ଦାଦାଭାଇ ନାରୋଜୀ
ଦାଦାଭାଇ ନାରୋଜୀ | |
|---|---|
Dadabhai Naoroji, c. 1889 | |
| Member of Parliament (UK) for Finsbury Central | |
| କାର୍ଯ୍ୟକାଳ 1892–1895 | |
| ପୂର୍ବ ଅଧିକାରୀ | Frederick Thomas Penton |
| ପର ଅଧିକାରୀ | William Frederick Barton Massey-Mainwaring |
| Majority | 5 |
| 2nd, 9th, and 22nd President of Indian National Congress | |
| କାର୍ଯ୍ୟକାଳ 1886–1887 | |
| ପୂର୍ବ ଅଧିକାରୀ | Womesh Chunder Bonnerjee |
| ପର ଅଧିକାରୀ | Badruddin Tyabji |
| କାର୍ଯ୍ୟକାଳ 1893–1894 | |
| ପୂର୍ବ ଅଧିକାରୀ | Womesh Chunder Bonnerjee |
| ପର ଅଧିକାରୀ | Alfred Webb |
| କାର୍ଯ୍ୟକାଳ 1906–1907 | |
| ପୂର୍ବ ଅଧିକାରୀ | Gopal Krishna Gokhale |
| ପର ଅଧିକାରୀ | Rashbihari Ghosh |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | Dadabhai Naoroji Dordi ୪ ସେପ୍ଟେମ୍ବର ୧୮୨୫ Navsari, Bombay Presidency |
| ମୃତ୍ୟୁ | ୩୦ ଜୁନ ୧୯୧୭ (ବୟସ ୯୧) Bombay, Bombay Presidency, British India |
| ଜାତୀୟତା | British subject (British India) |
| ରାଜନୀତିକ ଦଳ | Co-founder of the Indian National Congress |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Liberal |
| ଜୀବନ ସାଥୀ | Gulbaai (1850–1878) Rudrani Dhar (1880–1917) |
| ଶିକ୍ଷାନୁଷ୍ଠାନ | University of Bombay |
| ବୃତ୍ତି |
|
| ପ୍ରସିଦ୍ଧି | Co-founder and 2nd, 9th, 22nd President of Indian National Congress |
| ସନ୍ତକ | |
| ଡାକ ନାମ | Grand Old Man of India |
ଦାଦାଭାଇ ନାରୋଜୀ (୪ ସେପ୍ଟେମ୍ବର ୧୮୨୫ – ୩୦ ଜୁନ ୧୯୧୭) ବ୍ରିଟିଶ ଶାସନକାଳୀନ ଭାରତର ଜଣେ ପାରସୀ ବୁଦ୍ଧିଜୀବୀ, ଶିକ୍ଷାଶାସ୍ତ୍ରୀ, ଲୁଗା ବ୍ୟବସାୟୀ ତଥା ରାଜନୈତିକ ଓ ସାମାଜିକ ନେତା ଥିଲେ । ତାଙ୍କୁ “ଭାରତର ବୃଦ୍ଧ ପୁରୁଷ” (Grand Old Man of India) ବୋଲି କୁହାଯାଉଥିଲା । ୧୮୯୨ ରୁ ୧୮୯୫ ପର୍ଯ୍ୟନ୍ତ ସେ ୟୁନାଇଟେଡ କିଙ୍ଗଡମ୍ର ହାଉସ୍ ଅଫ୍ କମନ୍ସର ସଦସ୍ୟ (ଏମ୍ ପି) ଥିଲେ ।[୧][୨][୩]
ସଂକ୍ଷିପ୍ତ ଜୀବନୀ ଓ ଶିକ୍ଷା
