ତେଲେଙ୍ଗା ପେଣ୍ଠ

ଉଇକିପିଡ଼ିଆ‌ରୁ

ତେଲେଙ୍ଗା ପେଣ୍ଠ ହେଉଛି କଟକ ଜିଲ୍ଲାରେ ଥିବା ଦର୍ଶନୀୟ ସ୍ଥାନ । ଏଠାରେ ଏକ ଜଗନ୍ନାଥ ମନ୍ଦିର ଅଛି ।

ଇତିହାସ[ସମ୍ପାଦନା]

ପୂର୍ବ କାଳରେ ରାସ୍ତା କି ଯାନବାହନ ନଥିଲା ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ ପାଇଁ କାହିଁ କେଉଁଆଡୁ ଆସୁଥିଲେ ଭକ୍ତ । ପାଦରେ ଚାଲିଚାଲି ନଦୀ ପାରହୋଇ ପହଞ୍ଚୁଥିଲେ । ରାସ୍ତାରେ ବିଶ୍ରାମ କରିବାକୁ ଚଟିଘରମାନ ଥିଲା । ଏବେକାର ତେଲେଙ୍ଗା ବଜାର ଥିଲା ତେଲେଙ୍ଗା ପେଣ୍ଠ ଯାହାକି ଏକ ଚଟିଘର ଥିଲା। ତାରି କଡରେ ବହି ଯାଇଥିଲା କାଠଯୋଡି । ଉତ୍ତର ଦିଗରୁ ଆସୁଥିବା ଭକ୍ତମାନେ ସେହି ନଦୀ ପାର ହୋଇ ତେଲେଙ୍ଗା ପେଣ୍ଠରେ ଥିବା ଛତିଘରେ ରହୁଥିଲେ । ଏହାପରେ ଧିରେ ଧିରେ ଭକ୍ତଙ୍କ ପାଇଁ ସେହିଠାରେ ଗଢ଼ି ଉଠିଥିଲା ଶ୍ରୀଜଗନ୍ନାଥ ମନ୍ଦିର । କେବଳ ସେଇ ଗୋଟିଏ ମନ୍ଦିର ନୁହେଁ ଶ୍ରୀଜଗନ୍ନାଥଙ୍କ ଭାବକୁ ନେଇ ସହରରେ ୩୮ଟି ଶ୍ରୀଜଗନ୍ନାଥ ମନ୍ଦିର ।

ଡ.ସୁରେନ୍ଦ୍ର କୁମାର ମିଶ୍ରଙ୍କ ମତ:[ସମ୍ପାଦନା]

ବିଶେଷଜ୍ଞ ମିଶ୍ର କୁହନ୍ତି ଯେ, ପ୍ରାଚୀନ କାଳରେ ଶ୍ରୀକ୍ଷେତ୍ରକୁ ଆସିବା ପାଇଁ ରାସ୍ତାଘାଟ କିଛିବି ନଥିଲା । ଯାନ ବହନର ପ୍ରାଚୁର୍ଯ୍ୟ ମଧ୍ୟ ନ ଥିଲା । ନିଘଞ୍ଚ ଅରଣ୍ୟରେ ପଥଚାରୀ ବା ତିର୍ଥଯାତ୍ରୀଟିଏ ପ୍ରଭୁଙ୍କୁ ସ୍ମରଣ କରି ନଦୀ ପରେ ନଦୀ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସୁଥିଲା । ପୁଣି ପ୍ରଭୁଙ୍କୁ ଦର୍ଶନ କରି ବାହୁଡିଯାଉଥିଲା । ଉତ୍ତର ଦିଗରୁ ଆସୁଥିବା ଭକ୍ତମାନଙ୍କ ପାଇଁ ଦିଗବାରେଣୀ ଥିଲା କଟକ ତେଲେଙ୍ଗା ପେଣ୍ଠ । ବର୍ତ୍ତମାନର ତେଲଙ୍ଗା ବଜାର ଥିଲା ସେତେବେଳେ କାଠଯୋଡି ନଦୀର ତେଲେଙ୍ଗା ପେଣ୍ଠ । ନଦୀ ଘାଟକୁ ସେତେବେଳେ ପେଣ୍ଠ ବା ପାଟଣା ନାମରେ ନମିତା କରାଯାଉଥିଲା । ଏହି ଘାଟରେ ଚଟିଘର ଟିଏ ଗଢ଼ି ଉଠିଥିଲା ।

କିମ୍ବଦନ୍ତୀ[ସମ୍ପାଦନା]

  • "ରାଜେକ୍ରିଷ୍ଣନ୍ ରାଜ" ଗଢ଼ିଥିଲେ ଏହି ମନ୍ଦିର । ଇଂରେଜ ସରକାରଙ୍କ ଜିଲ୍ଲା ଗେଜେଟିୟର ଥିଲେ ।
  • କିନ୍ତୁ ତୁଣ୍ଡ ବଇଦରେ ଏହା ସୀତାରାମ ଠାକୁରଙ୍କର "ବାଡି "ନାମରେ ପ୍ରସିଦ୍ଧ ଥିଲା । ତେଣୁ ବଙ୍ଗ ଯାତ୍ରୀମାନେ କହିଲେ,ଏହା "ସୀତାରାମ ଠାକୁରବାଡି" । ସୀତାରାମ ଓଂକାରନାଥ ବାବଙ୍କ ପୂର୍ବରୁ ମରହଟ୍ଟା ଶାସନ କାଳରେ ରଘୁଜୀ ଭୋନସୋଲା ଜଗନ୍ନାଥ ମନ୍ଦିର ପାଇଁ ଖଞ୍ଜି ଦେଇଥିଲେ ୨୦୦୦ କହାଣ କଉଡି । ବର୍ତ୍ତମାନର ରଘୁନାଥ ମନ୍ଦିର ସେତେବେଳେ ସେଠାରେ ନଥିଲା । ସେହି ଆସ୍ଥାନ ଠାକୁରବାଡି ଭାବେ ପ୍ରସିଦ୍ଧି ପାଇନଥିଲା ।
  • ଏହି ଘଟଣାର ଆହୁରି ପୂର୍ବକୁ ଗଲେ ଜଣାପଡୁଛି ଗଜପତି ରାଜା ସେଠାକାର ମନ୍ଦିର ପାଇଁ ଖଞ୍ଜି ଦେଇଥିଲେ କଟକର "ରାଜା ବଗିଚା",ଝାଞ୍ଜିର ମଙ୍ଗଳା",ଓ "ତେଲଙ୍ଗା ଘାଟଠାରୁ ବିଡାନାସୀ" ପର୍ଯ୍ୟନ୍ତ କାଠଯୋଡି କୁଳର ମାହାଲ ।

ସେବା କ୍ଷେତ୍ରରେ ଏହି ଜ୍ୱଳନ୍ତ ଦୀପଶାଖାଟିର କାଳ ନିରୂପଣ କେବଳ ଅନୁମାନସାପେକ୍ଷ । ବାସ୍ତବରେ ସେହି ପୁଣ୍ୟାତ୍ମାଙ୍କୁ ଚିହ୍ନଟ କରିବା ସହଜ ନୁହେଁ , ଯିଏ କାଳର କେଉଁ ପୂଣ୍ୟ ମୁହୂର୍ତ୍ତରେ ଇତିହାସର ଏହି ଅଲିଭା ସ୍ମାରକୀକୁ ନିର୍ମାଣ କରିଯାଇଥିଲେ । ମାତ୍ର ମାନବିକତାର ନିଦର୍ଶନ ହେଉଛି ଏହି ଇତିହାସର ସ୍ମାରକୀ । ମହାପ୍ରଭୁ ଯେ ପ୍ରତ୍ୟେକ ଓଡ଼ିଆ ପ୍ରାଣର ପ୍ରିୟତମ ଏବଂ ତାଙ୍କ ଉପାସନା ନିମନ୍ତେ ଯାତ୍ରୀମାନଙ୍କୁ ଆତିଥେୟତା ଦେବାପାଇଁ ଯେଉଁ ମହାନୁଭବତାର ଆବଶ୍ୟକ ହୁଏ, ସେଥିରେ ଓଡ଼ିଆ ଜାତି କେବେ କୃପଣ ନଥିଲା । ଓଡ଼ିଆ ଜାତି ଯେ କେବଳ ଶ୍ରୀଜନନାଥଙ୍କୁ ପ୍ରାଣଭଳି ଭଲ ପାଉଥିଲା ତାହା ନୁହେଁ, ଠାକୁରଙ୍କ ଉପାସନାରେ ସାମିଲ ହେଉଥିବା ପ୍ରତି ମହାପୁରୁଷ, ସନ୍ଥ ,ସାଧୁ ,ସନ୍ୟାସୀ ଓ ସାଧାରଣ ଭକ୍ତଙ୍କୁ ସେ ନିଜର କରିପାରୁ ଥିଲା । ପ୍ରକାରନ୍ତରେ ସିଧା ସଳଖ ଶ୍ରୀମହାପ୍ରଭୁଙ୍କ ସେବକର ମର୍ଯ୍ୟଦା ପାଉନଥିଲା ସତ୍ୟ,କିନ୍ତୁ ଦୂରଦୂରାନ୍ତରେ ରହି ସେବକର ମାନସିକତା ନେଇ ସେବା ସେ କରୁଥିଲା ।

ଆଧାର[ସମ୍ପାଦନା]

ପ୍ରମୟ ,ପୃଷ୍ଠା-୨,୫ ଜୁଲାଇ ୨୦୧୫

ବାହାର ଲିଙ୍କ[ସମ୍ପାଦନା]

  1. http://www.indiamike.com/india/odisha-orissa-f33/the-second-best-jagannath-temple-of-odisha-apart-from-puri-tritiya-deva-temple-t232455/