଯାଏ ।ପୁରାତନ ଗୁରୁକୁଳ କିମ୍ବା ଆଶ୍ରମଗୁଡିକରେ ଶିଷ୍ୟମାନଙ୍କୁ ୧୪ ପ୍ରକାର ବିଦ୍ୟା ଶିଖାଯାଉଥିଲା—ଚାରି ବେଦ, ଛଅ ବେଦାଙ୍ଗ, ପୁରାଣ, ଇତିହାସ, ନ୍ୟାୟ ଓ ଧର୍ମଶାସ୍ତ୍ର ।
ଆଧାର
[ସମ୍ପାଦନା]- ↑ www.MWPX.com, MWPX. "Sage Narada - Pushtikul Satsang Mandal | Forums | Disscuss it all. ". pushtikul.com. Retrieved 2025-11-26.
- 1 2 3 4 Rocher 1986, p. 203.
- ↑ Hayashi, Takao (1993). "The Mathematical Section of the "Nāradapurāṇa"". Indo-Iranian Journal. 36 (1): 1–28. ISSN 0019-7246.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |