ଦିବ୍ୟଲୋଚନ ଶେଖର ଦେଓ
ଦିବ୍ୟଲୋଚନ ଶେଖର ଦେଓ | |
|---|---|
| ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୭୭ | |
| ପୂର୍ବ ଅଧିକାରୀ | ହରିହର ପଟେଲ |
| ପର ଅଧିକାରୀ | କିଶୋର ଚନ୍ଦ୍ର ପଟେଲ |
| ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୯ ଡିସେମ୍ବର ୧୯୨୩ |
| ମୃତ୍ୟୁ | ୧୪ ଅକ୍ଟୋବର ୧୯୮୯ (ବୟସ ୬୫) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ମିଥିଳା ଶେଖରେ ଦେଓ |
| ବାପା/ବୋଉ | ବ୍ରଜଲାଲ ଶେଖରେ ଦେଓ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଦିବ୍ୟଲୋଚନ ଶେଖର ଦେଓ (୧୯ ଡିସେମ୍ବର ୧୯୨୩ - ୧୪ ଅକ୍ଟୋବର ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଦିବ୍ୟଲୋଚନ ଶେଖର ଦେଓ ୧୯୨୩ ମସିହାର ଡିସେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜଲାଲ ଶେଖରେ ଦେଓ ଓ ପତ୍ନୀଙ୍କ ନାମ ମିଥିଳା ଶେଖରେ ଦେଓ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଦିବ୍ୟଲୋଚନ ଶେଖର ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ମସିହାରୁ ୧୯୭୬ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଦିବ୍ୟଲୋଚନ ଶେଖର ଦେଓ ୧୯୮୯ ମସିହାର ଅକ୍ଟୋବର ୧୪ ତାରିଖରେ ୬୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- 1 2 3 "Shri Dibyalochan Shekhar Deo". odishaassembly.nic.in. Odisha Assembly. Retrieved 1 July 2021.