Jump to content

ତନୁଶ୍ରୀ ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ତନୁଶ୍ରୀ ଚକ୍ରବର୍ତ୍ତୀ
Tanusree Chakraborty
ଜନ୍ମ (1984-08-06) ୬ ଅଗଷ୍ଟ ୧୯୮୪ (ବୟସ ୪୨)
Other nameTnusree Chakraborty
Alma materBasanti Devi College
ପେଷାs
  • Actress
  • Politician
କାର୍ଯ୍ୟକାଳ2010–present
ଜୀବନସାଥୀ
Sujit Basu
​
(m. ୨୦୨୫)​

ତନୁଶ୍ରୀ ଚକ୍ରବର୍ତ୍ତୀ (ଅନ୍ୟ ନାମ ତନୁଶ୍ରୀ ) ଜଣେ ଭାରତୀୟ ଅଭିନେତ୍ରୀ ଓ ରାଜନେତ୍ରୀ, ଯିଏ ପ୍ରଧାନତଃ ବଙ୍ଗଳା ଚଳଚ୍ଚିତ୍ରରେ କାମ କରନ୍ତି।[୧][୨][୩] ସେ ଚଳଚ୍ଚିତ୍ର ସହିତ ବିଭିନ୍ନ ଟେଲିଭିଜନ କାର୍ୟକ୍ରମରେ ମଧ୍ୟ ଅଭିନୟ କରିଛନ୍ତି। ସମ୍ପ୍ରତି ସେ ସମ୍ପୂର୍ଣ୍ଣା ନାମକ ସୌନ୍ଦର୍ଯ୍ୟ ଓ ଲାଇଫ୍‌ଷ୍ଟାଇଲ୍ କାର୍ଯ୍ୟକ୍ରମକୁ ସଂଚାଳନ କରୁଛନ୍ତି, ଯାହା ଜୀ ବାଙ୍ଗଲା ଚ୍ୟାନେଲରେ ପ୍ରସାରିତ ହୁଏ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ତନୁଶ୍ରୀ ଚକ୍ରବର୍ତୀଙ୍କ ଜନ୍ମ ୬ ଅଗଷ୍ଟ ୧୯୮୪ ରେ କଲିକତାରେ ଏକ ବଙ୍ଗାଳୀ ପରିବାରରେ ହୋଇଥିଲା । ସେ କଲିକତାର କମଳା ଗର୍ଲ୍ସ ହାଇ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । ପରେ ସେ ବାସନ୍ତି ଦେବି କଲେଜରେ ରାଜନୀତି ବିଜ୍ଞାନରେ ଅଧ୍ୟୟନ କରିଥିଲେ, ଯାହା କଲିକତା ବିଶ୍ଵବିଦ୍ୟାଳୟ ସହ ଅନୁବନ୍ଧିତ । ସେ କଲିକତାରେ ଦୁଇଟି ରେଷ୍ଟୁରାଣ୍ଟର ମାଲିକ ମଧ୍ୟ ଅଟନ୍ତି।

କ୍ୟାରିୟର

[ସମ୍ପାଦନା]

ପାଠଶାଳା ଶେଷ କରିବା ପରେ ଚକ୍ରବର୍ତୀ ମଡେଲ୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସମୟରେ ତାଙ୍କର ମଡେଲିଙ୍ଗ ବିଷୟରେ ପୂର୍ଣ୍ଣ ଧାରଣା ନ ଥିଲା। ସେ ଅଲ୍ପ ସମୟ ପର୍ଯ୍ୟନ୍ତ ମଡେଲ୍ ଭାବେ କାମ କରି ଅନେକ ବିଜ୍ଞାପନରେ ଅଭିନୟ କରିଥିଲେ। ସେଥିରେ ବାଙ୍ଗ୍ଲାଦେଶର ପ୍ରସିଦ୍ଧ ପ୍ରାଣ ପାଉଡର୍ ମସଲା ବିଜ୍ଞାପନ ଦୁଇଟି ବଙ୍ଗଳରେ ବହୁ ପ୍ରସିଦ୍ଧ ହୋଇଥିଲା।

ସେ ୨୦୧୧ ମସିହାର ଚଳଚ୍ଚିତ୍ର Uro Chithi ମାଧ୍ୟମରେ ପ୍ରମୁଖ ଚର୍ଚ୍ଚାରେ ଆସିଥିଲେ।[୪] ପରେ ସେ ବେଡ଼ରୁମ୍‌ (୨୦୧୨), ଅଭିଶପ୍ତ ନାଇଟି (୨୦୧୪), ୱିଣ୍ଡୋ କନେକସନସ (୨୦୧୪), ବୁନୋ ହାନ୍ସ (୨୦୧୪) ପ୍ରମୁଖ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରି ସାର୍ବଜନୀନ ପରିଚୟ ଲାଭ କରିଥିଲେ।

