ନାଜମା ଅନୱର

ଉଇକିପିଡ଼ିଆ‌ରୁ
ନାଜମା ଅନୱର
নাজমা আনোয়ার
Bornc. 1941
ମୁନ୍ସିଗଞ୍ଜ ଜିଲ୍ଲା, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ ଭାରତ
Died୧୪ ଡିସେମ୍ବର ୨୦୦୪(2004-12-14) (ବୟସ ୬୨–୬୩)
Nationalityବଙ୍ଗଳାଦେଶୀ
Occupationଅଭିନେତ୍ରୀ
Years active୧୯୮୧-୨୦୦୪

ନାଜମା ଅନୱର ( ପ୍ରାୟ ୧୯୪୧ - ୧୪ ଡିସେମ୍ବର ୨୦୦୪) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ତଥା ନାଟକ କାର୍ଯ୍ୟକର୍ତ୍ତା ଥିଲେ । ସେ ହଜାର ବାଛୋର ଧରେ (୨୦୦୫), ଦୁଖାଇ (୧୯୯୭) ଜୟଯାତ୍ରା (୨୦୦୪), ଶଙ୍ଖୋନିଲ କରାଗର (୧୯୯୨), ଚିତ୍ରକୋଣ୍ଡା: ଦି ଲଷ୍ଟ ଷ୍ଟପଓଭର (୨୦୦୦), ଶଙ୍ଖନାଦ (୨୦୦୪) ଅଦି ଲୋକପ୍ରିୟ ବଙ୍ଗଳାଦେଶି କଥାଚିତ୍ରରେ ଅଭିନୟ କରିଥିଲେ । ଏଥି ସହିତ ସେ ଇବଲିଶ, କୋଥାଓ କେଉ ନେଇ, ଏବଂ ତାହାର ଭଳି କିଛି ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନାଜମା ୧୯୪୧ ମସିହାରେ ତତ୍କାଳୀନ ବ୍ରିଟିଶ ଭାରତର ମୁନ୍ସିଗଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସରକାରୀ ହାରାଗଙ୍ଗା କଲେଜରେ ଆରବୀୟ ପ୍ରଧ୍ୟାପକ ଥିଲେ ।[୧] ଯେତେବେଳେ ସେ ସ୍କୁଲରେ ଷଷ୍ଠ ଶ୍ରେଣୀ ଶେଷ କରିଥିଲେ ସେତେବେଳେ ସେ ପରିବାର ସହିତ ଢାକା ପଳାଇ ଯାଇଥିଲେ ।[୩][୪]

ଅଭିନୟ ଜୀବନ[ସମ୍ପାଦନା]

୧୯୬୦ ଦଶକରେ ସେ ଢାକା ଡ୍ରାମା ସର୍କଲରେ ଯୋଗ ଦେଇଥିଲେ ଏବଂ ଅଭିନୟ ଜୀବନର ଆରମ୍ଭ କରିଥିଲେ । ୧୯୮୧ ମସିହାରେ, ସେ ବାଂଲାଦେଶର ଏକ ଥିଏଟର ସଂସ୍ଥା, ଆରଣ୍ୟକ ନାଟ୍ୟଦଳରେ ଯୋଗ ଦେଇଥିଲେ ।[୫][୬]

୨୦୦୧ ମସିହାରେ, ସେ ସ୍ୱାଧୀନତା ସଂଗ୍ରାମୀ ତାରାମନ୍ ବିବିଙ୍କ ଜୀବନୀ ଉପରେ ଆଧାରିତ ଦୂରଦର୍ଶନ ନାଟକ କରିମାନ ବେୱାରେ ଅଭିନୟ କରିଥିଲେ ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ତାଙ୍କର ପାଞ୍ଚଜଣ ସନ୍ତାନ ଥିଲେ। ତାଙ୍କ ଝିଅ ଇଶ୍ରାତ୍ ନିଶତ୍ (ମୃତ୍ୟ: ୨୦୨୦) ଜଣେ ଥିଏଟର କାର୍ଯ୍ୟକର୍ତ୍ତା ଥିଲେ ।[୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଶଙ୍ଖୋନିଲ କରାଗର (୧୯୯୨)
  • ଦୁଖାଇ (୧୯୯୭)
  • ଚିତ୍ରକୋଣ୍ଡା: ଦି ଲଷ୍ଟ ଷ୍ଟପଓଭର (୨୦୦୦)
  • ଜୟଯାତ୍ରା (୨୦୦୪)
  • ଶଙ୍ଖନାଦ (୨୦୦୪)
  • ହଜାର ବାଛୋର ଧରେ (୨୦୦୫)

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Charanji, Kavita (2 July 2004). "Najma Anwar: A grassroots actress Getting under the skin of her characters". The Daily Star. No. Web Edition Vol. 5 Num 36. Archived from the original on 26 July 2018. Retrieved 4 March 2019.
  2. "Actress Nazma Anwar passes away". No. Vol. 5 Num 36. The Daily Star. 16 December 2004. Archived from the original on 27 July 2018. Retrieved 26 July 2018.
  3. কে বলে গো সেই প্রভাতে নেই আমি. The Daily Ittefaq (in Bengali). 2016-12-15. Retrieved 2018-10-03.
  4. নাজমা আনোয়ার : ক্রমেই ম্লান হয়ে যায় যেসব মানুষেরা. www.theatrewala.net (in Bengali). Retrieved 2018-12-31.
  5. Ahmed, Afsar (2004-12-20). "Theatre activists pay homage to Najma Anwar". The Daily Star. Archived from the original on 2019-03-06. Retrieved 2019-03-04.
  6. Zaker, Sara. "In memory of Najma Anwar". The Daily Star. Archived from the original on 2019-03-06. Retrieved 2018-12-31.
  7. "Thespian Ishrat Nishat passes away". The Daily Star (in ଇଂରାଜୀ). 2020-01-21. Retrieved 2020-01-21.

ବାହାର ଆଧାର[ସମ୍ପାଦନା]