Jump to content

ତୃପ୍ତି ଦେଶାଇ

ଉଇକିପିଡ଼ିଆ‌ରୁ
ତୃପ୍ତି ଦେଶାଇ
ଜନ୍ମ (1985-12-12) ୧୨ ଡିସେମ୍ବର ୧୯୮୫ (ବୟସ ୪୦)
ବୃତ୍ତିSocial activist
ପ୍ରସିଦ୍ଧିFounder the Bhumata Brigade & Bhumata Foundation
ଟେଲିଭିଜନBigg Boss Marathi 3 (2021)
ରାଜନୈତିକ ଦଳIndian National Congress (2012)
ବୈବାହିକ-ସାଥୀ
Prashant Desai
(m. ୨୦୦୬)
ସନ୍ତାନ1

ତୃପ୍ତି ଦେଶାଇ (ଜନ୍ମ ୧୨ ଡିସେମ୍ବର ୧୯୮୫) ଜଣେ ଭାରତୀୟ ସାମାଜିକ କର୍ମୀ ଏବଂ ଭୂମାତା ବ୍ରିଗେଡ଼ ଓ ଭୂମାତା ଫାଉଣ୍ଡେସନର ସ୍ଥାପିକା । ପୁଣେ ଆଧାରିତ ଏହି ସଂଗଠନ ମାଧ୍ୟମରେ ସେ ମହିଳାମାନଙ୍କୁ ଧାର୍ମିକ ସ୍ଥାନଗୁଡ଼ିକରେ ପ୍ରବେଶ ଅଧିକାର ଦେବା ପାଇଁ ଅଭିଯାନ ଚାଲାଇଛନ୍ତି । ସେ ମହାରାଷ୍ଟ୍ରର ଶନି ସିଗ୍ନାପୁର ମନ୍ଦିର, ହାଜି ଅଲି ଦରଘା, ମହାଲକ୍ଷ୍ମୀ ମନ୍ଦିର, କୋହ୍ଲାପୁର ଏବଂ ତ୍ରୟମ୍ବକେଶ୍ଵର ଶିବ ମନ୍ଦିର ଭଳି ଧାର୍ମିକ ସ୍ଥାନରେ ମହିଳାମାନଙ୍କ ପ୍ରବେଶ ପାଇଁ ଆନ୍ଦୋଳନ କରିଥିଲେ । ସବୁଠାରୁ ଶେଷରେ ସେ କେରଳର ଶବରୀମାଳା ମନ୍ଦିର ରେ ପ୍ରବେଶ ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।

୨୦୧୨ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପୁଣେ ମୁନିସିପାଲ କର୍ପୋରେସନ ନିର୍ବାଚନରେ ପ୍ରାର୍ଥୀ ଥିଲେ । ୨୦୨୧ ମସିହାରେ ସେ ବିଗ୍‌ ବସ୍‌ ମରାଠୀ-୩ ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ୪୯ତମ ଦିନରେ ବାହାର ହୋଇଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ତୃପ୍ତି ଦେଶାଇଙ୍କ ଜନ୍ମ କର୍ଣ୍ଣାଟକ ରାଜ୍ୟର ନିପାଣୀ ତହସିଲରେ ୧୨ ଡିସେମ୍ବର ୧୯୮୫ ରେ ହୋଇଥିଲା ।[][] ତାଙ୍କ ପିତା ପରିବାର ପରିତ୍ୟାଗ କରି ଏକ ଆଶ୍ରମକୁ ଚାଲିଯାଇଥିଲେ, ଯାହାଫଳରେ ତାଙ୍କ ମା’ ତାଙ୍କୁ ଓ ଦୁଇ ଭାଇ-ଭଉଣୀଙ୍କୁ ପାଳନପୋଷଣ କରିଥିଲେ ।

ସେ ପୁଣେ ଅବସ୍ଥିତ ଶ୍ରୀମତି ନାଥୀବାଇ ଠାକରେସେ Women's University ର କ୍ୟାମ୍ପସରେ ହୋମ ସାଇନ୍ସ ବିଷୟରେ ଅଧ୍ୟୟନ କରିଥିଲେ, କିନ୍ତୁ ପରିବାରିକ ସମସ୍ୟା କାରଣରୁ ପ୍ରଥମ ବର୍ଷ ପରେ ଅଧ୍ୟୟନ ବନ୍ଦ କରିଥିଲେ ।[] ଦେଶାଇ ୨୦୦୬ ମସିହାରୁ ବିବାହିତ ଏବଂ ତାଙ୍କର ଜଣେ ପୁଅ ଅଛନ୍ତି । ତାଙ୍କ ସ୍ୱାମୀ ପ୍ରଶାନ୍ତଙ୍କ କହିବା ଅନୁସାରେ ସେ ଅତ୍ୟନ୍ତ ଆଧ୍ୟାତ୍ମିକ ଏବଂ କୋଲହାପୁରର ଗଗନଗିରି ମହାରାଜଙ୍କ ଅନୁଗାମୀ ।[]

କାର୍ଯ୍ୟକଳାପ

[ସମ୍ପାଦନା]

୨୦୦୩ ମସିହାରେ ସେ ‘କ୍ରାନ୍ତିବୀର ଝୋପଡ଼ି ବିକାସ ସଂଘ’ ସହିତ ସାମାଜିକ କର୍ମୀ ଭାବେ କାମ କରିଥିଲେ ଏବଂ ଝୋପଡ଼ିବାସୀମାନଙ୍କ ପୁନର୍ବାସ ପାଇଁ ସହଯୋଗ କରିଥିଲେ । ୨୦୦୭ ରୁ ୨୦୦୯ ମଧ୍ୟରେ ସେ ଅଜିତ କୋ-ଅପରେଟିଭ ବ୍ୟାଙ୍କର ଆର୍ଥିକ ଅନିୟମିତତା ବିରୋଧରେ ଆନ୍ଦୋଳନ କରିଥିଲେ । ୨୦୦୯ ଜାନୁଆରୀରେ ସେ ତାତ୍କାଳିକ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ Ajit Pawar ବିରୋଧରେ ଦଳକୁ ନେତୃତ୍ୱ ଦେଇଥିଲେ ।

୨୦୧୩ ମସିହାରେ ତାଙ୍କ ବିରୋଧରେ ଗିରଫ ପରବାନା ଜାରି ହୋଇଥିଲା, କିନ୍ତୁ ପରେ ସେ ଜାମିନରେ ମୁକ୍ତ ହୋଇଥିଲେ । ୨୭ ସେପ୍ଟେମ୍ବର ୨୦୧୦ ରେ ସେ ‘ଭୂମାତା ବ୍ରିଗେଡ୍’ ସ୍ଥାପନା କରିଥିଲେ, ଯାହାର ସଦସ୍ୟ ସଂଖ୍ୟା ୨୦୧୬ ପର୍ଯ୍ୟନ୍ତ ୫,୦୦୦ କୁ ପହଞ୍ଚିଥିଲା । ୨୦୧୧ ମସିହାରେ ସେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଧାର୍ମିକ ସ୍ଥାନଗୁଡ଼ିକରେ ପ୍ରବେଶ ଆନ୍ଦୋଳନ

[ସମ୍ପାଦନା]

୨୦୧୫ ନଭେମ୍ବରରେ ଶନି ଶିଙ୍ଗଣାପୁର ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ନିଷେଧ ଥିବା ସମୟରେ ଏକ ମହିଳା ପ୍ରବେଶ କରିଥିଲେ । ଏହାକୁ କେନ୍ଦ୍ର କରି ଦେଶାଇ ଓ ତାଙ୍କ ବ୍ରିଗେଡ୍ ଆନ୍ଦୋଳନ କରିଥିଲେ । ପରେ ପୁଣେ ଜିଲ୍ଲା ଆଦାଲତ ଓ ରାଜ୍ୟ ସରକାର ମହିଳାମାନଙ୍କ ପ୍ରବେଶକୁ ସଂବିଧାନିକ ଅଧିକାର ଆଧାରରେ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୮ ଏପ୍ରିଲ ୨୦୧୬ (ଗୁଡ଼ି ପାଡ଼ୱା ଦିନ) ସେ ଓ ଅନ୍ୟ ମହିଳାମାନେ ମନ୍ଦିରରେ ପ୍ରବେଶ କରିଥିଲେ ।

ପରେ ସେ କୋଲହାପୁରର ମହାଲକ୍ଷ୍ମୀ ମନ୍ଦିର ଓ ନାଶିକ ନିକଟସ୍ଥ ତ୍ରିମ୍ବକେଶ୍ୱର ଶିବ ମନ୍ଦିରରେ ମଧ୍ୟ ପ୍ରବେଶ କରିଥିଲେ । ୨୦୧୬ ଏପ୍ରିଲରେ ସେ ମୁମ୍ବାଇର ହାଜି ଅଲି ଦରଘାହରେ ପ୍ରବେଶ ପାଇଁ ଚେଷ୍ଟା କରିଥିଲେ; ପ୍ରଥମ ଚେଷ୍ଟା ବିଫଳ ହେଲେ ମଧ୍ୟ ୧୨ ମେ ୨୦୧୬ ରେ ସେ ଭିତରକୁ ପ୍ରବେଶ କରିପାରିଥିଲେ, ଯଦିଓ ଅନ୍ତର୍ମହଳରେ ପ୍ରବେଶ ମିଳିଲା ନାହିଁ।

୨୦୧୮ ନଭେମ୍ବରରେ ସେ କେରଳର ଶବରୀମାଳା ମନ୍ଦିରକୁ ଯିବାକୁ ଚେଷ୍ଟା କରିଥିଲେ । ୨୦୧୮ ଅକ୍ଟୋବରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରେ ମଧ୍ୟ ପ୍ରତିବାଦ ହେତୁ ସେ ମନ୍ଦିରକୁ ପହଞ୍ଚି ପାରିନଥିଲେ ଏବଂ ବିମାନବନ୍ଦରରେ ଅବରୋଧ ହେବା ପରେ ଫେରି ଯାଇଥିଲେ ।

  1. TNM (2016-01-30). "Meet Bhumata Brigade's Trupti Desai: Devout Hindu, aggressive activist". The News Minute (in ଇଂରାଜୀ). Retrieved 2026-03-02.
  2. "Trupti Desai Wiki-Age-Height-Husband-Controversies and More - Biographia". Biographia (in ଆମେରିକୀୟ ଇଂରାଜୀ). 2018-10-24. Archived from the original on 2019-11-16. Retrieved 2026-03-02.
  3. "Shani Shingnapur temple entry ban row: Who is Bhumata Ranragini Brigade's chief Trupti Desai?". Zee News (in ଇଂରାଜୀ). Retrieved 2026-03-02.
  4. Sneha (2018-11-17). "Janam TV Peddles Fake News Of Trupti Desai Converting To Christianity | BOOM". www.boomlive.in (in ଇଂରାଜୀ). Retrieved 2026-03-02.