Jump to content

ଦିବ୍ୟ ପ୍ରକାଶ ଦୁବେ

ଉଇକିପିଡ଼ିଆ‌ରୁ
ଦିବ୍ୟ ପ୍ରକାଶ ଦୁବେ
ଜନ୍ମ ଓ ଜନ୍ମସ୍ଥାନ (1982-05-08) ୮ ମଇ ୧୯୮୨ (ବୟସ ୪୪)
ଲକ୍ଷ୍ନୌ, ଭାରତ
ବୃତ୍ତିଔପନ୍ୟାସିକ, କାହାଣୀକାର
ଶିକ୍ଷାକଲେଜ ଅଫ୍ ଇଞ୍ଜିନିୟରିଂ ରୁଡ଼କୀ (ବି.ଟେକ୍, କମ୍ପ୍ୟୁଟର ସାଇନ୍ସ),ସିମ୍ବାୟୋସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ, ପୁଣେ (ଏମ୍‌ବିଏ)
ସମୟ୨୦୧୩–ଏବେଯାଏଁ
ଶୈଳୀଗଳ୍ପ, କ୍ଷୁଦ୍ରଗଳ୍ପ
ସାହିତ୍ୟ କୃତିଅକ୍ଟୋବର ଜଙ୍କସନ୍, ମୁସାଫିର୍ କ୍ୟାଫେ, ମସାଲା ଚାଏ, ସର୍ତ୍ତେଁ ଲାଗୁ
ୱେବସାଇଟ
www.divyaprakash.in

ଦିବ୍ୟ ପ୍ରକାଶ ଦୁବେ (ଜନ୍ମ: ୮ ମଇ ୧୯୮୨) ଜଣେ ଭାରତୀୟ ହିନ୍ଦୀ ଭାଷୀ ଲେଖକ ତଥା ଔପନ୍ୟାସିକ ଅଟନ୍ତି ।[୧][୨][୩] ତାଙ୍କ ରଚିତ ବହି ମଧ୍ୟରେ ଦୁଇଟି କ୍ଷୁଦ୍ରଗଳ୍ପ ସଂକଳନ ସର୍ତ୍ତେଁ ଲାଗୁ ଓ ମସାଲା ଚାଏ, ଏବଂ କ୍ଷୁଦ୍ର ଉପନ୍ୟାସ ଯଥା ମୁସାଫିର କାଫେ,[୪][୫] ଅକ୍ଟୋବର ଜଙ୍କସନ୍,[୬] ଇବ୍ନେବତୂତୀ,[୭] ଆକୋ ବାକୋ[୮] ଓ ୟାର୍ ପାପା ଆଦି ଅନ୍ତର୍ଭୁକ୍ତ । ଏହା ସହିତ ସେ ପୋନିଅନ୍ ସେଲଭନ୍-୧ ଓ ପୋନିଅନ୍ ସେଲଭନ୍-୨ ଭଳି କଥାଚିତ୍ର ପାଇଁ ହିନ୍ଦୀ ସଂଳାପ ଲେଖକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୯] ୨୦୨୬ ମସିହାରେ, ତାଙ୍କ ଉପନ୍ୟାସ ମୁସାଫିର୍ କ୍ୟାଫେର କାହାଣୀ ଆଧାରରେ ନେଟ୍‌ଫ୍ଲିକ୍ସରେ ଏକ ୱେବ୍ ସିରିଜ୍ ମୁସାଫିର୍ କ୍ୟାଫେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ଚିତ୍ରନାଟ୍ୟ ଲେଖକ ଭାବରେ କାମ କରିବା ସହିତ ତାଙ୍କର ଏକ କ୍ୟାମିଓ ଥିଲା ।[୧୦][୧୧]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଦୁବେ ୧୯୮୨ ମସିହାର ମଇ ୮ ତାରିଖରେ ଲକ୍ଷ୍ନୌଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିଲାଦିନ ହରଦୋଇ, ଶାହାଜାହାନପୁର, ଗାଜିଆବାଦ, ଲକ୍ଷ୍ନୌ ଓ ବାରାଣସୀରେ କଟିଥିଲା । କଲେଜ ଅଫ୍ ଇଞ୍ଜିନିୟରିଂ ରୁଡ଼କୀରୁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ, ସେ ସିମ୍ବାୟୋସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ, ପୁଣେରୁ ଏମ୍‌ବିଏ କରିଥିଲେ । ଏହାପରେ ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ କରିଥିଲେ ଏବଂ ଚାକିରୀ ସହିତ ଗଳ୍ପ ଲେଖିବା ଜାରି ରଖିଥିଲେ, ଯାହା ପରବର୍ତ୍ତୀ ସମୟରେ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା ।[୧୨]

