ନାମେରି ଜାତୀୟ ପାର୍କ
Nameri National Park | |
---|---|
IUCN Category II (National Park) | |
ଅବସ୍ଥାନ | Sonitpur Assam India |
ପାଖ ସହର | Tezpur, India |
କ୍ଷେତ୍ରଫଳ | 200 km2 (77.2 sq mi) |
ସ୍ଥାପିତ | 1978 |
ପରିଚାଳନା | Ministry of Environment and Forests, Government of India |
ନାମେରି ଜାତୀୟ ପାର୍କ ଭାରତୀୟ ରାଜ୍ୟ ଆସାମର ସୋନିତପୁର ଜିଲ୍ଲାରେ ପୂର୍ବ ହିମାଲୟ ପର୍ବତର ପଦ ଦେଶରେ ଥିବା ଏକ ଜାତୀୟ ପାର୍କ । ଏହା ସୋନ୍ତପୁରଠାରୁ ପ୍ରାୟ 35 କିଲୋମିଟର ଦୁରବର୍ତୀ । ନିକଟସ୍ଥ ଗ୍ରାମ ଚାରିଦୁଆର ଠାରୁଏହା 9 କିଲୋମିଟର ଦୂରରେ ରହିଛି । [୧]
ମାନେରୀର ଉତ୍ତରରେ ଅରୁଣାଚଳ ପ୍ରଦେଶର ପାଖୁଇ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି ।ଉଭୟ ମିଶି ପ୍ରାୟ 1000 ବର୍ଗ କିଲୋମିଟର ସ୍ଥାନରେ ରହିଛି । ଏହା ମଧ୍ୟରୁ ନାମେରିର ଅଞ୍ଚଳ 200 ବର୍ଗକିଲୋମିଟର । [୨]
ବ୍ୟୁପତ୍ତି
[ସମ୍ପାଦନା]1978 ଅକ୍ଟୋବର 17 ତାରିଖରେ ଏହା ଜଙ୍ଗଲ ରିଜର୍ଭ ଭାବରେ ସ୍ୱୀକୃତି ପାଇଥିଲା । ଏହା 1985 ମସିହାରେ ନାମେରି ଅଭୟାରଣ୍ୟ ଭାବରେ 137 ବର୍ଗ କିଲୋମିଟର ସ୍ଥାନକୁ ନେଇ ହେଇଥିଲା । ସେତେବେଲୀଠାରୁ ବହୁ ସଂଖ୍ୟାରେ ବୃକ୍ଷ କଟା ଯାଉଥିଲା । ଏହା ପରେ 1998 ମସିହାରେ ଏହା ସହ ଆହୁରି 75 ବର୍ଗ କିଲୋମିଟର ଅଞ୍ଚଳ ଯୋଡ଼ା ହେଇ ତାହାକୁ ଜାତୀୟ ପାର୍କ ଭାବେ ଗ୍ରହଣ କରାଗଲା ।
ଏହା ମଧ୍ୟ ଦେଇ ପ୍ରସିଦ୍ଧ ଜିଆ ଭୋରୋଲି ନଦୀ ଯାଇଛି । ଏହି ନଦୀ ଅଞ୍ଚଳରେ ଇବିସ୍ୱିଲ୍ଲ ନାମକ ସୁନ୍ଦର ପକ୍ଷୀ ଦେଖାଯାନ୍ତି । [୩]
ବୃକ୍ଷ ରାଜି
[ସମ୍ପାଦନା]ଏଠାରେ ଜଙ୍ଗଲ ଅରଧ ସବୁଜ । ମୃତ୍ତିକା ଆର୍ଦ୍ର ରହିଥାଏ । ଏଠାରେ ଘଞ୍ଚ ଅରଣ୍ୟରେ ବାଉଁଶ ଜାତୀୟ ବୃକ୍ଷୀ ବେଶୀ ପରାୟମାନରେ ହୁଏ । ଏହା ବ୍ଯତୀତ ଅନନ୍ୟ ବୃକ୍ଷ ମଧ୍ୟ ରହିଥାଏ । .[୨]
ପଶୁପକ୍ଷୀ
[ସମ୍ପାଦନା]ଏଠାରେ ବହୁ ସଂଖ୍ୟାରେ ହାତୀ ରହିଥାନ୍ତି । ଏହା ବ୍ଯତୀତ ବାଘ , ଚିତାବାଘ , ସଂବର , ଗୌର ଭାଲୁ , ହିମାଳୟନ ଭାଲୁ ଆଦି ରହନ୍ତି ।
300ରୁ ବେସୀ ପ୍ରଜାତିର ପକ୍ଷୀ ଏଠାରେ ଦେଖାଯାଇଥାନ୍ତି । .[୪]
ପର୍ଯ୍ୟଟକ ଆକର୍ଷଣ
[ସମ୍ପାଦନା]- ନଦୀ ଭ୍ରମଣ : ପାର୍କରେ ବହୁ ସଂଖ୍ୟାରେ ନଦୀ ପ୍ରବାହିତ ହୁଏ । ଏହି ନଦୀ ମାନଙ୍କରେ ଗୋଲ୍ଡେନ ମଶର ନାମକ ମାଛ 3ରୁ 9 ଫୁଟ ଯାଏ ଲମ୍ବ ହେଇଥାନ୍ତି । ତାହା ଧରିବାକୁ ଅନେକ ପର୍ଯ୍ୟଟକ ଆସନ୍ତି ଓ ନଉକାରେ ମାଛ ଧରନ୍ତି ।
- ନାମରି ନଦୀ ସୁନାବ୍ୟା ହେଇଥିବାରୁ ନୌ ଚାଳନା ପାଇଁ ଉପଯୁକ୍ତ ।
- ଟ୍ରେକିଙ୍ଗ - ଅରଣ୍ୟ ମଧ୍ୟରେ ଟ୍ରେକିଙ୍ଗ ପାଇଁ ମଧ୍ୟ ଉପଯୁକ୍ତ ସ୍ଥଳ ରହିଛି ।
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Nameri National Park travel guide from Wikivoyage