ନାଜିଫା ତୁଶି
ନାଜିଫା ତୁଶି | |
|---|---|
নাজিফা তুষি | |
| ଜନ୍ମ | ୧୪ ଅକ୍ଟୋବର ୧୯୯୮ |
| ଜାତୀୟତା | ବଙ୍ଗଳାଦେଶୀ |
| ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ୍ ଟିଭି ଉପସ୍ଥାପିକା |
| ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
| ଉଲ୍ଲେଖନୀୟ କୃତି | ହାୱା, ନେଟୱାର୍କର୍ ବାଇରେ, ସିଣ୍ଡିକେଟ୍ |
| ପୁରସ୍କାର | ଲକ୍ସ ଚେନାଲ୍ ଆଇ ସୁପର୍ଷ୍ଟାର୍ ୨୦୧୪ର ୧ମ ଉପ-ବିଜେତା[୧] |
ନାଜିଫା ଅଞ୍ଜୁମ ତୁଶି[୨] (Bengali: নাজিফা আনজুম তুষি; ଜନ୍ମ: ୧୪ ଅକ୍ଟୋବର ୧୯୯୮) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ୍ ଓ ଟିଭି ଉପସ୍ଥାପିକା । ସେ ୨୦୧୪ ମସିହାରେ ବଙ୍ଗଳାଦେଶରେ ଆୟୋଜିତ ଲକ୍ସ ଚେନାଲ୍ ଆଇ ସୁପର୍ଷ୍ଟାର୍ ୨୦୧୪ର ୧ମ ଉପ-ବିଜେତା ଥିଲେ ।[୩] ସେ ହାୱା, ନେଟୱାର୍କର୍ ବାଇରେ ଭଳି ବଙ୍ଗଳାଦେଶୀ କଥାଚିତ୍ର ଏବଂ ବଙ୍ଗଳାଦେଶୀ ଟିଭି ଧାରାବାହିକ ସିଣ୍ଡିକେଟ୍ରେ କାମ କରିବା ପାଇଁ ଜଣାଶୁଣା ।[୪][୫][୬] ସେ ବାଂଲାଦେଶ ସ୍ଥିତ ଇନ୍ଡିପେଣ୍ଡେଣ୍ଟ ବିଶ୍ୱବିଦ୍ୟାଳୟରୁ ସ୍ନାତନ କରିଥିଲେ ।[୭]
ପେଷା
[ସମ୍ପାଦନା]୨୦୧୪ ମସିହାରେ, ବାଂଲାଦେଶରେ ଆୟୋଜିତ ଲକ୍ସ ଚେନାଲ୍ ଆଇ ସୁପର୍ଷ୍ଟାର୍ରେ ସେ ପ୍ରଥମ ଉପ-ବିଜେତା ଥିଲେ ।[୧] ୨୦୧୬ ମସିହାରେ, ବଙ୍ଗଳାଦେଶୀ କଥାଚିତ୍ର ଆଇସ୍ କ୍ରିମ୍ ଜରିଆରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୮] ଏହାପରେ, ସେ ବଙ୍ଗଳାଦେଶୀ ଟେଲିଭିଜ ଓ ମ୍ୟୁଜିକ୍ ଭିଡିଓରେ କାମ କରିଥିଲେ ।[୧][୯][୧୦] ୨୦୧୯ ମସିହାର ଶେଷ ଭାଗରେ, ସେ ଅନ୍ୟ ଏକ କଥାଚିତ୍ର ହାୱାରେ ଅଭିନୟ କରିଥିଲେ ।[୧୧] ଏହି କଥାଚିତ୍ରଟିର ୨୦୨୨ ମସିହାରେ ମୁକ୍ତିଲାଭ କରିଥିଲା ।[୧୨] ଏହାପରେ, ସେ ତାଙ୍କ ପାଠପଢ଼ା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ ।[୧୩]
ହାୱା କଥାଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ, ତାଙ୍କ ଅଭିନୀତ ପ୍ରଥମ ୱେବ୍ ସିରିଜ୍ ନେଟ୍ୱାର୍କର୍ ବାଇରେ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା ।[୬] ଏହାର ମୁକ୍ତିଲାଭ ପରେ, ସେ ଓ ତାଙ୍କର କିଛି ସାଥୀ-କଳାକାରଙ୍କ ସହିତ ଦୁର୍ଘଟଣାରେ ଶିକାର ହୋଇଥିଲେ ।[୧୪] ପରବର୍ତ୍ତୀ ସମୟରେ, ସେ ଅସ୍ତ୍ରୋପଚାର ପାଇଁ ଭାରତ ଆସିଥିଲେ ।[୧୩]
ସେ ଅନ୍ୟ ଏକ ୱେବ୍ ସିରିଜ୍ ସିଣ୍ଡିକେଟ୍ରେ କାମ କରିଥିଲେ ।[୧୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର/ସିରିଜ୍ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୬ | ଆଇସ୍ କ୍ରିମ୍ | ନାଜିଫା | ପ୍ରଥମ କଥାଚିତ୍ର |
| ୨୦୨୧ | ନେଟୱାର୍କର ବାଇରେ | ସମିୟା | ଚୋର୍କି ୱେବ୍ ଫିଲ୍ମ |
| ଅଥୋର୍ବ ପ୍ରେମେର ଗଳ୍ପୋ | କ୍ଷୁଦ୍ର ଚଳଚ୍ଚିତ୍ର | ||
| ଦି ଡାର୍କ ସାଇଡ୍ ଅଫ୍ ଢାକା | ଆଇଥିଏଟର୍ ୱେବ୍ ଫିଲ୍ମ | ||
| ୨୦୨୨ | ସ୍କୁଟି | ଚୋର୍କି କ୍ଷୁଦ୍ର ଚଳଚ୍ଚିତ୍ର | |
| ସିଣ୍ଡିକେଟ୍ | ଚୋର୍କି ୱେବ୍ ସିରିଜ୍ | ||
| କ୍ରସ୍ରୋଡ୍ | ବିଞ୍ଜ୍ ୱେବ୍ ସିରିଜ୍ | ||
| ନିଶିଦ୍ଧୋ ବାଶୋର | |||
| ହାୱା | ଗୁଲ୍ଟି | ||
| ୨୦୨୫ | ତାଣ୍ଡୋବ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Nazifa Tushi models in TVC for first time". The Independent. 22 August 2016. Archived from the original on 2018-08-10.
- ↑ "Nadia new Lux Channel i superstar". Prothom Alo. November 8, 2014. Archived from the original on 2024-06-16.
- ↑ Alom, Zahangir (November 10, 2014). "Beauty, glamour and glitz". The Daily Star.
- ↑ "Nazifa Tushi: Fell in love with method acting after Hawa". The Business Standard. September 17, 2022.
- ↑ Samaddar, Ashley Shoptorshi (July 30, 2022). "Getting to know 'Gulti'". The Daily Star.
- ↑ ୬.୦ ୬.୧ Samaddar, Ashley Shoptorshi (21 August 2021). "A scintillating story of love and friendship". The Daily Star.
- ↑ অপেক্ষার ফল পেলেন তুষি. Desh Rupantor (in Bengali). 20 October 2019. Archived from the original on 2024-06-16.
- ↑ "Nazifa Tushi-starrer 'Ice-Cream' releasing today". The Independent. 29 April 2016.
- ↑ "Nazifa Tushi in new venture". The Independent. 14 March 2017. Archived from the original on 3 October 2018.
- ↑ "CMV releases musical thriller Naa". Dhaka Tribune. 1 April 2017.
- ↑ "Hawa wraps up shooting". The Business Standard. 23 November 2019.
- ↑ "Mejbaur Rahman Sumon's 'Hawa' trailer released". Dhaka Tribune (in ଇଂରାଜୀ). 2022-06-08. Retrieved 2022-06-18.
- ↑ ୧୩.୦ ୧୩.୧ ୧୩.୨ Samaddar, Ashley Shoptorshi (5 March 2022). "Targeting celebrities just for 'clout' is wrong: Nazifa Tushi". The Daily Star.
- ↑ "Actors among five injured as speeding car crashes into pole in Gulshan". Dhaka Tribune. 27 August 2021.
ବାହାର ଲିଙ୍କ୍
[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ ନାଜିଫା ତୁଶି-ସମ୍ପର୍କିତ ମିଡ଼ିଆ