ରଚନାବଳୀ

[ସମ୍ପାଦନା]

ବହି (ହିନ୍ଦୀ)

[ସମ୍ପାଦନା]
  • ଇବ୍ନେବତୂତୀ (୨୦୨୦)
  • ଆକୋ ବାକୋ (୨୦୨୧)
  • ଅକ୍ଟୋବର ଜଙ୍କସନ୍ (୨୦୧୯)
  • ମୁସାଫିର କାଫେ (୨୦୧୬)
  • ମସାଲା ଚାଏ (ଗଳ୍ପ ସଂକଳନ, ୨୦୧୪)
  • ସର୍ତ୍ତେ ଲାଗୁ (ଗଳ୍ପ ସଂକଳନ, ୨୦୧୩)
  • ୟାର୍ ପାପା (୨୦୨୩)

ହିନ୍ଦୀ କଥାଚିତ୍ର/ଧାରାବାହିକରେ ଅବଦାନ

[ସମ୍ପାଦନା]
  • ପୋନିଅନ୍ ସେଲଭନ୍-୧ (ହିନ୍ଦୀ ସଂଳାପ ଲେଖକ)
  • ପୋନିଅନ୍ ସେଲଭନ୍-୨ (ହିନ୍ଦୀ ସଂଳାପ ଲେଖକ)
  • ମୁସାଫିର୍ କ୍ୟାଫେ (ନେଟ୍‌ଫ୍ଲିକ୍ସ ସିରିଜ୍)
  1. ↑ "Hindi fiction writes a new story". Times of India. Retrieved 2014-01-19.
  2. ↑ "डिजिटल लेखक दिव्य प्रकाश दुबे से सीखें जिंदगी के फंडे". Aajtak. Retrieved 2017-01-16.
  3. ↑ "नई वाली हिंदी' के पोस्टर बॉय". KenFolios. Archived from the original on 2 February 2017. Retrieved 2017-01-12.
  4. ↑ "What's your Musafir Cafe?". The Lallantop. Retrieved 2016-08-09.
  5. ↑ "Musafir Cafe | मुसाफ़िर कैफ़े". Musafir Cafe | मुसाफ़िर कैफ़े. Archived from the original on 28 January 2018. Retrieved 2017-03-01.
  6. ↑ अक्टूबर जंक्शन, October Junction. "October Junction by Divya Prakash Dubey".
  7. ↑ "Ibnebatuti - Fifth Book of Divya Prakash Dubey". Official Website of Divya Praksh Dubey (in Hindi). HindYugma. 2020. Archived from the original on 3 August 2020.{{cite web}}: CS1 maint: unrecognized language (link)
  8. ↑ "आको-बाको: "दिव्य के लेखन की एक सुंदर बात यह भी है कि वे छोटी-छोटी पंक्तियों में बड़ी बातें कह देते हैं"". Amar Ujala (in ହିନ୍ଦୀ). Retrieved 2023-04-29.
  9. ↑ Dubey, Divya Prakash (15 April 2023). "October 2023". Bhaskar. pp. सभी कैरेक्टर के संवादों का हिंदीकरण पॉपुलर राइटर दिव्य प्रकाश दुबे ने किया है।. Retrieved 15 April 2023.
  10. ↑ Raghav, Vanshika (2024-07-20). "New OTT releases this week (July 20-26, 2026): Musafir Cafe, Adarsh Baal Vidyalaya, 72 Hours- 5 new titles coming on Netflix, Prime Video and more". Wion (in ଇଂରାଜୀ). Retrieved 2026-07-24.
  11. ↑ "What to watch on OTT: Vikrant Massey-starrer Musafir Cafe and Masters of the Universe". The Indian Express (in ଇଂରାଜୀ). 2026-07-24. Retrieved 2026-07-24.
  12. ↑ "Imagine, it isn't hard to do". The Indian Express (in ଇଂରାଜୀ). 2019-03-12. Retrieved 2020-11-11.

ବାହାର ଲିଙ୍କ୍

[ସମ୍ପାଦନା]