ଧନେଶ୍ୱର ମହାପାତ୍ର

ଉଇକିପିଡ଼ିଆ‌ରୁ
(ଧନେଶ୍ବର ମହାପାତ୍ରରୁ ଲେଉଟି ଆସିଛି)
ଧନେଶ୍ୱର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1931-08-05)୫ ଅଗଷ୍ଟ ୧୯୩୧
ଆୟତନ, କନିକା, କେନ୍ଦ୍ରାପଡ଼ା
ମୃତ୍ୟୁ୨ ଜୁଲାଇ ୨୦୧୮(2018-07-02) (ବୟସ ୮୬)
କଟକ
ବୃତ୍ତିଭାଷାବିତ୍ତ
ଭାଷାଓଡ଼ିଆ
ଶିକ୍ଷାପିଏଚଡି (ଓଡ଼ିଆ ଭାଷାତତ୍ତ୍ୱ)
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର
ଜୀବନସାଥୀଜୀବନ କୁମାରୀ ମହାପାତ୍ର
ସନ୍ତାନଧର୍ମବତ, କବିତା, ବିନୀତା, ଅନୀତା, ମମତା
ପିତାମାତାରତ୍ନାକର ମହାପାତ୍ର, କମଳା ଦେବୀ[୧]

ଧନେଶ୍ୱର ମହାପାତ୍ର ଜଣେ ଜଣାଶୁଣା[୨] ଓଡ଼ିଆ ଭାଷାବିତ୍ତ ଓ ସାହିତ୍ୟିକ ।[୩] ୨୦୧୩ ମସିହା ପାଇଁ, ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୪]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ଧନେଶ୍ୱର ମହାପାତ୍ର ୫ ଅଗଷ୍ଟ ୧୯୩୧ରେ କେନ୍ଦ୍ରାପଡ଼ା ଜିଲ୍ଲା କନିକା ଅନ୍ତର୍ଗତ ଆୟତନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୫] ସେ ମାତ୍ର ୩ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ । ନିଜ ଗାଁ ସ୍କୁଲରେ ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଘରୋଇ ଭାବେ ପରୀକ୍ଷାଦେଇ, ସେ ଓଡ଼ିଆରେ ସ୍ନାତକୋତ୍ତର ଓ ସଂସ୍କୃତରେ ସ୍ନାତକୋତ୍ତର, ସାହିତ୍ୟାଚାର୍ଯ୍ୟ ଓ ବି.ଇ.ଡି ପାଠ ପଢ଼ିଥିଲେ । ସେ ଓଡ଼ିଆ ଭାଷାତତ୍ତ୍ୱରେ ପିଏଚଡି କରି, ଡକ୍ଟରେଟ ହାସଲ କରିଥିଲେ ।[୫]

କର୍ମଜୀବନ[ସମ୍ପାଦନା]

ଧନେଶ୍ୱର ମହାପାତ୍ର, ୧୯୫୨ ମସିହାରେ ନିଜ ଗ୍ରାମ ଆୟତନ ଏମ. ଇ ସ୍କୁଲରୁ ଶିକ୍ଷକତା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ରେଭେନ୍ସା କଲିଜିଏଅଟ ସ୍କୁଲ ଓ କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ ମଧ୍ୟ ଶିକ୍ଷକତା କରିଥିଲେ । ଇତିମଧ୍ୟରେ, ସେ ନିଜ ସ୍ନାତକୋତ୍ତର ପାଠ ଶେଷ କରିସାରିଥିଲେ । ଏହାପରେ, ସେ ସୁନ୍ଦରଗଡ଼ କଲେଜ, ରେଭେନ୍ସା କଲେଜ ଓ ଭଦ୍ରକ କଲେଜରେ ଅଧ୍ୟାପନା କରିଥିଲେ । ଏହାପରେ ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାରେ କାମକରି ୧୯୮୪ ମସିହାରେ ଅବସର ଗ୍ରହଣ କରିଥିଲେ । ଏହି ସମୟ ବେଳକୁ କଟକ ରାଜାବଗିଚାରେ ସିଟି କଲେଜ ଆରମ୍ଭ ହେଲା ଓ ସେ ସେଠାରେ ୧୦ବର୍ଷ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ପ୍ରକାଶିତ ପୁସ୍ତକ[ସମ୍ପାଦନା]

ଧନେଶ୍ୱର ମହାପାତ୍ରଙ୍କର କେତୋଟି ପ୍ରକାଶିତ ପୁସ୍ତକର ତାଲିକା :

