Jump to content

ତୁକାରାମ

ଉଇକିପିଡ଼ିଆ‌ରୁ
ତୁକାରାମ ଜୀ ମହାରାଜ
जगतगुरू संत तुकाराम
Sant Tukaram Maharaj
ଜନ୍ମTukaram Bolhoba Ambile
Either 1598 or 1608[][]
Dehu, Pune[]
Maharashtra, India
ମୃତ୍ୟୁEither 1649 or 1650 in Dehu, Pune
OrderVarkari tradition

ଶ୍ରୀ ତୁକାରାମ ଜୀ ମହାରାଜ (ମରାଠୀ ଉଚ୍ଚାରଣ: [t̪ukaːɾam]), ଯିଏ ତୁକା, ତୁକୋବାରାୟା କିମ୍ବା ତୁକୋବା ନାମରେ ମଧ୍ୟ ପରିଚିତ, ସେ ସପ୍ତଦଶ ଶତାବ୍ଦୀର ମହାରାଷ୍ଟ୍ରର ଦେହୁ ଗ୍ରାମର ୱାରକରୀ ସମ୍ପ୍ରଦାୟର ଏକ ହିନ୍ଦୁ ମରାଠୀ ସନ୍ଥ ଥିଲେ ।[] ସେ ଭଗବାନ ବିଠ୍ଠଳଙ୍କ ଏକ ଭକ୍ତ ଥିଲେ । ସେ ତାଙ୍କର ଭକ୍ତିମୟ କାବ୍ୟ "ଅଭଙ୍ଗ" ପାଇଁ ବିଶେଷ ଭାବେ ପରିଚିତ, ଯାହା ମହାରାଷ୍ଟ୍ରରେ ଅତ୍ୟନ୍ତ ଲୋକପ୍ରିୟ । ତାଙ୍କର ଅନେକ କବିତା ସମାଜ ସୁଧାର ବିଷୟକୁ ନେଇ ରଚିତ ହୋଇଥିଲା।[] ମହାରାଷ୍ଟ୍ରର ବିଦ୍ୟାଳୟ ଏବଂ କଲେଜ ପାଠ୍ୟକ୍ରମରେ ତାଙ୍କ ରଚନାଗୁଡ଼ିକୁ ବିଶେଷ ମହତ୍ତ୍ଵ ଦେଇ ସାମିଲ କରାଯାଇଛି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ତୁକାରାମଙ୍କ ଜନ୍ମ ଆଧୁନିକ ଭାରତର ମହାରାଷ୍ଟ୍ରରେ ହୋଇଥିଲା । ତାଙ୍କର ପୂରା ନାମ ଥିଲା ତୁକାରାମ ବୋଲହୋବା ଅମ୍ବିଲେ ।[] ତୁକାରାମଙ୍କ ବିଷୟରେ ଏହା କୁହାଯାଏ ଯେ ତାଙ୍କ ଜୀବନର ଶେଷରେ ସେ ବିଷ୍ଣୁଙ୍କ ଧାମ ବୈକୁଣ୍ଠକୁ ପ୍ରସ୍ଥାନ କଲେ । ସେ ତାଙ୍କ ଜୀବନର ଶେଷ ଭାଗ ଭକ୍ତି, ସମୁହ କୀର୍ତ୍ତନ (ଭଜନ ଏବଂ ସଙ୍ଗୀତ ସହ ପ୍ରାର୍ଥନା) ଏବଂ ଅଭଙ୍ଗ ରଚନାରେ ବ୍ୟତୀତ କରିଥିଲେ ।