Jump to content

ନରହରି ପରୀଖ

ଉଇକିପିଡ଼ିଆ‌ରୁ
ନରହରି ପରୀଖ
ଜନ୍ମ ଓ ଜନ୍ମସ୍ଥାନନରହରି ଦ୍ୱାରକାଦାସ ପରୀଖ
(1891-10-07)୭ ଅକ୍ଟୋବର ୧୮୯୧
ଅହମଦାବାଦ, ଗୁଜରାଟ
ମୃତ୍ୟୁ୧୫ ଜୁଲାଇ ୧୯୫୭(1957-07-15) (ବୟସ ୬୫)
ସ୍ଵରାଜ ଆଶ୍ରମ, Bardoli
ବୃତ୍ତିଲେଖକ, ସମାଜ ସୁଧାରକ ଓ ସ୍ଵାଧୀନତା ସଂଗ୍ରାମୀ
ଭାଷାଗୁଜରାଟୀ
ଜାତୀୟତାଭାରତୀୟ
ଶିକ୍ଷା
  • Bachelor of Arts
  • Bachelor of Law
ସାହିତ୍ୟର ଆନ୍ଦୋଳନIndian independence movement
ସାହିତ୍ୟ କୃତି
  • Manav Arthshastra (1945)
  • Mahadevbhainu Purvacharit (1950)
ଜୀବନସାଥୀମଣିବେନ
ସନ୍ତାନବନମାଳା (କନ୍ୟା)
ମୋହନ(ପୁତ୍ର)

ନରହରି ଦ୍ୱାରକାଦାସ ପରୀଖ (ଗୁଜରାଟୀ: નરહરિ દ્રારકાદાસ પરીખ; ଜନ୍ମ – ୭ ଅକ୍ଟୋବର ୧୮୯୧, ଅହମଦାବାଦ, ଗୁଜରାଟ; ମୃତ୍ୟୁ – ୧୯୫୭) ଭାରତର ଜଣେ ଲେଖକ, ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସୁଧାରକ ଥିଲେ । ଗାନ୍ଧୀଜୀଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ସେ ସମସ୍ତ ଜୀବନ ଗାନ୍ଧୀଜୀ ସମ୍ବନ୍ଧୀୟ ସଂସ୍ଥାଗୁଡ଼ିକ ସହ ଜଡ଼ିତ ଥିଲେ । ଗାନ୍ଧୀଜୀ ନିଜ ଇଚ୍ଛାପତ୍ରରେ ମହାଦେବ ଦେଶାଇ ଓ ନରହରି ପରୀଖଙ୍କୁ ଟ୍ରଷ୍ଟି ଭାବେ ନିଯୁକ୍ତ କରିଥିଲେ । ୧୯୩୭ରେ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେବା ସମୟରେ ନରହରି ପରୀଖଙ୍କୁ ମୌଳିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ସେ ଜଣେ ଭଲ ଲେଖକ ଭାବେ ମଧ୍ୟ ପରିଚିତ ଥିଲେ । ସେ କେତେକ ଜୀବନୀ, ଆତ୍ମକଥା ଲେଖିଥିଲେ, ସହକର୍ମୀମାନଙ୍କର କୃତି ସମ୍ପାଦନ କରିଥିଲେ ଓ କିଛି ଅନୁବାଦ କାମ କରିଥିଲେ । ତାଙ୍କର ଲେଖନୀରେ ସର୍ବଦା ଗାନ୍ଧୀବାଦର ପ୍ରତିଫଳନ ଥିଲା ।

ଜନ୍ମ ଓ ଶିକ୍ଷା

[ସମ୍ପାଦନା]

ନରହରି ପରୀଖଙ୍କ ଜନ୍ମ ୭ ଅକ୍ଟୋବର ୧୮୯୧ରେ ଗୁଜରାଟର ଅହମଦାବାଦରେ ହୋଇଥିଲା ।[] ସେମାନଙ୍କ ପରିବାର କଥଲାଲ (ବର୍ତ୍ତମାନ ଖେଡା ଜିଲ୍ଲାରେ)ର ମୂଳ ନିବାସୀ ଥିଲେ। ସେ ୧୯୦୬ରେ ମାଟ୍ରିକ ପାସ୍ କଲେ ଏବଂ ୧୯୧୧ରେ ‘ଗୁଜରାଟ କଲେଜ’ରୁ ଇତିହାସ ଓ ଅର୍ଥଶାସ୍ତ୍ରରେ BA ଡିଗ୍ରୀ ଲାଭ କରିଥିଲେ। ପରେ କଳାରେ ସ୍ନାତକ ଏବଂ ମୁମ୍ବାଇରୁ ଆଇନର ଡିଗ୍ରୀ ଲାଭ କଲେ । ୧୯୧୩ରେ ସେ ମହାଦେବ ଦେସାଇଙ୍କ ସହ ଓକିଲାତି ଆରମ୍ଭ କଲେ । ୧୯୧୫ରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିବାବେଳେ ମହାଦେବ ଦେସାଇ ଓ ନରହରି ପରୀଖ ତାଙ୍କୁ ଭେଟିଲେ ଓ ପରବର୍ତ୍ତୀ ସମୟରେ ସଦା ସର୍ବଦା ତାଙ୍କ ଅନୁଗାମୀ ହୋଇ ରହିଲେ । ୧୯୧୬ରେ ସେ ଓକିଲାତି ଛାଡି ସାମାଜିକ ସୁଧାର ଆନ୍ଦୋଳନ ଓ ପରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ ।

ସେ ଅସ୍ପୃଶ୍ୟତା, ମଦ୍ୟପାନ ଓ ନିରକ୍ଷରତା ବିରୋଧରେ ଆନ୍ଦୋଳନ କଲେ । ମହିଳାମାନଙ୍କ ସ୍ୱାଧୀନତା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସେବା ଓ ଭାରତୀୟମାନଙ୍କ ଦ୍ୱାରା ଚାଲିଥିବା ପାଠଶାଳା ପାଇଁ କାମ କଲେ । ୧୯୧୭ରେ ଜେଲରୁ ମୁକୁଳିବା ପରେ ସେ ସାବରମତୀ ଆଶ୍ରମରେ କାକା କାଲେଲକର, କିଶୋରୀଲାଲ ମଶରୁୱାଳାଙ୍କ ସହ ରାଷ୍ଟ୍ରୀୟ ଶାଳାରେ ଶିକ୍ଷକ ଭାବେ ଯୋଗ ଦେଲେ । ପରେ ସେ ଚମ୍ପାରଣକୁ ଯାଇଥିଲେ, ଯେଉଁଠି ଗାନ୍ଧୀଜୀ ସତ୍ୟାଗ୍ରହ କରୁଥିଲେ ।

୧୯୨୦ରେ ‘ଗୁଜରାଟ ବିଦ୍ୟାପୀଠ’ ସ୍ଥାପିତ ହେବାବେଳେ ସେଠାକୁ ତାଙ୍କୁ ପଠାଯାଇଥିଲା ଏବଂ ପରେ ସେ ସେଠାର ଉପକୁଳପତି ହେଲେ। ସେ ହରିଜନ ଆଶ୍ରମର ପରିଚାଳନା କରିଥିଲେ । 1928ରେ ସେ ସରଦାର ପଟେଲଙ୍କ ସହ ବର୍ଦ୍ଦୋଲି ସତ୍ୟାଗ୍ରହରେ ଭାଗ ନେଲେ । ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ସେ ପୋଲିସ ଲାଠିର ଶିକାର ହେବା ସହ ୩ ବର୍ଷର କାରାଦଣ୍ଡ ପାଇଲେ ।

୧୯୩୭ରେ ସେ ମୌଳିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ହେଲେ । ୧୯୪୦ରେ ସେ ସେବାଗ୍ରାମଗ୍ରାମସେବକ ବିଦ୍ୟାଳୟର ପ୍ରାଚାର୍ୟ ହୋଇଥିଲେ । ସେ କିଛି ବର୍ଷ ପର୍ଯ୍ୟନ୍ତ ଗାନ୍ଧୀଙ୍କ ସଚିବ ଥିଲେ । ସେ ନବଜୀବନ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିଥିଲେ।[]

ଗାନ୍ଧୀଜୀ ଆଗାଖାଁ ମହଲରୁ ମୁକ୍ତି ପରେ, କିଛି ସମୟ ପର୍ଯ୍ୟନ୍ତ ନରହରି ପରୀଖ ତାଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ହୋଇଥିଲେ । ଗାନ୍ଧୀଙ୍କ ମୃତ୍ୟୁ ପରେ, ତାଙ୍କ ଅସ୍ଥିକୁ ସାବରମତୀ ନଦୀରେ ବିସର୍ଜନ କରିବା ପୂର୍ବରୁ ତାହା ଅହମଦାବାଦସ୍ଥିତ ତାଙ୍କର ଗୃହରେ ରଖାଯାଇଥିଲା ।

୧୯୪୭ରେ ସେ ପକ୍ଷାଘାତରେ ପୀଡ଼ିତ ହେଲେ । ୧୫ ଜୁଲାଇ ୧୯୫୭ରେ ପକ୍ଷାଘାତ ଓ ହୃଦ୍‌ଗତି ଜନିତ ରୋଗରେ ଆକ୍ରାନ୍ତ ହୋଇ ବର୍ଦ୍ଦୋଳି ସ୍ୱରାଜ ଆଶ୍ରମରେ ତାଙ୍କର ମୃତ୍ୟୁ ହୋଇଥିଲା।[]

ସାହିତ୍ୟ କୃତି

[ସମ୍ପାଦନା]

ନରହରି ପରୀଖ ଜଣେ ସୁଲେଖକ ଭାବେ ପରିଚିତ । ସେ କିଶୋରୀଲାଲ ମଶରୁୱାଳା, ମହାଦେବ ଦେସାଇ ଓ ସର୍ଦ୍ଦାର ପଟେଲଙ୍କ ଜୀବନୀ ଲେଖିଥିଲେ । ମହାଦେବଭାଇଙ୍କ ଡାଇରୀର ସମ୍ପାଦନ ସେ କରିଥିଲେ ।

ତାଙ୍କ କୃତିଗୁଡିକ ମଧ୍ୟରେ —

  • ମହାଦେବ ଦେସାଇ (୧୯୫୦)
  • ସରଦାର ବଲ୍ଲଭଭାଇ (ଭାଗ ୧–୨, ୧୯୫୦, ୧୯୫୨)
  • ଶ୍ରେୟରଥିନୀ ସାଧନା (୧୯୫୩, କିଶୋରୀଲାଲ ମଶରୁୱାଳା)
  • ମାନବ ଅର୍ଥଶାସ୍ତ୍ର (୧୯୪୫)
  • ସାମବେଦ ଓ ସର୍ବୋଦୟ (୧୯୩୪), ବର୍ଦ୍ଧା କେଲ୍ଭିନୋ ପ୍ରୟାଗ (୧୯୩୯), ୟନ୍ତରାନୀ ମେରିଦା (୧୯୪୦)

ସେ ମହାଦେବ ଦେସାଇଙ୍କ ସହିତ ମିଶି ରବୀନ୍ଦ୍ରନାଥ ଠାକୁରଙ୍କ କିଛି କୃତିର ସହ-ଅନୁବାଦ କରିଥିଲେ, ଯଥା ଚିତ୍ରାଙ୍ଗଦା (୧୯୧୬), ବିଦାୟ ଅଭିଶାପ (୧୯୨୦), ପ୍ରାଚୀନ ସାହିତ୍ୟ (୧୯୨୨) । ଏହା ବ୍ୟତୀତ ସେ ଲିଓ ଟଲଷ୍ଟୟଙ୍କ କିଛି କୃତିର ମଧ୍ୟ ଅନୁବାଦ କରିଥିଲେ; ଜାତେ ମଜୁରୀ କର୍ଣ୍ଣାରାଓନେ (୧୯୨୪) ଏବଂ ତ୍ୟାରେ କରିଶୁ ଶୁ? (୧୯୨୫–୨୬, ରଙ୍ଗ ଅବଧୂତଙ୍କ ସହିତ) ।[]

ସେ ମଣିବେନଙ୍କୁ ବିବାହ କରିଥିଲେ । ତାଙ୍କ ଝିଅ ଥିଲେ ବନମାଳା ଓ ପୁଅ ଥିଲେ ମୋହନ (ଜନ୍ମ ୨୪ ଅଗଷ୍ଟ ୧୯୨୨) ଥିଲେ ।

  1. "સવિશેષ પરિચય: નરહરિ પરીખ, ગુજરાતી સાહિત્ય પરિષદ - Narhari Parikh, Gujarati Sahitya Parishad". www.gujaratisahityaparishad.com. Retrieved 2025-09-30.
  2. Shah, Jumana. "Where's Mahatma Gandhi's final will?". DNA India (in ଇଂରାଜୀ). Retrieved 2025-09-30.
  3. Natesan, G. A. (1957). The Indian Review (in ଇଂରାଜୀ). G.A. Natesan & Company.
  4. Shah, Jumana (26 May 2013). "Where's Mahatma Gandhi's final will?". dna. Retrieved 28 April 2017.