ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ
| ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ | |
|---|---|
| ସ୍ଥାପିତ | 31 ଅକ୍ଟୋବର 1966 |
| ସ୍ଥାନ | Shershah Road, Justice SB Marg, New Delhi |
| ଭୌଗଳିକ ଦିଗବାରେଣି | 28°36′32″N 77°14′10″E / 28.6090°N 77.2361°E |
| ସଂରଚନା | Presidential with confirmation of Chief Justice of India |
| Website | delhihighcourt.nic.in |
| Chief Justice of Delhi High Court | |
| ବର୍ତ୍ତମାନ | Devendra Kumar Upadhyaya |
| ନିଯୁକ୍ତି ଦିନ | 21 January 2025 |
ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ (ହିନ୍ଦୁସ୍ତାନୀ: दिल्ली उच्च न्यायालय; dillī uchcha nyāyālaya) ହେଉଛି ଭାରତର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଏକ ଉଚ୍ଚ ନ୍ୟାୟାଳୟ । ଏହି ନ୍ୟାୟାଳୟ ୩୧ ଅକ୍ଟୋବର ୧୯୬୬ ତାରିଖରେ “ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଆଇନ, ୧୯୬୬” ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ନ୍ୟାୟାଳୟ ଅଧୀନରେ ୧୧ଟି ଅଧୀନସ୍ଥ ନ୍ୟାୟାଳୟ ରହିଅଛି ।
ଇତିହାସ
[ସମ୍ପାଦନା]୧୯୧୯ ମସିହାରେ ସ୍ଥାପିତ ହୋଇଥିବା “ଲାହୋର ଉଚ୍ଚ ନ୍ୟାୟାଳୟ”ର ପୂର୍ବ ପଞ୍ଜାବ ଓ ଦିଲ୍ଲୀ ଅଞ୍ଚଳ ଉପରେ ନ୍ୟାୟିକ କ୍ଷେତ୍ରାଧୀକାର ରହିଥିଲା । ଏହି ବ୍ୟବସ୍ଥା ୧୯୪୭ ମସିହାର “ଭାରତ ସ୍ୱାଧୀନତା ଆଇନ” ପର୍ଯ୍ୟନ୍ତ ଚାଲିଥିଲା । ଯେଉଁବେଳେ ।
୧୫ ଅଗଷ୍ଟ ୧୯୪୭ ରେ ଭାରତ ଓ ପାକିସ୍ତାନ ଦୁଇଟି ସ୍ୱାଧୀନ ରାଷ୍ଟ୍ର ରୂପେ ଗଠିତ ହେବାପରେ “ଦ ହାଇ କୋର୍ଟସ (ପଞ୍ଜାବ) ଆର୍ଡର, ୧୯୪୭” ଅନୁସାରେ ପୂର୍ବ ପଞ୍ଜାବ ଅଞ୍ଚଳ ପାଇଁ ଏକ ନୂଆ ଉଚ୍ଚ ନ୍ୟାୟାଳୟ ସ୍ଥାପିତ ହୋଇଥିଲା । “ଦ ଇଣ୍ଡିଆ (ଏଡାପ୍ଟେସନ ଅଫ୍ ଏକ୍ଜିଷ୍ଟିଙ୍ଗ ଇଣ୍ଡିଆନ୍ ଲଜ୍) ଆର୍ଡର, ୧୯୪୭” ଅନୁଯାୟୀ, ଯେଉଁଠି ଲାହୋର ଉଚ୍ଚ ନ୍ୟାୟାଳୟ ଉଲ୍ଲେଖ ଥିଲା, ସେଠି ପୂର୍ବ ପଞ୍ଜାବ ଉଚ୍ଚ ନ୍ୟାୟାଳୟର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପଞ୍ଜାବ ଉଚ୍ଚ ନ୍ୟାୟାଳୟ ଶିମଲାର “ପିଟରହଫ୍” ନାମକ କୋଠାରୁ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ଏହି କୋଠା ୧୯୮୧ ମସିହା ଜାନୁଆରୀରେ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଥିଲା ।
