ଧରିତ୍ରୀ (ଖବରକାଗଜ)

ଉଇକିପିଡ଼ିଆ‌ରୁ
ଧରିତ୍ରୀ
ମାଲିକସମାଜବାଦି ସୋସାଇଟି[୧]
ପ୍ରତିଷ୍ଠାତାସମାଜବାଦୀ ସୋସାଇଟି
ସମ୍ପାଦକତଥାଗତ ଶତପଥୀ[୨]
ପ୍ରତିଷ୍ଠିତ୨୪ ନଭେମ୍ବର ୧୯୭୪
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟdharitir.com

ଧରିତ୍ରୀ ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, ରାୟଗଡ଼ା, ଭୁବନେଶ୍ୱରସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ୧୯୭୪ ନଭେମ୍ବର ୨୪ ତାରିଖର୍ୱ ସମାଜବାଦୀ ସୋସାଇଟି ଧରିତ୍ରୀର ପ୍ରକାଶନ ଆରମ୍ଭ କରିଥିଲା ।[୩] ୨୦୦୯ ଜାନୁଆରୀ ପହିଲାଠାରୁ ଧରିତ୍ରୀର ଇ-ପେପର ପ୍ରକାଶନ ଆରମ୍ଭ ହୋଇଥିଲା ।

ଏହା ଏକ ୨୦ ପୃଷ୍ଠା ସମ୍ବଳିତ ଖବରକାଗଜ । ଏହାର କେତୋଟି ଖବର ସାପ୍ତାହିକୀ ଭାବରେ ପ୍ରକାଶିତ ହୁଏ, ଯଥା ରବିବାର ଦିନ "ଆଗାମୀ ଆଶା" ଓ ସ୍ୱତନ୍ତ୍ର "ଛୁଟିଦିନ", ସୋମବାର ଦିନ "ଆଇଟି" ଓ "ସ୍ୱାସ୍ଥ୍ୟ ବିଜ୍ଞାନ", ମଙ୍ଗଳବାର ଦିନ "ବିଜିନେଶ୍" ଓ "ନାରୀ" , ବୁଧବାର ଦିନ "ଅଟୋମୋବାଇଲ୍" ଓ "କୃଷି ଜୀବନ", ଗୁରୁବାର ଦିନ "ବିଜିନେଶ୍" ଓ "ବିଚିତ୍ରା", ଶୁକ୍ରବାର ଦିନ "ବିଜିନେଶ୍" ଓ "କ୍ରୀଡ଼ା ଜଗତ" ଏବଂ ଶନିବାର ଦିନ "ପିଲାଙ୍କ ଧରିତ୍ରୀ" ପ୍ରକାଶିତ ହୁଏ । ଏହା ଛଡ଼ା ନିୟମିତ ଭାବେ ସମ୍ପାଦକୀୟ ପୃଷ୍ଠା, "ଆଜିର ରାଶିଫଳ", "କାର୍ଟୁନ୍ କର୍ଣ୍ଣର", "ଢଗଢମାଳି" ପ୍ରଭୃତି ପ୍ରକାଶ ପାଏ । ଏଥି ସହିତ ଶନିବାର ଦିନ ଏକ ପାକ୍ଷିକ କ୍ରୋଡ଼ ପତ୍ରିକା "ସାହିତ୍ୟାୟନ" ପ୍ରକାଶିତ ହୁଏ ।

ଆଧାର[ସମ୍ପାଦନା]

  1. Hari Krishna Behera. GENDER BIAS IN INDIAN NEWS MEDIA: A STUDY OF THE ORIYA LANGUAGE NEWSPAPERS. Lulu.com. pp. 93–. ISBN 978-1-329-78644-8.
  2. Vidura. Press Institute of India. 2004.
  3. Dharitri. Retrieved 16 July 2012.

ବାହାର ଆଧାର[ସମ୍ପାଦନା]