ଦୀକ୍ଷା ବାସୁ
Diksha Basu | |
|---|---|
| ଜନ୍ମ | Delhi, India |
| Alma mater | Cornell University |
| ପେଷାs | Writer, Actress |
| Parents |
|
ଦିକ୍ଷା ବାସୁ ଜଣେ ଆମେରିକୀୟ ଲେଖିକା ଓ ଅଭିନେତ୍ରୀ।[୧] ସେ The Windfall ଉପନ୍ୟାସର ଲେଖିକା, ଯାହାକୁ ନିର୍ଦ୍ଦେଶିକା ଶୋନାଲି ବୋସଙ୍କ ଦ୍ୱାରା ଏକ ଟେଲିଭିଜନ ଧାରାବାହିକ ଭାବେ ରୂପାନ୍ତର କରାଯାଉଛି।[୨]
ଜୀବନୀ
[ସମ୍ପାଦନା]ଦିକ୍ଷା ବାସୁଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା।[୩] ତାଙ୍କ ମାତା ସମାଜଶାସ୍ତ୍ରୀ ଆଲକା ମାଲୱାଡେ ବାସୁ ଏବଂ ପିତା ଅର୍ଥନୀତିବିଦ କୌଶିକ ବାସୁ।[୪] ପରେ କୌଶିକ ବାସୁ ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଏବଂ ପରବର୍ତ୍ତୀ ସମୟରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିବିଦ ହୋଇଥିଲେ।[2][6] ସେ ୧୯୯୦ ଦଶକରେ ୧୦ ବର୍ଷ ବୟସ୍ ପର୍ଯ୍ୟନ୍ତ ଦିଲ୍ଲୀରେ ବଢ଼ିଥିଲେ।[୫]
କିଶୋରୀ ବୟସରେ ସେ ପରିବାର ସହିତ ଯୁକ୍ତରାଷ୍ଟ୍ରର ଇଥାକା, ନ୍ୟୁୟର୍କକୁ ପ୍ରବାସ କରିଥିଲେ।[୧] ଉପରାଞ୍ଚଳ ନ୍ୟୁୟର୍କକୁ ଯିବା ପରେ ମଧ୍ୟ ସେ ପ୍ରତି ୪ ରୁ ୬ ମାସ ମଧ୍ୟରେ ଦିଲ୍ଲୀକୁ ଯାଇଥାନ୍ତି ବୋଲି ବାସୁ କହିଛନ୍ତି।[9] ପରେ ସେ କର୍ନେଲ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ କଳା ସ୍ନାତକ (BA) ଏବଂ ଫ୍ରେଞ୍ଚ ଭାଷାରେ ଦ୍ୱିତୀୟ ପ୍ରଧାନ ବିଷୟ ସହିତ ସ୍ନାତକ ହୋଇଥିଲେ।[1][6]
୨୦୦୮ ମସିହାରେ ସେ ଅଭିନୟ ଜୀବନ ଗଢ଼ିବା ପାଇଁ ମୁମ୍ବାଇକୁ ଯାଇଥିଲେ।[୬] ସେ ସେଠାରେ ପ୍ରାୟ ଚାରି ବର୍ଷ ରହିଥିଲେ।[5] ସେ Mumbai Calling (2007) ନାମକ କମେଡି ଧାରାବାହିକ ଏବଂ A Decent Arrangement (2011) ନାମକ ନାଟକୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।[୬] ମୁମ୍ବାଇରେ ରହିବା ସମୟରେ ସେ ଲେଖନ କାମ ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଉପନ୍ୟାସ Opening Night କୁ ହାର୍ପରକଲିନ୍ସ ପ୍ରକାଶନ କରିଥିଲା ଏବଂ ୨୦୧୨ ମସିହାରେ ଲେଖକ ଚେତନ ଭଗତ ଏହାକୁ ମୋଚନ କରିଥିଲେ।[୬]
ଏହି ଉପନ୍ୟାସରେ ଏକ ଆମେରିକାରେ ଜନ୍ମିତ ଅଭିନେତାଙ୍କ ମୁମ୍ବାଇକୁ ଆସି ଅଭିନୟ କ୍ଷେତ୍ରରେ ସଫଳତା ଲଭିବା ପାଇଁ ହୋଇଥିବା ସଂଘର୍ଷକୁ ଦେଖାଯାଇଛି।[୬] ଏହାକୁ ଗଭୀର ଭାବେ ବ୍ୟକ୍ତିଗତ କିନ୍ତୁ ଆତ୍ମଜୀବନୀମୂଳକ ନୁହେଁ ଏମିତି ସାହିତ୍ୟିକ କଳ୍ପନା କୃତି ଭାବେ ବର୍ଣ୍ଣନା କରାଯାଇଛି।
ପରେ ବାସୁ ସୃଜନାତ୍ମକ ଲେଖନରେ ମାଷ୍ଟର ଅଫ୍ ଫାଇନ ଆର୍ଟସ୍ (MFA) ହାସଲ କରିବା ପାଇଁ କଲମ୍ବିଆ ବିଶ୍ୱବିଦ୍ୟାଳୟ ସ୍କୁଲ୍ ଅଫ୍ ଦ ଆର୍ଟସ୍ରେ ଯୋଗ ଦେଇଥିଲେ ଏବଂ ୨୦୧୪ ମସିହାରେ ସେଠାରୁ ସ୍ନାତକ ହୋଇଥିଲେ।[୨] ସେ A Million Rivers (2017) ନାମକ ସ୍ମୃତିମୂଳକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।[୭]
