ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search
ତାଳଚେର କଲେଜ.jpg

ତାଳଚେର ସ୍ୱୟଂଶାସିତ କଲେଜ , ଭାରତୀୟ ରାଜ୍ୟ ଓଡ଼ିଶାର କୋଇଲାଖଣି ସମୃଦ୍ଧ ସହର ତାଳଚେରଠାରେ ଅବସ୍ଥିତ । ଏହା ଅନୁଗୁଳ ଜିଲ୍ଲାର ଏକ ପୁରାତନ କଲେଜ ।[୧] ଏଠାରେ କଳା , ବିଜ୍ଞାନ ଓ ବାଣିଜ୍ୟରେ ସମ୍ମାନ ଥାଇ ସ୍ନାତକ ପର୍ଯ୍ୟନ୍ତ ଓ କର୍ମଭିତ୍ତିକ କମ୍ପ୍ୟୁଟର ବିଜ୍ଞାନ ଓ ବାୟୋ-ଟେକ୍ନୋଲଜି ମଧ୍ୟ ଉପଲବ୍ଧ । 

ଇତିହାସ [ସମ୍ପାଦନା]

ଏହି କଲେଜ ଏକ ଟିଉଟୋରିଆଲ ଅନୁଷ୍ଠାନ ଭାବେ ପ୍ରଥମେ ୧୯୬୯ରେ ବ୍ରାହ୍ମଣୀ ନଦୀ ତଟରେ ଏକ ଘରେ ଆରମ୍ଭ ହୋଇ ପରେ ମାନ୍ୟତା ପ୍ରାପ୍ତ ହେଇ ୧୯୭୦-୭୧ରେ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେଲା । ୨୦୦୫ରୁ  ନୂଆଦିଲ୍ଲୀର IGNOU ଏହି କଲେଜକୁ ତାଙ୍କର ଷ୍ଟଡି ସେଣ୍ଟର ଭାବରେ ଚୟନ କରିଥିଲେ ।[୨] NAAC କତ୍ତୃପକ୍ଷ ଏହାକୁ ସ୍ୱୟଂଶାସିତ ଅନୁଷ୍ଠାନର ମାନ୍ୟତା ଦେଇଛନ୍ତି । 

ଆଧାର [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]