ଡୋଙ୍କରଭୋର୍ଟ
| ଶିଳ୍ପ | Automotive |
|---|---|
| ପ୍ରତିଷ୍ଠିତ ସ୍ଥାନ | 1 ଜୁଲାଇ 1978 |
| ପ୍ରତିଷ୍ଠାତା | ଜୂପ ଡୋଙ୍କରଭୋର୍ଟ |
| ମୁଖ୍ୟ କାର୍ଯ୍ୟାଳୟ | ଲେଲିଷ୍ଟାଡ, The Netherlands |
Area served | ଇଉରୋପ ଉତ୍ତର ଆମେରିକା ଇସ୍ରାଏଲ ସଂଯୁକ୍ତ ଆରବ ଏମିରାତ |
ପ୍ରମୁଖ ବ୍ୟକ୍ତି | ଡେନିସ ଡୋଙ୍କରଭୋର୍ଟ (Chairman and CEO), |
| ଉତ୍ପାଦ | Hand-built ultra-light weight sport cars |
Number of employees | 20–25 |
| ୱେବ୍ସାଇଟ୍ | Donkervoort site – English homepage |
ଡୋଙ୍କରଭୋର୍ଟ ଆଟୋମୋବିଲେନ୍ ବି.ଭି. (Donkervoort Automobielen BV) ହେଉଛି ନେଦରଲ୍ୟାଣ୍ଡସ୍ର ଲେଲିଷ୍ଟାଡରେ ଅବସ୍ଥିତ ହାତରେ ତିଆରି ହେଉଥିବା ଏବଂ ଅତ୍ୟନ୍ତ ହାଲୁକା ଓଜନର ସ୍ପୋର୍ଟସ୍ କାର୍ ଉତ୍ପାଦକ ଏକ କମ୍ପାନୀ। ଏହି କାର୍ ବ୍ରାଣ୍ଡଟି ୧୯୭୮ ମସିହାରେ ଜୂପ୍ ଡୋଙ୍କରଭୋର୍ଟ ଦ୍ୱାରା ସ୍ଥାପିତ ହୋଇଥିଲା। ୧୯୯୬ ମସିହାରେ ଡୋଙ୍କରଭୋର୍ଟଙ୍କର ଫୋର୍ଡ ଇଞ୍ଜିନ୍ଗୁଡିକୁ ଅଡି ଇଞ୍ଜିନ୍ ଦ୍ୱାରା ପରିବର୍ତ୍ତନ କରାଯାଇଥିଲା। ଡଙ୍କରଭୋର୍ଟଙ୍କର ସ୍ଲୋଗାନ " ନୋ କମ୍ପ୍ରୋମାଇଜ" (No Compromise) ଅର୍ଥ ହେଉଛି ABS (anti-lock braking system), ESP (electronic stability program) କିମ୍ବା power steering ପରି କୌଣସି ଇଲେକ୍ଟ୍ରୋନିକ୍ ସହାୟକ ବ୍ୟବସ୍ଥା ବିନା ଡ୍ରାଇଭିଂ କରିବା।
କର୍ପୋରେଟ୍ ଇତିହାସ
[ସମ୍ପାଦନା]ଡୋଙ୍କରଭୋର୍ଟ ଏକ ବ୍ୟକ୍ତିଗତ ମାଲିକାନାର କମ୍ପାନୀ, ଯାହାକୁ ସ୍ଥାପକ ଜୂପ୍ ଡୋଙ୍କରଭୋର୍ଟ। ୨୦୧୯ରେ ଅବସର ନେବା ପର୍ଯ୍ୟନ୍ତ ସେ ହିଁ କମ୍ପାନୀର କାରବାର ନିୟନ୍ତ୍ରଣ କରୁଥିଲେ। ପରେ ତାଙ୍କ ପୁଅ ଡେନିସ ଡୋଙ୍କରଭୋର୍ଟ ୨୦୨୧ ମସିହାରେ ମାନେଜିଂ ଦଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ମାରିଏନେ ଡୋଙ୍କରଭୋର୍ଟ (ଜୁପଙ୍କ ସ୍ତ୍ରୀ) ଏବଂ ତାଙ୍କ ଝିଅ ଆମ୍ବର ଡୋଙ୍କରଭୋର୍ଟ ମଧ୍ୟ କମ୍ପାନୀର ବିକାଶ ଏବଂ ବ୍ରାଣ୍ଡିଂରେ ମୁଖ୍ୟ ଭୂମିକା ନେଇଥିଲେ।[୧] ଆମ୍ବର ଜଣେ ଘୋଡ଼ାଚାଳନ କ୍ରୀଡ଼ାଳି ଥିଲେ ଏବଂ ଚୀନ୍ରେ ଇଣ୍ଟର୍ନସିପ୍ ପରେ ସେ କମ୍ପାନୀର ମାର୍କେଟିଂ ମେନେଜର ଭାବେ ଯୋଗ ଦେଇଥିଲେ।[୨] ଡୋଙ୍କରଭୋର୍ଟଙ୍କ S8A ମଡେଲ୍ଟି ଆମ୍ବରଙ୍କ ନାମରେ ଏବଂ D8 ମଡେଲ୍ଟି ଡେନିସଙ୍କ ନାମରେ ନାମକରଣ କରାଯାଇଥିଲା।[୩]
୧୯୭୮ ମସିହାରେ ଜୁପ କିଟ୍ କାର୍ ଆମଦାନିକାରୀ ଭାବେ କମ୍ପାନୀ ଆରମ୍ଭ କରିଥିଲେ, କିନ୍ତୁ ସଂଯୋଜନ ହୋଇଥିବା କିଟ ଗାଡି (assembled kit car ଗୁଡିକୁ ସଡକ ଚଳନଯୋଗ୍ୟ କରିବା ପାଇଁ ବଡ଼ ପରିବର୍ତ୍ତନ ଆବଶ୍ୟକ ବୋଲି ଜାଣିବା ପରେ ସେ ନିଜେ ଗାଡ଼ି ତିଆରି କରିବା ଆରମ୍ଭ କରିଥିଲେ। ପ୍ରଥମ S7 ଗାଡ଼ିଗୁଡିକ ଲୋଟସ ସେଭେନ (Lotus Seven) ର ଡିଜାଇନ୍ରୁ ପ୍ରେରିତ ହୋଇ Tienhoven ର ଏକ ଶେଡ୍ରେ ତିଆରି କରାଯାଇଥିଲା।[୪] ୧୯୮୩ରେ କମ୍ପାନୀ Loosdrecht ରେ ବଡ଼ ଉତ୍ପାଦନ କେନ୍ଦ୍ରକୁ ସ୍ଥାନାନ୍ତର କଲା, ଏବଂ ୨୦୦୦ ମସିହାରେ ବର୍ତ୍ତମାନର ମୁଖ୍ୟାଳୟ ଲେଲିଷ୍ଟାଡ କୁ ଯାଇଥିଲା। ପୂର୍ବରୁ ବାହ୍ୟ ସପ୍ଲାୟର୍ଙ୍କ ନିକଟରେ ଥିବା ଚେସିସ (chassis) ଉତ୍ପାଦନ ୨୦୦୩ ମସିହାରେ ଲେଲିଷ୍ଟାଡରେ ନିଜସ୍ୱ ଭାବେ ଆରମ୍ଭ କରାଯାଇଥିଲା।[୫]
ଭବିଷ୍ୟତ ଯୋଜନା
[ସମ୍ପାଦନା]
ଡଙ୍କରଭୋର୍ଟ ତାଙ୍କ ୱେବସାଇଟ୍ରେ ଘୋଷଣା କରିଛନ୍ତି ଯେ ସେମାନେ ବିଶ୍ୱବ୍ୟାପୀ ଭାବେ ନିଜ ସେବା ଏବଂ ଉପସ୍ଥିତିକୁ ବିସ୍ତାର କରୁଛନ୍ତି, ଏବଂ ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ କାର୍ ବ୍ରାଣ୍ଡ ଭାବେ ଉପଲବ୍ଧ ହୋଇଛନ୍ତି।[୬]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "Donkervoort Today | Donkervoort Cars". www.donkervoort.com. Retrieved 2026-03-20.
- ↑ "Zo vader, zo dochter". FD.nl (in ଡଚ୍). Retrieved 2026-03-20.
- ↑ https://x.com/donkervoort/status/1514438489185599488
- ↑ Johnson, Owen (2022-02-08). "10 Things We Just Learned About Donkervoort". HotCars (in ଇଂରାଜୀ). Retrieved 2026-03-20.
- ↑ "From the Beginning - Donkervoort History | Donkervoort Cars". www.donkervoort.com. Retrieved 2026-03-20.
- ↑ "Donkervoort to America | Donkervoort Cars". www.donkervoort.com. Retrieved 2026-03-20.