ଦିବ୍ୟା ଦେଶମୁଖ
| ଦିବ୍ୟା ଦେଶମୁଖ | |
|---|---|
୨୦୨୫ ମସିହାରେ ଦିବ୍ୟା | |
| ଦେଶ | |
| ଜନ୍ମ | ୯ ଡିସେମ୍ବର ୨୦୦୫[୧] ନାଗପୁର, ମହାରାଷ୍ଟ୍ର, India |
| ଉପାଧୀ |
|
| ସର୍ବଶ୍ରେଷ୍ଠ ରେଟିଂ | ୨୫୦୧ (ଅକ୍ଟୋବର ୨୦୨୪) |
ଦିବ୍ୟା ଦେଶମୁଖ (ଜନ୍ମ : ୯ ଡିସେମ୍ବର ୨୦୨୫) ଜଣେ ଭାରତୀୟ ଚେସ ଗ୍ରାଣ୍ଡ ମାଷ୍ଟର ।[୨] ମହିଳା ଚେସ ଅଲମ୍ପିଆଡ଼ରେ ସେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୨୫ ମସିହାରେ ସେ ମହିଳା ଚେସ ବିଶ୍ୱକପ ବିଜେତା ହୋଇଥିଲେ । ସେ ଏସିଆ ଚେସ ଚମ୍ପିୟାନସିପ, ବିଶ୍ୱ ଜୁନିୟର ଚେସ ଚମ୍ପିୟାନସିପ ଏବଂ ବିଶ୍ୱ ଯୁବ ଚେସ ଚମ୍ପିୟାନସିପରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଦିବ୍ୟା ନାଗପୁରର ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୪] ଦିବ୍ୟାଙ୍କର ମାତା ନମ୍ରତା ଓ ଜିତେନ୍ଦ୍ର ଉଭୟ ଡାକ୍ତର ଅଟନ୍ତି ।[୫] ସେ ଭବନ୍ସ ଭଗବାନଦାସ ପୁରୋହିତ ବିଦ୍ୟାମନ୍ଦିରରୁ ସ୍କୁଲ ଶିକ୍ଷାଗ୍ରହଣ କରିଥିଲେ ।[୬]
ଖେଳ ଜୀବନ
[ସମ୍ପାଦନା]୨୦୨୦-୨୦୨୩
[ସମ୍ପାଦନା]୨୦୨୦ ମସିହାରେ ଦିବ୍ୟା, ଫିଡେ ଅନଲାଇନ ଚେସ ଚମ୍ପିୟାନସିପରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ।[୭] [୮] ୨୦୨୨ ମସିହାରେ ଅନୁଷ୍ଠିତ ୪୪ତମ ଚେସ ଅଲିମ୍ପିୟାଡରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ ।[୭]
୨୦୨୩ ମସିହାରେ ଦିବ୍ୟା ଏସୀୟ ଚେସ ଚମ୍ପିୟାନସିପ ଜିତିଥିଲେ ।[୯] ଟାଟା ଷ୍ଟିଲ ଚେସ ରାପିଡ଼୍ ଚମ୍ପିୟାନସିପରେ ସେ ସର୍ବନିମ୍ନ ରାଙ୍କଧାରୀ ଖେଳାଳି ହୋଇଥିଲେ ମଧ୍ୟ, ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗୀତାରେ ସେ ହରିକା ଦ୍ରୋଣାବଳୀ, ବନ୍ତିକା ଅଗ୍ରୱାଲ, କୋନେରୁ ହମ୍ପି, ସବିତା ଶ୍ରୀ ବି, ଇରିନା କ୍ରସ ଓ ନିନୋ ବତ୍ସିଆଶିଭିଲି ଆଦି ଖେଳାଳିଙ୍କୁ ପରାସ୍ତ କରିଥିଲେ । ସେ ଜୁ ୱେନଜୁନ୍ ଓ ଆନ୍ନ ଉସେନିନାଙ୍କ ସହ ଡ୍ର କରିଥିଲେ ଓ କେବଳ ପୋଲିନା ଶୁଭଲୋଭାଙ୍କଠାରୁ ପରାଜୟ ବରଣ କରିଥିଲେ ।[୧୦][୧୧]
୨୦୨୪
[ସମ୍ପାଦନା]୨୦୨୪ ମସିହାରେ ଦିବ୍ୟା ସାରଜାହା ଚାଲେଞ୍ଜର ଜିତି, ୨୦୨୫ ମସିହାର ସାରଜାହା ମାଷ୍ଟର୍ସ ଚମ୍ପିୟାନସିପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।[୧୨] ୨୦୨୪ ମସିହା ଜୁନ ମାସରେ ବିଶ୍ୱ ଅଣ୍ଡର୍-୨୦ ଚେସ ଚମ୍ପିୟାନ ହୋଇଥିଲେ । ଏଥିପୂର୍ବରୁ କୋନେରୁ ହମ୍ପି(୨୦୦୧), ହରିକା ଦ୍ରୋଣାବଳୀ(୨୦୦୮) ଓ ସୌମ୍ୟା ସ୍ୱାମୀନାଥନ(୨୦୦୯) ଏହି ଚମ୍ପିୟାନସିପ ଜିତିଥିଲେ ।[୩] ୪୫ତମ ଚେସ ଅଲିମ୍ପିୟାଡରେ ସେ ଭାରତ ପାଇଁ ଦଳଗତ ଓ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧୩]
୨୦୨୫
[ସମ୍ପାଦନା]୨୦୨୫ ମସିହା ଜୁନ ମାସରେ ଦିବ୍ୟା ବିଶ୍ୱ ରାପିଡ଼ ଏବଂ ବ୍ଲିଜ ଦଳଗତ ଚେସ ଚମ୍ପିୟାନସିପରେ ହେକ୍ସାମାଇଣ୍ଡ ଚେସ କ୍ଲବ ତରଫରୁ ଖେଳିଥିଲେ । ସେହି ପ୍ରତିଯୋଗିତାରେ ସେ ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଚିନର ହୌ ୟିଫାନଙ୍କୁ ପରାସ୍ତ କରିଥିଲେ । ଏହି ପ୍ରତିଯୋଗିତାରେ ତାଙ୍କୁ ଏକଳ ଓ ଦଳଗତ ବ୍ରୋଞ୍ଜପଦକ ମିଳିଥିଲା ।[୧୪]
୨୦୨୫ ଚେସ ବିଶ୍ୱକପରେ ଦିବ୍ୟାଙ୍କର ରାଙ୍କ ୧୫ ଥିଲା । ଏହି ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ସେ ଦ୍ୱିତୀୟ ସିଡ ଝୁ ଜାଇନର, କ୍ୱାର୍ଟରଫାଇନାଲରେ ହରିକା ଦ୍ରୋଣାବଳି, ସେମିଫାଇନାଲରେ ଟ୍ୟାନ ଝୋଙ୍ଗିଙ୍କୁ ପରାସ୍ତ କରିଥିଲେ ।[୧୫] ଫାଇନାଲରେ ଚତୁର୍ଥ ସିଡ କୋନେରୁ ହମ୍ପିଙ୍କୁ ପରାସ୍ତ କରି ସେ ଏହି ପ୍ରତିଯୋଗିତା ଜିତିଥିଲେ ।[୧୬] ଏହି ବିଜୟ ସହିତ ସେ ଗ୍ରାଣ୍ଡମାଷ୍ଟର ଉପାଧି ମଧ୍ୟ ହାସଲ କରିଥିଲେ । ସେ ଭାରତର ୮୮ତମ ଗ୍ରାଣ୍ଡମାଷ୍ଟର ଓ ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ଅଟନ୍ତି ।[୧୭][୧୮] ଏଥିସହିତ ସେ ୨୦୨୬ ମସିହାର ମହିଳା କାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରିଥିଲେ ।[୧୯]
୨୦୨୫ ଚେସ ବିଶ୍ୱକପ ରେକର୍ଡ଼
[ସମ୍ପାଦନା]| Seed | Name | Game 1 | Game 2 | Tiebreaker 1 | Tiebreaker 2 | Total |
|---|---|---|---|---|---|---|
| ୧୫ | ୧/୨ | ୧/୨ | ୧/୨ | ୧ | ୨ ୧/୨ | |
| ୪ | ୧/୨ | ୧/୨ | ୧/୨ | 0 | ୧ ୧/୨ |
ଆଧାର
[ସମ୍ପାଦନା]- ↑ "Divya Deshmukh FIDE profile". Retrieved 8 December 2020.
- ↑ "Divya Deshmukh becomes the India's 88th Grandmaster". timesofindia.
- 1 2 Raghavan, R. Srinivasa (2024-06-20). "Divya Deshmukh, India's new chess star, looks set to checkmate the world". thefederal.com (in ଇଂରାଜୀ). Retrieved 2024-06-20.
- ↑ "Meet Divya Deshmukh: All You Need To Know About Indian Chess Player Who Faced Sexism From Fans – In Pics". Zee News (in ଇଂରାଜୀ). Retrieved 2024-06-20.
- ↑ "Nagpur's queen India's pride: Divya Deshmukh is world junior chess champion". The Times of India. 2024-06-14. ISSN 0971-8257. Retrieved 2024-06-20.
- ↑ Shekhawat, Meemansa. "Meet Divya Deshmukh, grandmaster who helped India clinch gold medal at Budapest Chess Olympiad at age of..." DNA India (in ଇଂରାଜୀ). Retrieved 2024-12-24.
- 1 2 "Who is Divya Deshmukh? Nagpur chess prodigy bags World U-20 Chess Championship title – CNBC TV18". CNBCTV18 (in ଇଂରାଜୀ). 2024-06-14. Retrieved 2024-06-20.
- ↑ Navalgund, Niranjan (5 March 2022). "Arjun Erigaisi, Divya Deshmukh Clinch Indian National Championships". chess.com. Retrieved 10 July 2022.
- ↑ Ahmed, Shahid (2023-06-12). "Divya Deshmukh Golden, Silver for Mary Ann Gomes at Asian Continental Women 2023 - ChessBase India". Chessbase India. Retrieved 2025-07-28.
- ↑ Colodro, Carlos Alberto (2023-09-03). "Divya wins Tata Steel Rapid with splendid performance". ChessBase (in ଇଂରାଜୀ). Retrieved 2025-07-28.
- ↑ Saravanan, Venkatachalam (2023-09-02). "Tata Steel Chess India Women's Rapid: Divya Deshmukh Triumphs". Chess.com (in ଆମେରିକୀୟ ଇଂରାଜୀ). Retrieved 2025-07-28.
- ↑ Ahmed, Shahid (23 May 2024). "Divya Deshmukh wins Sharjah Challengers 2024". ChessBase India. Retrieved 23 June 2024.
- ↑ Burtasova, Anna (2024-09-22). "India triumphs at 45th Chess Olympiad, winning both Open and Women's competitions". fide.com (in ଇଂରାଜୀ). Archived from the original on 2024-09-22. Retrieved 2024-09-22.
- ↑ "Nagpur's Divya Stuns China's World Women No.1 Hou Yifan". The Times of India. 2025-06-17. ISSN 0971-8257. Retrieved 2025-07-28.
- ↑ Aaditya Narayan (24 July 2025). "Teenager Divya Deshmukh slays nerves and seeded players to reach first Chess World Cup final". ESPN.
- ↑ "Chess | Historic! 19-year-old Divya Deshmukh crowned FIDE Women's World Cup champion, becomes India's 88th GM". The Times of India. 2025-07-28. ISSN 0971-8257. Retrieved 2025-07-28.
- ↑ "At 19, Divya Deshmukh becomes Women's World Cup champion and India's 4th woman to be GM by defeating Koneru Humpy". The Indian Express (in ଇଂରାଜୀ). 2025-07-28. Retrieved 2025-07-28.
- ↑ Kumar, P. K. Ajith (2025-07-28). "FIDE Women's World Cup: Divya Deshmukh is the first Indian woman champion, becomes Grandmaster". The Hindu (in Indian English). ISSN 0971-751X. Retrieved 2025-07-28.
- ↑ Levin, Anthony (2025-07-28). "2025 Women's World Cup Final Tiebreaks: Divya Wins Women's World Cup, Earns Grandmaster Title". Chess.com (in ଆମେରିକୀୟ ଇଂରାଜୀ). Retrieved 2025-07-28.
- ↑ "FIDE Women's World Cup: Divya Deshmukh is the first Indian woman champion, becomes Grandmaster" (in Indian English). The Hindu. 28 July 2025. Archived from the original on 29 July 2025. Retrieved 29 July 2025.