ତସନୀମ ବାନୋ
ତସନୀମ ବାନୋ | |
|---|---|
| ମେୟର: ମହୀଶୂର ମହାନଗର ନିଗମ | |
| Assumed office ୨୦୨୦ | |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | |
| ଜୀବନ ସାଥୀ | ସୟେଦ ସମିଉଲ୍ଲା |
| ବାପା/ବୋଉ | ମୁନ୍ନାବର ପାଶା (ବାପା) ତହସୀନ ବାନୁ (ମାଆ) |
ତସନୀମ ବାନୋ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଜନତା ଦଳ (ସେକ୍ୟୁଲାର)ର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି ।[୧][୨][୩] ସେ ପ୍ରଥମ ମୁସଲମାନ ମହିଳା ଭାବରେ ମହୀଶୂରର ମେୟର ଭାବରେ ୨୦୨୦ ମସିହାରେ ପଦବୀ ଗ୍ରହଣ କରିଥିଲେ ।[୪]
ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି
[ସମ୍ପାଦନା]ତାଙ୍କ ବାପାଙ୍କ ମୁନ୍ନାବର ପାଶା ଜଣେ ଦରଜୀ ଥିଲେ ଏବଂ ତାଙ୍କା ମାଆ ତହସୀନ ବାନୁ ଜଣେ ଗୃହିଣୀ ଥିଲେ ।[୫] ସେ ମହୀଶୂର ସ୍ଥିତ ମହାରାଣୀ କଲେଜରୁ କଳାରେ ସ୍ନାତକ କରିଥିଲେ ।[୬]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ବାନୋ ସୟେଦ ସମିଉଲ୍ଲାଙ୍କୁ ବିବାହ କରିଛନ୍ତି । ଉଭୟ ଦମ୍ପତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।[୪] ତାଙ୍କ ସମ୍ପର୍କୀୟ ଆଲହାଜ ନସୀରୁଦ୍ଦିନ ବାବୁ ମହୀଶୂରରେ ତିନିଥର କର୍ପୋରେଟର ଭାବରେ ନିର୍ବାଚିତ ହୋଇଥିଲେ ।[୬]
ରାଜନୈତିକ ଜୀବନ
[ସମ୍ପାଦନା]ବାନୋ ଭାରତୀୟ ଜାତୀୟ କଂଗ୍ରେସର ଜଣେ ରାଜନେତା ଭାବରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ମାର୍ଚ୍ଚ ୨୦୧୩ରେ ୨୬ ନମ୍ବର ୱାର୍ଡ଼ - ମୀନା ବଜାରରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ, ଏହା ସେତେବେଳେ ପଛୁଆ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ୨୦୧୮ ମସିହାରେ, ସେ ଜନତା ଦଳ (ସେକ୍ୟୁଲାର)ରେ ଯୋଗ ଦେଇଥିଲେ ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ସେମାନଙ୍କୁ ସମର୍ଥନ କରିଥିଲେ । ସେ ୩୧ ବର୍ଷ ବୟସରେ ମହୀଶୂର ମହାନଗର ନିଗମ ନିର୍ବାଚନରେ କଂଗ୍ରେସ-ଜନତା ଦଳ(ସେକ୍ୟୁଲାର) ମେଣ୍ଟର ପ୍ରାର୍ଥୀ ଥିଲେ ।[୭] ୧୮ ଜାନୁଆରୀ ୨୦୨୦ରେ, ସେ ମେୟର ଭାବରେ ପଦବୀ ଗ୍ରହଣ କରିଥିଲେ ।[୮][୬][୯]
ବିବାଦ
[ସମ୍ପାଦନା]ବାନୋ ତାଙ୍କ ସହିତ ଖରାପ ବ୍ୟବହାର କରିବା ପାଇଁ ଡେପୁଟି କମିଶନର ରୋହିଣୀ ସିନ୍ଦୁରୀ ଓ ସାଂସଦ ପ୍ରତାପ ସିଂହ୍ନାଙ୍କ ସହ ଖୋଲାଖୋଲି ବିବାଦରେ ପଡ଼ିଥିଲେ ।[୧୦][୧୧]
ଆଧାର
[ସମ୍ପାଦନା]- ↑ "Tasneem of JD(S) elected Mayor of Mysuru". The Hindu (in Indian English). 2020-01-18. ISSN 0971-751X. Retrieved 2020-12-26.
- ↑ Dubey, Vipashyana (2020-01-23). "Meet Tasneem Bano, Mysuru's First Muslim Woman Mayor". SheThePeople TV (in ଆମେରିକୀୟ ଇଂରାଜୀ). Retrieved 2020-12-26.
- ↑ "Help Mysuru bag five-star status in garbage-free cities category again: Mayor | Mysuru News - Times of India". The Times of India (in ଇଂରାଜୀ). Jan 23, 2020. Retrieved 2020-12-26.
- 1 2 "Meet Tasneem, the first Muslim woman mayor of Mysuru". The Indian Express (in ଇଂରାଜୀ). 2020-01-20. Retrieved 2020-12-26.
- ↑ "In Tasneem, Mysuru Gets Its First Ever Muslim Woman Mayor". The Wire. Retrieved 2022-12-08.
- 1 2 3 "Mysuru gets first Muslim woman Mayor". Deccan Herald (in ଇଂରାଜୀ). 2020-01-18. Retrieved 2020-12-26.
- ↑ Athavale, Sanika (2020-01-21). "Tasneem Banu Becomes Mysuru's First Muslim Woman Mayor". thelogicalindian.com (in ଇଂରାଜୀ). Retrieved 2020-12-26.
- ↑ "Tasneem Bano elected as first Muslim woman mayor of Mysuru: 31-year-old JD(S) corporator wants to retain 'clean city' tag". Firstpost. 2020-01-21. Retrieved 2020-12-26.
- ↑ "Mysuru's First Muslim Woman Mayor Reminds BJP of Sabka Saath, Sabka Vikas". News18 (in ଇଂରାଜୀ). 2020-01-24. Retrieved 2020-12-26.
- ↑ "MCC Commissioner not taking us into confidence: Mayor Tasneem Bano – Mysuru Today" (in ଆମେରିକୀୟ ଇଂରାଜୀ). Archived from the original on 2023-04-15. Retrieved 2020-12-26.
- ↑ "People are trying to take me for granted: Mayor Tasneem Bano – Mysuru Today" (in ଆମେରିକୀୟ ଇଂରାଜୀ). Archived from the original on 2023-04-15. Retrieved 2020-12-26.