[][] ତୁକାରାମ ସମାଜିକ ଅନ୍ୟାୟ, ଜାତିପ୍ରଥା ଏବଂ କିଛି ଧର୍ମମତାଧିକାରୀଙ୍କ ଅନୀତିକୁ ତାଙ୍କର କୀର୍ତ୍ତନ ଓ ଅଭଙ୍ଗରେ ପରୋକ୍ଷ ସମାଲୋଚନା କରିଥିଲେ । ଏହାର ପରିଣାମ ସ୍ଵରୂପ ସେ ସମାଜର ବିଭିନ୍ନ ଶ୍ରେଣୀର ଆପତ୍ତିର ସମ୍ମୁଖୀନ ହେଲେ । ତାଙ୍କ ବିରୋଧୀମାନଙ୍କ ମଧ୍ୟରୁ ମାମ୍ବାଜି ଗୋସାଭୀ ଏକ ମୁଖ୍ୟ ବିରୋଧୀ ଥିଲେ, ଯିଏ ଦେହୁରେ ଏକ ମଠ ଚାଳାଉଥିଲେ ଏବଂ ତାଙ୍କର ଅନେକ ଅନୁଗାମୀ ଥିଲେ । ପ୍ରଥମେ, ତୁକାରାମ ତାଙ୍କ ମନ୍ଦିରର ପୂଜା ଦାୟିତ୍ୱ ସେହି ମାମ୍ବାଜିଙ୍କୁ ଦେଇଥିଲେ । କିନ୍ତୁ ପରେ ସେ ତୁକାରାମଙ୍କ ବୃଦ୍ଧିଶୀଳ ସମ୍ମାନ ଏବଂ ଲୋକପ୍ରିୟତାରୁ ଇର୍ଷାପର ହେଲେ ଏବଂ ଥରେ ସେ ତାଙ୍କୁ ଏକ କଣ୍ଟା ବାଡିରେ ଆକ୍ରମଣ କରିଥିଲେ ଏବଂ ଅପଶବ୍ଦ ମଧ୍ୟ କହିଥିଲେ ।[] ମାମ୍ବାଜି ତାଙ୍କର ବିରୋଧ ଜାରି ରଖିଥିଲେ ଏବଂ ଜଣାଇଥିଲେ ଯେ ତୁକାରାମ ପାରମ୍ପରିକ ଅଭଙ୍ଗର ମୂଲ୍ୟକୁ ନଷ୍ଟ କରୁଛନ୍ତି । ସେଇ ସମୟର ସାମାନ୍ୟ ପଣ୍ଡିତବର୍ଗ ଏହି ମତକୁ ଗ୍ରହଣ କରୁନଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ପରେ ମାମ୍ବାଜି ତୁକାରାମଙ୍କ ଅନୁଗାମୀ ହୋଇଗଲେ । ତୁକାରାମଙ୍କ ସମ୍ପର୍କ ମରାଠା ସାମ୍ରାଜ୍ୟର ସ୍ଥାପକ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ମଧ୍ୟ ହୋଇଥିଲା ବୋଲି ଜଣାଯାଏ । ସେମାନଙ୍କ ସମ୍ପର୍କ ଏବଂ ଉପଦେଶ ଗାଥାସ୍ବରୂପ ଅଦ୍ୟାପି ଲୋକପ୍ରିୟ । କିଛି ତଥ୍ୟ ମଧ୍ୟ କୁହେ ଯେ ତୁକାରାମ ଏକଦା ଶିବାଜୀଙ୍କ ପ୍ରାଣ ମୋଗଲ ସେନାର ଆକ୍ରମଣରୁ ରକ୍ଷା କରିଥିଲେ । ଇତିହାସବିଦମାନଙ୍କ ମଧ୍ୟରେ ଏହା ବ୍ୟାପକ ଭାବରେ ଗ୍ରହୀତ ଯେ ସନ୍ତ ତୁକାରାମଙ୍କ ଦେହବସାନ ୧୬୫୦ ମସିହାରେ ହୋଇଥିଲା ।[][]