ଏହି ସମୟରେ ସେ ସଙ୍ଗୀତ ନିର୍ମାତା ମାଇକି ମ୍ୟାକ୍ଲିୟାରିଙ୍କ ସହ ବିବାହ କରିଥିଲେ ଏବଂ ୨୦୧୭ ମସିହାରେ ତାଙ୍କ ଝିଅର ଜନ୍ମ ହୋଇଥିଲା।[୮] ସେହି ବର୍ଷ ତାଙ୍କ ଦ୍ୱିତୀୟ ଉପନ୍ୟାସ The Windfall ପ୍ରକାଶିତ ହୋଇଥିଲା।[୫] ଏହା ଏକ ହାସ୍ୟରସାତ୍ମକ କଳ୍ପନାସାହିତ୍ୟ ଯେଉଁଥିରେ ଏକ ମଧ୍ୟବର୍ଗୀୟ ଭାରତୀୟ ବ୍ୟକ୍ତି ଅଚାନକ ଧନୀ ହୋଇଯିବା ପରେ ତାଙ୍କ ଜୀବନର ହୋଇଥିବା ପରିବର୍ତ୍ତନକୁ ଦେଖାଯାଇଛି। ଏହି କୃତି ସମାଲୋଚକମାନଙ୍କ ଠାରୁ ସକାରାତ୍ମକ ପ୍ରଶଂସା ପାଇଥିଲା ଏବଂ ଏହାକୁ ଟେଲିଭିଜନ ଧାରାବାହିକ ଭାବେ ରୂପାନ୍ତର କରିବା ପାଇଁ ଚୁକ୍ତି କରାଯାଇଥିଲା।[୯] ELLE ପତ୍ରିକା ଅନୁସାରେ, ଏହି ଉପନ୍ୟାସ ଭାରତକୁ ନେଇ ରହିଥିବା ବିଦେଶୀ ଧାରଣାଗୁଡ଼ିକୁ ଭାଙ୍ଗିଦେଇଥିଲା, ଯେତେବେଳେ The Wire ପତ୍ରିକା ଏହାକୁ “ନୂଆଦିଲ୍ଲୀର ଧନୀ ୧% ଲୋକଙ୍କ ମନୋଭାବ ଉପରେ ଏକ ଚତୁର ଏବଂ ଅତ୍ୟନ୍ତ ରସାଳ କାହାଣୀ” ବୋଲି ବର୍ଣ୍ଣନା କରିଥିଲା। କିନ୍ତୁ The Hindu ପତ୍ରିକା ସାମାଜିକ ଓ ସାଂସ୍କୃତିକ ଚିତ୍ରଣରେ ସୂକ୍ଷ୍ମତା ଅଭାବ ଏବଂ କିଛି ଅସତ୍ୟତା ଥିବାକୁ ଉଲ୍ଲେଖ କରି ମିଶ୍ର ପ୍ରତିକ୍ରିୟା ଦେଇଥିଲା।[୧୦]
୨୦୨୦ ମସିହାରେ ସେ ତାଙ୍କ ତୃତୀୟ ଉପନ୍ୟାସ Destination Wedding ପ୍ରକାଶ କରିଥିଲେ।[୧୧]
ଆଧାର
[ସମ୍ପାଦନା]- 1 2 "'Readers Are No Longer Looking for Only the Exotic Indian or the Immigrant Novel'". The Wire (in ଇଂରାଜୀ). Retrieved 2026-03-08.
- 1 2 "Diksha Basu '14 Releases Second Novel, 'Destination Wedding' | School of the Arts". arts.columbia.edu. Retrieved 2026-03-08.
- ↑ "Diksha Basu". HarperCollins (in ଆମେରିକୀୟ ଇଂରାଜୀ). Retrieved 2026-03-08.
- ↑ Bakshi, Asmita (2017-05-19). ""When I started writing, I Felt Freed"". India Today (in ଇଂରାଜୀ). Retrieved 2026-03-08.
- 1 2 Kohli, Diya (2017-07-22). "Diksha Basu: The joke's on everyone". mint (in ଇଂରାଜୀ). Retrieved 2026-03-08.
- 1 2 3 4 "'My life's not interesting enough'". Hindustan Times (in ଇଂରାଜୀ). 2012-01-08. Retrieved 2026-03-08.
- ↑ Ramnath, Nandini (2017-02-01). "The things we do not and cannot say flow through arthouse film 'A Million Rivers'". Scroll.in (in ଇଂରାଜୀ). Retrieved 2026-03-08.
- ↑ Vora, Shivani (2017-06-30). "How Diksha Basu, a Novelist, Spends Her Sundays". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2026-03-08.
- ↑ "Author Diksha Basu says Gurgaon lanes look straight out of Desperate Housewives". Hindustan Times (in ଇଂରାଜୀ). 2017-08-03. Retrieved 2026-03-08.
- ↑ Guha, Keshava (2017-07-22). "Keshava Guha reviews The Windfall by Diksha Basu". The Hindu (in Indian English). ISSN 0971-751X. Retrieved 2026-03-08.
- ↑ Ghosh, Devarsi (2020-07-25). "Diksha Basu's 'Destination Wedding' is a funny but sensitive look at old money and new India". Scroll.in (in ଇଂରାଜୀ). Retrieved 2026-03-08.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |