ଦେବେନ୍ଦ୍ର ପ୍ରଧାନ
ଦେବେନ୍ଦ୍ର ପ୍ରଧାନ | |
---|---|
କୃଷି ମନ୍ତ୍ରଣାଳୟ | |
କାର୍ଯ୍ୟକାଳ ୨୭ ମେ ୨୦୦୦ – ୨୯ ଜାନୁଆରୀ ୨୦୦୩ | |
ପୂର୍ବ ଅଧିକାରୀ | ଥୋଉନାଓଜାମ ଚାଓବା ସିଂହ |
ପର ଅଧିକାରୀ | ଶ୍ରୀପଦ ନାୟକ |
ଭୂ-ପୃଷ୍ଠ ପରିବହନ | |
କାର୍ଯ୍ୟକାଳ ୧୯ ମାର୍ଚ୍ଚ ୧୯୯୮ – ୨୭ ମେ ୨୦୦୦ | |
ପର ଅଧିକାରୀ | ହୁକୁମଦେବ ନାରାୟଣ ଯାଦବ |
ଲୋକସଭା ସାଂସଦ | |
କାର୍ଯ୍ୟକାଳ ୧୯୯୮ - ୨୦୦୪ | |
ପୂର୍ବ ଅଧିକାରୀ | ଶ୍ରୀବଲ୍ଲଭ ପାଣିଗ୍ରାହୀ |
ପର ଅଧିକାରୀ | ଧର୍ମେନ୍ଦ୍ର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନାଲମ, ଢେଙ୍କାନାଳ ଜିଲ୍ଲା, ଓଡ଼ିଶା | ୧୬ ଜୁଲାଇ ୧୯୪୧
ମୃତ୍ୟୁ | ୧୭ ମାର୍ଚ୍ଚ ୨୦୨୫ ଦିଲ୍ଲୀ, ଭାରତ | (ବୟସ ୮୩)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ବସନ୍ତ ମଞ୍ଜରୀ ପ୍ରଧାନ |
ସନ୍ତାନ | ଧର୍ମେନ୍ଦ୍ର ପ୍ରଧାନ |
ଘର | ନାଲମ, ଢେଙ୍କାନାଳ ଜିଲ୍ଲା |
ଶିକ୍ଷା | ଏମବିବିଏସ |
ଶିକ୍ଷାନୁଷ୍ଠାନ | ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, କଟକ |
ଦେବେନ୍ଦ୍ର ପ୍ରଧାନ (୧୬ ଜୁଲାଇ ୧୯୪୧ - ୧୭ ମାର୍ଚ୍ଚ ୨୦୨୫) ଜଣେ ଭାରତୀୟ ରାଜନିତିଜ୍ଞ ଥିଲେ ।[୧] ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ ଓ ୧୯୯୮ ମସିହାରେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହେଇ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୯୯ରେ ପୁଣି ସାଂସଦ ହେବା ସହ କେନ୍ଦ୍ରରେ ଭୂ-ପୃଷ୍ଠ ପରିବହନ ଏବଂ କୃଷି ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ । ୨୦୦୧ରେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଦେବେନ୍ଦ୍ର, ୧୯୪୧ ମସିହାରେ ତତକାଳୀନ ଢେଙ୍କାନାଳ ଜିଲ୍ଲା ଓ ବର୍ତ୍ତମାନର ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ନାଲମ ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୬ ମସିହାରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ । ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଏକ ବର୍ଷ ହାଉସ୍ ସର୍ଜନ ଭାବେ କାମ କରିବା ପରେ ତାଳଚେର ଡେରାରେ ଆସିଷ୍ଟାଣ୍ଟ ମେଡିକାଲ୍ ଅଫିସର ଭାବେ ଯୋଗଦେଇଥିଲେ । ୧୯୭୩ ମସିହାରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ।
ଦେବେନ୍ଦ୍ରଙ୍କ ପୁତ୍ର ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୩]
ରାଜନୈତିକ ଜୀବନ
[ସମ୍ପାଦନା]୧୯୮୦ ମସିହାରେ ଦେବେନ୍ଦ୍ର ବିଜେପିରେ ଯୋଗ ଦେଇଥିଲେ । ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ତାଳଚେର ମଣ୍ଡଳ ସଭାପତି ଓ ୧୯୮୩-୮୫ ମସିହାରେ ଢେଙ୍କାନାଳ ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୮୮ରୁ ୧୯୯୦, ୧୯୯୦-୯୩, ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ ତିନି ଥର ବିଜେପିର ରାଜ୍ୟ ସଭାପତି ହୋଇଥିଲେ ।[୪] ୧୯୮୪ ଓ ୧୯୯୬ରେ ସେ ଦେବଗଡ଼ରୁ ସାଂସଦ ପ୍ରାର୍ଥୀ, ୨୦୦୪ରେ ପାଲଲହଡ଼ାରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନରେ ଅବତ୍ତୀର୍ଣ୍ଣ ହୋଇ ପରାଜିତ ହୋଇଥିଲେ । ୧୯୯୮ରେ ସେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ରରେ ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୯୯ରେ ପୁଣି ଦେବଗଡ଼ରୁ ସାଂସଦ ହେବା ସହ କେନ୍ଦ୍ରରେ ଭୂ-ପୃଷ୍ଠ ପରିବହନ ଏବଂ କୃଷି ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ । ୨୦୦୧ରେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ ।
ମୃତ୍ୟୁ
[ସମ୍ପାଦନା]୨୦୨୫ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପୁତ୍ର ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ସରକାରୀ ବାସଭବନରେ ଦେବେନ୍ଦ୍ରଙ୍କ ପରଲୋକ ଘଟିଥିଲା ।[୫]
ଆଧାର
[ସମ୍ପାଦନା]- ↑ "Former Union Minister, veteran BJP leader Dr Debendra Pradhan passes away at 84". The New Indian Express. 17 March 2025. Retrieved 18 March 2025.
- ↑ Pradhan, Ashok (17 March 2025). "Bhubaneswar News". The Times of India. Retrieved 18 March 2025.
- ↑ India, Press Trust of (17 March 2025). "Dharmendra Pradhan's Father, Ex-Union Minister Debendra Pradhan, Dies At 84". www.ndtv.com. Retrieved 18 March 2025.
- ↑ "Dharmendra Pradhan's father, former Union Minister Debendra Pradhan dies at 84; President Murmu, PM Modi mourn". The Hindu. 17 March 2025. Retrieved 18 March 2025.
- ↑ Kanta, Surya (18 March 2025). "ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ: ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ଘରେ ମୋଦୀ, ଶାହ, ରାଜନାଥଙ୍କ ଶ୍ରଦ୍ଧାଞ୍ଜଳି". Sambad. Retrieved 18 March 2025.