ଦୁଆର ଫିଟା
ଦ୍ଵାର ଫିଟା ଜଗନ୍ନାଥ ମନ୍ଦିରରେ ଚାରି ଠାକୁରଙ୍କ ନିମନ୍ତେ ପାଳିତ ଏକ ନୀତି । ଠାକୁରଙ୍କ ପହୁଡ଼ ପରେ ମନ୍ଦିର ଭିତରେ ଓ ବାହା ଶୋଧ ପରେ ଛାମୁ ଦୁଆର ଓ ଜୟ ବିଜୟ ଦ୍ଵାରରେ ମାଟିର ମୁଦ ଦିଆଯାଇ ତଳିଛ ମହାପାତ୍ରଏନକେଦ୍ଵାରା ବନ୍ଦ କରାଯାଇଥାଏ । ମନ୍ଦିର ଚାରି ଦ୍ଵାରରେ ଚୋରି (ଛୋଟ) କବାଟମାନ ସେବକମାନଙ୍କ ଯିବା ଆସିବା ପାଇଁ ପ୍ରତ୍ୟୁଷରୁ ଖୋଲା ଯାଇଥାଏ ।[୧]
ନୀତି[ସମ୍ପାଦନା]
ଏହି ନୀତି ପାଇଁ ପାଞ୍ଚ ଜଣ ସେବକଙ୍କଦରକାର ପଡେ । ସେମାନେ ହେଲେ
- ଭିତରଛ ମହାପାତ୍ର
- ପାଳିଆମେକାପ
- ପ୍ରତିହାରୀ
- ମୁଦୁଲି
- ଅଖଣ୍ଡ ମେକାପ
ପ୍ରତ୍ୟହ ପ୍ରାତ କାଳରେ 'ଭିତରଛ ମହାପାତ୍ର' ,'ପାଳିଆମେକାପ','ପ୍ରତିହାରୀ','ମୁଦୁଲି','ଅଖଣ୍ଡ ମେକାପ' ସେବକମାନେ ଭିତରକୁ ଯାଆନ୍ତି । ସିଂହଦ୍ଵାରସ୍ଥ ମୁଖ୍ୟଦ୍ଵାର ପୂର୍ବଦିନ ରାତିରେ ପହୁଡବେଳେ ବନ୍ଦ କରାଯାଇଥାଏ । ଭିତରଛ ମହାପାତ୍ର ସିଂହଦ୍ଵାର ନିକଟରେ ପହଞ୍ଚିବା ମାତ୍ରେ ସେ ଦ୍ଵାରକୁ ଖୋଲିଦିଆଯାଏ । ପତିତପାବନଙ୍କ ମନ୍ଦିର କବାଟ ଖୋଲାଯାଏ । ଏହାପରେ ମନ୍ଦିରର ଅନ୍ୟ ତିନି ଦ୍ଵାର ମଧ୍ୟ ଖୋଲାଯାଇଥାଏ । ବଡଛତା ମଠର ବାଦ୍ୟକାରମାନେ ଭଜନଗାନ କରିବା ଉଦେଶ୍ୟରେ ନାଟ ମନ୍ଦିରରେ ଉପସ୍ଥିତ ହୁଅନ୍ତି ।ଭିତରଛ ମହାପାତ୍ର, ଜୟବିଜୟ ଦ୍ଵାରରେ ପହୁଡବେଳେ ଦିଆଯାଇଥିବା ମୁଦ ଠିକ ଅଛିକି ନାହିଁ, ପରୀକ୍ଷା କରି ଦେଖନ୍ତି । ଏକ ଦୀପ ଧରି ଭିତରଛ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ପୂର୍ବୋକ୍ତ ସେବକମାନେ ଜୟା ବିଜୟ ଦ୍ଵାର ଦେଇ ମୁଖଶାଳାକୁ ପ୍ରବେଶ କରିଥାନ୍ତି । ଦ୍ଵାରକୁ ଭିତରୁ ବନ୍ଦ କରିଦିଆଯାଏ, ବାଜାବାଜେ ଏବଂ ଭଜନ ଆରମ୍ଭ ହୁଏ । 'ଖଟ ଶେଯ ମେକାପ' ପହୁଡବେଳେ ପଡିଥିବା ତିନୋଟି ରତ୍ନପଲଙ୍କ ଉଠାଇନେଇ ଯଥାସ୍ଥାନରେ ରଖିଥାନ୍ତି । ଭିତରଛ ମହାପାତ୍ର ଶ୍ରୀଜୀଉଙ୍କୁ ନିରୀକ୍ଷଣ କରି ଅଙ୍ଗ ସାଜସଜ୍ଜାରେ ଯଦି କିଛି ବ୍ୟତିକ୍ରମ ହୋଇଥାଏ ,ତାହାକୁ ସଜାଡିବା ପରେ ମଙ୍ଗଳ ଆଳତିର ସମସ୍ତ ଆୟୋଜନ କରାଯାଏ ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "ଶ୍ରୀଜିଉଙ୍କ ଦୁଆର ଫିଟା ଓ ମଙ୍ଗଳ". ପ୍ରମେୟ. 09 June 2015. http://epaper.prameyanews.com/46031-171343236-1-article.html. Retrieved 20 September 2015ଅ.