ତ୍ରିବିକ୍ରମ ପତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ତ୍ରିବିକ୍ରମ ପତି
ଜନ୍ମ ଓ ଜନ୍ମସ୍ଥାନ ୨୩ ଅକ୍ଟୋବର ୧୯୨୯(1929-10-23)
କଟକ
ମୃତ୍ୟୁ ୨ ଜୁଲାଇ, ୨୦୦୮ (୭୮ ବର୍ଷ)
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟ, ଆହ୍ଲାବାଦ ବିଶ୍ଵବିଦ୍ୟାଳୟ
ପ୍ରସିଦ୍ଧି ଶିକ୍ଷାବିତ, ଗଣିତଜ୍ଞ
ବାପା ମା ରତ୍ନାକର ପତି
ସମ୍ପର୍କୀୟ ଗୋପବନ୍ଧୁ ଦାସ (ଅଜା)

ତ୍ରିବିକ୍ରମ ପତି, ଜଣେ ଓଡ଼ିଆ ଗଣିତଜ୍ଞ ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ।[୧] ଆହ୍ଲାବାଦ ବିଶ୍ଵବିଦ୍ୟାଳୟର କୁଳପତି ଆସନ ଅଳଙ୍କୃତ କରିଥିବା ସେ ପ୍ରଥମ ଓଡ଼ିଆ ବ୍ୟକ୍ତି । ଗାଣିତିକ ସିଦ୍ଧାନ୍ତ ରିମାନ ହାଇପୋଥେସିସ୍ର ସମାଧାନ ସୂତ୍ର ବାହାର କରି, ସେ ସମଗ୍ର ବିଶ୍ଵରେ ଚର୍ଚ୍ଚିତ ହୋଇଥିଲେ ।[୨]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ତ୍ରିବିକ୍ରମ, ୧୯୨୯ ଅକ୍ଟୋବର ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ତ୍ରିବିକ୍ରମ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ନାତି ଥିଲେ । ସେ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଲେ ଓ ସବୁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ୧୯୪୮ମସିହାରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକ ଓ ୧୯୫୦ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ ।[୩]

ବୃତ୍ତିଗତ ଜୀବନ[ସମ୍ପାଦନା]

ସ୍ନାତକୋତ୍ତର ପରେ,୧୯୫୦ମସିହାରେ ତ୍ରିବିକ୍ରମ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ହିଁ ଜଣେ ରିସର୍ଚ୍ଚ ସ୍କଲାର ଭାବରେ ଯୋଗଦେଇଥିଲେ । ତାଙ୍କର ରିସର୍ଚ୍ଚ କାମ ଦେଶ ବିଦେଶର ଅନେକ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ୧୯୫୩ ମସିହାରେ, ମାତ୍ର ୨୪ବର୍ଷ ବୟସରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଇନ ଫିଲୋସଫି ଓ ୧୯୫୬ ମସିହାରେ ଡକ୍ଟରେଟ ଇନ ସାଇନ୍ସ ଉପାଧୀ ପ୍ରଦାନ କରିଥିଲା । ଡକ୍ଟରେଟ ଇନ ସାଇନ୍ସ ଉପାଧୀ ଲାଭକରିବାରେ ସେ ବିଶ୍ଵବିଦ୍ୟାଳୟର କନିଷ୍ଠତମ ଅଧ୍ୟାପକ ଥିଲେ । ସେ ଦୁଇ ବର୍ଷ ପାଇଁ ବୁର୍ଲା ଇଞ୍ଜିନିୟରିଂ କଲେଜର ଗଣିତ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୫୮ରେ ପୁନର୍ବାର ସେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟକୁ ଫେରିଯାଇ ଗଣିତ ବିଭାଗର ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟାରାମ୍ଭ କରିଥିଲେ । ଚାକିରି ଜୀବନର ମୁଖ୍ୟ ଭାଗ ସେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ହିଁ ବିତାଇଥିଲେ । ପ୍ରାୟ ଦଶ ବର୍ଷ ସେ ଜବଳପୁର ବିଶ୍ଵବିଦ୍ୟାଳୟରେ ଗଣିତ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪] ଜଣେ ଗଣିତଜ୍ଞ ଭାବରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ଅସମାହିତ "ରିମାନ ହାଇପୋଥେସିସ"ର ସମାଧାନ ସୂତ୍ର ବାହାର କରି ସେ ଚର୍ଚ୍ଚାକୁ ଆସିଥିଲେ । ଏହା ବ୍ୟତିତ ଅନ୍ୟନ୍ୟ ଦେଢ଼ ଶହ ଅସମାହିତ ଗଣିତର ସମାଧାନ ସୂତ୍ର ମଧ୍ୟ ସେ ବାହାର କରିଥିଲେ ।[୫]

ଗଣିତ ବ୍ୟତିତ ସଂସ୍କୃତରେ ମଧ୍ୟ ତାଙ୍କର ପାଣ୍ଡିତ୍ୟ ଥିଲା । ସେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ଆସନ ମଧ୍ୟ ଅଳଙ୍କୃତ କରିଥିଲେ । ସେ ଓଡ଼ିଆ, ହିନ୍ଦୀ, ଉର୍ଦ୍ଦୁସଂସ୍କୃତରେ ସେ କବିତା ମଧ୍ୟ ରଚନା କରିଛନ୍ତି ।[୬] ଚିତ୍ରାଙ୍କନ ଓ ଡାକଟିକଟ ସଂଗ୍ରହରେ ତାଙ୍କର ରୁଚି ଥିଲା ।

ଓଡ଼ିଶା ଗଣିତ ସଂସଦ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଓଡ଼ିଶା ବିଜ୍ଞାନ ଏକାଡେମୀ ଓ "ଆହ୍ଲାବାଦ ଗଣିତ ସଂସଦ" ଭଳି ବହୁ ଅନୁଷ୍ଠାନ ସହିତ ସେ ଜଡ଼ିତ ରହିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କଲିସ୍ ମେମୋରିଆଲ ଲେକ୍ଚରସିପ ସମ୍ମାନ
  • ରାଜୀବ ଗାନ୍ଧୀ ନେସନାଲ ଇଉନିଟି ସମ୍ମାନ[୭]

୨୦୦୮ ଜୁଲାଇ ୦୨ତାରିଖରେ ଆହ୍ଲାବାଦଠାରେ ପ୍ରଫେସର ପତିଙ୍କର ଦେହାନ୍ତ ହୋଇଥିଲା ।[୮]

ଆଧାର[ସମ୍ପାଦନା]

  1. Association of Indian Universities (୧୯୯୩). Proceedings - Association of Indian Universities. Association of Indian Universities. 
  2. http://arxiv.org/pdf/math/0703367v1.pdf
  3. H. P. Dikshit; Pawan K. Jain (୨୯ January ୨୦୦୩). Analysis and Applications. CRC Press. pp. ୫–. ISBN ୯୭୮-୦-୮୪୯୩-୧୭୨୧-୭. 
  4. American Mathematical Society (୧୯୭୦). Notices of the American Mathematical Society. American Mathematical Society. 
  5. http://65.54.113.26/Author/12887087/tribikram-pati
  6. H. R. Singh; Tribikram Pati (୨୦୦୫). Dūre-tattīre: "Dūra-usa pāra" nāmadheyasya Hindībhāṣayā likhitasya mūla-kavitā-saṅgrahasya gīrvāṇavāṇyā rūpāntarā'nuvādaḥ. Rāṣṭrīyasaṃskr̥tasaṃsthānam. ISBN ୯୭୮-୮୧-୮୬୧୧୧-୨୨-୨. 
  7. http://www.hindustantimes.com/nm13/when-nehru-lost-to-the-boys-at-au-exhibition/article1-118594.aspx
  8. "ଇଲାହାବାଦ ବିଶ୍ଵବିଦ୍ୟାଳୟର ପ୍ରଥମ ଓଡ଼ିଆ କୁଳପତି". ସମ୍ବାଦ ୦୨/୦୭/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪. 2 July 2015. http://sambadepaper.com/Details.aspx?id=175253&boxid=2734334. Retrieved 2 July 2015.