ତ୍ରିନେତ୍ରୀ କାହାଣୀ (ବତ୍ରିଶ ସିଂହାସନ)

ତ୍ରିନେତ୍ରୀ କାହାଣୀ ବତ୍ରିଶ ସିଂହାସନର ପଚିଶତମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[୧]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ପଚିଶତମ ଦିନ ଯେତେବେଳେ ସେହି ସିଂହାସନର ପଚିଶତମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” କରୁଣାବତୀ ନାମକ ଚବିଶତମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୨]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ପଚିଶତମ ପ୍ରତିମା ତ୍ରିନେତ୍ରୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ପଚିଶତମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[୩][୪]
ପଚିଶତମ କାହାଣୀ
[ସମ୍ପାଦନା]ତ୍ରିନେତ୍ରୀ (ବା ଜୟଲକ୍ଷ୍ମୀ) ନାମକ ପଚିଶତମ ପ୍ରତିମା କହିଥିବା କଥା ଏହି ପ୍ରକାର — ରାଜା ବିକ୍ରମାଦିତ୍ୟ ସେ ନିଜ ପ୍ରଜାଙ୍କ ସୁଖ-ଦୁଃଖର ଖବର ନେବା ପାଇଁ କେବେ କେବେ ବେଶ ବଦଳି ରାଜ୍ୟ ଭିତରେ ଘୁରୁ ବୁଲୁଥାନ୍ତି ଏବଂ ନିଜେ ସବୁ ସମସ୍ୟାର ଖୋଜ ନେଇ ତାହାର ସମାଧାନ କରୁଥାନ୍ତି ।
ସେଠାରେ ତାଙ୍କ ରାଜ୍ୟରେ ଜଣେ ଦରିଦ୍ର ବ୍ରାହ୍ମଣ ଏବଂ ଜଣେ ଭାଟ (ଗାୟକ) ରହୁଥିଲେ। ସେମାନେ ନିଜ ଦୁଃଖକୁ ନିଜେ ସହି ଶାନ୍ତିପୂର୍ଣ୍ଣ ଭାବରେ ଜୀବନ ଯାପନ କରୁଥିଲେ, କାହା ପ୍ରତି ଅଭିଯୋଗ ନ କରୁଥିଲେ । ସେମାନେ ନିଜ ଦରିଦ୍ରତାକୁ ନିଜ ଭାଗ୍ୟ ଭାବି ସବୁବେଳେ ସନ୍ତୁଷ୍ଟ ରହୁଥିଲେ ଏବଂ ଯେତିକି ଆୟ ଥାଏ ତାହିଁରେ ଚଳିଯାଉଥିଲେ । ସବୁ କିଛି ଠିକ୍ ଚାଲିଥିଲା, କିନ୍ତୁ ଯେତେବେଳେ ଭାଟଙ୍କ ଝିଅ ବିବାହଯୋଗ୍ୟା ହେଲା, ତାଙ୍କ ସ୍ତ୍ରୀ ଝିଅର ବିବାହ ନେଇ ଚିନ୍ତା ଆରମ୍ଭ କଲେ । ସେ କହିଲେ ଯେ ତୁମେ ଯେତେ ବି ପୁରୁଣା ପେଶାରୁ ଉପାର୍ଜନ କରୁଛ, ତାହା ଦୈନିକ ଖର୍ଚ୍ଚରେ ଚାଲିଯାଏ, କିନ୍ତୁ ଝିଅର ବିବାହ ପାଇଁ ଅଳ୍ପ କିଛି ମଧ୍ୟ ସଞ୍ଚୟ ହେଉ ନାହିଁ । ବିବାହରେ ବହୁତ ଖର୍ଚ୍ଚ ହୁଏ, ତେଣୁ ତୁମେ ଅନ୍ୟ ଉପାୟ ଭାବିବାକୁ ପଡିବ ।ଏହା ଶୁଣି ଭାଟ ହସିଦେଲେ ଏବଂ କହିଲେ, “ଝିଅ ଆମକୁ ଭଗବାନଙ୍କ ଇଚ୍ଛାରେ ମିଳିଛି, ସେହିପରି ତାଙ୍କ ବିବାହ ପାଇଁ ମଧ୍ୟ ଭଗବାନ ନିଶ୍ଚୟ ଉପାୟ କରିଦେବେ । ଯଦି ଭଗବାନ ଇଚ୍ଛା କରନ୍ତି ନାହିଁ, ତେବେ ସବୁ ଦମ୍ପତିଙ୍କୁ କେବଳ ପୁଅ ହେଉଥାନ୍ତା କିମ୍ବା କେହି ନିଃସନ୍ତାନ ରହୁନଥାନ୍ତା । ସବୁ କିଛି ଭଗବାନଙ୍କ ଇଚ୍ଛାରେ ହୁଏ ।” ଦିନ କଟିଯାଉଥିଲା, କିନ୍ତୁ ଭାଟ ଝିଅର ବିବାହ ପାଇଁ ଧନ ସଞ୍ଚୟ କରିପାରିଲେ ନାହିଁ । ତାଙ୍କ ସ୍ତ୍ରୀ ଦୁଃଖରେ ଚିନ୍ତିତ ରହିବା ଆରମ୍ଭ କଲେ। ଏହା ଦେଖି ଭାଟ ଏକ ଦିନ ଧନ ଉପାର୍ଜନ କରିବା ନିଶ୍ଚୟ କଲେ ଏବଂ ଯାତ୍ରାରେ ବାହାରିଲେ । ସେ ଅନେକ ରାଜ୍ୟ ଘୁରି ବୁଲିଲେ, ରାଜାମାନେ ଓ ବଡ଼ ବଡ଼ ସେଠମାନଙ୍କ ସାମ୍ନାରେ ହାସ୍ୟ କଥା ଏବଂ ଗୀତ ଗାଇ ତାଙ୍କୁ ମନୋରଞ୍ଜନ କଲେ । ସେମାନେ ଖୁସି ହୋଇ ତାକୁ ପୁରସ୍କାର ଦେଲେ ଏବଂ ସେ ସେଇ ଧନରେ ଝିଅର ବିବାହ ପାଇଁ ପର୍ଯ୍ୟାପ୍ତ ସଂଗ୍ରହ କରିଲେ । କିନ୍ତୁ ଫେରିବା ବେଳେ ରାସ୍ତାରେ ଚୋରମାନେ ସେଇ ଧନ ଲୁଟି ନେଲେ । ଏବେ ତ ଭାଟଙ୍କର ଭଗବାନ ଉପରେ ଆସ୍ଥା ଅଧିକ ଦୃଢ଼ ହେଲା , ସେ ଭାବିଲେ, ଯଦି ଭଗବାନ ଇଚ୍ଛା କରିବେ, ତେବେ ଝିଅର ବିବାହ ନିଶ୍ଚୟ ହେବ । ସେ ଯେତେବେଳେ ଘରକୁ ଫେରିଲେ, ତାଙ୍କ ସ୍ତ୍ରୀ ଆଶା କରୁଥିଲେ ଯେ ସେ ବିବାହ ପାଇଁ ଧନ ନେଇ ଆସିଛନ୍ତି । ହେଲେ ଭାଟ ତାକୁ ସବୁ କଥା କହିଲେ — “ତୁମେ ବାରମ୍ବାର କହିଥିଲା ଯେ ଝିଅ ପାଇଁ ଧନ ଜମା କର । ତେଣୁ ମୁଁ ଅନେକ ରାଜ୍ୟ ଘୁରି ଅନେକ ଲୋକଙ୍କୁ ମିଶିଲି । ଧନ ମଧ୍ୟ ଜମା କରିଲି, କିନ୍ତୁ ଭଗବାନଙ୍କ ଇଚ୍ଛା ନଥିଲା ଯେ ଏହି ଧନରେ ଝିଅର ବିବାହ ହେଉ । ରାସ୍ତାରେ ଚୋରମାନେ ସେଇ ସବୁ ଲୁଟିନେଲେ । ମୁଁ ମାତ୍ର ପ୍ରାଣ ରକ୍ଷା କରି ଫେରିଆସିଛି ।”ତାଙ୍କ ସ୍ତ୍ରୀ ଚିନ୍ତାରେ ବୁଡିଗଲେ ଏବଂ ପଚାରିଲେ, “ଏବେ ଝିଅର ବିବାହ କେମିତି ହେବ?” ଭାଟ ପୁଣି ସେଇ କଥା କହିଲେ, “ଯିଏ ଝିଅକୁ ଦେଇଛନ୍ତି ସେ ଭଗବାନ ତାଙ୍କ ବିବାହର ବ୍ୟବସ୍ଥା ମଧ୍ୟ କରିଦେବେ ।” ସେଥିରେ ସ୍ତ୍ରୀ ହସିଦେଇ କହିଲେ — “ଲାଗେ ଭଗବାନ ନିଜେ ରାଜା ବିକ୍ରମାଦିତ୍ୟଙ୍କୁ ପଠାଇବେ ବିବାହ କରାଇବାକୁ ।” ଏହି କଥା ଚାଲିଥିବା ସମୟରେ ରାଜା ବିକ୍ରମାଦିତ୍ୟ ସେମାନଙ୍କ ଘର ପାଖରୁ ଯାଉଥିଲେ ଏବଂ ସେ ମହିଳାଙ୍କର କଥା ଶୁଣି ହସିଦେଲେ ।
ଏପଟେ ବ୍ରାହ୍ମଣ ମଧ୍ୟ ନିଜ ପୁରୁଣା ପେଶା ଅନୁସାରେ ଯେମିତି ସେମିତି ଜୀବିକା ଚଲାଉଥିଲେ । ସେ ପୂଜାପାଠ କରି ଯେତେକି ଦକ୍ଷିଣା ପାଉଥିଲେ, ସେଇଥିରେ ସନ୍ତୋଷ ରହୁଥିଲେ। ସବୁ ଠିକ୍ ଥିଲା କିନ୍ତୁ ତାଙ୍କ ଝିଅ ବିବାହଯୋଗ୍ୟା ହେଲା ପରେ ବ୍ରହ୍ମଣିଙ୍କ ଚିନ୍ତା ବଢିଲା । ଝିଅର ବିବାହ ନେଇ ସ୍ତ୍ରୀ ଚିନ୍ତିତ ହେଲେ ଏବଂ ସେ କହିଲେ ଯେ ଅଳ୍ପ କିଛି ଧନ ସଞ୍ଚୟ କର। କିନ୍ତୁ ବ୍ରାହ୍ମଣ ଚେଷ୍ଟା କରିଲେ ମଧ୍ୟ ହୋଇପାରିଲେ ନାହିଁ । ସ୍ତ୍ରୀ ବାରମ୍ବାର କହିଲେ ଯେ ଯଜମାନମାନଙ୍କୁ ମାଗିଦେଖ, କିନ୍ତୁ ସେ ଗମ୍ଭୀରତା ସହ ନେଲେ ନାହିଁ । ଶେଷରେ ସ୍ତ୍ରୀ କହିଲେ, “ଏବେ ତ ମହାରାଜ ବିକ୍ରମାଦିତ୍ୟଙ୍କୁ ମାଗିଦେଖ, ଆଉ ଉପାୟ ନାହିଁ । ଝିଅର ବିବାହ ହେବା ଆବଶ୍ୟକ ।” ବ୍ରାହ୍ମଣ କହିଲେ, “ହଁ, ମୁଁ ରାଜାଙ୍କ ପାଖକୁ ଯିବି। ସେ ଯଦି ଦାନ କରିବେ, ସବୁ ବ୍ୟବସ୍ଥା ହେଇଯିବ ।” ସେ କଥା ରାଜା ବିକ୍ରମ ମଧ୍ୟ ଶୁଣିଲେ, କାରଣ ସେ ସମୟରେ ସେ ତାଙ୍କ ଘର ପାଖ ଦେଇ ଯାଉଥିଲେ ।
