Jump to content

ଦେବୀ ପ୍ରସାଦ ରଥ

ଉଇକିପିଡ଼ିଆ‌ରୁ
ଦେବୀ ପ୍ରସାଦ ରଥ
ଜନ୍ମ
ମୃତ୍ୟୁ୫ ନଭେମ୍ବର ୨୦୨୫(୨୦୨୫-୧୧-୦୫)
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଆ ଯାତ୍ରା କଳାକାର
ସକ୍ରିୟ ବର୍ଷ୧୯୭୦ ଦଶକ - ୨୦୧୭

ଦେବୀ ପ୍ରସାଦ ରଥ (ମୃତ୍ୟୁ: ୫ ନଭେମ୍ବର ୨୦୨୫) ଜଣେ ଓଡ଼ିଆ ଯାତ୍ରା କଳାକାର ଥିଲେ । ସେ ୫୦ ବର୍ଷରୁ ଉର୍ଦ୍ଦ୍ୱ ସମୟ ଧରି ଯାତ୍ରା ଜଗତରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ତ୍ରିନାଥ ମେଳାରେ ମଧ୍ୟ କାମ କରିଥିଲେ ।[] ସେ ଯାତ୍ରା ଜଗତର ବାପା ଭାବେ ଥିଲେ ଖ୍ୟାତ ଥିଲେ । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ ସେ ଅଭିନୟ କରିଥିଲେ । ଅଭିନୟ ବ୍ୟତୀତ, ସେ ବିଭିନ୍ନ ନାଟକର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ସତୁରି ଦଶକରେ ଯାତ୍ରା ଜଗତରେ କାମ କରିବା ଆରମ୍ଭ କରିଥିଲେ । ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ସେ ଅଭିନୟ ଜୀବନର ଆରମ୍ଭ କରିଥିଲେ ଏବଂ ପାର୍ବତୀ ଗଣନାଟ୍ୟରେ ଶେଷ ଅଭିନୟ କରିଥିଲେ । ସେ ପ୍ରଥମେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ଏବଂ ୨୦୧୭ ମସିହାରେ, ସେ ଶେଷଥର ପାଇଁ ଠିକଦେଲ ବନ୍ଧୁ ଠିକଣା ବେଳେରେ ଅଭିନୟ କରିଥିଲେ ।[][]

କାମ କରିଥିବା ଗଣନାଟ୍ୟ

[ସମ୍ପାଦନା]
  • ବୀଣାପାଣି କଳାକୁଞ୍ଜ ତାରାପୁର ଅପେରା
  • ଇଷ୍ଟର୍ଣ୍ଣ ବ୍ଲୁ
  • ପାର୍ବତୀ ଗଣନାଟ୍ୟ

ଅଭିନୀତ ଯାତ୍ରା ନାଟକ

[ସମ୍ପାଦନା]
  • ଜେଲ ଟାଇଗର
  • ଲାଲୁଲକା
  • ଡିମିରି ଫୁଲ
  • ବାଟ ଛାଡ଼ ଷଣ୍ଡ ଆସୁଛି
  • ଅକୁହା କଥା
  • କେମିତି ଏ ବନ୍ଧନ
  • ଅଜବ କାହାଣୀ
  • ତୁଳସୀ
  • ବଳାତ୍କାର
  • ମଶାଣୀ ଫୁଲ
  • ଛତା ଚିହ୍ନରେ ଭୋଟ ଦିଅ
  • ଠକିଦେଲ ବନ୍ଧୁ ଠିକଣା ବେଳେ

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ତ୍ରିନାଥ ମେଳା[]

ମୃତ୍ୟୁ

[ସମ୍ପାଦନା]

୨୦୨୫ ମସିହାର ନଭେମ୍ବର ୫ ତାରିଖରେ, ୭୧ ବର୍ଷ ବୟସରେ ତାଙ୍କର ମୃତ୍ୟ ହୋଇଥିଲା ।[][] କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବରେ ଅତ୍ୟଧିକ ଡିଜେ ସାଉଣ୍ଡ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା ।[]

  1. ୧.୦ ୧.୧ Ojha, Sibasankar (2025-11-05). "ଚାଲିଗଲେ ଯାତ୍ରା ମଞ୍ଚର 'ବାପା'". Sambad. Retrieved 2025-11-05.
  2. 27. "ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟେରାନ, ଚାଲିଗଲେ ଦେବୀ ରଥ - PrameyaNews7". www.prameyanews7.com. Retrieved 2025-11-05. {{cite web}}: |last= has numeric name (help)
  3. Sethy, Itishree (2025-11-05). "Jatra Icon Devi Prasad Rath Passes Away at 71". Pragativadi I Latest Odisha News in English I Breaking News (in ଆମେରିକୀୟ ଇଂରାଜୀ). Retrieved 2025-11-05.
  4. "Veteran Odia Jatra Artist Devi Prasad Rath Passes Away At 71". odishabytes.com. Retrieved 2025-11-05.
  5. Sahoo, Namita Priyadarshini (2025-11-05). "ଓଡ଼ିଆ ଯାତ୍ରାର ଭେଟେରାନ ଷ୍ଟାର ଦେବୀ ରଥଙ୍କ ଦେହାନ୍ତ -" (in ଆମେରିକୀୟ ଇଂରାଜୀ). Retrieved 2025-11-05.
  6. Baliarsingh, Cassian. "Balasore police bust illegal firearms syndicate; weapons, ammo recovered". odishatv.in (in ଇଂରାଜୀ). Retrieved 2025-11-05.
  7. Baliarsingh, Cassian. "Veteran Jatra artist Devi Rath's demise: Loud DJ sound during Kartika Purnima proved fatal, claims son". odishatv.in (in ଇଂରାଜୀ). Retrieved 2025-11-05.