ଦ୍ୱାରକାନାଥ ମିତ୍ର
ଦ୍ୱାରକାନାଥ ମିତ୍ର (୧୮୩୩ – ୨୫ ଫେବୃଆରୀ, ୧୮୭୪) ଜଣେ ଖ୍ୟାତନାମା ଆଇନଜୀବୀ ଏବଂ କଲକାତା ହାଇକୋର୍ଟର ବିଚାରପତି ଥିଲେ।
ଜନ୍ମ ଓ ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଦ୍ୱାରକାନାଥଙ୍କ ଜନ୍ମ ଅବିଭକ୍ତ ବଙ୍ଗାଳର ବର୍ତ୍ତମାନ ପଶ୍ଚିମବଙ୍ଗର ହୁଗ୍ଲି ଜିଲ୍ଲାର ଆଗୁନ୍ସି ଗ୍ରାମରେ ହୋଇଥିଲା। ତାଙ୍କ ପିତା ହୁଗ୍ଲି ଆଦାଲତର ମୁକ୍ତାର ହରଚନ୍ଦ୍ର ମିତ୍ର ଥିଲେ। [୧] ସେ ହୁଗ୍ଲି କଲେଜିଏଟ୍ ସ୍କୁଲରେ ପଢ଼ାଶୁଣା କରିଥିଲେ। ଗଣିତ ଓ ଇଂରାଜୀ ସାହିତ୍ୟରେ ସେ ବିଶେଷ ଦକ୍ଷତା ଅର୍ଜନ କରିଥିଲେ।[୧] ହୁଗ୍ଲି ସ୍କୁଲ ଓ କଲେଜର ଏକ ମେଧାବୀ ଛାତ୍ର ଥିଲେ। ୧୮୫୪ ଖ୍ରୀଷ୍ଟାବ୍ଦରେ ସେ ସେତେବେଳର ସର୍ବୋଚ୍ଚ ପୁରସ୍କାର ‘ଲାଇବ୍ରେରୀ ମେଡାଲ’ ପ୍ରାପ୍ତ କରିଥିଲେ। ପରୀକ୍ଷାରେ ତାଙ୍କ ଉତ୍ତରପତ୍ର ୧୮୫୫ ଖ୍ରୀଷ୍ଟାବ୍ଦରେ ଏଡ୍ୟୁକେସନ୍ ରିପୋର୍ଟରେ ପ୍ରକାଶିତ ହୋଇଥିଲା। ସେ ସମୟରେ କଲକାତାର ଜଣେ ପ୍ରମୁଖ ମ୍ୟାଜିଷ୍ଟ୍ରେଟ୍ କିଶୋରୀଚାନ୍ଦ ମିତ୍ରଙ୍କ ଅଧୀନରେ ସେ ଦ୍ୱିଭାଷୀ ପଦବୀ ଗ୍ରହଣ କରିଥିଲେ। ପରେ କଲକାତାର ପ୍ରେସିଡେନ୍ସି କଲେଜରୁ ଆଇନ ଶିକ୍ଷା ସମାପ୍ତ କରି ୧୮୫୬ ଖ୍ରୀଷ୍ଟାବ୍ଦରେ ସଦର ଦେୱାନୀ ଆଦାଲତରେ ଯୋଗଦେଲେ। କେବଳ ଚ଼ୌତ୍ରିଶ ବର୍ଷ ବୟସରେ, ପ୍ରଥମ ଦେଶୀୟ ବିଚାରପତି ଶମ୍ଭୁନାଥ ପଣ୍ଡିତଙ୍କ ଦେହାନ୍ତ ପରେ, ୧୮୬୭ ଖ୍ରୀଷ୍ଟାବ୍ଦରେ ସେ କଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ।[୨]
ଅବଦାନ
[ସମ୍ପାଦନା]ପିଣ୍ଡଦାନର ଅଧିକାରକୁ ଦାୟଭାଗ-ଶାସିତ ଉତ୍ତରାଧିକାର କ୍ରମର ଆଧାର ଭାବେ ସ୍ଥାପନ କରିବାର ସିଦ୍ଧାନ୍ତ ସେ ପ୍ରଥମେ ବଙ୍ଗାଳର ଆଇନରେ ପ୍ରଚଳିତ କରିଥିଲେ। ୧୮୬୫ ଖ୍ରୀଷ୍ଟାବ୍ଦରେ ନୀଳକର ସାହେବ୍ ହିଲ୍ଙ୍କ ବିରୋଧରେ ହାଇକୋର୍ଟରେ ମାମଲାରେ ଠାକୁରାଣୀଙ୍କ ଦାସୀଙ୍କ ପକ୍ଷରେ ନିଶୁଳ୍କ ଓକିଲି କରି ଜିତିଥିବାରୁ ସେ ପ୍ରସିଦ୍ଧ ହୋଇଥିଲେ। ‘ହିନ୍ଦୁ ପେଟ୍ରିଅଟ୍’ ପତ୍ରିକାର ସମ୍ପାଦକ ହରିଶଚନ୍ଦ୍ର ମୁଖୋପାଧ୍ୟାୟଙ୍କ ସହିତ ତାଙ୍କର ମିତ୍ରତା ଥିବାରୁ କ୍ରମେ ସେ ପ୍ରଜାମାନଙ୍କ (ରାୟତମାନଙ୍କ) ରକ୍ଷକ ଭାବେ ପରିଚିତ ହେଲେ। [୧]
ସେ ମାତ୍ର ୪୧ ବର୍ଷ ବୟସରେ ୧୮୭୪ ଖ୍ରୀଷ୍ଟାବ୍ଦର ୨୫ ଫେବୃଆରୀରେ ପରଲୋକ ପ୍ରାପ୍ତ ହୋଇଥିଲେ।
ଆଧାର
[ସମ୍ପାଦନା]- ↑ Buckland, Charles Edward (1901). Bengal under the lieutenant-governors; being a narrative of the principal events and public measures during their periods of office, from 1854 to 1898. University of California Libraries. Calcutta : S.K. Lahiri.
- ↑ Pillai, Govinda Paramesvara (1897). Representative Indians (in ଇଂରାଜୀ). Routledge.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |