ଦେବପ୍ରିୟ ମହାପାତ୍ର
ଜଷ୍ଟିସ୍ ଦେବପ୍ରିୟ ମହାପାତ୍ର | |
|---|---|
| ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି | |
| କାର୍ଯ୍ୟକାଳ ୧୮.୧୧.୧୯୮୩ – ୧୫.୨.୧୯୯୬ | |
| ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି | |
| କାର୍ଯ୍ୟକାଳ ୯.୧୨.୧୯୯୮ – ୨ ଅଗଷ୍ଟ ୨୦୦୨ | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୩ ଅଗଷ୍ଟ ୧୯୩୭ |
| ମୃତ୍ୟୁ | ୩୦ ଅଗଷ୍ଟ ୨୦୨୨ କଟକ |
| ଜାତୀୟତା | ଭାରତୀୟ |
| ବାପା/ବୋଉ | ପିତା ସୌରୀ ପ୍ରସାଦ ମହାପାତ୍ର, ମାତା ଶ୍ରୀମତୀ ବିଳାସିନୀ ଦେବୀ |
ଦେବପ୍ରିୟ ମହାପାତ୍ର (ଜନ୍ମ: ୩ ଅଗଷ୍ଟ ୧୯୩୭) ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ଦେବପ୍ରିୟ ମହାପାତ୍ରଙ୍କ ଜନ୍ମ ୩ ଅଗଷ୍ଟ ୧୯୩୭ରେ ହୋଇଥିଲା । ମହାପାତ୍ର ତାଙ୍କର ପ୍ରାଥମିକ ଶିକ୍ଷା ରେଭେନ୍ସା କଲିଜିଏଟ ସ୍କୁଲ, କଟକ ଏବଂ ମାଡ୍ରାସ୍ ଖ୍ରୀଷ୍ଟିଆନ କଲେଜରେ ଗ୍ରହଣ କରିଥିଲେ ।[୨] ସେ ହେଉଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ସୌରୀ ପ୍ରସାଦ ମହାପାତ୍ରଙ୍କ ପୁତ୍ର ।[୩] ଆଇନରେ ତାଙ୍କର ପେଶା ଆରମ୍ଭ କରିବା ପାଇଁ ସେ ୧୨ ଅକ୍ଟୋବର ୧୯୬୦ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ଆଡଭୋକେଟ୍ ଭାବରେ ନାମ ଲେଖାଇଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ଥନ ଅଦାଲତଗୁଡ଼ିକରେ ସଂବିଧାନିକ, ଦିୱାନୀ ଏବଂ ଫୌଜଦାରୀ କ୍ଷେତ୍ରରେ ବହୁ ମାମଲା ପରିଚାଳନା କରିଥିଲେ । ଅଗଷ୍ଟ, ୧୯୬୭ରୁ ଫେବୃଆରୀ, ୧୯୬୯ ପର୍ଯ୍ୟନ୍ତ ଓଡ଼ିଶା ସରକାରର ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ୍ ଭାବେ କାମ କରିଥିଲେ । ମାର୍ଚ୍ଚ, ୧୯୬୯ରୁ ଫେବୃଆରୀ, ୧୯୭୬ ପର୍ଯ୍ୟନ୍ତ ପରିବହନ ବିଭାଗର ଷ୍ଟାଣ୍ଡିଂ କାଉନସେଲ୍ ଭାବେ ନିଯୁକ୍ତ ହୋଇଥିଲେ । ମାର୍ଚ୍ଚ, ୧୯୭୬ରେ ଓଡ଼ିଶା ସରକାରଙ୍କ ଅତିରିକ୍ତ ସରକାରୀ ଅଧିବକ୍ତା ଭାବେ ନିଯୁକ୍ତ ହୋଇଥିଲେ ।
୧୮.୧୧.୧୯୮୩ଠାରୁ ୧୫.୨.୧୯୯୬ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ୧୬.୨.୧୯୯୬ରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ ଏବଂ ୯.୧୨.୧୯୯୮ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[୪]
ସୁପ୍ରିମକୋର୍ଟରୁ ଅବସର ପରେ ସେ ଓଡ଼ିଶା ମାନବ ଅଧିକାର ଆୟୋଗର ପ୍ରଥମ ଅଧ୍ୟକ୍ଷ ଭାବରେ ୧୧.୦୭.୨୦୦୩ରୁ ୨୦୦୭ ଅଗଷ୍ଟ ପର୍ଯ୍ୟନ୍ତ ଦାୟୀତ୍ୱ ତୁଲାଇଥିଲେ ।[୫][୬]
୩୦ ଅଗଷ୍ଟ ୨୦୨୨ରେ ୮୫ ବର୍ଷ ବୟସରେ କଟକସ୍ଥିତ ଘରେ ସେ ମୃତ୍ୟୁବରଣ କରିଥିଲେ ।[୨][୩][୭][୮]
ଐତିହାସିକ ଫଇସଲା
[ସମ୍ପାଦନା]ଡାନିଆଲ ଲାତିଫି ବନାମ ଭାରତ ସରକାର[୯] (Danial Latifi v. Union of India) ମାମଲାରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ଯେଉଁ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନିର୍ଣ୍ଣୟ ନେଇଥିଲେ ସେଥିରେ ଜଷ୍ଟିସ ମହାପାତ୍ର ଅନ୍ୟତମ ବିଚାରପତି ଥିଲେ । ଏହି ମାମଲାରେ ଅଦାଲତଙ୍କ ଖଣ୍ଡପୀଠ ନିର୍ଣ୍ଣୟ ଦେଲେ ଯେ ମୁସଲିମ୍ ମହିଳାମାନଙ୍କର ମୂଲ୍ୟବାନ ଅଧିକାର ସୁନିଶ୍ଚିତ କରିବା ପାଇଁ ମୁସଲିମ୍ ମହିଳା (ତଲାକ୍ ସମୟରେ ଅଧିକାର) ଆଇନ, ୧୯୮୬(Muslim Women (Protection of Right on Divorce Act,1986) ସଂବିଧାନସମ୍ମତ ଅଟେ । ଅଦାଲତ ସ୍ପଷ୍ଟ କରିଥିଲେ ଯେ ଛାଡପତ୍ର (ତଲାକ) ପରେ ପୂର୍ବ ସ୍ୱାମୀଙ୍କୁ ମହିଳାଙ୍କର ଭରଣପୋଷଣ ଦାୟିତ୍ୱରୁ ମୁକ୍ତ କରିବା ଯଥାଯଥ ନୁହେଁ । ଏହା ମୁସଲିମ୍ ମହିଳାଙ୍କର ଆର୍ଥିକ ସୁରକ୍ଷା ଏବଂ ଗୌରବ ରକ୍ଷା କରିବାରେ ଏକ ମୂଳଭୂମିକା ନିବାହ କରିଥିଲା ।[୧୦]
ଆଧାର
[ସମ୍ପାଦନା]- ↑ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-10.
- ↑ ୨.୦ ୨.୧ "ବିଚାରପତି ଦେବପ୍ରିୟ ମହାପାତ୍ରଙ୍କ ଦେହାନ୍ତ". Odisha Sambad (in ଆମେରିକୀୟ ଇଂରାଜୀ). 2022-08-31. Retrieved 2025-01-10.
- ↑ ୩.୦ ୩.୧ Dutta, Jyoti Prakash (2022-09-02). "Former SC Judge Justice Deba Priya Mohapatra Passes Away". www.livelaw.in (in ଇଂରାଜୀ). Retrieved 2025-01-10.
- ↑ "Former Chief Justices & Judges | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-01-10.
- ↑ "Odisha Human Rights Commission| Incumbency Chart". ohrc.nic.in. Retrieved 2025-01-10.
- ↑ Kalinga TV (2022-08-31), Justice Deba Priya Mohapatra, Former Judge of Supreme Court & Orissa HC,Passes away at 85 |KalingaTV, retrieved 2025-01-10
- ↑ Pioneer, The. "Justice Mohapatra no more". The Pioneer (in ଇଂରାଜୀ). Retrieved 2025-01-10.
- ↑ NEWS, OMMCOM (2022-08-31). "Former SC Judge Deba Priya Mohapatra Passes Away | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2025-01-10.[permanent dead link]
- ↑ "Danial Latifi & Anr vs Union Of India on 28 September, 2001". indiankanoon.org. Retrieved 2025-01-10.
- ↑ Bureau, Sambad English (2022-08-31). "Justice Debapriya Mohapatra, ex-SC judge from Odisha, no more". Sambad English (in ଇଂରାଜୀ). Retrieved 2025-01-10.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |