Jump to content

ଦିବ୍ୟା ଦତ୍ତ

ଉଇକିପିଡ଼ିଆ‌ରୁ
ଦିବ୍ୟା ଦତ୍ତ
Dutta in 2018
ଜନ୍ମ (1977-09-25) ୨୫ ସେପ୍ଟେମ୍ବର ୧୯୭୭ (ବୟସ ୪୮)
ବୃତ୍ତିActress
ସକ୍ରିୟ ବର୍ଷ1994–present
ସମ୍ପର୍କୀୟDeepak Bahry (uncle)
ୱେବସାଇଟdivyadutta.co.in

ଦିବ୍ୟା ଦତ୍ତ (ଜନ୍ମ: ୨୫ ସେପ୍ଟେମ୍ବର ୧୯୭୭) ଜଣେ ଭାରତୀୟ ଅଭିନେତ୍ରୀ।[] ସେ ପ୍ରଧାନତଃ ହିନ୍ଦୀ ଓ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ଫିଲ୍ମଫେୟାର୍ OTT ପୁରସ୍କାର ପରି ବିଭିନ୍ନ ସମ୍ମାନ ଅର୍ଜନ କରିଛନ୍ତି।

ଦତ୍ତ ୧୯୯୪ ମସିହାରେ Ishq Mein Jeena Ishq Mein Marna ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ। ପରବର୍ତ୍ତୀ ବର୍ଷ ୧୯୯୫ ମସିହାର ନାଟକୀୟ ଚଳଚ୍ଚିତ୍ର Veergati ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୧୯୯୯ ମସିହାର ପଞ୍ଜାବୀ ଚଳଚ୍ଚିତ୍ର Shaheed-e-Mohabbat Boota Singh ରେ ସେ ଜୈନବ୍ ନାମକ ଜଣେ ମୁସଲିମ୍ ପତ୍ନୀଙ୍କ ଭୂମିକାରେ ଅଭିନୟ କରି ବିଶେଷ ପରିଚିତି ହାସଲ କରିଥିଲେ। ଏହି କାହାଣୀଟି ୧୯୪୭ ମସିହାର ଭାରତ ବିଭାଜନ ପରିପ୍ରେକ୍ଷ୍ୟରେ ନିର୍ମିତ ଥିଲା, ଯେଉଁଥିରେ ସେ ତାଙ୍କ ସିଖ୍ ସ୍ୱାମୀଠାରୁ ବିଚ୍ଛିନ୍ନ ହୋଇଥିବା ଜଣେ ମୁସଲିମ୍ ନାରୀର ଭୂମିକା ଅଭିନୟ କରିଥିଲେ।

ତାଙ୍କ ସହାୟକ ଭୂମିକାମାନଙ୍କ ପାଇଁ ମଧ୍ୟ ସେ ବିଶେଷ ପ୍ରଶଂସା ପାଇଥିଲେ, ଯଥା Veer-Zaara (୨୦୦୪), Welcome to Sajjanpur (୨୦୦୮), Delhi-6 (୨୦୦୯), Stanley Ka Dabba (୨୦୧୧), Heroine (୨୦୧୨) ଓ Badlapur (୨୦୧୫) ପରି ଚଳଚ୍ଚିତ୍ରମାନେ। ୨୦୧୩ ମସିହାର ଜୀବନୀ ଆଧାରିତ ଚଳଚ୍ଚିତ୍ର Bhaag Milkha Bhaag ରେ ସେ ମିଲ୍ଖା ସିଂହଙ୍କ ଭଉଣୀର ଭୂମିକାରେ ଅଭିନୟ କରି ବହୁତ ପ୍ରଶଂସା ପାଇଥିଲେ।

ସମାଜମୂଳକ ନାଟକୀୟ ଚଳଚ୍ଚିତ୍ର Irada (୨୦୧୭) ରେ ତାଙ୍କ ଭୂମିକା ପାଇଁ ସେ “ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ” ଶ୍ରେଣୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅର୍ଜନ କରିଥିଲେ।

ଟେଲିଭିଜନରେ ସେ ୨୦୧୪ ମସିହାର ଧାରାବାହିକ Samvidhaan ରେ ପୁର୍ଣ୍ଣିମା ବାନାର୍ଜୀଙ୍କ ଭୂମିକାରେ ଅଭିନୟ କରିଥିଲେ। ୨୦୨୦ ମସିହାର ଥ୍ରିଲର୍ ଶୃଙ୍ଖଳା Special OPS ରେ ତାଙ୍କ ଅଭିନୟ ପାଇଁ ସେ ଫିଲ୍ମଫେୟାର୍ OTT ପୁରସ୍କାର ଜିତିଥିଲେ। ସେ ଜଣେ ଲେଖିକା ମଧ୍ୟ ଓ The Stars in My Sky ନାମକ ପୁସ୍ତକର ରଚୟିତ୍ରୀ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଦିଭ୍ୟା ଦତ୍ତ ୨୫ ସେପ୍ଟେମ୍ବର ୧୯୭୭ ରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ନଳିନୀ ଦତ୍ତ ଜଣେ ସରକାରୀ ଅଧିକାରୀ ଓ ଡାକ୍ତର ଥିଲେ। ଦତ୍ତ ସାତ ବର୍ଷ ବୟସରେ ଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା, ପରେ ତାଙ୍କ ମାତା ଏକାହାତରେ ଦିଭ୍ୟା ଓ ତାଙ୍କ ଭାଇଙ୍କୁ ପାଳନ ପୋଷଣ କରିଥିଲେ।

ଦିଭ୍ୟା ତାଙ୍କ ମାତାଙ୍କୁ “ନିର୍ଭୀକ ଓ ପେଶାଦାର” ବୋଲି ବର୍ଣ୍ଣନା କରିଥିଲେ ଏବଂ ଘରେ ସେ ଏକ “ମଜାଳିଆ ମା” ଥିବାକୁ କହିଥିଲେ। ୨୦୧୩ ମସିହାର ନାଟକୀୟ ଚଳଚ୍ଚିତ୍ର Gippi ରେ ଜଣେ ଏକାକୀ ମା “ପାପ୍ପି” ଭୂମିକା ଅଭିନୟ କରିବା ପାଇଁ ସେ ତାଙ୍କ ମାତାଙ୍କୁ ପ୍ରେରଣା ଭାବେ ଗ୍ରହଣ କରିଥିଲେ। ସେ ଓ ତାଙ୍କ ଭାଇ ମିଶି ତାଙ୍କ ମାତାଙ୍କ କବିତାମାନଙ୍କୁ ସଂଗ୍ରହ କରି ଏକ ପୁସ୍ତକ ଭାବେ ପ୍ରକାଶ କରିଥିଲେ।

ଦିଭ୍ୟା ଦତ୍ତଙ୍କ ମାତୃକ କାକା ଦୀପକ ବାହ୍ରୀ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା।

ଦିଭ୍ୟା ଛୋଟବେଳେ ପଞ୍ଜାବରେ ଆତଙ୍କବାଦୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେ ସେହି ସମୟର ଅଭିଜ୍ଞତାକୁ ସ୍ମରଣ କରି କହିଥିଲେ ଯେ, ସେ ମାତାଙ୍କ ଦୁପଟ୍ଟା ପଛରେ ଲୁଚି “କେହି ଆମକୁ ଗୁଳି ନ ମାରନ୍ତୁ” ବୋଲି ପ୍ରାର୍ଥନା କରୁଥିଲେ।

ସେ ଲୁଧିଆନାର Sacred Heart Convent ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଦିଭ୍ୟା ଦତ୍ତ ଅବିବାହିତ।[] ସେ ତାଙ୍କ ମାତା ସହିତ ଥିବା ଗଭୀର ଓ ସ୍ନେହମୟ ସମ୍ପର୍କ ବିଷୟରେ Me and Ma ନାମକ ଏକ ସ୍ମୃତିଗ୍ରନ୍ଥ ଲେଖିଛନ୍ତି।[][] ଏହି ପୁସ୍ତକରେ ତାଙ୍କ ମାତାଙ୍କ ସଂଘର୍ଷ ଓ ତାଙ୍କୁ ଆଜିର ଦିନର ମଣିଷ ଭାବେ ଗଢ଼ି ତୋଳିବାର କଥା ଉଲ୍ଲେଖ କରାଯାଇଛି। ଏହି ପୁସ୍ତକଟି ୧୦ ଫେବୃଆରୀ ୨୦୧୭ ରେ ପେଙ୍ଗୁଇନ ରେଣ୍ଡମ ହାଉସ ଦ୍ୱାରା ପ୍ରକାଶିତ ହୋଇଥିଲା

  1. "Divya Dutta's birthday made 'very special' by Shabana Azmi". The Indian Express (in ଇଂରାଜୀ). 2015-09-25. Retrieved 2026-03-11.
  2. ""I am not married!" says Divya Dutta | People News". Zee News (in ଇଂରାଜୀ). 19 September 2010. Archived from the original on 18 April 2019. Retrieved 29 May 2022.
  3. Dutta, Divya (2017). Me and Ma. Penguin Books India. ISBN 978-0143426790. OCLC 970620637.
  4. "Me and Ma" Archived 14 February 2017 at the Wayback Machine. by Divya Dutta, Penguin Random House