  • ସାରଳା ମହାଭାରତର ଭାଷା ତାତ୍ତ୍ୱିକ ଅନୁଶୀଳନ
  • ଓଡ଼ିଆ ଧ୍ୱନିତତ୍ତ୍ୱ ଓ ଶବ୍ଦସମ୍ଭାର[୬]
  • ଓଡ଼ିଆ ଭାଷାତତ୍ତ୍ୱ - 'ବିଚାର ଓ ବିଶ୍ଳେଷଣ'
  • ଆଧୁନିକ ଓଡ଼ିଆ ବ୍ୟାକରଣ
  • ସରଳ ଓଡ଼ିଆ ଅଭିଧାନ
  • ଆମ ଓଡ଼ିଆ ବ୍ୟାକରଣ(ଭାଗ ୧ ଓ ୨)
  • ସାହିତ୍ୟ ତତ୍ତ୍ୱ
  • ରମ୍ୟ ଅରମ୍ୟ
  • ସେ ଦିନ ସକାଳ
  • ହାସ୍ୟ- ହାସିକା
  • ବୁଲ ମୁକ୍ତ ବିହଙ୍ଗ ପରି
  • ବନ୍ଦୀ ଆଳାପ
  • ସଂସାର ଚିତ୍ର
  • ସନ୍ଥ ତୁଳସୀ ଦାସ(ନାଟକ)
  • ବେଣୀ ବନ୍ଧନ(ନାଟକ)
  • ବାଡ୍ଂମୟ
  • ଠିକପଢ଼ ଠିକଲେଖ
  • ବୁଦ୍ଧ ଚରିତଂ
  • ସେଦିନ ସକାଳ(କବିତା)
  • କାଳୀଦାସ ଗ୍ରନ୍ଥାବଳୀ
  • ଅଶ୍ୱଘୋଷ ରଚନାବଳୀ
  • ମୋ ଜୀବନ କାହାଣୀ(ଆତ୍ମଜୀବନୀ)[୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଧନେଶ୍ୱର ମହାପାତ୍ର ଲାଭକରିଥିବା ଏକ ଶତରୁ ଉର୍ଦ୍ଧ ସମ୍ମାନ ଓ ପୁରସ୍କାର ମଧ୍ୟରୁ କେତୋଟି :

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୧୩[୮]
  • ସୋଭିଏତ ଦେଶ ନେହେରୁ ପୁରସ୍କାର
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୯୨ (ବୁଦ୍ଧ ଚରିତଂ)[୯]
  • ପ୍ରାଣନାଥ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନ
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ
  • ନିଳଚକ୍ର ପୁରସ୍କାର ସହ ଉତ୍କଳ ପାଣିନି ଉପାଧୀ
  • ଉତ୍କଳ ପାଠକ ସମ୍ମାନ
  • ଜଷ୍ଟିସ ରାଜଗୋପାଳ ଦାସ ସ୍ମୃତି ସମ୍ମାନ
  • ପଣ୍ଡିତ ବିରୂପାକ୍ଷ କର ସ୍ମୃତି ସମ୍ମାନ
  • ସାରଳା ସାହିତ୍ୟ ସମାଜ ପକ୍ଷରୁ ଗୋଦାବରୀଶ ମିଶ୍ର ସମ୍ମାନ
  • ହେତୁବାଦି ଲେଖକ ସମାଜର ଚର୍ଚ୍ଚା ସମ୍ମାନ
  • ଗୋକର୍ଣ୍ଣିକା ସାହିତ୍ୟ ସମାଜ ସମ୍ମାନ
  • ଉତ୍କଳ ପାଠକ ସଂସଦ ସମ୍ମାନ
  • ଖରସ୍ରୋତା ସମ୍ମାନ [୧୦]

ଆଧାର[ସମ୍ପାଦନା]

  1. ଧରିତ୍ରୀ ୦୬/୦୮/୨୦୧୪ ପୃଷ୍ଠା ୧୦
  2. The Indian Journal of Political Science. Indian Political Science Association. 2007.
  3. Sisir Kumar Das (1 January 1995). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 642–. ISBN 978-81-7201-798-9.
  4. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-07-10. {{cite web}}: Cite has empty unknown parameter: |1= (help)
  5. ୫.୦ ୫.୧ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 689–. ISBN 978-81-260-0873-5.
  6. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-07-10. {{cite web}}: Cite has empty unknown parameter: |1= (help)
  7. "ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ପରଲୋକ". ସମ୍ବାଦ ୦୩/୦୭/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 3 July 2018.
  8. http://www.dailypioneer.com/state-editions/bhubaneswar/dhaneswar-mohapatra-to-get-atibadi-puraskar.html
  9. http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
  10. ପ୍ରମେୟ ୧୦/୦୭/୨୦୧୪ ପୃଷ୍ଠା ୧୯