୧୯୫୪-୫୫ ମସିହାରେ ପଞ୍ଜାବ ସରକାରର ସଚିବାଳୟ ଚଣ୍ଡୀଗଡକୁ ସ୍ଥାନାନ୍ତରିତ ହେବା ସହିତ, ପଞ୍ଜାବ ଉଚ୍ଚ ନ୍ୟାୟାଳୟ ମଧ୍ୟ ଚଣ୍ଡୀଗଡକୁ ସ୍ଥାନାନ୍ତରିତ ହୋଇଗଲା । ପରେ ଏହି ନ୍ୟାୟାଳୟ “ପଞ୍ଜାବ ଉଚ୍ଚ ନ୍ୟାୟାଳୟ” ଭାବେ ପରିଚିତ ହେଲା । ଏହା ଏକ ସର୍କିଟ୍ ବେଞ୍ଚ ମାଧ୍ୟମରେ ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ ଓ ଦିଲ୍ଲୀ ପ୍ରଶାସନ ସମ୍ବନ୍ଧୀୟ ମାମଲାର ବିଚାର କରୁଥିଲା । ଦିଲ୍ଲୀର ଗୁରୁତ୍ୱ, ଜନସଂଖ୍ୟା ଓ ଅନ୍ୟାନ୍ୟ ପାରିପାର୍ଶ୍ଵିକ ଦୃଷ୍ଟିକୋଣରୁ ଭାରତୀୟ ସଂସଦ ଏକ ସ୍ୱତନ୍ତ୍ର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସ୍ଥାପନ କରିବା ଆବଶ୍ୟକ ବୋଲି ମନେକଲେ । ଏହା ପାଇଁ ୫ ସେପ୍ଟେମ୍ବର ୧୯୬୬ ରେ “ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଆଇନ, ୧୯୬୬” ପାରିତ କରାଗଲା ।
ପ୍ରାରମ୍ଭରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର କେବଳ ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନୁହେଁ, ବରଂ ହିମାଚଳ ପ୍ରଦେଶ ଉପରେ ମଧ୍ୟ ନ୍ୟାୟିକ କ୍ଷେତ୍ରାଧିକାର ବ୍ୟବହାର କରୁଥିଲା । ଏହି ଉଦ୍ଦେଶ୍ୟରେ ଶିମଲାର “ରେଭେନ୍ସୱୁଡ୍” ନାମକ ଗୃହରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ହିମାଚଳ ପ୍ରଦେଶ ବେଞ୍ଚ ରହିଥିଲା । ହିମାଚଳ ପ୍ରଦେଶ ରାଜ୍ୟ ଆଇନ, ୧୯୭୦ ର ୨୫ ଜାନୁଆରୀ ୧୯୭୧ ରୁ ଅମଳ ହେବା ପର୍ଯ୍ୟନ୍ତ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଏହି ଅଞ୍ଚଳ ଉପରେ ନ୍ୟାୟିକ କ୍ଷେତ୍ରାଧିକାର ରହିଥିଲା ।
ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଆରମ୍ଭରେ ଚାରି ଜଣ ନ୍ୟାୟାଧୀଶଙ୍କ ସହିତ ସ୍ଥାପିତ ହୋଇଥିଲା—ମୁଖ୍ୟ ନ୍ୟାୟାଧୀଶ ଶ୍ରୀ କେ.ଏସ୍. ହେଗ୍ଡେ, ନ୍ୟାୟମୂର୍ତ୍ତି ଆଇ.ଡି. ଦୁଆ, ନ୍ୟାୟମୂର୍ତ୍ତି ଏଚ.ଆର୍. ଖନ୍ନା ଓ ନ୍ୟାୟମୂର୍ତ୍ତି ଏସ୍.କେ. କପୁର ।[୧] ସମୟ କ୍ରମେ ଏହି ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଅନୁମୋଦିତ ବିଚାରପତି ସଂଖ୍ୟା ହେଉଛି ୪୫ ଜଣ ସ୍ଥାୟୀ ନ୍ୟାୟାଧୀଶ ଓ ୧୫ ଜଣ ଅତିରିକ୍ତ ନ୍ୟାୟାଧୀଶ ।[୨]
ଆଧାର
[ସମ୍ପାଦନା]- ↑ "Former Hon'ble Chief Justices | Welcome To Delhi High Court". www.delhihighcourt.nic.in. Retrieved 2025-07-05.
- ↑ "History | Welcome To Delhi High Court". delhihighcourt.nic.in. Retrieved 2025-07-05.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |