Jump to content

ନାଥୁରାମ ଗୋଡ଼ସେ

ଉଇକିପିଡ଼ିଆ‌ରୁ
ନାଥୁରାମ ବିନାୟକ ଗୋଡ଼ସ
ନାଥୁରାମ ଗୋଡ଼ସ
Godse at his trial for the murder of Mahatma Gandhi in 1948
ଜନ୍ମ
Ramachandra Vinayak Godse

(1910-05-19)୧୯ ମଇ ୧୯୧୦
ମୃତ୍ୟୁ୧୫ ନଭେମ୍ବର ୧୯୪୯(1949-11-15) (ବୟସ ୩୯)
Ambala Central Jail, East Punjab, India
(present-day Haryana, India)
ମୃତ୍ୟୁର କାରଣStrangulation due to botched execution by hanging[]
ପ୍ରସିଦ୍ଧିAssassination of Mahatma Gandhi
Criminal statusExecuted
Conviction(s)Murder
କରିଥିବା ହତ୍ୟା
ଅପରାଧର ଶିକାରMahatma Gandhi
ତାରିଖ30 January 1948
Writing career
ସାହିତ୍ୟ କୃତିWhy I Killed Gandhi
ସମ୍ପର୍କୀୟGopal Godse (brother)

ନାଥୁରାମ ବିନାୟକ ଗୋଡ଼ସେ (୧୯ ମଇ ୧୯୧୦ – ୧୫ ନଭେମ୍ବର ୧୯୪୯) ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଥିଲେ । ସେ ୩୦ ଜାନୁଆରୀ ୧୯୪୮ ରେ ନୂଆଦିଲ୍ଲୀରେ ଗାନ୍ଧୀଙ୍କୁ ଛାତିରେ ତିନିଥରି ଗୁଳି ମାରିଥିଲେ । ପୁଣେର ଏହି ହିନ୍ଦୁ ରାଷ୍ଟ୍ରବାଦୀଙ୍କ ମତରେ ଗାନ୍ଧୀ ଭାରତ ବିଭାଜନ ସମୟରେ ମୁସଲମାନଙ୍କ ଅସଂଗତ ରାଜନୈତିକ ଦାବିକୁ ସମର୍ଥନ କରିଥିଲେ । ନାରାୟଣ ଆପ୍ଟେ ଓ ଅନ୍ୟ ୬ ଜଣଙ୍କ ସହିତ ମିଶି ସେ ଗାନ୍ଧୀଙ୍କ ହତ୍ୟାର ଚକ୍ରାନ୍ତ କରିଥିଲେ । ପ୍ରାୟ ୧ ବର୍ଷ ଧରି ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲିବା ପରେ, ୮ ନଭେମ୍ବର ୧୯୪୯ ରେ ଗୋଡସେଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଦଣ୍ଡକୁ ପରିବର୍ତ୍ତନ କରିବା ପାଇଁ ଗାନ୍ଧୀଙ୍କ ଦୁଇ ପୁଅ — ମଣିଲାଲ ଗାନ୍ଧୀରାମଦାସ ଗାନ୍ଧୀ — ଅନୁରୋଧ କରିଥିଲେ, କିନ୍ତୁ ଏହି ଅନୁରୋଧକୁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଉପପ୍ରଧାନମନ୍ତ୍ରୀ ବଲ୍ଲଭଭାଇ ପଟେଲ ଓ ଗଭର୍ନର ଜେନେରାଲ୍ ସି. ରାଜଗୋପାଳାଚାରୀ ପ୍ରତ୍ୟାଖ୍ୟାନ କରିଥିଲେ । ୧୫ ନଭେମ୍ବର ୧୯୪୯ ରେ ଗୋଡସେଙ୍କୁ ଅମ୍ବାଲା ସେଣ୍ଟ୍ରାଲ୍ ଜେଲରେ ଫାସି ଦିଆଯାଇଥିଲା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ନାଥୁରାମ ବିନାୟକ ରାଓ ଗୋଡସେଙ୍କ ଜନ୍ମ ଏକ ମରାଠୀ ଚିତପାୱନ୍ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତା ବିନାୟକ ୱାମନରାଓ ଗୋଡସେ, ଏକ ଡାକ କର୍ମଚାରୀ ଥିଲେ; ମାତା ଥିଲେ ଲକ୍ଷ୍ମୀ (ନବ ଗୋଦାବରୀ) । ଜନ୍ମ ସମୟରେ ତାଙ୍କ ନାମ ଥିଲା ରାମଚନ୍ଦ୍ର । ଏକ ଦୁର୍ଭାଗ୍ୟଜନକ ଘଟଣାରୁ ସେ “ନାଥୁରାମ” ନାମ ପାଇଥିଲେ । ତାଙ୍କ ଜନ୍ମ ପୂର୍ବରୁ ମାତା,ପିତାଙ୍କ ୩ ପୁଅ ଓ ୧ ଝିଅ ଥିଲେ, କିନ୍ତୁ ୩ଟି ପୁଅର ଶିଶୁକାଳରେ ମୃତ୍ୟୁ ହୋଇଥିଲା । ପୁରୁଷ ଶିଶୁଙ୍କ ଉପରେ କୌଣସି ଅଭିଶାପ ଅଛି ବୋଲି ଭୟରୁ, ଛୋଟ ରାମଚନ୍ଦ୍ରକୁ କିଛି ବର୍ଷ ପର୍ଯ୍ୟନ୍ତ ଝିଅଟିଏପରି ପାଳନ କରାଯାଇଥିଲା । ତାଙ୍କ ନାକରେ ଛେଦ କରି “ନଥ” (ନାକର ଅଳଙ୍କାର) ପିନ୍ଧାଇଥିଲେ । ଏହି କାରଣରୁ ସେ “ନାଥୁରାମ” ଅର୍ଥାତ୍ “ନାକରେ ନଥ ପିନ୍ଧିଥିବା ରାମ” ନାମରେ ପରିଚିତ ହେଲେ । ପରେ ତାଙ୍କ ଛୋଟଭାଇ ଜନ୍ମିଲାପରେ, ତାଙ୍କୁ ପୁଅ ଭାବରେ ପରିଚିତ କରାଇଲେ ।

ଗୋଡସେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ବାରାମତୀର ଏକ ସ୍ଥାନୀୟ ବିଦ୍ୟାଳୟରେ ପଢିଲେ, ତା ପରେ ସେ ପୁଣେରେ ଏକ ସମ୍ପର୍କୀୟ ମାଉସୀଙ୍କ ସହିତ ରହି, ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ପାଇବାକୁ ଯାଇଥିଲେ ।

ରାଜନୈତିକ ଜୀବନ ଓ ବିଚାରଧାରା

[ସମ୍ପାଦନା]

ଗୋଡସେ ହାଇସ୍କୁଲ୍ ଛାଡିଦେଇ ହିନ୍ଦୁ ରାଷ୍ଟ୍ରବାଦୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଓ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତା ହେଲେ । କିନ୍ତୁ ସଠିକ ଭାବେ ସେ କେବେ ସଦସ୍ୟ ହେଲେ ଏହା ସ୍ପଷ୍ଟ ନୁହେଁ ।

RSS ସଦସ୍ୟତା

[ସମ୍ପାଦନା]

ଗୋଡସେ ୧୯୩୨ ରେ ସାଙ୍ଗଲୀ (ମହାରାଷ୍ଟ୍ର) ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ରେ ଯୋଗଦେଲେ । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ସହିତ ସହିତ ହିନ୍ଦୁ ମହାସଭାର ସଦସ୍ୟ ମଧ୍ୟ ରହିଲେ । ସେ ବାରମ୍ବାର ଖବରକାଗଜରେ ଲେଖା ଲେଖି, ନିଜର ବିଚାର ପ୍ରଚାର କରୁଥିଲେ । ଏହି ସମୟରେ, ଗୋଡସେ ଓ M.S. ଗୋଲୱାଲକର (ଯିଏ ପରେ RSS ମୁଖ୍ୟ ହେଲେ) ଏକାସାଙ୍ଗରେ କାମ କରୁଥିଲେ । ସେମାନେ ବାବାରାଓ ସାବରକରଙ୍କ “ରାଷ୍ଟ୍ର ମୀମାଂସା” ପୁସ୍ତକର ଇଂରାଜୀ ଅନୁବାଦ କରିଥିଲେ । କିନ୍ତୁ ଗୋଲୱାଲକର ସମସ୍ତ କୃତିତ୍ୱ ନେଲାପରେ ଦୁଇଜଣଙ୍କ ମଧ୍ୟରେ ବିରୋଧ ହେଲା । ୧୯୪୨ ରେ, ବିଜୟାଦଶମୀରେ, ଗୋଡସେ “ହିନ୍ଦୁ ରାଷ୍ଟ୍ର ଦଳ” ସ୍ଥାପନା କଲେ, ଯଦିଓ RSS ଓ ହିନ୍ଦୁ ମହାସଭାର ସଦସ୍ୟତା ରଖିଲେ ।

୧୯୪୬ ରେ ସେ RSS ଛାଡିବା ଓ ହିନ୍ଦୁ ମହାସଭାରେ ଯୋଗଦେବାକୁ ଦାବି କଲେ । କିନ୍ତୁ ଐତିହାସିକ ତଥ୍ୟ ଏହାକୁ ସମର୍ଥନ କରେନାହିଁ । ୨୦୨୦ ରେ ପ୍ରକାଶିତ କାରବାନ ପତ୍ରିକାର ତଦନ୍ତରୁ ଜଣାପଡ଼ିଲା ଯେ, ନିଜର ଶେଷ ଦିନ ପର୍ଯ୍ୟନ୍ତ RSS ରେ ସେ ସଦସ୍ୟତା ବଜାୟ ରଖିଥିଲେ । ତାଙ୍କ ପରିବାର ବହୁବାର କହିଥିଲେ ଯେ, ସେ RSS କେବେ ଛାଡିନଥିଲେ; RSS ସହିତ ସେ ହିନ୍ଦୁ ମହାସଭାର ସଦସ୍ୟତା ମଧ୍ୟ ରଖିଥିଲେ ।[]

ମହାତ୍ମା ଗାନ୍ଧୀଙ୍କ ହତ୍ୟା

[ସମ୍ପାଦନା]

୩୦ ଜାନୁଆରୀ ୧୯୪୮ ରେ ସନ୍ଧ୍ୟା ୫ଟା ୧୭ ମିନିଟ୍‌ରେ, ଗାନ୍ଧୀ ନୂଆଦିଲ୍ଲୀର ବିର୍ଲା ହାଉସରେ ପ୍ରାର୍ଥନା ସଭା ପାଇଁ ଯାଉଥିବାବେଳେ, ଗୋଡସେ ଭିଡ଼ରୁ ବାହାରି ସାମ୍ନାକୁ ଆସି, ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଲେ । ଗାନ୍ଧୀ ସଙ୍ଗେ ସଙ୍ଗେ ତଳେ ପଡ଼ିଗଲେ । ଭିଡ଼ ତୁରନ୍ତ ସ୍ତବ୍ଧ ହୋଇଗଲା ।

ଏହି ସମୟରେ, ୩୨ ବର୍ଷ ବୟସର ଯୁକ୍ତରାଷ୍ଟ୍ରର ଉପ-କଉନସୁଲ୍ ହର୍ବର୍ଟ ରିନର୍ (ଜୁନିଅର୍) ଗୋଡସେଙ୍କୁ ଧରି ସେ କିଛି ସୈନ୍ୟଙ୍କ ହାତରେ ଦେଲେ । ସୈନ୍ୟମାନେ ସଙ୍ଗେ ସାଙ୍ଗେ ତାଙ୍କ୍ ହାତରୁ ବନ୍ଧୁକ ଛଡାଇନେଲେ । ରିନର୍ ଗୋଡସେଙ୍କୁ ସେନା ଓ ପୋଲିସ ଆସିବା ପର୍ଯ୍ୟନ୍ତ ଧରି ରଖିଥିଲେ । ପରେ ସେ କହିଲେ, “ଗୋଡସେଙ୍କୁ ଦେଖି ଲାଗୁଥିଲା ସେ ନିଜେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ସେ କିପରି ସହଜରେ ସେ ତାଙ୍କର ଯୋଜନାକୁ ସଫଳ କରିଦେଲେ ।”

ଗାନ୍ଧୀଙ୍କୁ ବିର୍ଲା ହାଉସର ତାଙ୍କ କୋଠରୀକୁ ନିଆଯାଇଥିଲା । କିଛି କ୍ଷଣ ପରେ ସେ ଚିରନିଦ୍ରାରେ ଶୋଇପଡ଼ିଥିଲେ ।[]

