ନବକଳେବର କଥା

ଉଇକିପିଡ଼ିଆ‌ରୁ
ନବକଳେବର କଥା  
ଲେଖକଅସିତ ମହାନ୍ତି
ଭାଷାଓଡ଼ିଆ
ବିଭାଗଗବେଷଣା
ପ୍ରକାଶକଆମ ଓଡ଼ିଶା, ଭୁବନେଶ୍ୱର
ପ୍ରକାଶ ତାରିଖ୨୦୧୫
ମାଧ୍ୟମ ପ୍ରକାରଛପାବହି

ନବକଳେବର କଥା ଜଗନ୍ନାଥଙ୍କ ନବକଳେବର ସମ୍ବନ୍ଧିତ ତଥ୍ୟ, ତତ୍ତ୍ୱ,କିମ୍ବଦନ୍ତୀ ଓ ଇତିହାସକୁ ଆଧାର ରଚିତ ଏକ ଓଡ଼ିଆ ବହି । ଏହା ଅସିତ ମହାନ୍ତିଙ୍କଦ୍ୱାରା ସଂକଳିତ ଓ ଆମ ଓଡ଼ିଶା, ଭୁବନେଶ୍ୱରରୁ ପ୍ରକାଶିତ ।[୧] ଦାରୁ ସଂଗ୍ରହ ପାଇଁ ଚତୁର୍ଦ୍ଧା ବିଗ୍ରହଙ୍କ ଆଜ୍ଞାମାଳ, ଦାରୁଯାତ୍ରୀ ଦଳର ଆଦି ଶିବିର :ଜଗନ୍ନାଥ ବଲ୍ଲଭ ମଠ, ଆଜ୍ଞାମାଳ ସହ ଶଗଡ଼ରେବନଯାଗ ସାମଗ୍ରୀ, ଶେଷ ଶିବିର : କାକଟପୁରରଦେଉଳିମଠ, ବିଗ୍ରହ ଉପଯୋଗୀ ଦାରୁବୃକ୍ଷଙ୍କରଲକ୍ଷଣ ବିଚାର, ଦାରୁ ସଂଗ୍ରହ, ଦାରୁ ପରିବହନ,ଦାରୁ ନିର୍ମାଣ ଓ ପ୍ରତିଷ୍ଠା, ଘଟ ପରିବର୍ତ୍ତନ ଓପାତାଳି ପର୍ବ, ମହାଅଣସର ଓ ସପ୍ତାବରଣ,ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଆଦି ପ୍ରସଙ୍ଗକୁ ସୁନ୍ଦର ଭାବରେ ବିଶ୍ଳେଷଣକରାଯାଇଛି । ପରିଶିଷ୍ଟରେ ନବକଳେବରର ଘଟ ପରିବର୍ତ୍ତନକାରୀ,ନବକଳେବରର ଦାରୁ ପ୍ରାପ୍ତି ସ୍ଥାନ ଆଦି ସଂଯୋଜିତ । ୨୦୧୫ରନବକଳେବରର ବିଭିନ୍ନ ଫଟୋ ମଧ୍ୟ ସ୍ଥାନ ପାଇଛି । ଜଗନ୍ନାଥ ଓ ନବକଳେବରଭଳି ଅସ୍ପଷ୍ଟ ଓ ରହସ୍ୟମୟ କଥାକୁ ଏଥିରେ ବେଶ୍‍ ବୋଧଗମ୍ୟ ଓ ପ୍ରାଞ୍ଜଳଶୈଳୀରେ ଉପସ୍ଥାପିତ କରାଯାଇଛି ।[୨]

ପୁସ୍ତକଟି ବଙ୍ଗଳା ଭାଷାରେ ଅନୁବାଦିତ ହୋଇ କଲିକତାର "ପ୍ରଭା ପ୍ରକାଶନ" ଆନୁକୁଲ୍ୟରେ ପ୍ରକାଶ ପାଇଛି । ଅନୁବାଦ କରିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦିକା "ଭାରତୀ ନନ୍ଦୀ" ।[୩]

ଆଧାର[ସମ୍ପାଦନା]

  1. http://sambad.in/state/nabakalebara-katha-book-translation-in-bengali-language-release-61421/
  2. "ଜ୍ଞାନ ବିଜ୍ଞାନ". ସମାଜ. 1 September 2015. Retrieved 1 September 2015.
  3. ସମ୍ବାଦ ୦୬/୦୧/୨୦୧୮କଲିକତା ସଂସ୍କରଣ ପୃଷ୍ଠା ୪ (PDF) http://www.sambadepaper.com/epaperpdf/06012018/06-md-kal-4.pdf. Retrieved 25 May 2018. {{cite news}}: Missing or empty |title= (help)[permanent dead link]