ପରଦିନ ସକାଳେ ସେ ସେନାମାନଙ୍କୁ ପଠାଇ ଭାଟ ଓ ବ୍ରାହ୍ମଣ ଉଭୟଙ୍କୁ ଦରବାରକୁ ଡାକିଲେ । ରାଜା ବିକ୍ରମାଦିତ୍ୟ ନିଜ ହାତରେ ଭାଟକୁ ଦଶ ଲକ୍ଷ ସୁବର୍ଣ୍ଣ ମୁଦ୍ରା ଦାନ କଲେ ଏବଂ ବ୍ରାହ୍ମଣଙ୍କୁ ରାଜକୋଷରୁ କିଛି ଶତ ମୁଦ୍ରା ଦେଲେ । ଉଭୟ ଖୁସି ହୋଇ ବିଦାୟ ନେଲେ । ସେମାନେ ଯିବା ପରେ ଜଣେ ଦରବାରୀ ରାଜାଙ୍କୁ ପଚାରିଲେ, “ମହାରାଜ, ଉଭୟ ଧନ ବିବାହ ପାଇଁ ଚାହୁଁଥିଲେ, ତେବେ ଆପଣ ଭାଟକୁ ଏକ ଲକ୍ଷ ଏବଂ ବ୍ରାହ୍ମଣକୁ କେବଳ ପଚାଶ ହଜାର ମୁଦ୍ରା କାହିଁକି ଦେଲେ ?” ବିକ୍ରମ ଉତ୍ତର ଦେଲେ, “ଭାଟ ଧନ ପାଇଁ ମୋର ଆଶ୍ରୟ ନେଇନଥିଲା, ସେ ଭଗବାନ୍ଙ୍କ ଉପରେ ଆସ୍ଥା ରଖିଥିଲା । କିନ୍ତୁ ବ୍ରାହ୍ମଣ ଉଚ୍ଚ କୁଳର ହେଉଥିଲେ ମଧ୍ୟ ଭଗବାନ୍ରେ ପୂର୍ଣ୍ଣ ଆସ୍ଥା ରଖୁନଥିଲେ; ସେ ମୋ ଉପରେ ନିର୍ଭର କରୁଥିଲେ । ରାଜା ଯାହା ହେଲେ ବି ମନୁଷ୍ୟ, ଭଗବାନ୍ଙ୍କ ସ୍ଥାନ ନେଇପାରେନି । ଭଗବାନଙ୍କ ଦାନ ଓ ମୋ ଦାନ ମଧ୍ୟେରେ କ'ଣ ପାର୍ଥକ୍ୟ ନାହିଁ । ତେଣୁ ମୁଁ ତାଙ୍କୁ ସେତିକି ଧନ ଦେଲି, ଯେତିକିରେ ତାଙ୍କ ଝିଅର ବିବାହ ଭଲଭାବେ ହେଇଯାଏ ।” ରାଜାଙ୍କ ଏହି ତତ୍ତ୍ଵପୂର୍ଣ୍ଣ ଉତ୍ତର ଶୁଣି ଦରବାରୀ ମନେମନେ ତାଙ୍କ ପ୍ରଶଂସା କଲେ ।"[୫] [୧]
ଗପଟି କହି ପଚିଶତମ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ଜ୍ଞାନୀ ତଥା ପରୋପକାରୀ ହୋଇପାରିବେ? ଏହିପରି କହିବା ପରେ ପଚିଶତମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of 25th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-11.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |