ଦୁର୍ଗୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଦୁର୍ଗୀ
ଗ୍ରାମ ପଞ୍ଚାୟତ
ଜଗନ୍ନାଥ ମନ୍ଦିର, ଦୁର୍ଗୀ
ଜଗନ୍ନାଥ ମନ୍ଦିର, ଦୁର୍ଗୀ
ଦୁର୍ଗୀ is located in ଓଡ଼ିଶା
ଦୁର୍ଗୀ
ଦୁର୍ଗୀ
Location in Odisha, India
ଅବସ୍ଥିତି: 19°20′47.06″N 83°36′0.9″E / 19.3464056°N 83.600250°E / 19.3464056; 83.600250Coordinates: 19°20′47.06″N 83°36′0.9″E / 19.3464056°N 83.600250°E / 19.3464056; 83.600250
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
ଉଚ୍ଚତା421 m (1,381 ft)
ଜନସଂଖ୍ୟା (୨୦୧୧)
ଭାଷା
 • ସରକାରୀଓଡ଼ିଆ, ଇଁରାଜୀ
IST (UTC+୫:୩୦)
ପିନ କୋଡ଼୭୬୫୦୧୯
ଦୂରସଞ୍ଚାର ପଞ୍ଜୀକରଣ୦୬୮୫୬
ଗାଡ଼ି ପଞ୍ଜିକରଣଓଡି ୧୮

ଦୁର୍ଗୀ, ବିଷମ କଟକ ବ୍ଳକ ଅଧିନସ୍ଥ ରାୟଗଡ଼ା ଜିଲ୍ଲା ତଥା ଓଡ଼ିଶା ରାଜ୍ୟର ଗୋଟିଏ ଗ୍ରାମ ପଞ୍ଚାୟତ । ଏହି ଗାଁରେ ମୋଟ ୪୩୯ଟି ପରିବାର ବସବାସ କରନ୍ତି । ଦୁର୍ଗୀ ଗ୍ରାମ ଚାରିପାଖେ ମୋଟା ମୋଟି ୧୯ଟି ଛୋଟବଡ ଗାଁ ରହିଛି, ଯଥା:- ଭାଲେରି, କୁନ୍ଦନପଦର, ରିଙ୍ଗାବାଇ, ବାରଙ୍ଗପଦର, ତୁମ୍ବାଲ୍‌ପାଡୁ, ବୁଦ୍ଧ ନଗର, କାଚାପାଈ, କାଳିପଦର, ତେନ୍ତୁଳି କାଳିପଦର, କୁରାଙ୍କୁଲ୍, ବାଲିପଦର, ଖାରିଗୁଡା, ମୁଳିପଡା, ଧର୍ମଗୁଡା, ହାଡୁଗୁଡା, ହାଜାର୍ ଡାଙ୍ଗ୍, ହୁରୁଗୁଡା ଓ ଆଇ.ଏ.ଓ କୋଲୋନୀ ଇତ୍ୟାଦି, ଯାହା ଦୁର୍ଗୀ ପଞ୍ଚାୟତ ଅଧିନରେ ଆସେ ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଦୁର୍ଗୀ ଗ୍ରାମର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୩୪°ଉ, ଅ: ୮୩.୬୦°ପୂ, ଏବଂ ଏହା ସମୁଦ୍ର ପତ୍ତନଠାରୁ ହାରାହାରି ୩୪୨ ମିଟର(୧୧୨୨ ଫୁଟ) ଉଚ୍ଚତାରେ ଅବସ୍ଥିତ । ଏହି ଗ୍ରାମ ଜିଲ୍ଲା ସଦର ମହକୁମା ରାୟଗଡ଼ା ଠାରୁ ୫୧ କି.ମି ପୂର୍ବଦିଗ ଏବଂ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୩୭୦କି.ମି. ଦୂର ଦକ୍ଷିଣ ଦିଗରେ ଅବସ୍ଥିତ । ଏହି ଗ୍ରାମଟି ସବୁଜ ବନାନୀ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ଘେରି ରହିଛି । ବଣ, ପାହାଡ, ଝରଣା, ଜଙ୍ଗଲରେ ଭରା ଏହି ଗ୍ରାମର ଚତୁଃର୍ପାଶ୍ୱରେ ମୁଖ୍ୟତଃ ଶାଳ, ପିଆଶାଳ, ଟେକି, ବାଉଁସ ଓ ଆମ୍ବ ଗଛ ବହୁଳ ଭାବେ ଦେଖିବାକୁ ମିଳେ ।

ଜନଗଣନା ପରିସଂଖ୍ୟାନ[ସମ୍ପାଦନା]

୨୦୧୧ ଜନଗଣନା ଅନୁଯାୟୀ ଦୁର୍ଗୀ ଗ୍ରାମର ମୋଟ ଲୋକସଂଖ୍ୟା ୧,୭୯୨ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୮୫୮ ଏବଂ ମହିଳା ସଂଖ୍ୟା ୯୩୪ ।[୧] ଦୁର୍ଗୀ ଗ୍ରାମର ସ୍ୱାକ୍ଷ୍ୟରତା ହାର ୭୫.୫୧% ଯାହା ରାଜ୍ୟର ସ୍ୱାକ୍ଷ୍ୟରତା ହାର ୭୨.୮୭% ଠାରୁ ମଧ୍ୟ ଅଧିକ ଅଟେ। ଏହି ଗ୍ରାମରେ ବିଭିନ୍ନ ପ୍ରକାର ଜାତି ଓ ଜନଜାତିର ଲୋକେ ମଧ୍ୟ ବସବାସ କରନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ଗାଁର ମୋଟ ଲୋକସଙ୍ଖ୍ୟାର ୨୯.୮୦% ହରିଜନ ଓ ୧୫.୭୯% ଆଦିବାସୀ ଏହି ଗ୍ରାମରେ ବସବାସ କରନ୍ତି । ଏହି ଗ୍ରାମର ମୋଟ ଜନସଙ୍ଖ୍ୟାର ୧୨.୯୫% ଶିଶୁ ୦-୬ ବର୍ଷ ବୟସ ସୀମା ମଧ୍ୟରେ । ଓଡ଼ିଆ ଏ ଅଞ୍ଛଳର ମୁଖ୍ୟ ପ୍ରଚଳିତ ଭାଷା ଅଟେ । ଯଦିଓ "ଓଡ଼ିଆ" ଏ ଅଞ୍ଚଳର ମୁଖ୍ୟ ପ୍ରଚଳିତ ଭାଷା, ତଥାପି ତେଲୁଗୁ ଏବଂ ହିନ୍ଦୀ ଭାଷା ମଧ୍ୟ ଏ ଅଞ୍ଛଳରେ ଲୋକଙ୍କଦ୍ୱାରା କିଛି ମାତ୍ରାରେ ବ୍ୟବହୃତ । ଏହା ବ୍ୟତିତ, ଦୁର୍ଗୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଆଦିବାସୀ ଗ୍ରାମର ଲୋକେ "କନ୍ଧ" ଭାଷାରେ ମଧ୍ୟ କଥାବାର୍ତ୍ତା ହୁଅନ୍ତି ।

ଧର୍ମାନୁଷ୍ଠାନ[ସମ୍ପାଦନା]

ଜଗନ୍ନାଥ ମନ୍ଦିର, ଦୁର୍ଗୀ-ଦୃଶ୍ୟ ୨
ଜଗନ୍ନାଥ ରଥ, ଦୁର୍ଗୀ
ଦୁର୍ଗୀ ରଥଯାତ୍ରା ଦୃଶ୍ୟ

ଅନେକ ମନ୍ଦିର ଓ ଧର୍ମାନୁଷ୍ଠାନ ଦୁର୍ଗୀ ଗ୍ରାମର ସାଂସ୍କୃତିକ ପରିବେଶକୁ ଆହୁରି ସୌନ୍ଦଯ୍ୟମୟ କରୁଛି। ସେଗୁଡିକ ହେଲା:-

  • ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଦୁର୍ଗୀ
  • ଭୈରବୀ ମନ୍ଦିର
  • ମାଁ ଗ୍ରାମ ଦେବୀ ମନ୍ଦିର (ସ୍ଥାନୀୟ ପୁରାତନ ଶକ୍ତିପୀଠ)
  • ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର (୧୭୦ ବର୍ଷ ପୁରାତନ ଶୈବ ପୀଠ)
  • ମାଣିକେଶ୍ୱରୀ ମନ୍ଦିର
  • ରାଧାକାନ୍ତ ମନ୍ଦିର
  • ଶ୍ରୀ ସତ୍ୟ ସାଇବାବା ମନ୍ଦିର

