ଦାଣ୍ଡି ବେଳାଭୂମି

ଉଇକିପିଡ଼ିଆ‌ରୁ
ଦାଣ୍ଡିରେ ମହାତ୍ମା ଗାନ୍ଧୀ।ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ

ଦାଣ୍ଡି ବେଳାଭୂମି ହେଉଛି ଗୁଜରାଟର ଦାଣ୍ଡି ଗ୍ରାମରେ ଅବସ୍ଥିତ ଏକ ପ୍ରମୁଖ ବେଳାଭୂମି ।[୧] ଆରବ ସାଗରର ସବୁଠାରୁ ସ୍ୱଚ୍ଛ ବେଳାଭୂମି ମଧ୍ୟରୁ ଦାଣ୍ଡି ବେଳାଭୂମି ଅନ୍ୟତମ । ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମ (ଅହମ୍ମଦାବାଦ)ରୁ ଦାଣ୍ଡି ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିବାରୁ ଦାଣ୍ଡି ବେଳାଭୂମି ଐତିହାସିକ ଭାବରେ ପ୍ରତିଷ୍ଠିତ । ଏହି ସମୁଦ୍ର କୂଳରେ ମହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ ପରେ ବ୍ରିଟିଶମାନଙ୍କର ଲବଣ ଟିକସ ନିୟମ ଭାଙ୍ଗ କରିଥିଲେ ।

ଗାନ୍ଧୀଙ୍କ ସ୍ମାରକୀ[ସମ୍ପାଦନା]

ଭାରତର ଇତିହାସରେ ଦାଣ୍ଡି ବେଳାଭୂମିର ମହତ୍ତ୍ୱକୁ ସୂଚାଇବା ଉର୍ଦ୍ଦେଶ୍ୟରେ ମହାତ୍ମା ଗାନ୍ଧୀଙ୍କ ଦୁଇଟି ସ୍ମାରକୀ ଦାଣ୍ଡି ବେଳାଭୂମିରେ ସ୍ଥାପନ କରାଯାଇଅଛି । ଗୋଟିଏ ସ୍ମାରକୀ ଗାନ୍ଧୀଙ୍କ ଲବଣ ନିୟମ ଭାଙ୍ଗିବା ସଫଳତାକୁ ସ୍ମରଣ କରୁଥିବା ଇଣ୍ଡିଆ ଗେଟ ପରି ଅନ୍ୟ ଏକ ସ୍ମାରକୀ ହେଉଛି ଲୁଣିଆ କାଦୁଅ ଧରିଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ।[୨]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2018-09-19. Retrieved 2020-10-03. {{cite web}}: Cite has empty unknown parameter: |1= (help)
  2. https://www.tripadvisor.in/LocationPhotoDirectLink-g1389100-d9681918-i1656283.