ସାହିତ୍ୟ ସୃଜନ

[ସମ୍ପାଦନା]

ମହାରାଷ୍ଟ୍ରର ପୁଣେ ନିକଟସ୍ଥ ଦେହୁରେ ଥିବା ଗାଥା ମନ୍ଦିର, ତୁକାରାମଙ୍କ ସ୍ମୃତିର ଦୁଇଟି ପ୍ରମୁଖ ସ୍ଥାନମଧ୍ୟରୁ ଗୋଟିଏ । ସେଠାରେ ତାଙ୍କ କବିତା ମନ୍ଦିରର କାନ୍ଥରେ ଖୋଦା ହୋଇଛି । ତୁକାରାମ ଅଭଙ୍ଗ କବିତା ରଚନା କରିଥିଲେ, ଯାହା ମରାଠୀ ସାହିତ୍ୟର ଏକ ପ୍ରକାର ଓ ଛନ୍ଦୋବଦ୍ଧ ଏବଂ ସରଳ ଯାହା ଲୋକକଥାକୁ ଗଭୀର ଆଧ୍ୟାତ୍ମିକତା ସହ ଯୋଗ କରିଥାଏ । ତୁକାରାମଙ୍କ ରଚନାର ବିଶେଷତା ହେଉଛି ସେ ସରଳ ଲୋକଭାଷାରେ ଅତ୍ୟନ୍ତ ସ୍ୱଭାବିକ ଏବଂ ସ୍ଫୁର୍ତ୍ତିପୂର୍ଣ୍ଣ ଶୈଳୀରେ ରଚନା କରିଥିଲେ । ତାଙ୍କ ଗୋଟିଏ କବିତାରେ ତୁକାରାମ ନିଜକୁ ଏପରି ହୀନଭାବରେ ଲେଖିଛନ୍ତି; "ମୁଁ ମୂର୍ଖ, ଅସ୍ଥିର, ଭ୍ରାନ୍ତ, ପୃଥିବୀରେ କ୍ଲାନ୍ତତାରୁ ନିର୍ଜନତାକୁ ପସନ୍ଦ କରେ । ମୁଁ ମୋ ପୂର୍ବଜମାନଙ୍କ ଭଳି ବିଠ୍ଠଳଙ୍କୁ ପୂଜା କରେ, କିନ୍ତୁ ସେମାନଙ୍କ ଭଳି ଶ୍ରଦ୍ଧା ଓ ଭକ୍ତି ମୋର ନାହିଁ ଏବଂ ମୋର ମନରେ ପବିତ୍ରତା ନାହିଁ ।[୧୦]" ତୁକାରାମ ଗାଥା ହେଉଛି ତାଙ୍କ ସମସ୍ତ ରଚନାର ଏକ ମରାଠୀ ସଙ୍ଗ୍ରହ, ଯାହା ୧୬୩୨ରୁ ୧୬୫୦ ସମୟରେ ରଚିତ ହୋଇଥିବା ମନେ ହୋଇଥାଏ । ଏହାକୁ ଅଭଙ୍ଗ ଗାଥା ମଧ୍ୟ କୁହାଯାଏ, ଏବଂ ଭାରତୀୟ ପରମ୍ପରା ମତରେ ଏହିପରି ପ୍ରାୟ ୪,୫୦୦ ଅଭଙ୍ଗ ରହିଛି । ଏହି କବିତାଗୁଡ଼ିକ ମଧ୍ୟରୁ ଯେତେଗୁଡ଼ିଏ ପ୍ରାମାଣିକ ମନେ ହୋଇଥାଏ, ସେସବୁରେ ମାନବୀୟ ଭାବନା, ଅନୁଭବ ଏବଂ ନିଜସ୍ଵ ଅନୁଭୂତିର ବିବରଣି ରହିଛି ଏବଂ ସମାଜ ଓ ଆଧ୍ୟାତ୍ମିକତାକୁ କେନ୍ଦ୍ର କରି ଲେଖାଯାଇଛି ।

  1. Ranade 1994, pp. 3–7.
  2. ୨.୦ ୨.୧ ୨.୨ Tulpule & Shelke 1992, p. 148.
  3. Maxine Bernsten (1988), The Experience of Hinduism: Essays on Religion in Maharashtra, State University of New York Press, ISBN 978-0887066627, pages 248-249
  4. Magazine, LEKH (2023-12-17). "Vrukshavalli Amha Soyari Meaning: Unconditional Truth behind the poem". LEKH (in ଆମେରିକୀୟ ଇଂରାଜୀ). Retrieved 2024-10-18.
  5. Ranade 1994, pp. 1–7.
  6. Ranade 1994, p. 7-9.
  7. Eleanor Zelliot (1976), Hinduism: New Essays in the History of Religions (Editor: Bardwell L Smith), Brill Academic, ISBN 978-9004044951, pages 154-156
  8. "बहु फार विटंबिले." Loksatta (in ମରାଠୀ). 2016-06-26. Retrieved 2021-03-18.
  9. Ranade 1994, p. 1-2.
  10. Tulpule & Shelke 1992, pp. 149–150.