ପର୍ଯ୍ୟଟନ ସ୍ଥଳି[ସମ୍ପାଦନା]

ସ୍ଥାନୀୟ ନୂତନ ଜଗନ୍ନାଥ ମନ୍ଦିର ଏହି ଅଞ୍ଚଳର ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ଦୁର୍ଗୀ ଠାରୁ ୨ କି.ମି ଦୂରରେ ଅବସ୍ଥିତ ତୁମ୍ବାଲ୍‌ପାଡୁ ଜଳପ୍ରପାତ ଏ ଅଞ୍ଚଳର ମୁଖ୍ୟ ଏକ ପର୍ଯ୍ୟଟନ ସ୍ଥଳି । ଗାଁ ଉପକଣ୍ଠରେ ଥିବା "କୁନ୍ଦନ ପଦର ଡ୍ୟାମ୍" ମଧ୍ୟ ଅନ୍ୟ ଏକ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ। ଏତଦ୍‌ ବ୍ୟତୀତ ଗାଁର ଅନ୍ୟ ମୁଖ୍ୟ ପର୍ଯ୍ୟଟନ ସ୍ଥାନ ଗୁଡିକ ମଧ୍ୟରେ "ବ୍ରାହ୍ମଣୀଦେଈ" ପାହାଡ ଅନ୍ୟତମ । "କୁନ୍ଦନ ପଦର ଡ୍ୟାମ୍" ଦୁର୍ଗୀ ଅଞ୍ଚଳର ଲୋକଙ୍କ ପାଇଁ, ପର୍ଯ୍ୟଟନ କ୍ଷେତ୍ରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ, ପ୍ରାକୃତିକ ଦୃଶ୍ୟଭରା "ତୁମ୍ବାଲ୍‌ପାଡୁ ଜଳପ୍ରପାତ" ବଣ ଭୋଜି ପାଇଁ ଏ ଅଞ୍ଚଳବାସୀଙ୍କୁ ସର୍ବଦା ଆକୃଷ୍ଟ କରି ଆସିଛି ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଦୁର୍ଗୀ ଓ ଏହାର ଚାରିପାଖ ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ଏହି ଗ୍ରାମର ଶିକ୍ଷନୁଷ୍ଠାନ ମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ। ଦୁର୍ଗୀ ଅଞ୍ଛଳର ଲୋକେ, ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷା ନିମନ୍ତେ ଏହି ଗ୍ରାମର ଶିକ୍ଷ୍ୟନୁଷ୍ଠାନ ଉପରେ ନିର୍ଭରଶୀଳ। ଏଠାକାର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:-

  • ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦୁର୍ଗୀ (୧୦୦ ବର୍ଷ ପୁରାତନ)
  • ମଧ୍ୟ ଇଂରାଜୀ ବିଦ୍ୟାଳୟ, ଦୁର୍ଗୀ
  • ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ଦୁର୍ଗୀ (୫୦ ବର୍ଷ ପୁରାତନ)
  • ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର, ଦୁର୍ଗୀ
  • କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଦୁର୍ଗୀ
  • କେନ୍ଦ୍ରୀୟ ଆଧୁନିକ ବିଦ୍ୟାଳୟ(ପ୍ରସ୍ତାବିତ)

ସାମାଜିକ ଓ ଆର୍ଥିକ ଅନୁଷ୍ଠାନ[ସମ୍ପାଦନା]

  • ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍, ଦୁର୍ଗୀ
  • ଭାରତୀୟ ଡାକ ବିଭାଗ, ଦୁର୍ଗୀ
  • ଆଧୁନିକ ଚିକିସାଳୟ, ଦୁର୍ଗୀ
  • ପଶୁ ବିଭାଗ ଚିକିତ୍ସାଳୟ, ଦୁର୍ଗୀ
  • ପୁର୍ତ୍ତ ବିଭାଗ ଡାକ ବଙ୍ଗଳା, ଦୁର୍ଗୀ
  • ରାଜସ୍ୱ ବିଭାଗ ଡାକ ବଙ୍ଗଳା, ଦୁର୍ଗୀ
  • ବିଜୟାନନ୍ଦ ଯୁବକ ସଂଘ, ଦୁର୍ଗୀ

ପର୍ବ ପର୍ବାଣି ଓ ସଂସ୍କୃତି[ସମ୍ପାଦନା]

ଓଡ଼ିଆ ସଂସ୍କୃତି ଅନୁଯାୟୀ ଦୁର୍ଗୀରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ । ତେବେ ଯେଉଁ ପର୍ବଗୁଡିକ ଲାଗି ଦୁର୍ଗୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ସେଗୁଡିକ ହେଲା:- ସ୍ଥାନୀୟ ଠାକୁରାଣୀ ଯାତ୍ରା, ଜଗନ୍ନାଥ ରଥ ଯାତ୍ରା, ଦୋଳୋ ପୂର୍ଣିମା ଓ କାର୍ତ୍ତିକ ମାସ ଅଷ୍ଟପ୍ରହର ଈତ୍ୟାଦି । ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣୀ ମଧ୍ୟ ଦୁର୍ଗୀରେ ଆଡ଼ମ୍ବର ସହ ପାଳିତ ହୁଏ । ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ ଦୁର୍ଗୀବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି । ଦୁର୍ଗୀର ମୁଖ୍ୟ ଆକର୍ଷଣ ଏହି ଗାଁର ଠାକୁରାଣୀ ପର୍ବ । ଗାଁ ବାସିନ୍ଦାଙ୍କ ବିଶ୍ୱାସର ପର୍ବ, ଠାକୁରାଣୀ ପର୍ବ । ଗାଁରେ ସୁଖ, ସମୃଦ୍ଧି ଓ ଶାନ୍ତି ବଜାୟ ରଖିବା ପାଇଁ, ଗ୍ରାମ ଦେବୀଙ୍କୁ ବର୍ଷକେ ଥରେ ମନ୍ଦିରରୁ ବହାରକୁ ଆଣି, ଗାଁ ମଧ୍ୟ ଭାଗରେ ପୁଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ଲୋକଙ୍କ ଆମୋଦ ପ୍ରମୋଦ ପାଇଁ, ବିଭିନ୍ନ ପ୍ରକାର ସାଂସ୍କୃତିକ କର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବିଶେଷ ରୂପେ ଗାଁ ବାସୀନ୍ଦାଙ୍କଦ୍ୱାରା ପ୍ରଦର୍ଶିତ ପଥପ୍ରାନ୍ତ ନାଟକ ଓ ସ୍ଥାନୀୟ ଡ଼ମ୍ବ ବାଇଦ ସଂଗୀତ ଏହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।

ପରିବହନ ଓ ଯୋଗାଯୋଗ[ସମ୍ପାଦନା]

ଦୁର୍ଗୀ ଗ୍ରାମକୁ ଯାତାୟତ କରିବା ନିମିତ୍ତ ବସ୍‌ର ସୁବିଧା ଉପଲବ୍ଧ । ଏହାର ନିକଟତମ ରେଳପଥ ହେଉଛି ଗୁଣପୁର (୪୦ କି.ମି), ମୁନିଗୁଡା(୩୫ କି. ମି) ଓ ରାୟଗଡା(୫୧ କି.ମି) ଏବଂ ନିକଟତମ ଆକାଶପଥ ହେଉଛି ବିଶଖପାଟଣା(୨୪୦ କି.ମି), ରାୟପୁର(୩୪୦ କି.ମି)) ଓ ଭୁବନେଶ୍ୱର(୩୭୦ କି.ମି) । ଏହା ବ୍ୟତିତ, ଯୋଗାଯୋଗ ନିମନ୍ତେ ଚିଠିରୁ ଆରମ୍ଭ କରି ଟେଲିଗ୍ରାମ୍, ବ୍ରଡ୍‍ବ୍ୟାଣ୍ଡ ଆଦି ସୁବିଧା ଏହି ଗ୍ରାମରେ ସହଜରେ ଉପଲବ୍ଧ । ସରକାରଙ୍କଦ୍ୱାରା ପରିଚାଳିତ "ଭାରତ ସଞ୍ଚାର ନିଗମ" ବ୍ୟତୀତ "ରିଲାଏନ୍ସ ଟେଲିକୋମ୍" ପରି ଘରୋଇ ଜାତୀୟ ସଞ୍ଚାର ସଂସ୍ଥା ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ତରଫରୁ ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ ସେବା ମଧ୍ୟ ଯୋଗାଇ ଦିଆଯାଇଛି ।

ରାଜନୀତି[ସମ୍ପାଦନା]

ଭାରତୀୟ ସମ୍ବିଧାନ ଏବଂ ପଞ୍ଚାୟତିରାଜ ଆଇନ୍ ଅନୁସାରେ, ଦୁର୍ଗୀ ଗ୍ରାମ ତଥା ପଞ୍ଚାୟତ, ସରପଞ୍ଚ (ଗାଁ ମୁଖିଆ)ଙ୍କଦ୍ୱାରା ପରିଚାଳିତ ହୁଏ, ଯିଏ ଲୋକଙ୍କ ଦ୍ୱରା ପ୍ରତ୍ୟକ୍ଷ ଭାବେ ପ୍ରତି ୫ ବର୍ଷରେ ଥରେ ନିର୍ବାଚିତ ହୋଇଥାନ୍ତି । ଦୁର୍ଗୀ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଭାରତର ସଂସଦରେ କୋରାପୁଟ ଲୋକ ସଭା ଆସନ ଏହି ଗ୍ରାମର ପ୍ରତିନିଧିତ୍ୱ କରେ । ଶ୍ରୀ ଝିନ୍ନ ହିକକ୍କା (ବିଜୁ ଜନତା ଦଳ) କୋରାପୁଟ ଲୋକ ସଭା(ସଂରକ୍ଷିତ) ଆସନର ସାଂସଦ ଅଟନ୍ତି ।[୨] ଓଡ଼ିଶା ବିଧାନ ସଭାରେ ବିଧାୟକ ଶ୍ରୀ ଜଗନ୍ନାଥ ସାରକା(ବିଜୁ ଜନତା ଦଳ) ବିଷମ କଟକ ନିର୍ବାଚନ ମଣ୍ଡଳୀ(ସଂରକ୍ଷିତ) ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି।[୩] ସ୍ୱାଧୀନତା ପରଠାରୁ, ବିଷମ କଟକ ନିର୍ବାଚନ ମଣ୍ଡଳୀ ଓ ରାୟଗଡା ଜିଲ୍ଲା ରାଜନୀତିରେ, ଦୁର୍ଗୀ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ଆସିଛି । ଶ୍ରୀ ତ୍ରୀନାଥ ଦାସ (ବ୍ଲକ୍ ଚେୟାରମ୍ୟନ୍, ବିଷମ କଟକ) ଓ ଶ୍ରୀ ସୁଧୀର ଦାସ (ସଭାପତି, ବିଜୁ ଜନତା ଦଳ, ରାୟଗଡା ଜିଲ୍ଲା)[୪] ଭଳି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଏହି ଗ୍ରାମର ଅଟନ୍ତି।[୫] ଓଡ଼ିଶାର ଅନେକ ମୁଖ୍ୟମନ୍ତ୍ରୀ ଯଥା:- ସ୍ୱର୍ଗତ ବିଜୁ ପଟ୍ଟନାୟକ, ଗିରିଧର ଗୋମଙ୍ଗ ଓ ନବୀନ ପଟ୍ଟନାୟକ ନିଜର ରାଜନୀତିକ ଓ ସାମାଜିକ କାର୍ୟ୍ୟ ନିମନ୍ତେ ଦୁର୍ଗୀ ଗ୍ରାମକୁ ଅନେକ ଥର ଆସିଛନ୍ତି।

ଛବି ସଂକଳନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Durgi Population". Census2011. Retrieved 4 July 2015.
  2. Election Results 2014, Indian Parliamentary Constituency. "Parliamentary Election Result in elections.in". http://www.elections.in. Compare Infobase Limited. Retrieved 5 July 2015. External link in |website= (help)
  3. Election Results 2014, Odisha Assembly Constituency. "State Assembly Election Rresult in elections.in". http://www.elections.in. Compare Infobase Limited. Retrieved 7 July 2015. External link in |website= (help)
  4. "Presidents for all Districts". The News Insight. Retrieved 11 October 2015.
  5. Tathya, Media. "List of Distrist Presidents". Tathya Media. Retrieved 25 July 2015.

ଅଧିକ ତଥ୍ୟ[ସମ୍ପାଦନା]