ତୋର ମୋର ପ୍ରେମ
| ତୋର ମୋର ପ୍ରେମ | |
|---|---|
| ନିର୍ଦ୍ଦେଶକ | ତୁଷାର କେ. ସିହ୍ନା |
| ପ୍ରଯୋଜକ | ବିଜୟ କାଣ୍ଡୋଇ |
| ଚିତ୍ରନାଟ୍ୟ | ତୁଷାର କେ. ସିହ୍ନା |
| କାହାଣୀ | ତୁଷାର କେ. ସିହ୍ନା |
| କଳାକାର | ତୁଷାର କେ. ସିହ୍ନା ପୁଣ୍ୟତୋୟା ପାଣିଗ୍ରାହୀ |
| ସଙ୍ଗୀତ | ସରୋଜ ସାମଲ ସନତ ପଣ୍ଡା ଗୌରବ ଆନନ୍ଦ ଶଶାଙ୍କ ଶେଖର |
ମୁକ୍ତିଲାଭ ତାରିଖ | ୧୦ ଅକ୍ଟୋବର ୨୦୨୫ |
| ଦେଶ | |
| ଭାଷା | ଓଡ଼ିଆ |
ତୋର ମୋର ପ୍ରେମ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କାଣ୍ଡୋଇ । ତୁଷାର କେ. ସିହ୍ନା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର କେ. ସିହ୍ନା ଓ ପୁଣ୍ୟତୋୟା ପାଣିଗ୍ରାହୀ । ସ୍ମୃତି ରଞ୍ଜନ ରଥ, ମନସ୍ୱିନୀ ପତି, ନୀତୁ ମିଶ୍ର, ମଧୁମିତା, ସୋମୁ, ଡିସ୍କୋ, ଥିନ୍, ଅଭୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୦ ଅକ୍ଟୋବର ୨୦୨୫ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ତୁଷାର କେ. ସିହ୍ନା
- ପୁଣ୍ୟତୋୟା ପାଣିଗ୍ରାହୀ
- ସ୍ମୃତି ରଞ୍ଜନ ରଥ
- ମନସ୍ୱିନୀ ପତି
- ନୀତୁ ମିଶ୍ର
- ମଧୁମିତା
- ସୋମୁ
- ଡିସ୍କୋ
- ଥିନ୍
- ଅଭୟ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ସରୋଜ ସାମଲ, ସନତ ପଣ୍ଡା, ଗୌରବ ଆନନ୍ଦ, ଶଶାଙ୍କ ଶେଖର ଆଦି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସୁଧାଜିତ ରାଉତରାୟ, ଅରୁଣ ପଟ୍ଟନାୟକ, ରାକେଶ ଦାଶ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ଗୌରବ ଆନନ୍ଦ, ଅର୍ପିତା ଚୌଧୁରୀ, ଶଶାଙ୍କ ଶେଖର, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ତୋର ମୋର ପ୍ରେମ" | ସୁଧାଜିତ ରାଉତରାୟ | ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ | ୦୪:୩୩ |
| 2. | "କିଛି କିଛି ହଉଚି" | ଶଶାଙ୍କ ଶେଖର | ୦୪:୩୭ | |
| 3. | "ତୋ ପାଇଁ ସାଥିରେ" | ଗୌରବ ଆନନ୍ଦ, ଅର୍ପିତା ଚୌଧୁରୀ | ୦୫:୧୯ | |
| 4. | "ଆଖି ପଲକେ" | ବିଶ୍ୱଜିତ ମହାପାତ୍ର | ୦୪:୦୩ |
ଆଧାର
[ସମ୍ପାଦନା]- ↑ Tora Mora Prema - All Songs - Download or Listen Free - JioSaavn (in ଆମେରିକୀୟ ଇଂରାଜୀ), 2025-06-02, retrieved 2026-06-11
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୋର ମୋର ପ୍ରେମ