Jump to content

ଡ୍ରଗ ଓଭରଡୋଜ୍

ଉଇକିପିଡ଼ିଆ‌ରୁ

ଡ୍ରଗ ଓଭରଡୋଜ୍ (Drug Overdose) ଅର୍ଥ ହେଉଛି ଯେତେବେଳେ ମଣିଷ ଏକାଧିକ ଔଷଧ କିମ୍ବା ମାଦକ ପଦାର୍ଥ ଶରୀରର ଆବଶ୍ୟକତା କିମ୍ବା ସହନକ୍ଷମତାଠାରୁ ଅଧିକ ପରିମାଣରେ ବ୍ୟବହାର କରିବା ।[][] ଏହା ସ୍ୱଇଚ୍ଛାରେ କିମ୍ବା ଅଜାଣତରେ ଘଟିପାରେ । ଡ୍ରଗ ଓଭରଡୋଜ୍ ମାନବ ସ୍ୱାସ୍ଥ୍ୟ ପାଇଁ ଗୁରୁତର ଅଟେ, ଯାହା ତତ୍କ୍ଷଣାତ ଚିକିତ୍ସା ନହେଲେ ମୃତ୍ୟୁ ହେବାର କାରଣ ହୋଇପାରେ ।

ଡ୍ରଗ ଓଭରଡୋଜ୍ ହେବାର ପ୍ରମୁଖ କାରଣ ଅନେକ ରହିଛି । କେହି-କେହି ଲୋକ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଅଧିକ ପରିମାଣରେ ଔଷଧ କିମ୍ବା ମାଦକ ଗ୍ରହଣ କରନ୍ତି [] । ଆଉ କିଛି ଘଟଣାରେ ମଦ୍ୟପାନ କରିବା ସହିତ ଔଷଧ କିମ୍ବା ଅନ୍ୟ ମାଦକ (ଅର୍ଥାତ: ଇଞ୍ଜେକ୍ସନ, ବ୍ରାଉନ ସୁଗର, ଚରସ, ଗଞ୍ଜେଇ, ଅଫିମ ଇତ୍ୟାଦି)[] ମିଶାଇବାରୁ ମଧ୍ୟ ଓଭରଡୋଜ୍ ହୋଇପାରେ । କେବେକେବେ ଭୁଲରେ ଅଧିକ ଡୋଜ୍ ହୋଇଥାଏ, ବିଶେଷକରି ଶିଶୁମାନଙ୍କ ପାଖରେ ଏହା ଅଧିକ ଦେଖାଯାଏ ।[]

ଲକ୍ଷଣ

[ସମ୍ପାଦନା]

ଡ୍ରଗ ଓଭରଡୋଜ୍‌ର ଲକ୍ଷଣ ଡ୍ରଗର ପ୍ରକାର ଉପରେ ନିର୍ଭର କରେ । ସାଧାରଣତଃ ଅତ୍ୟଧିକ ନିଦ୍ରା, ଶ୍ୱାସ ନେବାରେ କଷ୍ଟ, ବାନ୍ତି, ଛିଙ୍କ, ଅସ୍ତବ୍ୟସ୍ତ କଥାବାର୍ତ୍ତା, ଚେତନାହାନି, ହୃଦଗତିର ବ୍ୟାପକ ପରିବର୍ତ୍ତନ ଆଦି ଦେଖାଯାଏ ।[] ଗୁରୁତର ଅବସ୍ଥାରେ ବ୍ୟକ୍ତି ଅଚେତ ହୋଇପାରନ୍ତି କିମ୍ବା କୋମାରେ ପଡ଼ିପାରନ୍ତି ।

ପ୍ରଭାବ

[ସମ୍ପାଦନା]

ଡ୍ରଗ ଓଭରଡୋଜ୍‌ର ପ୍ରଭାବ ତିବ୍ର ଏବଂ ଦୀର୍ଘକାଳୀନ ହୋଇପାରେ । ଅଳ୍ପ ସମୟରେ ଶରୀରର ମୁଖ୍ୟ ଅଙ୍ଗମାନେ ଯେପରିକି ଯକୃତ, ବୃକ୍କ, ହୃଦୟ ଓ ମସ୍ତିଷ୍କ ଗୁରୁତର କ୍ଷତିଗ୍ରସ୍ତ ହୋଇପାରେ । ଦୀର୍ଘକାଳରେ ମାନସିକ ସ୍ୱାସ୍ଥ୍ୟରେ ଅନେକ ସମସ୍ୟା, ସ୍ମୃତିହୀନ ଓ ନିର୍ଭରଶୀଳତା ଦେଖାଯାଏ ।

