ଦୁର୍ଗା ପ୍ରସାଦ ପଣ୍ଡା
ଦେଖଣା
ଦୁର୍ଗା ପ୍ରସାଦ ପଣ୍ଡା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୨ ଜାନୁଆରୀ ୧୯୭୦ |
| ବୃତ୍ତି | କବି, ଅନୁବାଦକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
ଦୁର୍ଗା ପ୍ରସାଦ ପଣ୍ଡା (ଜନ୍ମ: ୨୨ ଜାନୁଆରୀ ୧୯୭୦) ଜଣେ ଓଡ଼ିଆ କବି, ଅନୁବାଦକ । ସେ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା ରଚନା କରନ୍ତି । ତାଙ୍କ ରଚିତ କବିତା ରେବତୀ, ସକାଳ, ନିତିଦିନ, ସେଇଠୁ ଆରମ୍ଭ ଆଦି ଓଡ଼ିଆ ଖବରକାଗଜ ସହିତ ପତ୍ରିକାରେ ପ୍ରକାଶିତ ହୋଇଛି । ସେହିଭଳି, ଆଉଟ୍ଲୁକ୍, ହାକାରା, ସ୍ପିକ୍ ଭଳି ୱେବ୍ସାଇଟ୍ ତଥା ଇଂରାଜୀ ସମ୍ବାଦପତ୍ରରେ ତାଙ୍କ ରଚିତ ଇଂରାଜୀ କବିତାମାନ ପ୍ରକାଶିତ ହୋଇଛି । ତାଙ୍କ ରଚିତ ପୁସ୍ତକ ନିଆଁ ଭିତରେ ହାତ, ପୋଷ୍ଟକାର୍ଡ଼ କବିତା, ରାତି ଆଉଟିକେ ଗାଢ଼ ହେଲେ, ପ୍ରେମ ଏକ ବିଲୁପ୍ତ ପକ୍ଷୀର ନାଁ ଆଦି ପ୍ରକାଶିତ ହୋଇଛି ।[୧]
ଜନ୍ମ ଓ ଶିକ୍ଷା
[ସମ୍ପାଦନା]ସେ ୧୯୭୦ ମସିହାର ଜାନୁଆରୀ ୨୨ ତାରିଖରେ ସମ୍ବଲପୁର ଠାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁର୍ଲାରୁ ହାଇସ୍କୁଲ ପାଠ ଶେଷ କରି ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ପ୍ରେମ ଏକ ବିଲୁପ୍ତ ପକ୍ଷୀର ନାଁ (୨୦୨୩)
- ନିଆଁ ଭିତରେ ହାତ
- ପୋଷ୍ଟକାର୍ଡ଼ କବିତା
- ରାତି ଆଉଟିକେ ଗାଢ଼ ହେଲେ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ବଳ, ସରୋଜ (22 January 2021). "ସତେ ଯେପରି କବିକୁ କଲବଲ କରିବା ଛଡ଼ା କବିତାର ଆଉ କିଛି କାମ ନାହିଁ: ଦୁର୍ଗାପ୍ରସାଦ ପଣ୍ଡା". Odisha Sambad (in Odia). Retrieved 2 April 2026.
{{cite web}}: CS1 maint: unrecognized language (link) CS1 maint: url-status (link) - ↑ "DNB, Katalog der Deutschen Nationalbibliothek". portal.dnb.de. Retrieved 2026-04-02.
- ↑ ମହାନ୍ତି, କୃଷ୍ଣ କୁମାର, ed. (6 December 2025). ଚିହ୍ନା ଚାଳିଶ (୧ ed.). ଟାଇମ୍ପାସ୍. ISBN 9789360730345. Retrieved 2 April 2026.