Jump to content

ନବନୀତ ଆଦିତ୍ୟ ୱାଇବା

ଉଇକିପିଡ଼ିଆ‌ରୁ
ନବନୀତ ଆଦିତ୍ୟ ୱାଇବା
Background information
ଜନ୍ମକୁର୍ସେଓଙ୍ଗ, ପଶ୍ଚିମବଙ୍ଗ, ଭାରତ
ଜନ୍ମସ୍ଥାନଦାର୍ଜିଲିଂ
ଶୈଳୀନେପାଳୀ ଲୋକଗୀତ, ତମାଙ୍ଗ ସେଲୋ ସରାଥି, ମାଦାଲୟ
ପେଷାନେପାଳୀ ଲୋକଗୀତ ଗାୟିକା
କାର୍ଯ୍ୟକାଳ୨୦୧୬–ଏବେଯାଏଁ
ଲେବଲଓକେଲିସିନ୍
ପିତାମାତା

ନବନୀତ ଆଦିତ୍ୟ ୱାଇବା ଜଣେ ଭାରତୀୟ ଗାୟିକା; ସେ ମୁଖ୍ୟତଃ ନେପାଳୀ ଲୋକଗୀତ ଗାନ କରନ୍ତି । ତାଙ୍କ ମାଆ ହୀରା ଦେବୀ ୱାଇବା ନେପାଳୀ ଲୋକ ସଙ୍ଗୀତର ଜଣେ ଅଗ୍ରଣୀ ଗାୟିକା ଥିଲେ ।[] ସେ ଓ ତାଙ୍କ ସାନ ଭାଇ ସତ୍ୟ ଆଦିତ୍ୟ ୱାଇବା (ପ୍ରଯୋଜକ/ପରିଚାଳକ) ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରି ପ୍ରାମାଣିକ ପାରମ୍ପରିକ ନେପାଳୀ ଲୋକଗୀତ ପ୍ରସ୍ତୁତ କରି ଲୋକସଙ୍ଗୀତ ଶୈଳୀର ସାରକୁ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ।[][][][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ତାଙ୍କ ମାତା ହୀରା ଦେବୀ ୱାଇବା ଓ ବାତା ରତନ ଲାଲ ଆଦିତ୍ୟ । ସେ ଭାରତର ପଶ୍ଚିମବଙ୍ଗର ପାହାଡ଼ିଆ ସହର କୁର୍ସିୟୋଙ୍ଗରେ ଜନ୍ମଗ୍ରହଣ କରିଥିଲେ ।[][][]

ଶିକ୍ଷା ଓ ସଙ୍ଗୀତ ପୂର୍ବର ପେଶା

[ସମ୍ପାଦନା]

ସେ ଭାରତର ପଶ୍ଚିମବଙ୍ଗର ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ୍ ଇଂରାଜୀ (ଏମ୍‌ଏ) ଡିଗ୍ରୀ ହାସଲ କରିଥିଲେ ।[][] ସେ ହଂକଂର କ୍ୟାଥେ ପ୍ୟାସିଫିକ୍ ଏୟାରଲାଇନ୍ସରେ ବରିଷ୍ଠ ବିମାନ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ।[]

ସଙ୍ଗୀତ ପେଷା

[ସମ୍ପାଦନା]

କାଠମାଣ୍ଡୁର କୁଟୁମ୍ବା ବ୍ୟାଣ୍ଡର ଗୀତଗୁଡ଼ିକୁ ସଙ୍ଗୀତ ଦେଉଥିବାବେଳେ ତାଙ୍କ ଭାଇ ସତ୍ୟ ଆଦିତ୍ୟ ୱାଇବା ଏହାର ପ୍ରଯୋଜନା ଓ ପରିଚାଳନା କରନ୍ତି ।[][][][]

ସଙ୍ଗୀତ ଯାତ୍ରା

[ସମ୍ପାଦନା]

୨୦୧୧ ମସିହାରେ ତାଙ୍କ ମାଅ ହୀରା ଦେବୀ ୱାଇବାଙ୍କ ଦେହାନ୍ତ ପରେ ନବନୀତ ଓ ସତ୍ୟ ମିଳିତ ଭାବେ ପ୍ରାମାଣିକ ପାରମ୍ପରିକ ନେପାଳୀ ଲୋକସଙ୍ଗୀତର ପୁନରୁଦ୍ଧାର, ସୁରକ୍ଷା ଓ ଲୋକପ୍ରିୟ କରିବା ପାଇଁ କାମ ଆରମ୍ଭ କରିଥିଲେ ଯାହା ଦ୍ୱାରା ପରିବାରର ପୁରୁଣା ପିଢ଼ିର ସଙ୍ଗୀତ ପରମ୍ପରାକୁ ଜୀବନ୍ତ ରଖାଯାଇଥିଲା । ସେମାନଙ୍କ ଗୀତଗୁଡ଼ିକ ମୁଖ୍ୟତଃ ନେପାଳୀ ସମାଜରେ ମହିଳାଙ୍କ ସମସ୍ୟା, ସଂଘର୍ଷ ଓ ଅସୁବିଧା ଉପରେ ପ୍ରତିଫଳିତ ହୋଇଥାଏ ।[][][]

