ତାରା ସୁନ୍ଦରୀ

ଉଇକିପିଡ଼ିଆ‌ରୁ
ତାରା ସୁନ୍ଦରୀ
ଜନ୍ମ୧୮୭୮
ମୃତ୍ୟୁ୧୯୪୮
ଜାତୀୟତାଭାରତୀୟ
ବୃତ୍ତିଅଭିନୟ
ପ୍ରସିଦ୍ଧିଅଭିନେତ୍ରୀ

ତାରା ସୁନ୍ଦରୀ (୧୮୭୮-୧୯୪୮) ଜଣେ ବଙ୍ଗଳା ମଞ୍ଚ ଅଭିନେତ୍ରୀ, ଗାୟିକା ଓ ନର୍ତ୍ତକୀ ।[୧]

ଜୀବନୀ[ସମ୍ପାଦନା]

ତାରା ସୁନ୍ଦରୀ ୧୮୭୮ରେ ଜନ୍ମ ହୋଇଥିଲେ । ସେ ବିନୋଦିନୀ ଦାସୀଙ୍କ ସାହାଯ୍ୟରେ ଷ୍ଟାର୍ ଥିଏଟର୍‌ରେ ଯୋଗ ଦେଇଥିଲେ, ଯେଉଁଠେରେ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଗିରୀଶ ଚନ୍ଦ୍ର ଘୋଷଙ୍କଦ୍ୱାରା ସେ ନିଜ ପ୍ରଥମ ଅଭିନୟ ଚୈତନ୍ୟ ଲୀଳାରେ କରିଥିଲେ, ଯେଉଁଥିରେ ସେ ଏକ ବାଳକର ଅଭିନୟ କରିଥିଲେ । ସେ ସରଳା ନାଟକରେ ଗୋପାଳ ଭୂମିକାରେ ଅଭିନୟ କରିଥିଲେ । ସେ ତାଙ୍କର ଅଭିନୟ ଦକ୍ଷତେ ପାଇଁ ଜଣାଶୁଣା ଓ ମଞ୍ଚ ସ୍ତରରେ ଜଣେ ଅଗ୍ରଣୀ ନାରୀ । ୧୮୯୪ରେ ଚନ୍ଦ୍ରଶେଖର ନାଟକରେ ଶୈଳବାଳିନୀ ଚରିତ୍ର ତାଙ୍କ ପାଇଁ ପ୍ରସିଦ୍ଧି ଆଣି ଦେଇଥିଲା । ସେ ଅମ୍ରିତଲାଲ୍ ମିତ୍ରଙ୍କଠାରୁ ଅଭିନୟ ଶିଖିଥିଲେ । ସେ କାଶୀନାଥ ଚଟ୍ଟୋପାଧ୍ଧ୍ୟାୟଙ୍କଠାରୁ ନୃତ୍ୟ ଓ ରାମତରଣ ସାନ୍ୟାଲଙ୍କଠାରୁ ଗୀତ ଗାଇବା ଶିଖିଥିଲେ । ୧୮୯୭ରେ ସେ କ୍ଲାସିକ୍ ଥିଏଟର୍ ଦଳରେ ଯୋଗ ଦେଇଥିଲେ । ଏହି ଦଳଟି ଅମରେନ୍ଦ୍ରନାଥ ଦତ୍ତଙ୍କଦ୍ୱାରା ପରିଚାଳିତ ହେଉଥିଲା, ଯେ ଜଣେ ପ୍ରସିଦ୍ଧ ଅଭିନେତା ଓ ନାଟକ ଲେଖକ ଥିଲେ । ସେ ବ‌ହୁତ ନାଟକରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଅଭିନୟ ଦକ୍ଷତାକୁ ପ୍ରଶମସା କରାଯାଇଥିଲା ।[୨][୩]

ତାରା ସୁନ୍ଦରୀ ଅଭିନୟ ଜଗତରୁ ୧୯୨୨ରେ ତାଙ୍କ ପୁଅର ମୃତ୍ୟୁ ପରେ ଅବସର ନେଇଥିଲେ । ସେ ଭୁବନେଶ୍ୱର ଆସି ଏକ ଆସ୍ରମ କରିଥିଲେ । ସେ ତାଙ୍କର ସମସ୍ତ ସମୟ ଧର୍ମଚର୍ଚ୍ଚାରେ ବିତାଇଥିଲେ । ଗିରୀଶ ଚନ୍ଦ୍ର ଘୋଷଙ୍କ ଅନୁରୋଧରେ ସେ କୋଲକାତା ଫେରିଥିଲେ ଓ ପୁଣିଥରେ ଅଭିନୟ ଆରମ୍ଭ କରିଥିଲେ । ଫେରିବା ପରେ ତାଙ୍କ ପ୍ରଥମ ଅଭିନୟ ଥିଲା ଦୁର୍ଗେଶନନ୍ଦିନୀ ନାଟକରେ ଆୟେଶା ଚରିତ୍ର । ସେ ହରିଶ୍ଚନ୍ଦ୍ର ନାଟକରେ ଶୈବ୍ୟା ଚରିତ୍ରରେ, ରିଜିଆ ଦେଶଭକ୍ତ ଓ ବଳିଦାନ ନାଟକରେ ସରସ୍ୱତୀ ଚରିତ୍ରରେ ଅଭିନୟ କରିଥିଲେ । ସେ ବଙ୍ଗଳାରେ ତାଙ୍କ ଆଦ୍ୟ ଅଭିନୟ ଜୀବନ ଶିଶିର କୁମାର ଭାଦୁରୀଙ୍କ ସ‌ହ କରିଥିଲେ । ମିତ୍ର ଦଳରେ ଯୋଗ ଦେବା ପରେ ଅଭିନୟ ଜୀବନରେ ପରିବର୍ତ୍ତନ ଆସିଥିଲା । ସେ ଜନରେ ଏକ ଅତିଥି ଚରିତ୍ର ଅଭିନୟ କରିଥିଲେ ଓ ୧୯୨୬ରେ ଶ୍ରୀ ଦୂର୍ଗା ନାଟକରେ ଦୂର୍ଗା ଚରିତ୍ରରେ ଅଭିନୟ କରିଥିଲେ । ସେ ୧୯୪୮ରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. Sahni, Rohini; Shankar, V. Kalyan; Apte, Hemant (9 July 2008). Prostitution and Beyond: An Analysis of Sex Workers in India (in ଇଂରାଜୀ). SAGE Publications India. p. 326. ISBN 9788132100362.
  2. ୨.୦ ୨.୧ Mallik, Wahida. "Tara Sundari". en.banglapedia.org (in ଇଂରାଜୀ). Banglapedia. Retrieved 15 November 2017.
  3. Ramaswamy, Vijaya (1 January 2003). Re-searching Indian women (in ଇଂରାଜୀ). Manohar. p. 347. ISBN 9788173044960.