ଢଗ ଢମାଳି/ତାଲିକା

ଉଇକିପିଡ଼ିଆ ରୁ
Jump to navigation Jump to search

ନିତ୍ୟ ବ୍ୟବହାର୍ଯ୍ୟ ଢଗ ଢମାଳିର ଏହା ଏକ ବର୍ଣମାଳା ଭିତ୍ତିକ ତାଲିକା।

[ସମ୍ପାଦନା]

  • ଅକାଳେ ଗୋଦରି କଲା ବେଉସା, ଲାଭ ଖାଇଗଲା ଚୁଟିଆ ମୂଷା -ବ୍ୟବସାୟ ବାବଦରେ କିଛି ନ ଜାଣି ହଠାତ୍‌ ବ୍ୟବସାୟ କରି କ୍ଷତି ସହିବା ।
  • ଅଙ୍ଗୁର ନ ଖାଇପାରିଲେ ଖଟା-
  • ଅଣ୍ଟିଛୁରୀ ତଣ୍ଟି କାଟେ -
  • ଅତିରୁ ଇତି -
  • ଅତି ଅଲାଜୁକ ନାଚିଯାଏ, ଅତି ପୋଡାମୁହାଁ ଗୀତଗାଏ - ନିଜର ଭୁଲକୁ ଠିକ୍‌ ବୋଲି ଦର୍ଶାଇ ଆନନ୍ଦିତ ହେବା ।
  • ଅତି ଗର୍ବେ ହତ ଲଙ୍କା -
  • ଅତି ପରିଚୟେ ଗୌରବ ନଷ୍ଟ -
  • ଅତି ଲେମ୍ବୁ ଚିପୁଡିଲେ ପିତା -
  • ଅନ୍ଧାରରେ ବାଡି ବୁଲାଇବା -
  • ଅନ୍ଧ ଦେଶେ ଗଲି ଦର୍ପଣ ବିକି -
  • ଅଧର୍ମ ବିତ୍ତ ବଢେ ବହୁତ, ଗଲାବେଳେ ଯାଏ ମୂଳ ସହିତ -
  • ଅଭାବେ ସ୍ୱଭାବ ନଷ୍ଟ -
  • ଅରକ୍ଷିତକୁ ଦଇବ ସାହା -
  • ଅଳ୍ପ ବିଦ୍ୟା ଭୟଙ୍କରୀ - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
  • ଆକାଶ କଇଁଆ ଚିଲିକା ମାଛ-
  • ଆଗେ ଉଦର, ପଛେ ସୋଦର-
  • ଅକାଳେ (ଆତୁରେ) ନିୟମ ନାସ୍ତି-
  • ଆପଣା ହସ୍ତେ ଜିହ୍ୱା ଛେଦି, କେ ତାର ଅଛି ପ୍ରତିବାଦି-
  • ଆରେ ଢମଣା, ବୁଲି ବୁଲି କରି ସେହି ଅଗଣା-

[ସମ୍ପାଦନା]

  • ଏ ଦେହ ଥିଲେହେଁ ଊଦ୍ଧବ, କେତେ ଆସିବ ଶୁଭାଶୁଭ-
  • ଏ ମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା-
  • ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା-

[ସମ୍ପାଦନା]

  • ଓଧ ସଙ୍ଗେ ଭୁଆଁ ବିରାଡି ବାଇ -ଚତୁର ବ୍ୟକ୍ତି ସହ ବୋକା ଲୋକ ବନ୍ଧୁତାସ୍ଥାପନ କରି ବିପଦରେ ପଡିବା ।
  • ଓଟ ମୁହଁରେ ଜୀରା – ଆବଶ୍ୟକତାରୁ ଖୁବ୍ କମ୍ ଦ୍ରବ୍ୟ ଯୋଗାଇବା

[ସମ୍ପାଦନା]

  • କଟକ ଚିନ୍ତା ବାଇମୁଣ୍ଡିକୁ-
  • କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର-
  • କହିଲେ ତ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି-
  • କାଉ କୋଈଲି ଏକ ବର୍ଣ୍ଣ, ରାବିଲା ବେଲକୁ ଭିନ୍ନ ଭିନ୍ନ-
  • କାଲା ଆଗରେ ମୂଳା ଚୋବାଇବା-
  • କୀଚକ ବାହୁବଳେ ବିରାଟ ରାଜା-
  • କୋପେ ବର ନ ହେଲେ ତପେ ବର -

[ସମ୍ପାଦନା]

  • ଖଜୁରି ଗଛର କି ଗୁଣ ଗାଇବି, ସେ ତ ମୂଳରୁ ପାହାଚ ପାହାଚ-

[ସମ୍ପାଦନା]

  • ଗାଁ କନିଆ ସିଂଘାଣୀନାକୀ -
  • ଗାଁ ପରିମଳ ଧୋବା ତୁଠରୁ -
  • ଗରଜିଲା ମେଘ ବରଷେ ନାହିଁ - ଅତ୍ୟଧିକ ଗର୍ଜ୍ଜନ/ପାଟି କରୁଥିବା ବ୍ୟକ୍ତି କିଛି କରିପାରେ ନାହିଁ ।
  • ଗରିବ ମାଇପ ସବୁରି ଶାଳୀ -
  • ଗାଇକୁ ମାଇଲେ ମଲି, ଗାଇ ମାଇଲେ ମଲି -
  • ଗୋଦରା କୋଡେ ଯେତେ ମାଡେ ସେତେ -
  • ଗୋଦରିଲୋ ତୋ ଗୋଡକୁ ଅନା-

[ସମ୍ପାଦନା]

  • ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ -
  • ଘର ଢିଙ୍କି କୁମ୍ଭୀର - ନିଜ ଲୋକ ନିଜର ଶତ୍ରୁ ହେବା
  • ଘୁଷୁରୀକୁ ପାଚିଲା କଦଳୀ ଗନ୍ଧାଏ -
  • ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ - ପ୍ରକୃତି କେବେ ବଦଳେ ନାହିଁ

[ସମ୍ପାଦନା]

  • ଚକେ ଗଲେ ବାରହାତ -
  • ଚାଷ ତରତର, ବାଣିଜ ମଠ-
  • ଚାଲି ନ ଜାଣି ବାଟର ଦୋଷ-
  • ଚାଲୁଣୀ କହୁଚି ଛୁଞ୍ଚିକୁ -
  • ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ-
  • ଚୋର ମନ ଚୋର ଗଣ୍ଠିରେ-

[ସମ୍ପାଦନା]

  • ଝିମିଟି ଖେଳରୁ ମହାଭାରତ-

[ସମ୍ପାଦନା]

  • ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ -

[ସମ୍ପାଦନା]

  • ଡେଙ୍ଗା ମୁଣ୍ଡରେ ଠେଙ୍ଗା-

[ସମ୍ପାଦନା]

  • ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ-

[ସମ୍ପାଦନା]

  • ତୁ ଯେତେ ହଲାଉଛୁ ହଲା, ମୁଁ ତଳେ ନପଡିଲେ ଗଲା-
  • ତଳ ବରଡା ଖସୁଛି, ଉପର ବରଡା ହସୁଛି; ମଝି ବରଡା ଥାଇଁ କହୁଛି, ତୋ ବେଳ କାଳ ଆସୁଛି-
  • ତିନି ତୁଣ୍ଡରେ ଛେଳି କୁକୁର -
  • ତୁଛ୍ଛାକୁ ଏତେ, ଗୋଡେ ମୁଦି ନାହିଁ କଚାଡୁ କେତେ-
  • ତୁଣ୍ଡ ବାଇଦ ସହସ୍ର କୋଶ-
  • ତୁଳସୀ ଦୁଇ ପତ୍ରରୁ ବାସେ-

[ସମ୍ପାଦନା]

  • ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର-

[ସମ୍ପାଦନା]

  • ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ-
  • ଦିନେ ନାଇଁ କାଳେ ନାଇଁ, ରାତି ପାହିଲେ ମାଈଁ ମାଈଁ-

[ସମ୍ପାଦନା]

  • ଧରି ମାଇଲେ ଯାହା, ବାନ୍ଧି ମାଇଲେ ତାହା-
  • ଧିର ପାଣି ପଥର କାଟେ-

[ସମ୍ପାଦନା]

  • ନଈକେବାଙ୍କ୍, ଦେଶକେ ଫାଙ୍କ୍-
  • ନର ହେଉ ବା ହାତି, ଅଶ୍ୱତ୍ଥମା ହତ-
  • ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ-
  • ନିକିତି ତଉଲେ ସାନବଡକୁ, ଭାରିହୁଏ ଯିଏ ରହେ ତଳକୁ-

[ସମ୍ପାଦନା]

  • ପଇସା କ୍ୟା ନା କରେ କାମ୍, ଆବେ ପରଶୁ, ଯାବେ ପରଶୁ, ବାବୁ ପରଶୁରାମ୍ -
  • ପାଣି ପିଇବ ଛାଣି, ପଇସା ରଖିବ ଗଣି-
  • ପାଣି କୁନ୍ଦୁରି, ଆପଣା ମନକୁ ଆପେ ସୁନ୍ଦରି-
  • ପୁଅ ଯେବେ ଯୋଗ୍ୟ ଧନ କାହା ପାଇଁ ସଞ୍ଚୁ, ପୁଅ ଯେବେ ଅଯୋଗ୍ୟ ଧନ କାହା ପାଇଁ ସଞ୍ଚୁ-

[ସମ୍ପାଦନା]

  • ଫମ୍ପା ମାଠିଆର ଶବଦ ବେଶି-

[ସମ୍ପାଦନା]

  • ବସି ଖାଇଲେ ନଈ ବାଲିି ସରେ-
  • ବସିବା ଠାରୁ କାଶିବା ଭଲ-
  • ବାଘ ନଥିଲେ ମିରିଗ ନାଟ-
  • ବାହାଘର ଦିନ ବାଇଗଣ ରୁଆ-
  • ବାହାପିଆର ବାରବାଟି ଚାଷ-
  • ବାୟା ଚଢେଇର କି ଆସେ ଯାଏ, ବାଆ କଲେ ବସା ଦୋହଲୁଥାଏ-
  • ବାପ ଖାଇଲା ତାଳ, ପୁଅକୁ ହୋଈଲା କାଳ-
  • ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଯାଏ-
  • ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା-
  • ବିନାଶ କାଳେ ବିପରୀତ ବୁଦ୍ଧି-
  • ବିରି ମାଡ ଶୁଣି କୋଳଥ ଚୋପା, ହରଡ କହୁଚି ରଖଲୋ ବାପା-
  • ବିଲେଇ ଭାଗ୍ୟକୁ ଶିକା ଛିଣ୍ଡିବା-
  • ବୁଡିଗଲା ଲୋକ ଗୋଡ ତଳକୁ ତଳକୁ-
  • ବୁଡିଯାଉଥିବା ଲୋକକୁ କୁଟାଖିଅ ଆଶ୍ରା-
  • ବେଶି ଲୋକରେ ମୂଷା ମରେନି-
  • ବେଲ ପାଚିଲେ କାଉର ଯାଏ କେତେ ନା ଆସେ କେତେ-
  • ବୋଝ ଉପରେ ନଳିତା ବିଡା-
  • ବ୍ରହ୍ମା ବିଳିବିଳେଇଲେ ବେଦ-

[ସମ୍ପାଦନା]

  • ଭୀମବଳ କୁନ୍ତିକୁ ଜଣା-

[ସମ୍ପାଦନା]