ଦେଶଭକ୍ତ ଭାବେ ଚିତ୍ରଣ

[ସମ୍ପାଦନା]

୨୦୧୪ରେ ଭାରତୀୟ ଜନତା ପାର୍ଟି (ଭାଜପା) ଶାସନକୁ ଆସିବାପରେ, ହିନ୍ଦୁ ମହାସଭା ଗୋଡସେଙ୍କୁ ପୁନର୍ବାସ କରିବା ଓ ତାଙ୍କୁ ଜଣେ ଦେଶଭକ୍ତ ଭାବରେ ପ୍ରଦର୍ଶନ କରିବା ପାଇଁ ପ୍ରୟାସ ଆରମ୍ଭ କଲା । ଭାଜପା ୩୦ ଜାନୁଆରୀ ୨୦୧୫ରେ, ଗାନ୍ଧୀଙ୍କ ପୁଣ୍ୟତିଥିରେ ଦେଶଭକ୍ତ ନାଥୁରାମ ଗୋଡସେ ନାମରେ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ମୁକ୍ତି ପାଇଁ ପ୍ରସ୍ତୁତ କଲା । ଗୋଡସେ ପାଇଁ ମନ୍ଦିର ତିଆରି କରିବା ଓ ୩୦ ଜାନୁଆରୀକୁ ଶୌର୍ଯ୍ୟ ଦିବସ ଭାବରେ ପାଳନ କରିବା ପାଇଁ ପ୍ରୟାସ ହୋଇଥିଲା । ଏହି ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରକୁ ନିଷେଧ କରିବାକୁ ପୁଣେ କୋର୍ଟରେ ଏକ ସିଭିଲ୍ ସୁଟ୍‌ ମଧ୍ୟ ଦାୟର ହୋଇଥିଲା ।[]

ମଇ ୨୦୧୯ରେ, ଭାରତୀୟ ନିର୍ବାଚନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ, ଭୋପାଳରୁ ଭାଜପା ପ୍ରାର୍ଥୀ ପ୍ରଜ୍ଞା ଠାକୁର ଗୋଡସେଙ୍କୁ “ଦେଶଭକ୍ତ” ବୋଲି କହିଥିଲେ । ତୀବ୍ର ସମାଲୋଚନା ହେବା ପରେ, ସେ ପରେ କ୍ଷମା ପ୍ରାର୍ଥନା କଲେ ।[]

ଭାରତରେ ହିନ୍ଦୁ ରାଷ୍ଟ୍ରବାଦ ଆହୁରି ବ୍ୟାପକ ହେଉଥିବା ସହିତ, ଗୋଡସେଙ୍କ ମୂର୍ତ୍ତି ଓ ମନ୍ଦିରମାନଙ୍କ ନିର୍ମାଣ ହେଉଛି । ତାଙ୍କ ନାମରେ ମେରଠ ସହରର ନାମ ପରିବର୍ତ୍ତନ ପ୍ରସ୍ତାବ ରଖାଯାଇଥିଲା, କିନ୍ତୁ ଜିଲ୍ଲାଧିକାରୀ ଏହି ପରିବର୍ତ୍ତନର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଦେଲେ ।[]

  1. Nash 1981, p. 69.
  2. Bandyopadhyay, Sekhar (2009-06-03). Decolonization in South Asia: Meanings of Freedom in Post-independence West Bengal, 1947–52 (in ଇଂରାଜୀ). Routledge. ISBN 978-1-134-01824-6.
  3. Venugopal, Vasudha (2016-09-08). "Nathuram Godse never left RSS, says his family". The Economic Times. ISSN 0013-0389. Retrieved 2025-09-29.
  4. "And the Mahatma said... - Newindpress.com". www.newindpress.com. Archived from the original on 2008-02-01. Retrieved 2025-09-29.
  5. "Pune court to hear suit against Godse film". The Hindu (in Indian English). 2014-12-25. ISSN 0971-751X. Retrieved 2025-10-01.
  6. "Under fire, BJP's Pragya Thakur apologises for calling Godse a 'deshbhakt'". The Indian Express (in ଇଂରାଜୀ). 2019-05-16. Retrieved 2025-10-01.
  7. "Gandhi's Killer Evokes Admiration as Never Before (Published 2020)" (in ଆମେରିକୀୟ ଇଂରାଜୀ). 2020-02-04. Retrieved 2025-10-01.