ଡ୍ରାକୁନ୍‌କୁଲିଆସିସ ସଂକ୍ଷିପ୍ତ

ଉଇକିପିଡ଼ିଆ ରୁ
Jump to navigation Jump to search
ଡ୍ରାକୁନ୍‌କୁଲିଆସିସ
Dracunculus medinensis.jpg
ଜଣେ ରୋଗୀର ଗୋଡ଼ରୁ ଗୋଟିଏ ଡିଆସିଲି କାଠି ସାହାଯ୍ୟରେ ଗିନି ପୋକ କଢ଼ାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦B72.
ଆଇସିଡ଼ି-୯-ସିଏମ୍125.7
ରୋଗ ଡାଟାବେସ3945
ଇ-ମେଡ଼ିସିନped/616
MeSHD004320

ଡ୍ରାକୁନ୍‌କୁଲିଆସିସ, ଅନ୍ୟ ନାମ ଗିନି ପୋକ ରୋଗ ବା ଇଂରାଜୀରେ ('''guinea worm disease''') (GWD), ଏକ ସଂକ୍ରାମକ ରୋଗ ଯାହା ଡ୍ରାକୁନ‌କୁଲସ୍‌ ମେଡିନେନ୍‌ସିସ ବା ଗିନି ପୋକଦ୍ୱାରା ହୁଏ ।[୧] ଗିନି ପୋକ ଲାର୍ଭାଦ୍ୱାରା ସଂକ୍ରମିତ ୱାଟର ଫ୍ଲି, ଇଂରାଜୀରେ water fleas ଥିବା ଜଳ ପାନ କଲେ ଏହି ରୋଗ ହୁଏ ।[୧] ପ୍ରାରମ୍ଭରେ କୌଣସି ଲକ୍ଷଣ ନ ଥାଏ ।[୨] ପ୍ରାୟ ଏକ ବର୍ଷ ପରେ ମାଈ ଗିନି ପୋକ ସାଧାରଣତଃ ଗୋଡ଼ ଚମରେ ଫୋଟକା କଲେ ଜଳା ପୋଡ଼ା ହୁଏ ।[୧] କିଛି ସପ୍ତାହ ମଧ୍ୟରେ ପୋକ ବାହାରକୁ ବାହାରି ଚମକୁ ଆସେ ।[୩] During this time, it may be difficult to walk or work.[୨] ଏହି ରୋଗରେ ମୃତ୍ୟୁ ଏକ ଅସାଧାରଣ କଥା ।[୧]

ଗିନି ପୋକଦ୍ୱାରା ଏକମାତ୍ର ମାନବ ସଂକ୍ରମିତ ହୁଏ ।[୨] ବୟଃପ୍ରାପ୍ତ ମାଈ ପୋକର ଲମ୍ବ ୬୦ରୁ ୧୦୦ ସେମି (ଅଣ୍ଡିରା ପୋକ ଏହାଠାରୁ ଛୋଟ) ଓ ପ୍ରସ୍ଥ ଏକରୁ ଦୁଇ ମିମି ଥାଏ ।[୧][୨] ମାନବ ଶରୀର ବାହାରେ ଏହାର ଅଣ୍ଡା ପ୍ରାୟ ୩ ସପ୍ରାହ ବଞ୍ଚି ପାରନ୍ତି ।[୪] ୱାଟର ଫ୍ଲିଦ୍ୱାରା ଭକ୍ଷିତ ହେଲେ ସଂକ୍ରମଣ ହୁଏ । [୧] ୱାଟର ଫ୍ଲି ଦେହ ଭିତରେ ଲାର୍ଭା ୪ ମାସ ପର୍ଯ୍ୟନ୍ତ ବଞ୍ଚିପାରନ୍ତି ।[୪] ସେହି ଅଞ୍ଚଳରେ ରୋଗ ରହିବା ନିମନ୍ତେ ପ୍ରତି ବର୍ଷ ମାନବ ରୋଗ ଗ୍ରସ୍ତ ହେବା ଆବଶ୍ୟକ ।[୫] ଏହାର ଚିହ୍ନ ଓ ଲକ୍ଷଣ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରିହୁଏ ।[୬]

ଶୀଘ୍ର ରୋଗ ନିର୍ଣ୍ଣୟ କରି କ୍ଷତକୁ ପିଇବା ପାଣି ସଂସ୍ପର୍ଶରେ ନ ଆସିବା ବ୍ୟବସ୍ଥା କରିବାକୁ ହୁଏ ।[୧] ପରିସ୍କାର ପିଇବା ପାଣି ନ ମିଳିଲେ ଫିଲ୍‌ଟର ଜଳ ବା ବିଶୁଦ୍ଧ ଜଳ ସଂଗ୍ରହ କରି ପିଇବାକୁ ହୁଏ ।[୧] କେବଳ କନା ଫିଲ୍‌ଟର୍ ଯଥେଷ୍ଟ ନୁହେଁ ।[୩] ଟେମେଫସ୍ (temefos) ନାମକ ଏକ ରାସାୟନିକ ପଦାର୍ଥଦ୍ୱାରା ଲାର୍ଭାକୁ ମାରି ପାନୀୟ ଜଳକୁ ବିଶୁଦ୍ଧ କରାଯାଇପାରେ । [୧] ଏହି ରୋଗ ନିମନ୍ତେ କୌଣସି ଔଷଧ ବା ଟିକା ଆବିଷ୍କୃତ ହୋଇନାହିଁ ।[୧] ପକ‌କୁ ଗୋଟିଏ କାଠି ସାହାଯ୍ୟରେ ଗୁଡ଼େଇ ବାହାର କରାଯାଏ ।[୨] ପୋକ ବାହାରିବା ପରେ ସେହି କ୍ଷତରେ ଜୀବାଣୁ ସଂକ୍ରମଣ ହୋଇପାରେ ।[୨] ପୋକ ବାହାରିଯିବା ପରେ ମଧ୍ୟ ମାସ ମାସ ଧରି ଯନ୍ତ୍ରଣା ଚାଲୁ ରହିପାରେ ।[୨]

