Jump to content

ନଟବର ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ
ନଟବର ଖୁଣ୍ଟିଆ
ଜନ୍ମ (1945-01-23) ୨୩ ଜାନୁଆରୀ ୧୯୪୫ (ବୟସ ୮୧)
ଗୋପେଇ (ପଣସୁଆପଡ଼ା), କରିଲୋପାଟଣା, ପାଟକୁରା, କେନ୍ଦ୍ରାପଡ଼ା
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିମୋ ପିଲାଦିନର ଆମ ଗାଁ
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪[]

ନଟବର ଖୁଣ୍ଟିଆ(୨୩ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ-ଭାଷୀ ଲେଖକ । ସେ ମୋ ପିଲାଦିନର ଆମ ଗାଁ ପାଇଁ ୨୦୨୪ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ନଟବର ୨୩ ଜାନୁଆରୀ ୧୯୪୫ରେ କେନ୍ଦ୍ରାପଡ଼ା ଜିଲ୍ଲାର ପାତକୁରା ବ୍ଲକ୍ ଅନ୍ତର୍ଗତ ଗୋପେଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୨ରେ ମାଟ୍ରିକ୍ ପାସ୍ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ସହରକୁ ଆସିଲେ । କୃଷି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଶେଷ କରି ରାଜ୍ୟ କୃଷି ବିଭାଗରେ ମାତ୍ର ୧ ବର୍ଷ ପାଇଁ ଚାକିରୀ କରିଥିଲେ । ବ୍ୟାଙ୍କ୍ ଜାତୀୟକରଣ ହେବା ପରେ ସେ ଇଉନାଇଟେଡ଼ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ କୃଷି ଅର୍ଥ ବିଭାଗରେ ଶିକ୍ଷାନବୀସ ଭାବେ ଯୋଗ ଦେଇ ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ବିଭିନ୍ନ ପଦବୀରେ ରହି ସ୍ୱେଚ୍ଛାକୃତ ଭାବେ ୨୦୦୧ରେ ଅବସର ନେଲେ । ୮ମ ଶ୍ରେଣୀରେ ପଢ଼ିବା ବେଳୁ ସେ ଲେଖାଲେଖି କରି ଆସୁଛନ୍ତି । ତା' ଛଡ଼ା ସେ କୃଷି ଓ ଗ୍ରାମ୍ୟ ଅର୍ଥନୀତି ଉପରେ ଜାତୀୟ ସ୍ତରରେ ଇକନମିକ୍ ଟାଇମସ, ବିଜିନେସ୍ ଷ୍ଟାଣ୍ଡାର୍ଡ, ଫିନାନସିଆଲ ଏକ୍ସପ୍ରେସ୍, ଯୋଜନା ଓ ରାଜ୍ୟର ଅନେକ ସମ୍ବାଦପତ୍ର ଓ ପତ୍ରିକାରେ ଅନେକ ଉପାଦେୟ ସ୍ତମ୍ବମାନ ଲେଖିଛନ୍ତି ।[][]

ରଚନାବଳୀ

[ସମ୍ପାଦନା]
  • ମୋ ପିଲାଦିନର ଆମ ଗାଁ
  • କୁନମୁନର ବ୍ୟାଙ୍କ ଦେଖା
  • ଗାନ୍ଧିଜୀଙ୍କ ଅର୍ଥନୈତିକ ବିଚାର
  • ଚାଷ ଓ ଦେଶ
  • ଚାଷ ଚାଷୀ ଓ ଓଡ଼ିଶା
  • ବ୍ୟାଙ୍କ୍ ଜାତୀୟକରଣ ଓ ଓଡ଼ିଶା
  • ନୋବେଲ ବିଜୟୀ ଅମର୍ତ୍ତ୍ୟ ସେନ୍
  • ଆସାମରୁ ଲେଖୁଛି
  • ବୁଲା ନିଶାରେ ବିଜୁ
  • A Handbook for Promotion Test in Banks
  • କୃଷିଚିନ୍ତକ ଜାନକୀବଲ୍ଲଭ
  • ଦୁଇଟି ଆତ୍ମକାହାଣୀ
  • ବିଜୁ ଅଜା
  • କୃଷି ମହା ବିଦ୍ୟାଳୟ : ଜଣେ ଛାତ୍ରର ସ୍ମୃତି
  • ବିଂଶ ଶତାବ୍ଦୀର ବିଂଶ ଓଡ଼ିଆ (ସମ୍ପାଦନା)
  • ହେମ ପତ୍ର (ସମ୍ପାଦନା)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ ୧.୨ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 15 December 2024. Archived from the original on 27 December 2024. Retrieved 12 April 2025.{{cite news}}: CS1 maint: unrecognized language (link)
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୬୨୫. ISBN 81-903352-2-7.
  3. ମହାନ୍ତି, ପ୍ରସନ୍ନ କୁମାର; ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୧୩୨. ISBN 81-7586-097-9.
  4. https://samajaepaper.in/imageview_20_154202522117349_4_73_15-04-2025_6_i_1_sf.html