ରାଜନୈତିକ ଜୀବନ

[ସମ୍ପାଦନା]

ଚକ୍ରବର୍ତୀ ୨୦୨୧ ମସିହାରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ। ସେ ୨୦୨୧ ମସିହାର ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନ ୨୦୨୧ରେ ଶ୍ୟାମପୁର ଆସନରୁ ପ୍ରାର୍ଥୀ ହୋଇଥିଲେ, କିନ୍ତୁ ପରାଜିତ ହୋଇଥିଲେ। ପରେ ୨୦୨୧ ମସିହାର ଜୁଲାଇ ମାସରେ ସେ ତାଙ୍କର ଚଳଚ୍ଚିତ୍ର କ୍ୟାରିୟରରେ ଧ୍ୟାନ ଦେବା ପାଇଁ ଦଳ ଛାଡ଼ିଦେଇଥିଲେ।[୫]

ଚଳଚ୍ଚିତ୍ର ସୂଚୀ

[ସମ୍ପାଦନା]
  • ବନ୍ଧୁ ଏସୋ ତୁମି (2010)
  • Uro Chithi (2011)
  • Bedroom (2012)
  • ଭାଲୋବାସା ଅଫ୍ ରୁଟ୍ (2012)
  • କାଏକ୍ଟି ମେୟେର ଗଲ୍ପୋ (2012)
  • ଛୋଆନ୍ (2012)
  • ସ୍ୱଭୂମି (2013)
  • ବସନ୍ତ ଉତ୍ସବ (2013)
  • ଶୁନ୍ୟୋ (ଅମୁକ୍ତ)
  • Obhishopto Nighty (2014)
  • Window Connections (2014)
  • Buno Haansh (2014)
  • ଖାଦ (2014)
  • ଇଚ୍ଛେମୋତିର ଗପ୍ପୋ (2015)
  • କ୍ରସ୍ କନେକ୍ସନ୍ 2 (2015)
  • ଚୋରାବାଲି (2016)
  • କଲକାତାୟ କଲମ୍ବସ୍ (2016)
  • ଦୁର୍ଗା ସୋହାୟ (2017)
  • ସମାନ୍ତରାଲ (2017)
  • ଚାୱଲୋଚିତ୍ର ସର୍କସ୍ (2017)
  • ମାଇକେଲ୍ (2018)
  • ଫ୍ଲାଟ୍ ନଂ 609 (2018)
  • ଗୁମନାମି (2019)
  • ହାରାନୋ ପ୍ରାପ୍ତି (2019)
  • ଜୋମ୍ବିସ୍ଥାନ୍ (2019)
  • ଅନ୍ତର୍ଧାନ (2020)
  • ନିର୍ବନ୍ଧମେର ଜୋରା ଖୁନ୍ (2020)
  • ଟୋନିକ୍ (2021)
  • ରାଵଣ (2022)
  • ରିଭଲଭର୍ ରହସ୍ୟୋ (2023)
  • ଚିରୋସଖା ହେ (2023)
  • ଡିପ୍ ଫ୍ରିଜ୍ (2025)

ରିଏଲିଟି ଶୋ

[ସମ୍ପାଦନା]
  • Didi No. 1 (2010) – Zee Bangla
  • Ebar Jalsha Rannaghore (2015) – Star Jalsha
  1. ↑ "A fragrant autumn for Tanusree Chakraborty". The Times of India. 2017-01-11. ISSN 0971-8257. Retrieved 2026-02-19.
  2. ↑ "Men are moderately mad about me: Tanusree Chakraborty". The Times of India. 2017-01-12. ISSN 0971-8257. Retrieved 2026-02-19.
  3. ↑ "I was inspired by Shah Rukh Khan in Happy New Year: Tanusree Chakraborty". The Times of India. 2017-01-12. ISSN 0971-8257. Retrieved 2026-02-19.
  4. ↑ "Interview: Actress Tanusree Chakraborty On Bengali Films Uro Chithi, Bhalobasha Off Route E, Bedroom & her Tollywood Experience". www.washingtonbanglaradio.com. Retrieved 2026-02-28.
  5. ↑ "West Bengal: Actor Tanusree Chakraborty quits BJP, says 'no regrets'". The Times of India. 2021-07-08. ISSN 0971-8257. Retrieved 2026-02-28.