ସନ ୨୦୧୩ରେ ୧୪୮ଟି ରୋଗର ରିପୋର୍ଟ ମିଳିଥିଲା । [୧] ସନ ୧୯୮୬ରେ ହୋଇଥିବା ୩.୫ ନିୟୁତରୁ ଏହା କମିଯାଇଥିଲା ।[୨] ସନ ୧୯୮୦ ମସିହାରେ ୨୦ଟି ଦେଶରେ ହେଉଥିବା ଏହି ରୋଗ ଖସି କେବଳ ୪ଟି ଆଫ୍ରିକା ଦେଶରେ ଅଛି ।[୧] ଏହା ମୂଖ୍ୟତଃ ଦକ୍ଷିଣ ସୁଦାନ ଦେଶରେ ହେଉଥିଲା ।[୧] ସମ୍ଭବତଃ ନିର୍ମୂଳ କରାଯାଇଥିବା ପ୍ରଥମ ପରଜୀବୀ ରୋଗର ମାନ୍ୟତା ଏହା ପାଇବ ।[୭] ପୁରାତନ କାଳରୁ ଏହି ରୋଗ ଅଛି ।[୨] ଏବର୍ସ ପାପିରସରେ ସନ ୧୫୫୦ରେ ଏହା ବିଷୟରେ ଉଲ୍ଲେଖ ଅଛି । [୮] ଲାଟିନ ଭାଷାରୁ ଏହାର ନାମ ନିଅଯାଇଛି ଯାହାର ଅର୍ଥ ଛୋଟ ଡ୍ରାଗନ ରୋଗ ।[୯] ୟୁରୋପ ଲୋକମାନେ ୧୭ତମ ଶତାବ୍ଦୀରେ ପଶ୍ଚିମ ଆଫ୍ରିକାର ଗିନି ଉପକୂଳରେ ପ୍ରଥମେ ଏହି ପୋକ‌ ଦେଖି ଗିନି ପୋକ ନାମକରଣ କରିଥିଲେ ।[୮] ଏହିଭଳି ଏକ ପ୍ରକାର ପୋକ ପଶୁମାନଙ୍କୁ ଆକ୍ରମଣ କରେ । .[୧୦] ଏହା ମାନବକୁ ସଂକ୍ରମିତ କରେନି ।[୧୦] ଏହା ଅବ‌ହେଳିତ ଗ୍ରୀଷ୍ମ ମଣ୍ଡଳୀୟ ରୋଗ ନାମରେ ଅଭହିତ କରାଯାଏ ।[୧୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Dracunculiasis (guinea-worm disease) Fact sheet N°359 (Revised)". World Health Organization. March 2014. Retrieved 18 March 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Greenaway, C (Feb 17, 2004). "Dracunculiasis (guinea worm disease)". CMAJ : Canadian Medical Association journal = journal de l'Associationmedicalecanadienne. 170 (4): 495–500. PMC 332717. PMID 14970098.CS1 maint: Missing pipe (link)
  3. ୩.୦ ୩.୧ Cairncross, S; Tayeh, A; Korkor, AS (Jun 2012). "Why is dracunculiasis eradication taking so long?". Trends in parasitology. 28 (6): 225–30. doi:10.1016/j.pt.2012.03.003. PMID 22520367.
  4. ୪.୦ ୪.୧ Junghanss, Jeremy Farrar, Peter J. Hotez, Thomas (2013). Manson's tropical diseases (23rd edition ed.). Oxford: Elsevier/Saunders. p. e62. ISBN 9780702053061.CS1 maint: Extra text (link)
  5. "Parasites - Dracunculiasis (also known as Guinea Worm Disease) Eradication Program". CDC. November 22, 2013. Retrieved 19 March 2014.
  6. Cook, Gordon (2009). Manson's tropical diseases (22nd ed. ed.). [Edinburgh]: Saunders. p. 1506. ISBN 9781416044703.CS1 maint: Extra text (link)
  7. "Guinea Worm Eradication Program". The Carter Center. Carter Center. Retrieved 2011-03-01.
  8. ୮.୦ ୮.୧ Tropical Medicine Central Resource. "Dracunculiasis". Uniformed Services University of the Health Sciences. Retrieved 2008-07-15.
  9. Barry M (June 2007). "The tail end of guinea worm — global eradication without a drug or a vaccine". N. Engl. J. Med. 356 (25): 2561–4. doi:10.1056/NEJMp078089. PMID 17582064.
  10. ୧୦.୦ ୧୦.୧ Junghanss, Jeremy Farrar, Peter J. Hotez, Thomas (2013). Manson's tropical diseases (23rd edition ed.). Oxford: Elsevier/Saunders. p. 763. ISBN 9780702053061.CS1 maint: Extra text (link)
  11. "Neglected Tropical Diseases". cdc.gov. June 6, 2011. Retrieved 28 November 2014.