ଚିକିତ୍ସା ଓ ପରିଚର୍ଯ୍ୟା

[ସମ୍ପାଦନା]

ଔଷଧ ବା ମାଦକର ଅତ୍ୟଧିକ ସେବନ (Overdose) ଜୀବନ ପାଇଁ ବିପଦଜନକ ହୋଇପାରେ । ସମୟରେ ଚିହ୍ନଟ କରିଲେ ଓ ପ୍ରାଥମିକ ଚିକିତ୍ସା ଯଥା – ରୋଗୀକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା, ଆବଶ୍ୟକ ଔଷଧ (ଯଥା Naloxone) ପ୍ରଦାନ କରିବା ଓ ସଚେତନତା କାର୍ଯ୍ୟକ୍ରମ – ଦ୍ୱାରା ଅନେକ ପ୍ରାଣରକ୍ଷା କରାଯାଇପାରେ ।[] ଡାକ୍ତରମାନେ ନିର୍ଦ୍ଦିଷ୍ଟ ପରିସ୍ଥିତି ଅନୁଯାୟୀ ଶରୀରରୁ ଡ୍ରଗକୁ ବାହାର କରିବା ପାଇଁ ଲାଭେଜ୍ (Gastric Lavage) କିମ୍ବା ବିଶେଷ ଔଷଧ (Antidote) ବ୍ୟବହାର କରନ୍ତି । ଏହା ସହିତ ଅକ୍ସିଜେନ୍, ସାଲାଇନ୍ ଓ ଅନ୍ୟାନ୍ୟ ସହାୟକ ଚିକିତ୍ସା ଦ୍ୱାରା ରୋଗୀଙ୍କୁ ସୁସ୍ଥ କରାଯାଏ । Overdose recovery ପ୍ରକ୍ରିୟାରେ ଶାରୀରିକ ଚିକିତ୍ସା ସହିତ ପରାମର୍ଶ, ପୁନର୍ବାସନ ଓ ସମାଜିକ ସହଯୋଗ ମଧ୍ୟ ଦରକାରୀ । ଏହା ମାଧ୍ୟମରେ ବ୍ୟକ୍ତିକୁ ପୁଣି ସାଧାରଣ ଜୀବନରେ ଫେରାଇବାକୁ ସହାୟତା ମିଳେ ।

ପ୍ରତିରୋଧ

[ସମ୍ପାଦନା]

ଡ୍ରଗ ଓଭରଡୋଜ୍‌ରୁ ରକ୍ଷା ପାଇବା ପାଇଁ ସଜାଗତା ସର୍ବପ୍ରଥମ । ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ମାଦକ ପଦାର୍ଥ ବ୍ୟବହାରକୁ ପୂରାପୁରି ଏଡ଼ାଇବା ଆବଶ୍ୟକ । ଔଷଧକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ଓ ଶିଶୁମାନଙ୍କୁ ଦୂରେଇ ରଖିବା ଦ୍ୱାରା ଦୁର୍ଘଟଣା ରୋକାଯାଇପାରେ । ସମାଜରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ ମାଧ୍ୟମରେ ମଧ୍ୟ ଏହି ସମସ୍ୟାକୁ ହ୍ରାସ କରାଯାଇପାରେ ।

ନିରୀକ୍ଷିତ ଇଞ୍ଜେକ୍ସନ କେନ୍ଦ୍ର (Overdose Prevention Centres) ହେଉଛି ଏମିତି ସ୍ଥାନ ଯେଉଁଠାରେ ଲୋକମାନେ ସୁରକ୍ଷିତ ଭାବରେ ନିଶାଦ୍ରବ୍ୟ ବ୍ୟବହାର କରିପାରନ୍ତି। ଏଠାରେ ଚିକିତ୍ସକର୍ମୀମାନେ ରହିଥାନ୍ତି, ନିଶା ବ୍ୟବହାରକାରୀଙ୍କ ଅତ୍ୟଧିକ ଡ୍ରଗ ଓଭରଡୋଜ୍ ହେଲେ ସେମାନେ ସହାୟତା କରନ୍ତି, ଯଥା Naloxone ଦେଇ ଜୀବନ ବଞ୍ଚାଇବା। ସେଥିପାଇଁ ସେଠାରେ ସେମାନଙ୍କୁ ନୂଆ ଛୁଞ୍ଚି/ସିରିଞ୍ଜି ମଧ୍ୟ ଦିଆଯାଏ, ଯାହା ଦ୍ୱାରା HIV/AIDS ଓ Hepatitis ପରି ରୋଗ ପ୍ରସାରକୁ ରୋକିବାରେ ସହାୟତା ମିଳେ।[][][୧୦][୧୧]

ସାମାଜିକ ପ୍ରସଙ୍ଗ

[ସମ୍ପାଦନା]

ଡ୍ରଗ ଓଭରଡୋଜ୍ କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟର ସମସ୍ୟା ନୁହେଁ, ଏହା ଏକ ସମାଜିକ ସମସ୍ୟା । ପରିବାର, ସମ୍ପ୍ରଦାୟ ଓ ସମାଜ ସମଗ୍ରରେ ଏହାର ପରିଣାମ ପଡ଼ିଥାଏ। ଏହା ଫଳରେ ପାରିବାରୀକ ସମ୍ପର୍କ ଭାଙ୍ଗିଯାଏ, ଅର୍ଥନୈତିକ କଷ୍ଟ ସୃଷ୍ଟି ହୁଏ ଓ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଏ । ସେଥିପାଇଁ ଏହାକୁ ନିରାକରଣ କରିବାରେ ସରକାର, ସମାଜସେବୀ ସଂଗଠନ ଓ ସାଧାରଣ ଲୋକଙ୍କ ଯୋଗଦାନ ଆବଶ୍ୟକ ।

ଡ୍ରଗ ଓଭରଡୋଜ୍ ଏକ ଗୁରୁତର ସ୍ୱାସ୍ଥ୍ୟ ଓ ସମାଜିକ ସମସ୍ୟା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଚେତନତା, ସଠିକ୍ ଚିକିତ୍ସା, ସାମାଜିକ ସହଯୋଗ ଓ ମାଦକ ବିରୋଧୀ ଅଭିଯାନ ଅତ୍ୟାବଶ୍ୟକ । ସଠିକ ସମୟରେ ଚିହ୍ନଟ ଓ ସଠିକ ପଦକ୍ଷେପ ଗ୍ରହଣ କଲେ ଅନେକ ପ୍ରାଣକୁ ବଞ୍ଚାଇପାରି ।

  1. ଛାଞ୍ଚ:Usurped Retrieved on September 20, 2014.
  2. "Stairway to Recovery: Glossary of Terms" Archived July 9, 2011, at the Wayback Machine.. Retrieved on March 19, 2021
  3. "Column—Fatal Drug-Drug Interaction As a Differential Consideration in Apparent Suicides" Archived February 23, 2008, at the Wayback Machine..
  4. Study on fatal overdose Archived January 19, 2012, at the Wayback Machine. in New-York City 1990-2000, visited May 11, 2008,
  5. "What to do with leftover medicines". Medicines Talk, Winter 2005. Available at "What to do with left-over medicines: National Prescribing Service Ltd NPS". Archived from the original on October 24, 2009. Retrieved January 6, 2010.
  6. Chandler, Stephanie. "Symptoms of an opiate overdose". Live Strong. Archived from the original on April 18, 2012. Retrieved May 17, 2012.
  7. Piper TM; Stancliff S; Rudenstine S; et al. (2008). "Evaluation of a naloxone distribution and administration program in New York City". Subst Use Misuse. 43 (7): 858–870. doi:10.1080/10826080701801261. hdl:2027.42/60330. PMID 18570021. S2CID 31367375.
  8. Oladipo, Gloria (November 30, 2021). "New York to open supervised injection sites in bid to curb overdose deaths". The Guardian. Retrieved December 1, 2021.
  9. Kim, Lisa (November 30, 2021). "NYC Close To Opening Supervised Injection Sites To Prevent Overdoses, After Years Of Setbacks, Report Says". Forbes. Retrieved December 1, 2021.
  10. "What's The Evidence That Supervised Drug Injection Sites Save Lives?". NPR. September 7, 2018. Retrieved December 1, 2021.
  11. Ng, Jennifer; Sutherland, Christy; Kolber, Michael (November 2017). "Does evidence support supervised injection sites?". Canadian Family Physician. 63 (11): 866. PMC 5685449. PMID 29138158.