Jump to content

ନଗେନ ମହାନ୍ତି

ଉଇକିପିଡ଼ିଆ‌ରୁ
ନଗେନ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1930-08-10)୧୦ ଅଗଷ୍ଟ ୧୯୩୦
ବୋଧପୁର, କଟକ, ଓଡ଼ିଶା
ମୃତ୍ୟୁ୨୩ ସେପ୍ଟେମ୍ବର ୨୦୨୫(2025-09-23) (ବୟସ ୯୫)
ବୃତ୍ତିଗ୍ରନ୍ଥାଗାରିକ
ଗବେଷକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ରେଭେନ୍ସା କଲେଜ
ସାହିତ୍ୟ କୃତିଓଡ଼ିଆ ଚରିତକୋଷ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର (୨୦୨୫)
ଜୀବନସାଥୀପ୍ରତିମା ମହାନ୍ତି (ବିବାହ: ୧୯୫୮)
ପିତାମାତାପଞ୍ଚାନନ ମହାନ୍ତି (ବାପା)
ଅନ୍ନପୂର୍ଣ୍ଣା ଦେବୀ (ମାଆ)
ସମ୍ପର୍କୀୟପ୍ରତିଭା ରାୟ (ଶାଳୀ)[]

ନଗେନ ମହାନ୍ତି (୧୦ ଅଗଷ୍ଟ ୧୯୩୦ – ୨୩ ସେପ୍ଟେମ୍ବର ୨୦୨୫) ଜଣେ ଓଡ଼ିଆ ଗ୍ରନ୍ଥାଗାରିକ ଓ ଗବେଷକ ଥିଲେ । ସେ ଓଡ଼ିଆ ଚରିତକୋଷ ରଚନା କରିଥିଲେ ।[]

ଜୀବନୀ

[ସମ୍ପାଦନା]

ଜନ୍ମ ଓ ପରିବାର

[ସମ୍ପାଦନା]

୧୯୩୦ ମସିହାର ଅଗଷ୍ଟ ୮ ତାରିଖରେ, ସେ କଟକ ଜିଲ୍ଲାର ବୋଧପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଞ୍ଚାନନ ମହାନ୍ତି ଓ ମାଆଙ୍କ ନାମ ଅନ୍ନପୂର୍ଣ୍ଣା ଦେବୀ । ଦଶମାସ ବୟସରେ, ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ୧୯୫୮ ମସିହାରେ, ସେ ବାଲିକୁଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ପର୍ଶୁରାମ ଦାସଙ୍କ କନ୍ୟା ପ୍ରତିମାଙ୍କୁ ବିବାହ କରିଥିଲେ ।[]

ଶିକ୍ଷା

[ସମ୍ପାଦନା]

ନିମ୍ନ ପ୍ରାଥମିକ ସ୍କୁଲରେ ନ ପଢ଼ି ୧୯୩୯ ମସିହାରେ ତେଲିଦିଆ ମାଇନର ସ୍କୁଲରେ ଚତୁର୍ଥ ଶ୍ରେଣୀରେ ତାଙ୍କ ନାମ ଲେଖାଯାଇଥିଲା । । ୧୯୪୦ ମସିହାରେ, ସେ କଟକ ଆସି ରାଣୀହାଟ ହାଇସ୍କୁଲରେ ଯୋଗ ଦେଇଥିଲେ । ୧୯୪୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ ରେଭେନ୍ସା କଲେଜରେ ଆଇ.ଏସ୍.ସି. ପଢ଼ିଥିଲେ । ୧୯୫୦ ରୁ ୧୯୫୨ ମସିହା ଯାଏଁ, ରେଭେନ୍ସା କଲେଜରେ ବି.ଏସ୍.ସି ପଢ଼ିଥିଲେ । ୧୯୫୭ ମସିହାରେ, ସେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଡିପ୍ ଇନ୍ ଲିବ୍.ଏସି ପାସ କରିଥିଲେ ।[]

ଚାକିରୀ

[ସମ୍ପାଦନା]

ପ୍ରତ୍ନତତ୍ତ୍ୱବିତ୍ ପରମାନନ୍ଦ ଆଚାର୍ଯ୍ୟଙ୍କ ନିକଟରେ ୧୯୪୮ ମସିହାରେ ସେ ପ୍ରଥମ କର୍ମଜୀବନ ଆରମ୍ଭ କରିଥିଲେ । ଏହାପରେ ଇଣ୍ଡିଆନ ହିଷ୍ଟ୍ରି କଂଗ୍ରେସ ଓ ଇଣ୍ଡିଆନ ହିଷ୍ଟୋରିକାଲ୍ ରେକର୍ଡ଼ସ୍ କମିଶନ୍, କଟକ ଅଧିବେଶନର ଲୋକାଲ୍ ସେକ୍ରେଟାରୀଙ୍କ କିରାଣୀ ରୂପେ କରିଥିଲେ । ୧୯୫୦ ମସିହାରେ କିଛି ମାସ ଡି.ପି.ଆଇ.ଙ୍କ ଅଫିସରେ ଇନ୍ସପେକ୍ଟର୍‌ସ୍ ଅଫ୍ ଫିଜିକାଲ୍ ଏଡ଼ୁକେସନଙ୍କର କିରାଣୀ ରୂପେ କାମ କରିଥିଲେ ।[]

ବି.ଏସ୍.ସି ସରିବା ପରେ, ୧୯୫୨ ମସିହାରେ ରାଣୀହାଟ ହାଇସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଏ ସମୟରେ ତାଙ୍କ ଗାଆଁରେ ଯୁଗବାଣୀ କ୍ଲବର ସମ୍ପାଦକ ରହି ପାଇକା ନଈ ଉପରେ ପୋଲ ଓ ରାସ୍ତା ତିଆରି କରିବାର ଦାୟିତ୍ୱ ନେଇଥିଲେ । କଟକ ସବ୍‌ଡିଭିଜନ୍‌ର ମାଜିଷ୍ଟ୍ରେଟ୍ ସି.ଜି.ଏସ୍. ନେଲୋର (ସ୍କଟିଶ ବାସିନ୍ଦା) ତାଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରଶଂସାପତ୍ର ଦେଇଥିଲେ । ୧୯୫୫ ମସିହାର ଅଗଷ୍ଟ ମାସରେ କଲିକତାରେ ନ୍ୟାସନାଲ୍ ଲାଇବ୍ରେରୀରେ ସେ ଓଡ଼ିଆ ବିଭାଗରେ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ରୂପେ ଯୋଗଦେଇଥିଲେ । କଲିକତାରେ ଥିବାବେଳେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରକାଶିତ ନ୍ୟାସନାଲ ବିବ୍ଲିଓଗ୍ରାଫି ଅଫ ଇଣ୍ଡିଆନ୍ ଲିଟରେଚରର ଓଡ଼ିଆ ପୁସ୍ତକମାନଙ୍କର ସୂଚୀ ପ୍ରଣୟନ କରିଥିଲେ ।[]

୧୯୫୯ ମସିହାରେ, ସେ ସେଣ୍ଟ୍ରାଲ ରେଫରେନ୍ସ ଲାଇବ୍ରେରୀ କର୍ତ୍ତୃକ ଭାରତୀୟ ଜାତୀୟ ଗ୍ରନ୍ଥସୂଚୀ ବିଭାଗରେ ସବ୍ ଏଡ଼ିଟର ପଦରେ ଯୋଗ ଦେଇଥିଲେ । ବାର୍ଷିକ ସୂଚୀ ତିଆରି କରିବାରେ ତାଙ୍କର ମୌଳିକତା ସ୍ୱୀକୃତ । ଅକ୍ଟୋବର ୧୯୬୧ରେ ଆମେରିକାନ୍ ଲାଇବ୍ରେରୀ ଆସୋସିଏସନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଡିପାର୍ଟମେଣ୍ଟ୍ ଅଫ୍ ଷ୍ଟେଟର୍ ନିମନ୍ତ୍ରଣ ପାଇ ମଲ୍ଟିନ୍ୟାସନାଲ ଗ୍ରୁପ ଲାଇବ୍ରେରିଆନ୍ ଦଳରେ ଯୋଗଦେଇ ଆମେରିକା ଭ୍ରମଣରେ ଯାଇଥିଲେ । ଲାଇବ୍ରେରୀ ଅଫ୍ କଂଗ୍ରେସ ଓ ନ୍ୟୁୟର୍କ ଷ୍ଟେଟ ଲାଇବ୍ରେରୀ, ଆଲବାନୀରୁ ବିଶେଷ ତାଲିମ ନେଇଥିଲେ ସେ । ୧୯୫୬ ମସିହାରେ କଲିକତାରେ ଅନୁଷ୍ଠିତ ଇଣ୍ଡିଆନ୍ ଲାଇବ୍ରେରୀ ଆସୋସିଏସନ୍ ଓ ପ୍ରଥମ ଇଆସ୍ଲିକ ଅଧିବେଶନରେ ସ୍ୱେଚ୍ଛାସେବକ କାମକରି ସର୍ବଭାରତୀୟ ସ୍ତରରେ ଲୋକପ୍ରିୟ ହୋଇଥିଲେ । ବିଦେଶ ଯିବା ପାଇଁ ସଂସ୍କୃତି ମନ୍ତ୍ରାଳୟ ଛୁଟି ମଞ୍ଜୁର ନକରିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।[]

ଆମେରିକାରୁ ଫେରି ସେ ୧୯୬୨ ମସିହାର ଅପ୍ରେଲ ମାସରେ ନୂଆ ଦିଲ୍ଲୀରେ ଆରମ୍ଭ ହୋଇଥିବା ଲାଇବ୍ରେରୀ ଅଫ୍ କଂଗ୍ରେସ୍ ଅଫିସ୍‌ରେ ଲାଇବ୍ରେରୀଆନ୍ ପଦରେ ଯୋଗଦେଇଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ଓଡ଼ିଆ ଚରିତକୋଷ
  • ୫୦ ଇଅର୍‌ସ୍ ଅଫ୍ ଇଣ୍ଡିଆନ୍ ଲାଇବ୍ରେରୀ ଆସୋସିଏସନ୍, ୧୯୩୩-୧୯୮୩
  • ଓଡ଼ିଆ ପତ୍ରପତ୍ରିକାମାନଙ୍କ ପରିଚୟା[]
  • ଓଡ଼ିଆ ଲିପି ଓ ବର୍ଣ୍ଣ ପରିଚୟ[]
  • ନ୍ୟାସନାଲ ବିବ୍‌ଲିଓଗ୍ରାଫି ଅଫ୍ ଇଣ୍ଡିଆନ୍ ଲିଟରେଚର୍[]

ମୃତ୍ୟୁ

[ସମ୍ପାଦନା]

୨୦୨୫ ମସିହାର ସେପ୍ଟେମ୍ବର ୨୩ ତାରିଖରେ, ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ।

  1. 1 2 "ଓଡ଼ିଆ ଚରିତକୋଷର ପ୍ରଣେତା ନଗେନ ମହାନ୍ତି ଆଉ ନାହାନ୍ତି". 24 September 2025. Archived from the original on 7 October 2025. Retrieved 7 October 2025.
  2. 1 2 3 4 5 6 ନଗେନ୍ଦ୍ର ନାଥ ମହାନ୍ତି (1930-) (ଗ୍ରନ୍ଥାଗାରିକ, ସୂଚୀକାର). Retrieved 7 October 2025.
  3. 1 2 3 "'ଓଡ଼ିଆ ଚରିତକୋଷ' ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ" (in ଓଡ଼ିଆ). ଭୁବନେଶ୍ୱର. 25 September 2025. Archived from the original on 7 October 2025. Retrieved 7 October 2025.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]