ଭାଇ ଓ ଭଉଣୀ ଯୋଡ଼ି ହୀରା ଦେବୀ ୱାଇବାଙ୍କ ଗୀତଗୁଡ଼ିକର ପୁନଃ ସଂଯୋଜନା ତଥା ପୁନଃ ରେକର୍ଡିଂ କରିଥିଲେ ଏବଂ ୨୦୧୫ ମସିହାରେ ସେମାନେ ହୀରା ଦେବୀଙ୍କର ସବୁଠାରୁ ଆଇକନିକ୍ ଓ ଲୋକପ୍ରିୟ ଗୀତଗୁଡ଼ିକୁ ଚୟନ କରିଥିଲେ । ସେମାନେ ଆଲବମ୍‌ର ନାମ 'ଆମା ଲାଇ ଶ୍ରଦ୍ଧାଞ୍ଜଳି- ଟ୍ରିବ୍ୟୁଟ୍ ଟୁ ମଦର୍' ରଖିଥିଲେ ଏବଂ ୩ ନଭେମ୍ବର ୨୦୧୭ରେ ନେପାଳର କାଠମାଣ୍ଡୁସ୍ଥିତ ଐତିହାସିକ ସ୍ଥାନ ପାଟନ ମ୍ୟୁଜିୟମରେ ଏହାକୁ ମୁକ୍ତିଲାଭ କରିଥିଲେ ।[][][୧୦][୧୧][୧୨][୧୩]

  1. ୧.୦ ୧.୧ ୧.୨ "Daughter revives Mother's songs". The Telegraph. 26 January 2017. Archived from the original on 2 February 2017.
  2. "Music Khabar हिरादेवी वाइवाका गीतलाई पुनर्जीवन - Music Khabar". 2018-06-10. Archived from the original on 2018-06-10. Retrieved 2020-06-28.
  3. "CARRYING FORWARD HER MOTHER'S LEGACY - NAVNEET ADITYA WAIBA". WOW Magazine Nepal | World Of Women (in ଆମେରିକୀୟ ଇଂରାଜୀ). 2020-12-01. Archived from the original on 2023-02-14. Retrieved 2021-03-13.
  4. "CARRYING FORWARD HER MOTHER'S LEGACY - NAVNEET ADITYA WAIBA". WOW Magazine Nepal | World Of Women (in ଆମେରିକୀୟ ଇଂରାଜୀ). 2020-12-01. Archived from the original on 2023-02-14. Retrieved 2021-04-07.
  5. ୫.୦ ୫.୧ ୫.୨ ୫.୩ मरहट्टा, विनीता (2016-03-17). "आमाका गीतलाई पुनर्जन्म दिँदै". The Annapurna Post. Archived from the original on 2018-03-12. Retrieved 2018-03-12.
  6. ୬.୦ ୬.୧ ୬.୨ ୬.୩ ୬.୪ "हीरादेवीलाई सम्झाउँदै" (in ନେପାଳୀ). Archived from the original on 20 June 2017. Retrieved 2018-03-07.
  7. ୭.୦ ୭.୧ ୭.୨ "Songs of Tribute". Archived from the original on 12 December 2017. Retrieved 2 January 2018.
  8. "Kantipur News". Archived from the original on 20 June 2017. Retrieved 23 February 2018.
  9. "Tribute to a Mother - Namsadhim". Archived from the original on 2018-02-23.
  10. "Daughter of Legendary Singer Late. Hira Devi Waiba Revives Her Songs". Darjeeling News, Kalimpong News, Kurseong News, Darjeeling Hills, Gorkhaland News by Darjeeling Times (in ଆମେରିକୀୟ ଇଂରାଜୀ). 2017-01-28. Retrieved 2018-03-11.[permanent dead link]
  11. "फरिया ल्याइदेछन् तेइ पनि राता घनन !". Sambad Post (in ଆମେରିକୀୟ ଇଂରାଜୀ). 2017-11-04. Archived from the original on 12 March 2018. Retrieved 2018-03-12.
  12. "आमाको गीत गाएर नवनीतले नचाइन् कालेबुङलाई - खबरम्यागजिन". खबरम्यागजिन (in ଆମେରିକୀୟ ଇଂରାଜୀ). 2018-02-03. Archived from the original on 27 March 2018. Retrieved 2018-03-26.
  13. "Sounds of 2016". My Republica (in ଇଂରାଜୀ). Archived from the original on 2016-12-30. Retrieved 2018-03-11.

ବାହାର ଲିଙ୍କ୍

[ସମ୍ପାଦନା]