[ସମ୍ପାଦନା]ନାରୋଜୀ ଗୁଜରାଟୀ-ଭାଷୀ ପାରସୀ ପରିବାରରେ ନବସାରୀରେ ଜନ୍ମଗ୍ରହଣ କରିଥିଲେ ଏବଂ ଏଲଫିନ୍ଷ୍ଟନ୍ ଇନ୍ଷ୍ଟିଟ୍ୟୁଟ୍ ସ୍କୁଲ୍ରେ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ପ୍ରଶ୍ରୟଦାତା ବଡୋଦରା ମହାରାଜା ସାୟାଜୀରାଓ ଗାଇକୱାଡ୍ ତୃତୀୟ ଥିଲେ ଏବଂ ୧୮୭୪ରେ ସେ ମହାରାଜାଙ୍କ ଦିବାନ୍ (ମନ୍ତ୍ରୀ) ଭାବେ ତାଙ୍କ କାର୍ଯ୍ୟଜୀବନ ଆରମ୍ଭ କଲେ । ୧୮୫୪ରେ ସେ ରସ୍ତ ଗୋଫ୍ତାର (ସତ୍ୟବାଦୀ) ନାମକ ଗୁଜରାଟୀ ପକ୍ଷାହିକ ପତ୍ରିକାର ସ୍ଥାପନା କଲେ, ଯାହାର ଉଦ୍ଦେଶ୍ୟ ଥିଲା ଜରଥୁଷ୍ଟ୍ରୀୟ ଧାରଣାଗୁଡ଼ିକୁ ସ୍ପଷ୍ଟ କରିବା ଏବଂ ପାରସୀ ସାମାଜିକ ସୁଧାରକୁ ପ୍ରୋତ୍ସାହନ ଦେବା।
ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ଥାପିତ ହେବା ପୂର୍ବରୁ, ଦାଦାଭାଇ ଏଲଫିନ୍ଷ୍ଟନ୍ ଇନ୍ଷ୍ଟିଟ୍ୟୁଟ୍ରେ ଶିକ୍ଷା ପାଇଥିଲେ, ଯେଉଁଠାରେ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରେ ସେଇ ସଂସ୍ଥାନରେ ଅଧ୍ୟାପକ ଭାବେ ଜୀବନ ଆରମ୍ଭ କରି, ଶେଷରେ ଗଣିତ ପ୍ରୋଫେସର ହେଲେ, ଯାହା ସେଇ ସମୟରେ ଭାରତୀୟମାନଙ୍କ ପାଇଁ ଶିକ୍ଷାକ୍ଷେତ୍ରର ସର୍ବୋଚ୍ଚ ପଦବୀ ଥିଲା । ସେ ସାମାଜିକ ସୁଧାରକାର୍ଯ୍ୟରେ ଅଗ୍ରଗାମୀ ଥିଲେ ଏବଂ “ଷ୍ଟୁଡେଣ୍ଟ୍ସ୍ ଲିଟରେରି ଆଣ୍ଡ ସାଇଣ୍ଟିଫିକ୍ ସୋସାଇଟି” ପରି ସଂଗଠନର ପ୍ରତିଷ୍ଠାତା ଭାବେ ବିଶେଷ ସ୍ଥାନ ଲାଭ କରିଥିଲେ । ଏହାର ଦୁଇଟି ଶାଖା ଥିଲା — ମରାଠୀ ଜ୍ଞାନପ୍ରସାରକ ମଣ୍ଡଳୀ ଏବଂ ଗୁଜରାଟୀ ଜ୍ଞାନପ୍ରସାରକ ମଣ୍ଡଳୀ । ସେ ରହନୁମାଇ ସଭାର ସ୍ଥାପକ ଥିଲେ ଏବଂ “ରସ୍ତ ଗଫ୍ତାର” ନାମକ ପ୍ରମୁଖ ସାମାଜିକ ସୁଧାରକ ପତ୍ରିକାର ସମ୍ପାଦନ ଓ ପ୍ରଚାଳନ କରିଥିଲେ ।
ପାରସୀମାନଙ୍କ ଇତିହାସରେ ଦାନଶୀଳତା ଓ ପ୍ରବୁଦ୍ଧତା ପାଇଁ ପ୍ରସିଦ୍ଧ କାମାସ୍ ଭାଇମାନେ ଦାଦାଭାଇଙ୍କୁ ତାଙ୍କ ବ୍ୟବସାୟରେ ଭାଗୀଦାର କରିବା ପାଇଁ ଆମନ୍ତ୍ରଣ କଲେ । ତେଣୁ ସେ ଲଣ୍ଡନ୍ ଓ ଲିଭରପୁଲ୍ରେ କାର୍ଯ୍ୟାଳୟ ସ୍ଥାପନ ପାଇଁ ଇଂଲଣ୍ଡକୁ ଯାଇଥିଲେ । ବିଦ୍ୟାଳୟ ପରିବେଶକୁ ଛାଡ଼ି ବ୍ୟବସାୟରେ ମାତିବାକୁ କେହି ଅବନତି ଭାବିପାରେ, କିନ୍ତୁ ଦାଦାଭାଇ ଏହାକୁ ଭାରତୀୟ ଛାତ୍ରମାନଙ୍କ ଭଲ ପାଇଁ ସୁଯୋଗ ଭାବରେ ଦେଖିଲେ । ତାଙ୍କର ଆଉ ଗୋଟିଏ ଉଦ୍ଦେଶ୍ୟ ଥିଲା — ସରକାରୀ ପ୍ରଶାସନିକ ସଂସ୍ଥାଗୁଡ଼ିକରେ ଯଥାସମ୍ଭବ ଭାରତୀୟମାନଙ୍କୁ ସ୍ଥାନ ଦେବାକୁ ଆନ୍ଦୋଳନ କରିବା । ସେଇ ସମୟରେ ତାଙ୍କ ସମ୍ପର୍କରେ ଆସି ପ୍ରଭାବିତ ହେଉଥିବା ଛାତ୍ରମାନଙ୍କ ମଧ୍ୟରେ ଫିରୋଜଶାହ ମେହତା, ମୋହନଦାସ କରମଚନ୍ଦ ଗାନ୍ଧୀ ଏବଂ ମୁହମ୍ମଦ ଅଲି ଜିନା ଥିଲେ ।
ସେଇ ସମୟରେ ଇଣ୍ଡିଆନ୍ ସିଭିଲ୍ ସର୍ଭିସରେ ପ୍ରବେଶ କରିବାକୁ ଭାରତୀୟମାନଙ୍କୁ ବ୍ରିଟିଶ୍ ପ୍ରାର୍ଥୀମାନଙ୍କ ସହିତ ଅନୁକୂଳତାହୀନ ପରିସ୍ଥିତିରେ ପ୍ରତିସ୍ପର୍ଦ୍ଧା କରିବାକୁ ପଡ଼ୁଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ଦାଦାଭାଇଙ୍କ ପ୍ରସ୍ତାବ ଥିଲା — ଇଂଲଣ୍ଡ ଓ ଭାରତରେ ଏକା ସମୟରେ ସିଭିଲ୍ ସର୍ଭିସ ପରୀକ୍ଷା କରାଯିବା । ୧୮୯୩ ପର୍ଯ୍ୟନ୍ତ ସେ ଏହିପାଇଁ ଆନ୍ଦୋଳନ କଲେ ଏବଂ ହାଉସ୍ ଅଫ୍ କମନ୍ସର ସଦସ୍ୟ ଭାବରେ ସେଥିରେ ସଫଳ ହେଲେ ।
ଦେଶର ଅର୍ଥନୈତିକ ଉନ୍ନତିରେ ଯୋଗଦାନ
[ସମ୍ପାଦନା]ସେତେବେଳେ ଭାରତୀୟମାନଙ୍କ ପାଇଁ ସବୁଠାରୁ ବଡ଼ ବେଦନା ଥିଲା ଭୟାବହ ଦାରିଦ୍ର୍ୟ । ଦାଦାଭାଇ ପ୍ରଥମେ ସଂଖ୍ୟା ଓ ପ୍ରମାଣ ସହିତ ଦେଖାଇଥିଲେ ଯେ, ଯେଉଁଠାରେ ଭାରତୀୟମାନେ ଦାରିଦ୍ର୍ୟରେ ଡୁବିଥିଲେ, ସେଠାରେ ଭାରତର ପ୍ରଶାସନିକ ବ୍ୟବସ୍ଥା ସଂସାରରେ ସର୍ବାଧିକ ଖର୍ଚ୍ଚାଳୁ ଥିଲା । ତାଙ୍କ ପ୍ରାରମ୍ଭିକ ସର୍ବେକ୍ଷଣରେ ଦେଶର ଏକ ବ୍ୟକ୍ତିଙ୍କ ବାର୍ଷିକ ଆୟ ସର୍ବମାତ୍ର ୨୦ ଟଙ୍କା ଥିବା ପ୍ରମାଣ ମିଳିଲା । ୨୭ ଜୁଲାଇ ୧୮୭୦ରେ ସେ ଇଷ୍ଟ ଇଣ୍ଡିଆ ଆସୋସିଏସନ୍ର ସାମ୍ନାରେ ୱାଣ୍ଟ୍ସ ଆଣ୍ଡ ମିନ୍ସ ଅଫ୍ ଇଣ୍ଡିଆ ନାମକ ନିବନ୍ଧ ପଢ଼ିଥିଲେ । ଭାରତରେ ଦାରିଦ୍ର୍ୟତ ଉନ୍ମୂଳନ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ ।
୧୯ଶତାବ୍ଦୀର ଶେଷଭାଗରେ ସେ ବହୁ କମିଟି ଓ କମିଶନ୍ର ସାମ୍ନାରେ, ଏବଂ ବ୍ରିଟିଶ୍ ପାର୍ଲାମେଣ୍ଟରେ ମଧ୍ୟ ଭାରତୀୟମାନଙ୍କ ଦୁର୍ଦ୍ଦଶା ବିଷୟରେ ଉପସ୍ଥାପନ କରିଥିଲେ। ତାଙ୍କର ସର୍ବଶ୍ରେଷ୍ଠ କୃତି Poverty and Un-British Rule in India ପୁସ୍ତକରେ ଲେଖା, ଭାଷଣ, ନିବନ୍ଧ, ପତ୍ରାଚାର, ସାକ୍ଷ୍ୟ ଇତ୍ୟାଦି ସଂଗ୍ରହ ଥିଲା । ଏହି ବହି ଗାନ୍ଧିଜୀଙ୍କୁ ଅନେକ ଭାବେ ପ୍ରଭାବିତ କରିଥିଲା ।[୪]
୧୯୦୬ରେ କଲିକାତାରେ ଅନୁଷ୍ଠିତ ଅଖିଲ ଭାରତୀୟ କଂଗ୍ରେସ ଅଧିବେଶନରେ ସେ “ସ୍ୱଶାସନ” (Swaraj)ର ପକ୍ଷରେ ଜୋରଦାର ଦାବୀ କଲେ। ସେ କହିଥିଲେ — “ଆମେ କୌଣସି କୃପା ନୁହେଁ, କେବଳ ନ୍ୟାୟ ଚାହୁଁଛୁ।”
ବ୍ୟକ୍ତିଗତ ଜୀବନ ଓ ମୃତ୍ୟୁ
