Jump to content

ନଫିସା ଅଲି

ଉଇକିପିଡ଼ିଆ‌ରୁ
ନଫିସା ଅଲି
Nafisa Ali at the premiere of the film Lahore
ଜନ୍ମ
ଅନ୍ୟ ନାମNafisa Ali Sodhi
ବୃତ୍ତିସମୂହ
  • Actress
  • model
  • politician
ସକ୍ରିୟ ବର୍ଷ1978–present
ରାଜନୈତିକ ଦଳTrinamool Congress (2021–present)[]
ଅନ୍ୟ ରାଜନୈତିକ
ସଂଯୋଗ
Indian National Congress
Samajwadi Party
ବୈବାହିକ-ସାଥୀR. S. Sodhi

ନଫିସା ଅଲି (ବେଙ୍ଗାଲୀ ଉଚ୍ଚାରଣ: [ˈnafiˌsa ˈali]) ଜଣେ ଭାରତୀୟ ଅଭିନେତ୍ରୀ, ରାଜନେତ୍ରୀ, ସାମାଜିକ କର୍ମୀ ଏବଂ ପୂର୍ବତନ ମିସ୍‌ ଇଣ୍ଡିଆ।[] ସେ ‘ଇଭ୍‌ସ୍‌ ଉଇକ୍‌ଲି ମିସ୍‌ ଇଣ୍ଡିଆ’ ର ବିଜେତା ଥିଲେ ଏବଂ ‘ମିସ୍‌ ଇଣ୍ଟରନ୍ୟାଶନାଲ୍‌’ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ରନର୍-ଅପ୍‌ ହୋଇଥିଲେ। ସେ ‘‘ଜୁନୁନ’’ ଏବଂ ‘‘ଲାଇଫ ଇନ ଏ ମେଟ୍ରୋ’’ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସମାଲୋଚକମାନଙ୍କ ନିକଟରୁ ପ୍ରଶଂସା ଲାଭ କରିଥିଲେ।[] ସେ ଅଖିଳ ଭାରତୀୟ ତୃଣ୍ମୂଳ କଂଗ୍ରେସର ମଧ୍ୟ ଜଣେ ସଦସ୍ୟା।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ନଫିସା ଅଲିଙ୍କ ଜନ୍ମ କଲିକତାରେ ହୋଇଥିଲା । ତାଙ୍କ ପିତା ଅହମଦ ଅଲି ଜଣେ ବଙ୍ଗାଳୀ ଥିଲେ ଏବଂ ମାତା ଫିଲୋମେନା ଟୋରେସାନ ଅଙ୍ଗ୍ଲୋ-ଇଣ୍ଡିଆନ୍‌ ବଂଶୋଦ୍ଭବା ଥିଲେ । ତାଙ୍କ ପିତୃମହ ଏସ୍ ୱାଜିଦଦ୍ ଅଲ୍ଲୀ ଜଣେ ବେଙ୍ଗଲି ଲେଖକ ଥିଲେ। ତାଙ୍କ ପିଉସୀ ଜୈବ ଉନ୍ନିସାହମିଦୁଲ୍ଲା ପାକିସ୍ତାନୀ ସାମ୍ବାଦିକା ଥିଲେ। ନଫିସାଙ୍କ ସମ୍ପର୍କ ବାଙ୍ଗ୍ଲାଦେଶୀ ସ୍ୱାଧୀନତା ସୈନିକ ଅଖତାର ଅହମଦଙ୍କ ସହ ମଧ୍ୟ ରହିଛି।[] ପରେ ତାଙ୍କ ମାତା ଅଷ୍ଟ୍ରେଲିଆକୁ ପ୍ରବାସ କରିଥିଲେ।[]

ନଫିସା କଲିକତାର ଲା ମାଟ୍ରିନେରି (La Martiniere, Calcutta) ରେ ଶିକ୍ଷା ଗ୍ରହଣ କରିଥିଲେ, ସେଠାରେ ସେ ହାଉସ୍‌ କ୍ୟାପ୍ଟେନ୍‌ ଥିଲେ।[] ସେ ସ୍ଵାମୀ ଚିନ୍ମୟାନନ୍ଦଙ୍କ ଠାରୁ ବେଦାନ୍ତ ଶିକ୍ଷା ଗ୍ରହଣ କରିଥିଲେ, ଯିଏ ଚିନ୍ମୟ ସେଣ୍ଟର୍ ଅଫ୍‌ ୱାର୍ଲ୍ଡ ଅଣ୍ଡରଷ୍ଟାଣ୍ଡିଂର ସ୍ଥାପନା କରିଥିଲେ।

ପେଶା ଜୀବନ

[ସମ୍ପାଦନା]

କ୍ରୀଡା ଏବଂ ଫ୍ୟାଶନ୍‌

[ସମ୍ପାଦନା]

ନଫିସା ଅଲି ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ସେ ୧୯୭୨ ରୁ ୧୯୭୪ ପର୍ଯ୍ୟନ୍ତ ଜାତୀୟ ସନ୍ତରଣ ଚ୍ୟାମ୍ପିଅନ୍‌ ଥିଲେ। ୧୯୭୬ ମସିହାରେ ସେ ‘ଇଭ୍‌ସ୍‌ ଉଇକ୍‌ଲି ମିସ୍‌ ଇଣ୍ଡିଆ’ ପଦବୀ ଜିତିଥିଲେ ଏବଂ ‘ମିସ୍‌ ଇଣ୍ଟରନ୍ୟାଶନାଲ୍‌’ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍-ଅପ୍‌ ହୋଇଥିଲେ। ୧୯୭୯ ମସିହାରେ ସେ କଲିକତା ଜିମ୍‌ଖାନାରେ ଜକି ଭାବେ ମଧ୍ୟ କାମ କରିଥିଲେ।

ଅଭିନୟ ଜୀବନ

[ସମ୍ପାଦନା]

ସେ ବହୁ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯାହାମଧ୍ୟରୁ ଉଲ୍ଲେଖନୀୟ ହେଲା ‘‘ମେଜର ସାବ୍‌’’ (୧୯୯୮)ରେ ଅମିତାଭ ବଚ୍ଚନଙ୍କ ସହ, ‘‘ବେୱାଫା’’ (୨୦୦୫), ‘‘ଗୁଜାରୀଶ୍‌’’ (୨୦୧୦) ଏବଂ ‘‘ୟମଲା ପଗଲା ଦିୱାନା’’ (୨୦୧୧)ରେ ଧର୍ମେନ୍ଦ୍ରଙ୍କ ସହ ଅଭିନୟ। ସେ ମଲୟାଳମ୍‌ ଚଳଚ୍ଚିତ୍ର ‘‘ବିଗ୍‌ ବି’’ (୨୦୦୭)ରେ ମାମୁଟିଙ୍କ ସହ ଅଭିନୟ କରିଥିଲେ।

ରାଜନୈତିକ ଜୀବନ

[ସମ୍ପାଦନା]

୨୦୦୪ ମସିହାରେ ସେ ଦକ୍ଷିଣ କଲିକତାରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ବିଫଳ ହୋଇଥିଲେ। ୫ ଏପ୍ରିଲ ୨୦୦୯ରେ ସେ ଲକ୍ଷ୍ନୌରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିଥିଲେ, ଯେତେବେଳେ ସଞ୍ଜୟ ଦତ୍ତଙ୍କୁ ସୁପ୍ରିମ୍‌ କୋର୍ଟ୍‌ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯାଇଥିଲା। ପରେ ନଭେମ୍ବର ୨୦୦୯ରେ ସେ ପୁନର୍ବାର ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ। କିନ୍ତୁ ଅକ୍ଟୋବର ୨୦୨୧ରେ ସେ ପୁନଃ ଅଖିଳ ଭାରତୀୟ ତୃଣ୍ମୂଳ କଂଗ୍ରେସରେ ଯୋଗଦେଇ ୨୦୨୨ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଦସ୍ୟା ହୋଇଥିଲେ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ କର୍ଣ୍ଣେଲ୍‌ ରବିନ୍ଦର ସିଂହ ସୋଢ଼ୀଙ୍କ ସହ ବିବାହିତ, ଯିଏ ଜଣେ ପୋଲୋ ଖେଳାଳି ଏବଂ ଅର୍ଜୁନ ପୁରସ୍କାର ବିଜେତା। ବିବାହ ପରେ ସେ କାର୍ଯ୍ୟଜୀବନରୁ ବିରତ ହୋଇ ସନ୍ତାନମାନଙ୍କ — ଝିଅ ଆର୍ମାନା ଓ ପିଆ ଏବଂ ପୁଅ ଅଜିତଙ୍କ ଉପରେ ଧ୍ୟାନ ଦେଇଥିଲେ।

ସେପ୍ଟେମ୍ବର ୨୦୦୫ରେ ସେ Children's Film Society of India (CFSI)ର ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଥିଲେ। ସେ ‘ଆକ୍ସନ୍‌ ଇଣ୍ଡିଆ’ ନାମକ ଏକ ସଂଗଠନ ସହ ମଧ୍ୟ ସଂପୃକ୍ତ ଥିଲେ, ଯାହା ଏଡ୍‌ସ୍‌ ସଚେତନତା ପ୍ରଚାର କରେ। ନଭେମ୍ବର ୨୦୧୮ରେ ତାଙ୍କୁ ଷ୍ଟେଜ୍‌–୩ ପେରିଟୋନିଆଲ୍‌ ଏବଂ ଓଭାରିଆନ୍‌ କ୍ୟାନ୍ସର ରୋଗ ନିର୍ଣ୍ଣୟ କରାଯାଇଥିଲା।[]

ଚଳଚ୍ଚିତ୍ର ସୂଚୀ

[ସମ୍ପାଦନା]

ନଫିସା ଅଲିଙ୍କ ଅଭିନୀତ ଚଳଚ୍ଚିତ୍ରର ଏକ ଅସଂପୂର୍ଣ୍ନ ତାଲିକା ହେଉଛି:

  • Junoon (1979)
  • Kshatriya (1993)
  • Aatank (1996)
  • Major Saab (1998)
  • Yeh Zindagi Ka Safar (2001)
  • Bewafaa (2005) – ମିସେସ୍‌ ୱର୍ମା
  • Godfather: The Legend Continues (2007)
  • Big B (2007) – ମେରୀ ଟିଚର୍‌
  • Life in a... Metro (2008)
  • Guzaarish (2010)
  • Pakistan (2010)
  • Yamla Pagla Deewana (2011)
  • Saheb, Biwi Aur Gangster 3 (2018) – ରାଜମାତା ଯଶୋଧରା
  • Max, Min and Meowzaki (2022) – ଜେନିଫର ସେକ୍ୱେରା
  • Uunchai (2022)
  1. "Actor Nafisa Ali joins TMC in Goa ahead of 2022 polls". Indrajit Kundu. 29 October 2021. Retrieved 29 October 2021.
  2. আনন্দবাজার ডট কম সংবাদদাতা. "'রেখা'র হাত ধরে বাংলা ছবিতে নাফিসা! থাকবেন ঋতুপর্ণা-রিয়া সেন, কেন্দ্রীয় চরিত্রে কে?" (in Bengali). Retrieved 2026-02-20.
  3. "Nafisa Ali, When She Was 'Just 21'". www.ndtv.com (in ଇଂରାଜୀ). Retrieved 2026-02-20.
  4. "Leander Paes, Nafisa Ali join Trinamool Congress". The Economic Times. 2021-10-29. ISSN 0013-0389. Retrieved 2026-02-20.
  5. "Major Akhter: Salute and an embrace from our heart | The Opinion Pages". The Opinion Pages (in ଆମେରିକୀୟ ଇଂରାଜୀ). 2016-03-22. Archived from the original on 2018-11-19. Retrieved 2026-02-21.
  6. "Rival has no clue about Nafisa's secret weapon- Hindustan Times". www.hindustantimes.com. Archived from the original on 2018-12-26. Retrieved 2026-02-21.
  7. "Children's Film Society, India". www.cfsindia.org. Archived from the original on 2008-12-22. Retrieved 2026-02-21.
  8. Kundu, Indrajit (2021-10-29). "Actor Nafisa Ali joins TMC in Goa ahead of 2022 polls". India Today (in ଇଂରାଜୀ). Retrieved 2026-02-21.
  9. "Actress Nafisa Ali diagnosed with Stage 3 cancer; Here is what you should know". The Times of India. 2018-11-19. ISSN 0971-8257. Retrieved 2026-02-21.