  • ମଈଁଷି ଶିଙ୍ଗଟି ଫଟା, ଯୁଝିବା ବେଳକୁ ଗୋଟା-
  • ମନ ଯଦି ପବିତ୍ର, ଗାଁ ପୋଖରୀ ଗଙ୍ଗା-
  • ମର୍ତ୍ତ୍ୟମଣ୍ଡଳେ ଦେହ ବୋହି, ଦେବତା ହେଲେ ବି ମରଇ-
  • ମହରଗରୁ ଯାଇ କାନ୍ତାରରେ ପଡିବା-
  • ମାଙ୍କଡ ହାତରେ ଶାଳଗ୍ରାମ, ଡିଏଁଇ ନଚେଇ ନିଏ ପ୍ରାଣ
  • ମାନିଲେ ଠାକୁର, ନ ମାନିଲେ ପଥର-
  • ମାରିନେଲେ ମହାପାତ୍ରେ, ଚହିଁଥାରେ ଜଳକା-
  • ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ-

[ସମ୍ପାଦନା]

  • ଯା ପିଲାକୁ ସାପ କାମୁଡିଥାଏ ତା ମା ପାଳ ଦଉଡି ଦେଖିଲେ ଡରେ-
  • ଯାହା ନଦେଖିବ ନିଜ ନୟନେ, ପରତେ ନଯିବ ଗୁରୁ ବଚନେ-
  • ଯେ ଦେଶେ ଯାଇ, ସେ ଫଳ ଖାଇ-

[ସମ୍ପାଦନା]

  • ରାଗରେ ଚାଉଳ ଚୋବାଇବା-
  • ରାଜା ପୂଜା ପାଏ ଆପଣା ଦେଶରେ, ଗୁଣି ପୂଜା ପାଏ ଦେଶ ବିଦେଶରେ-

[ସମ୍ପାଦନା]

  • ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର ଅବା କାହକୁ ମାରିବ ମାରୁଥାଏ ଚୁଲି ମୁହଁକୁ-
  • ଶୋଇଲା ପୁଅର ଭାଗ ନାହିଁ-

[ସମ୍ପାଦନା]

  • ସମୟ ବଡ ବଳବାନ-
  • ସମୁଦ୍ରକୁ ଶଙ୍ଖେ ପାଣି -ଆବଶ୍ୟକତାରୁ ଖୁବ୍ କମ୍ ଦ୍ରବ୍ୟ ଯୋଗାଇବା
  • ସ୍ୱର୍ଗକୁ ନିଶୁଣି ନାହିଁ, ବଡଙ୍କୁ ଉତ୍ତର ନାହିଁ-
  • ସେ ତ କଂସାରି ଘରର ପାରା, ତାକୁ କୁଲା ଢାଉଁ ଢାଉଁ ଡରା-

[ସମ୍ପାଦନା]

  • ଷାଠିଏମହଣ ଘିଅ ଆସିବ, ରାଧା ନାଚିବ

[ସମ୍ପାଦନା]

  • ହରା ଗୁଣା ଫେଡ଼ା ମିଶା, ବାକି ସବୁ ପାଠ ଫସରେ ଫସା-
  • ହାତୀ ଜଙ୍ଗଲରେ ବଢିଲେ ବି ରାଜାର-
  • ହାତୀ ମଲେ ଲକ୍ଷେ, ବଞ୍ଚିଲେ ଲକ୍ଷେ-
  • ହାତୀକୁ ହୋମିଓପାଥି -ଆବଶ୍ୟକତାରୁ ଖୁବ୍ କମ୍ ଦ୍ରବ୍ୟ ଯୋଗାଇବା
  • ହାତେ ମାପି ଚାଖଣ୍ଡେ ଚାଲ-
  • ହେଳା କଲେ ଭେଳା ବୁଡେ

[ସମ୍ପାଦନା]

  • ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି-

ଆଧାର[ସମ୍ପାଦନା]

http://www.indianfolklore.org/journals/index.php/Lok/article/download/1213/1410