Jump to content

ଦିବାକର ନାୟକ

ଉଇକିପିଡ଼ିଆ‌ରୁ
ଦିବାକର ନାୟକ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯ ଅପ୍ରେଲ ୨୦୨୫(୨୦୨୫-୦୪-୧୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ବୃତ୍ତିରାଜନୀତିଜ୍ଞ

ଦିବାକର ନାୟକ (ମୃତ୍ୟୁ: ୧୯ ଅପ୍ରେଲ ୨୦୨୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଲମ୍ବା ସମୟ ଧରି ଓଡ଼ିଶା ସିପିଆଇର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ । ମୃତ୍ୟୁ ପୂର୍ବରୁ ସେ ସିପିଆଇର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ।[]

ଜୀବନୀ

[ସମ୍ପାଦନା]

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକର ସେଣ୍ଢତୀରା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ ।[] ଛାତ୍ର ରାଜନୀତିରୁ ରାଜନୀତିରେ ଯୋଗ ଦେଇଥିଲେ; ୧୯୭୨ ମସିହାରେ ସେ ଭଦ୍ରକ କଲେଜ ଛାତ୍ର ୟୁନିୟନର ସମ୍ପାଦକ ହେବା ସହିତ ଲଗାତର ୨ ବର୍ଷ ଛାତ୍ର ସଂଘର ସମ୍ପାଦକ ନିର୍ବାଚିତ ହୋଇଥିଲେ । ସିପିଆଇର ଦଳୀୟ ପ୍ରକାଶନ ନୂଆ ଦୁନିଆର ସମ୍ପାଦକ ଭାବରେ ମଧ୍ୟ ସେ କାମ କରିଥିଲେ ।[] ସେ ଏଆଇଟିୟୁସି ରାଜ୍ୟ ଉପାଧ୍ୟକ୍ଷ ଥିଲେ ।[] ସେ କମ୍ୟୁନିଷ୍ଟ ଫିଲୋସଫିର ସ୍କଲାର ମଧ୍ୟ ଥିଲେ ଏବଂ ୧୯୮୨ ମସିହାରେ ଉଚ୍ଚ ଶିକ୍ଷା ପାଇଁ ୨ ବର୍ଷ ପୂର୍ବ ଜର୍ମାନ ଯାଇଥିଲେ ।

ମୃତ୍ୟୁ

[ସମ୍ପାଦନା]

ଦିବାକର ୨୦୨୫ ମସିହାର ଅପ୍ରେଲ ୧୯ ତାରିଖରେ ୭୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[][] ସେ ଦୀର୍ଘଦିନ ଧରି ବୃକ୍‌କ ଜନିତ ରୋଗରେ ପୀଡ଼ିତ ଥିଲେ ।[]

  1. "କମ୍ରେଡ ଦିବାକର ନାୟକ Archives". The Samikhsya Odia (in ଆମେରିକୀୟ ଇଂରାଜୀ). Retrieved 2025-04-22.[permanent dead link]
  2. "ସିପିଆଇ ନେତା ଦିବାକର ନାୟକଙ୍କ ପରଲୋକ - Samaja Live" (in ଆମେରିକୀୟ ଇଂରାଜୀ). 2025-04-21. Retrieved 2025-04-22.
  3. YWPSENU3 (2025-04-20). "ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ପରଲୋକ - Yugabdha %" (in ଆମେରିକୀୟ ଇଂରାଜୀ). Retrieved 2025-04-22.{{cite web}}: CS1 maint: numeric names: authors list (link)
  4. "ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ଦେହାନ୍ତ, ପୈତୃକ ଗ୍ରାମରେ ହେବ ଶେଷକୃତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2025-04-20. Retrieved 2025-04-22.
  5. Mallick, Rakesh (2025-04-20). "କମ୍ୟୁନିଷ୍ଟ ନେତା ଦିବାକର ନାୟକଙ୍କ ପରଲୋକ -" (in ଆମେରିକୀୟ ଇଂରାଜୀ). Retrieved 2025-04-22.
  6. "ଆରପାରିରେ ସିପିଆଇ ନେତା ଦିବାକର ନାୟକ". ତତ୍କାଳ ଓଡିଶା (in ଆମେରିକୀୟ ଇଂରାଜୀ). 2025-04-20. Archived from the original on 2025-04-22. Retrieved 2025-04-22.
  7. "ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ପରଲୋକ". www.prameya.com. Retrieved 2025-04-22.