[ସମ୍ପାଦନା]ସେ ୧୧ ବର୍ଷ ବୟସରେ ଗୁଲବାଇଙ୍କ ସହିତ ବିବାହ କରିଥିଲେ । ସେ ୧୯୧୭ ଜୁନ ୩୦ ତାରିଖରେ, ୯୧ ବର୍ଷ ବୟସରେ ବମ୍ବେରେ ତାଙ୍କରି ଦେହାନ୍ତ ହୋଇଥିଲା । ମୁମ୍ବାଇର ଏକ ଐତିହ୍ୟବାହି ରାସ୍ତା ‘ଦାଦାଭାଇ ନରୋଜି ରୋଡ୍’ ତାଙ୍କ ନାମରେ ରହିଛି, ସେପରି ପାକିସ୍ତାନର କରାଚିରେ ‘ଦାଦାଭାଇ ନରୋଜି ରୋଡ୍’ ଏବଂ ଲଣ୍ଡନର ଫିନ୍ସବୁରୀ ଅଞ୍ଚଳରେ ‘ନରୋଜି ଷ୍ଟ୍ରିଟ୍’ ମଧ୍ୟ ତାଙ୍କ ନାମରେ ଅଛି । ଦିଲ୍ଲୀର ଦକ୍ଷିଣ ଅଞ୍ଚଳରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ପ୍ରମୁଖ ଆବାସିକ କଲୋନୀକୁ ମଧ୍ୟ ‘ନରୋଜି ନଗର’ ବୋଲି କୁହାଯାଏ । ତାଙ୍କର ନାତୁନୀମାନେ, ପେରିନ୍ ଓ ଖୁର୍ଶେଦବେନ୍, ଭାରତର ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଜଡିତ ଥିଲେ । ଏପରିକି ୧୯୩୦ ମସିହାରେ, ଖୁର୍ଶେଦବେନ୍ ଅନ୍ୟାନ୍ୟ ବିପ୍ଲବୀମାନଙ୍କ ସହିତ ଆହମଦାବାଦର ଏକ ସରକାରୀ କଲେଜରେ ଭାରତୀୟ ଝଣ୍ଡା ଉତ୍ତୋଳନ କରିବାର ଚେଷ୍ଟା କରିଥିବା ପାଇଁ ଗିରଫ ହୋଇଥିଲେ ।"
ଆଧାର
[ସମ୍ପାଦନା]- ↑ Visana, Vikram (2022). Uncivil liberalism : labour, capital and commercial society in Dadabhai Naoroji's political thought. Cambridge, United Kingdom. ISBN 978-1-009-21552-7. OCLC 1343197973.
{{cite book}}: CS1 maint: location missing publisher (link) - ↑ Mukherjee, Sumita. "'Narrow-majority' and 'Bow-and-agree': Public Attitudes Towards the Elections of the First Asian MPs in Britain, Dadabhai Naoroji and Mancherjee Merwanjee Bhownaggree, 1885–1906" (PDF). Journal of the Oxford University History Society (2 (Michaelmas 2004)).[permanent dead link]
- ↑ Chisholm, Hugh, ed. (1911). . Encyclopædia Britannica Eleventh Edition. Vol. 17 (11th ed.). Cambridge University Press. p. 167.
- ↑ Sultan, Nazmul S. (2022-04). "Moral Empire and the Global Meaning of Gandhi's Anti-imperialism". The Review of Politics (in ଇଂରାଜୀ). 84 (4): 545–569. doi:10.1017/S0034670522000560. ISSN 0034-6705.
{{cite journal}}: Check date values in:|date=(help)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |